ଭୁବନେଶ୍ୱର: କରୋନା ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ବସ୍ ଚଳାଚଳ କରିବ। ଏହାସହ ପ୍ରାଇଭେଟ୍ ଗାଡ଼ି ଓ ଟ୍ୟାକ୍ସି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟକୁ ଚଳାଚଳ କରିପାରିବ। ଏ ନେଇ ଟ୍ୱିଟ୍ କରି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଓଭରବ୍ରିଜ୍ ରେଳ ଧାରଣା ନିକଟରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ସ୍ୱାମୀ ଜଣେ ଡିଏସ୍ପି ବୋଲି ସୂଚନା ମିଳିଛି। ମହିଳା ଜଣକ ସ୍ୱାମୀଙ୍କ ସହ ବୈଦ୍ୟନାଥପୁର ଥାନା ଖଡ଼ାସିଂରେ ରହୁଥିଲେ। କୌଣସି କାରଣରୁ ତାଙ୍କ ସ୍ୱାମୀ କଟକକୁ କାମରେ ଆସିଥିବାବେଳେ ଘରେ ପୁଅ,ବୋହୂଙ୍କ ସହ ଉକ୍ତ ମହିଳା ଜଣକ ଥିଲେ। ତେବେ ଗତକାଲି ରାତିରେ ରେଳ ଧାରଣା ନିକଟରୁ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ବାହାରିଲା ନାଗ ସାପ। ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଏକ ଘରୋଇ ନର୍ସିଂ କଲେଜରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ କ୍ୱାରେଣ୍ଟିନ୍ ସେଣ୍ଟରରେ ନାଗ ସାପକୁ ଜଣେ ପ୍ରବାସୀ ଦେଖି ଅନ୍ତେବାସୀଙ୍କୁ ଜଣାଇଥିଲେ। ଏହାପରେ ସ୍ନେକ୍ ହେଲ୍ପ୍ଲାଇନ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ସ୍ନେକ୍ ହେଲ୍ପ୍ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ।
ମୁମ୍ବାଇ: ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟା ‘ନିସର୍ଗ’ ଦୁର୍ବଳ ହୋଇଛି। ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ୍ରୁ ଏବେ ସାଇକ୍ଲୋନ୍ରେ ପରିଣତ ହୋଇଛି ‘ନିସର୍ଗ’। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ ମହାରାଷ୍ଟ୍ରର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ଅପରାହ୍ନରେ ମହାରାଷ୍ଟ୍ରର ଅଲିବାଗ୍ ନିଟରେ ‘ନିସର୍ଗ’ ଲ୍ୟାଣ୍ଡ୍ଫଲ୍ କରିବା ପରେ ବ୍ୟାପକ କ୍ଷୟକ୍ଷତି […]
ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗ ନିକଟରେ ଆଜି ଅପରାହ୍ଣରେ ବାତ୍ୟା ‘ନିସର୍ଗ’ ଲ୍ୟାଣ୍ଡ୍ଫଲ୍ କରିଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଲ୍ୟାଣ୍ଡ୍ଫଲ୍ ସରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏବେ ସେଠାରେ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ପବନ ବହୁଥିବା ସୂଚନା ମିଳିଛି। ‘ନିସର୍ଗ’ ପ୍ରଭାବରେ ଆଲିବାଗ ଓ ମୁମ୍ବାଇରେ ମଧ୍ୟ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେଉଛି। […]
ଖୋର୍ଦ୍ଧା: ସେସୁକୁ ଟାଟା ପାୱାରା ଅଧିଗ୍ରହଣ କରିବା ପରେ ପ୍ରାୟ ୭ହଜାର କର୍ମଚାରୀ ଚାକିରି ହରାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଫ୍ରାଞ୍ଚାଇଜ୍ ଅଧୀନରେ କାମ କରୁଥିବା ୬ ହଜାର ୭୦୦ କର୍ମଚାରୀଙ୍କୁ କାମରୁ ଛଟେଇ କରାଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ୨୦୦୮ ମସିହାରୁ ଫାଇଲିନ୍, ହୁଡହୁଡ୍, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାମ କରି ଆସୁଥିବା ଏହି କର୍ମଚାରୀଙ୍କୁ ଏବେ ହଠାତ୍ କାମରୁ ହଟାଇ ଦିଆଯାଇଛି। ମହାମାରୀ କରୋନା ସମୟରେ ସରକାରଙ୍କ ଏପରି ପଦକ୍ଷେପକୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓଲ୍ଡ୍ ଟାଉନ୍ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର କିଛି ଘରକୁ ସର୍ଭେଲାନ୍ସରେ ରଖାଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କାହିଁକି ଏହି ଘର ଗୁଡ଼ିକୁ ସର୍ଭେଲାନ୍ସରେ ରଖାଗଲା ସେନେଇ ସରକାର ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ କରି ନାହାନ୍ତି। ଏପରିକି ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ମଧ୍ୟ ଘୋଷଣା ହୋଇନାହିଁ କିମ୍ବା କିଛି ସ୍ପଷ୍ଟ ଭାବେ […]
ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ଅର୍ଥାତ୍ ୭ ତାରିଖ ଯାଏ ବର୍ଷା ଲାଗି ରହିବ। ଏହାସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ବିହାରରୁ ଛତିଶଗଡ଼ ମଧ୍ୟରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ଯାଏ ବର୍ଷା ଲାଗି ରହିବା ସହ ୩୦/୪୦ କି.ମି ବେଗରେ ପବନ ବହିପାରେ। ଏ ନେଇ ୧୯ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। […]