ନୂଆଦିଲ୍ଲୀ: ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଦେଶର ରାଜଧାନୀରେ ଆଜି ତାପମାତ୍ରା ରହିଛି ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା। ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ […]
ଭୁବନେଶ୍ୱର: ରାଜ୍ୟରେ ଗତକାଲି ତୁଳନାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ୩୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୨୪୫ କରୋନା ପଜିଟିଭ। ୨୪ ଜିଲ୍ଲାରୁ ଏହି କରୋନା ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୯ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୬ ଲୋକାଲ କେସ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ […]
ନୂଆଦିଲ୍ଲୀ: ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦। ଅନେକ ଆଶା, ସମ୍ଭାବନାକୁ ନେଇ ଆସିଛି ୨୦୨୧। ନିରାଡମ୍ବର ହେଲେ ବି ଆଗ୍ରହ ଓ ଉଚ୍ଛାହର ସହ ସମସ୍ତା ସ୍ୱାଗତ କରିଛନ୍ତି ୨୦୨୧କୁ । ହେଲେ ଆପଣ ଜାଣିଛନ୍ତି, ଏମିତି ଏକ ଦେଶ ଅଛି ଯାହା ୭ ବର୍ଷ ପଛରେ ଚାଲିଛି। ଅର୍ଥାତ୍ ଏହି ଦେଶରେ ଏବେ ବି ୨୦୧୪ ଚାଲିଛି। ଆଫ୍ରିକାର ଇଥିଓପିୟା କ୍ୟାଲେଣ୍ଡର ପୃଥିବୀର ଅନ୍ୟ କ୍ୟାଲଣ୍ଡରଠାରୁ ୭ ରୁ ୮ ବର୍ଷ ପଛରେ ଚାଲିଛି। […]
ନୂଆଦିଲ୍ଲୀ: ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ପୂର୍ବ ଲଦାଖ ସୀମା ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ଗତ ୬ ତାରିଖରେ କମାଣ୍ଡର ସ୍ତରରେ ବୈଠକ ହୋଇଥିଲା। ଏଥିରେ ଉତ୍ତେଜନା ହ୍ରାସ ନେଇ ଏକ ପ୍ରକାର ସହମତି ହୋଇଥିଲା। ଶୀର୍ଷ ସ୍ତରରେ […]
ଥିରୁଅନନ୍ତପୁମ୍: କରୋନା ଭାଇରସର ଭୟ ଦୂର ହୋଇ ନାହିଁ, ପୁଣି କେରଳରେ ଦେଖା ଦେଇଛି ଶିଗେଲା ପରି ସଂକମଣ ରୋଗ। ରାଜ୍ୟର ଏର୍ଣ୍ଣାକୁଲାର ଅଞ୍ଚଳରେ ଏହି ରୋଗର ଏକ ନମୂନା ଦେଖିବାକୁ ମିଳିଛି। ବୁଧବାର ଜଣେ ୫୬ ବର୍ଷର ମହିଳାଙ୍କ ଶରୀରରେ ଏହି଼ ରୋଗ ଠାବ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଏଠାରେ ଭୟର ବାତାବରଣ ଦେଖା ଦେଇଛି। ମହିଳା ଜଣକ ଜ୍ୱରରେ ପୀଡିତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠି କହି ରଖିବୁ, […]
ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରସଙ୍ଗରେ ଅଧିକ ସମୟ ଲୋଡ଼ିଲେ ଏକ୍ସପର୍ଟ କମିଟି । ଏ ନେଇ Central Drugs Standard Control Organisation ର ସବ୍ଜେକ୍ଟ ଏକ୍ସପର୍ଟ କମିଟି ବୈଠକ ବସିଥିଲା। ତେବେ କମିଟି ଏହି ୨ ଟିକାର ନିର୍ମାତା କଂପାନୀ ସିରମ୍ ଇନ୍ଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ତଥ୍ୟର ଅନୁଧ୍ୟାନ ପାଇଁ ଅଧିକ ସମୟ ଲୋଡ଼ିଥିବା ସୂଚନା ମିଳିଛି। ଆସନ୍ତାକାଲି ଅର୍ଥାତ୍ […]
ପଟ୍ଟାମୁଣ୍ଡାଇ: କାଳ ହେଲା ନଦୀ ଭିତରେ ପଶି ଟିକ୍ଟକ୍ କରିବା। ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏହି ଅଘଟଣ ଘଟିଛି। ମୃତ ଯୁବକଙ୍କ ନାଁ ସେଖ୍ ସଚିଉଦ୍ଦିନ୍(୨୨)। ସୂଚନା ଅନୁଯାୟୀ, ରଜ ଉପଲକ୍ଷେ ଗତକାଲି ବ୍ରାହ୍ମଣୀ ନଦୀ ନାହିଆଡିଆ କୂଳକୁ ସେଖ୍ ସଚିଉଦ୍ଦିନ୍ ତାଙ୍କର ୩ ଜଣ ସାଙ୍ଗ ସହ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ସେମାନେ ନଦୀ ଭିତରେ ପଶି ଟିକ୍ଟକ୍ ଭିଡିଓ ଶୁଟିଂ କରୁଥିଲେ। ତେବେ ଅସାବଧାନତା ଯୋଗୁ […]
ମୁମ୍ବାଇ: ଏମିତି ଲାଗୁଛି ସତେ ଯେମିତି, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ସାରା ଦେଶ ପୁରା ନୀରବି ଯାଇଛି। ହଠାତ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଖୁବ କମ ଦିନ ଭିତରେ ଅଭିନୟ ଯାଦୁରେ ସେ ଦର୍ଶକଙ୍କ ମନ ଜିତି ପାରିଥିଲେ। ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ମାସ ହେବ […]
ସନା:ୟମନର ଦକ୍ଷିଣି ସହର ଅଦନ ଏୟାରପୋର୍ଟ (Aden Airport)ରେ ବୁଧବାର ବିଳମ୍ବିତ ରାତିରେ ବଡଧରଣର ବିସ୍ଫୋରଣ ଘଟିଛି। ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୬୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ନବଗଠିତ କ୍ୟାବିନେଟର ସଦସ୍ୟଙ୍କୁ ନେଇ ଆସୁଥିବା ଏକ ବିମାନ ଏଠାରେ ଓହ୍ଲାଇବାର କିଛି ସମୟ ପରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି […]
ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍ବିଦା କହି ଚାଲିଯାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଳାକାର। ପ୍ରଥମେ ଇର୍ଫାନ, ପରେ ଋଶି କପୁର, ସଚିନ କୁମାର,ସାଇ ଗୁଣ୍ଡେରା, ଗୀତିକାର ଯୋଗେଶ୍ ଗୌର, ୱାଜିଦ୍ ଖାନ୍, ରବି ଚୋପ୍ରା(ରତନ)ଙ୍କ ଦେହାନ୍ତ ବଲିଉଡ୍ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ପୁଣି ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ […]
ଜୟପୁର: ବିବାହ ପରେ ସ୍ୱାମୀଙ୍କ ସହ ଶାଶୁ ଘର ଯାଉଥିବାବେଳେ, ହଠାତ୍ ଗାଡ଼ିରୁ ଓହ୍ଲାଇ କେହି କିଛି ବୁଝିବା ଆଗରୁ ଜଣେ ନବବଧୂ ଏକ ଚରମ ପଦକ୍ଷେପ ନେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦୁଃଖ ମଧ୍ୟ ଆଣି ଦେଇଛି। ଶାଶୁ ଘରକୁ ଯିବା ବାଟରେ ନବବଧୂ ଜଣକ ବାହାନା ଦେଖାଇ ଗାଡ଼ିରୁ ଓହ୍ଲାଇଥିଲେ ଓ ଏହାପରେ ନଦୀକୁ ଡେଇଁ ପଡ଼ିଲେ। ରାଜସ୍ଥାନର ସୱାଇ ମାଧୋପୁରରେ ଏଭଳି କିଛି ଘଟଣା ଘଟିଛି। ସୂଚନା ଅନୁସାରେ, ସୱାଇ […]
ନୂଆଦିଲ୍ଲୀ: ବ୍ରିଟେନ୍ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନିକାର କରୋନା ଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଫାଇଜର୍ ପରେ ଦ୍ୱିତୀୟ ଭାକ୍ସିନ ଭାବେ କୋଭିସିଲ୍ଡକୁ ବ୍ରିଟେନ୍ ଅନୁମତି ଦେଇଛି। ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢୁଥିବାବେଳେ ଅକ୍ସଫୋଡ୍ ଆଷ୍ଟ୍ରାଜେନିକାକୁ ବିଧିବଦ୍ଧ ଭାବେ ଅନୁମତି ଦେଇଛନ୍ତି ବ୍ରିଟେନ୍ ସରକାର। ଫାଇଜର୍ ଭଳି କୋଭିସିଲ୍ଡକୁ ଏଣିକି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯିବ। ତେବେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଏହା ଦେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। […]
ନୂଆଦିଲ୍ଲୀ:ଦୀର୍ଘବର୍ଷ ଧରି ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଲଢିଲେ। ହେଲେ ଏବେ ଏହି ସାମାଜିକ କର୍ମୀଙ୍କୁ ମିଳିଛି ପୁରସ୍କାର। ଆଉ ସେ ପୁରସ୍କାର କ’ଣ ଜାଣନ୍ତି ? ୬ ବର୍ଷ କାରାଦଣ୍ଡ। ଏପରି ଘଟଣା ଘଟିଛି ସାଉଦି ଆରବରେ। ଏହି ମହିଳା ସାମାଜିକ କର୍ମୀଙ୍କ ନାଁ ଲୁଜୈନ ହଥଲୌଲ। ସୋମବାର ତାଙ୍କୁ କୋର୍ଟ ୫ ବର୍ଷ ୮ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଦେଶ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବା ଅଭିଯୋଗ ଆସିଛି। […]
ନୂଆଦିଲ୍ଲୀ: ଭାରତରେ ମିଳିଲା ବ୍ରିଟେନ୍ ଷ୍ଟ୍ରେନ୍। ବ୍ରିଟେନରୁ ଫେରିଥିବା ୬ ଜଣ ବ୍ୟକ୍ତିଙ୍କ ପାଖରେ ନୂଆ କରୋନା ଷ୍ଟ୍ରେନ୍ ମିଳିଥିବା ଖବର ମିଳିଛି। ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ନୂଆ ଷ୍ଟ୍ରେନ୍ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଖରେ କରୋନାର ସମସ୍ତ ଲକ୍ଷ୍ୟଣ ରହିଛି। ତେଣୁ ଏଦିଗ ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛି। ନୂଆ ଆକ୍ରାନ୍ତଙ୍କ ପରିବାରଲୋକଙ୍କ […]