ଗାଜିଆବାଦ: ଆଉ କେତେଦିନ ଥଣ୍ଡାରେ ବସିବୁ ? ସରକାର ତ ଶୁଣୁ ନାହାନ୍ତି। ତେଣୁ ଜୀବନ ହାରିବା ପାଇଁ ନିଷ୍ପତି ନେଇଛି। ହୁଏତ ଏହା ପରେ ସରକାର ତରଳିବେ। ସମସ୍ୟାର ସମାଧାନ କରିବେ…ଏମିତି କୋହଭରା ଚିଠି ଲେଖି ଝୁଲ ପଡ଼ିଛନ୍ତି ଦିଲ୍ଲୀ ସୀମାରେ ଧାରଣାରେ ବସିଥିବା ଜଣେ ଚାଷୀ। କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଚାଲିଛି। ଏତେ ଥଣ୍ଡାରେ ବି ଚାଷୀମାନେ ଏହି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବିରେ […]
ବୁଲନ୍ଦସର: ୟୁପିର ବୁଲନ୍ଦସରରେ ନୂଆବର୍ଷ ପୂର୍ବଦିନ ଜଣେ ମହିଳା ପୋଲିସ ଅଫିସର ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ସବ୍ ଇନ୍ସପେକ୍ଟରଙ୍କ ପାଖରେ ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି। ଏହି ନୋଟରେ ମହିଳା ପୋଲିସ ଅଫିସର ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାସ୍ଥଳର ଫଟୋଗ୍ରାଫି ନେଇଛି। ଫୋରେନ୍ସିକ ଟିମ ପହଞ୍ଚି ନମୂନା ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ଅନୁପସର ଥାନାର ମହିଳା ପୋଲିସ ସବ୍ […]
ନୂଆଦିଲ୍ଲୀ: ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଦେଶର ରାଜଧାନୀରେ ଆଜି ତାପମାତ୍ରା ରହିଛି ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା। ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ […]
ଭୁବନେଶ୍ୱର: ରାଜ୍ୟରେ ଗତକାଲି ତୁଳନାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ୩୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୨୪୫ କରୋନା ପଜିଟିଭ। ୨୪ ଜିଲ୍ଲାରୁ ଏହି କରୋନା ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୯ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୬ ଲୋକାଲ କେସ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ […]
ନୂଆଦିଲ୍ଲୀ: ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦। ଅନେକ ଆଶା, ସମ୍ଭାବନାକୁ ନେଇ ଆସିଛି ୨୦୨୧। ନିରାଡମ୍ବର ହେଲେ ବି ଆଗ୍ରହ ଓ ଉଚ୍ଛାହର ସହ ସମସ୍ତା ସ୍ୱାଗତ କରିଛନ୍ତି ୨୦୨୧କୁ । ହେଲେ ଆପଣ ଜାଣିଛନ୍ତି, ଏମିତି ଏକ ଦେଶ ଅଛି ଯାହା ୭ ବର୍ଷ ପଛରେ ଚାଲିଛି। ଅର୍ଥାତ୍ ଏହି ଦେଶରେ ଏବେ ବି ୨୦୧୪ ଚାଲିଛି। ଆଫ୍ରିକାର ଇଥିଓପିୟା କ୍ୟାଲେଣ୍ଡର ପୃଥିବୀର ଅନ୍ୟ କ୍ୟାଲଣ୍ଡରଠାରୁ ୭ ରୁ ୮ ବର୍ଷ ପଛରେ ଚାଲିଛି। […]
ନୂଆଦିଲ୍ଲୀ: ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ପୂର୍ବ ଲଦାଖ ସୀମା ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ଗତ ୬ ତାରିଖରେ କମାଣ୍ଡର ସ୍ତରରେ ବୈଠକ ହୋଇଥିଲା। ଏଥିରେ ଉତ୍ତେଜନା ହ୍ରାସ ନେଇ ଏକ ପ୍ରକାର ସହମତି ହୋଇଥିଲା। ଶୀର୍ଷ ସ୍ତରରେ […]
ଥିରୁଅନନ୍ତପୁମ୍: କରୋନା ଭାଇରସର ଭୟ ଦୂର ହୋଇ ନାହିଁ, ପୁଣି କେରଳରେ ଦେଖା ଦେଇଛି ଶିଗେଲା ପରି ସଂକମଣ ରୋଗ। ରାଜ୍ୟର ଏର୍ଣ୍ଣାକୁଲାର ଅଞ୍ଚଳରେ ଏହି ରୋଗର ଏକ ନମୂନା ଦେଖିବାକୁ ମିଳିଛି। ବୁଧବାର ଜଣେ ୫୬ ବର୍ଷର ମହିଳାଙ୍କ ଶରୀରରେ ଏହି଼ ରୋଗ ଠାବ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଏଠାରେ ଭୟର ବାତାବରଣ ଦେଖା ଦେଇଛି। ମହିଳା ଜଣକ ଜ୍ୱରରେ ପୀଡିତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠି କହି ରଖିବୁ, […]
ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରସଙ୍ଗରେ ଅଧିକ ସମୟ ଲୋଡ଼ିଲେ ଏକ୍ସପର୍ଟ କମିଟି । ଏ ନେଇ Central Drugs Standard Control Organisation ର ସବ୍ଜେକ୍ଟ ଏକ୍ସପର୍ଟ କମିଟି ବୈଠକ ବସିଥିଲା। ତେବେ କମିଟି ଏହି ୨ ଟିକାର ନିର୍ମାତା କଂପାନୀ ସିରମ୍ ଇନ୍ଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ତଥ୍ୟର ଅନୁଧ୍ୟାନ ପାଇଁ ଅଧିକ ସମୟ ଲୋଡ଼ିଥିବା ସୂଚନା ମିଳିଛି। ଆସନ୍ତାକାଲି ଅର୍ଥାତ୍ […]
ପଟ୍ଟାମୁଣ୍ଡାଇ: କାଳ ହେଲା ନଦୀ ଭିତରେ ପଶି ଟିକ୍ଟକ୍ କରିବା। ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏହି ଅଘଟଣ ଘଟିଛି। ମୃତ ଯୁବକଙ୍କ ନାଁ ସେଖ୍ ସଚିଉଦ୍ଦିନ୍(୨୨)। ସୂଚନା ଅନୁଯାୟୀ, ରଜ ଉପଲକ୍ଷେ ଗତକାଲି ବ୍ରାହ୍ମଣୀ ନଦୀ ନାହିଆଡିଆ କୂଳକୁ ସେଖ୍ ସଚିଉଦ୍ଦିନ୍ ତାଙ୍କର ୩ ଜଣ ସାଙ୍ଗ ସହ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ସେମାନେ ନଦୀ ଭିତରେ ପଶି ଟିକ୍ଟକ୍ ଭିଡିଓ ଶୁଟିଂ କରୁଥିଲେ। ତେବେ ଅସାବଧାନତା ଯୋଗୁ […]
ମୁମ୍ବାଇ: ଏମିତି ଲାଗୁଛି ସତେ ଯେମିତି, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ସାରା ଦେଶ ପୁରା ନୀରବି ଯାଇଛି। ହଠାତ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଖୁବ କମ ଦିନ ଭିତରେ ଅଭିନୟ ଯାଦୁରେ ସେ ଦର୍ଶକଙ୍କ ମନ ଜିତି ପାରିଥିଲେ। ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ମାସ ହେବ […]
ସନା:ୟମନର ଦକ୍ଷିଣି ସହର ଅଦନ ଏୟାରପୋର୍ଟ (Aden Airport)ରେ ବୁଧବାର ବିଳମ୍ବିତ ରାତିରେ ବଡଧରଣର ବିସ୍ଫୋରଣ ଘଟିଛି। ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୬୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ନବଗଠିତ କ୍ୟାବିନେଟର ସଦସ୍ୟଙ୍କୁ ନେଇ ଆସୁଥିବା ଏକ ବିମାନ ଏଠାରେ ଓହ୍ଲାଇବାର କିଛି ସମୟ ପରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି […]