ଅମୃତସର : ଅମୃତସର ଟ୍ରେନ୍ ଦୁର୍ଘଟଣାରେ ଜୀବନ ହାରିଥିବା ବ୍ୟକ୍ତିଙ୍କ ଅାତ୍ମାର ସଦଗତି ପାଇଁ ଚଣ୍ଡିଗଡ଼ରେ କ୍ୟାଣ୍ଡେଲ ଶୋଭାଯାତ୍ରା। ସ୍ଥାନୀୟ କଳାକାର ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ବେଶରେ ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରାର ଅାୟୋଜନ କରିଥିଲେ। ସେମାନଙ୍କ ସହ ସ୍ଥାନୀୟ ଯୁବକ ଓ ସମାଜସେବୀ ସାମିଲ ହୋଇଥିଲେ। ଉଲ୍ଲେଖନୀୟ ଯେ , ଗତକାଲି ଅମୃତସର ଚୌରା ବଜାର ନିକଟରେ ରାବଣପୋଡ଼ି ଚାଲିଥିବାବେଳେ ଘଟିଥିଲା ଏହି ଭୟଙ୍କର ଘଟଣା।ରେଳ ଧାରଣାରୁ ମାତ୍ର ଶହେ ମିଟର ଦୂରରେ ରାବଣପୋଡ଼ି […]
ଶ୍ରୀନଗର: ୨୪ଘଣ୍ଟା ନ ପୂରୁଣୁ ଜମ୍ମୁ ଓ କଶ୍ମୀରର ପୁଲୱାମାରେ ପୁଣି ଏକ ଏନ୍କାଉଣ୍ଟର ହୋଇଛି। ଦକ୍ଷିଣ କଶ୍ମୀରର ପୁଲୱାମା ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ। ପାଲଟା ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀର ପରିଚୟ ମିଳିପାରିନାହିଁ। ଖବର ଲେଖାଯିବା ସୁଦ୍ଧା ଅପରେସନ୍ ଜାରି ରହିଛି। ଗତକାଲି ପୁଲୱାମାର ବାନ୍ଦିପୋରା […]
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ନାବାଳିକା ଅପହରଣ ଅଭିଯୋଗ। ମଧ୍ୟ ପ୍ରଦେଶ ଯିବାକୁ ନିଜ ଅାଈ ସହ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ୧୦ବର୍ଷିୟ ନାବାଳିକା ପି. ଲକ୍ଷ୍ମୀ ଚିପ୍ସ କିଣିବାକୁ ଯାଇ ଅାଉ ଫେରିନଥିଲେ । ଜଣେ ସଂଦିଗ୍ଧ ଯୁବକ ନାବାଳିକାକୁ ଅପହରଣ କରି ନେଇଥିବା ଜିଅାରପି ଥାନାରେ ଅଭିଯୋଗ କରିଛନ୍ତି ଅାଈ। ଅଭିଯୋଗ ଅାଧାରରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। […]
ନୂଆଦିଲ୍ଲୀ: ଆଜିଠୁ କେବଲ୍ ଓ ଡିଟିଏଚ୍ ସଂପର୍କିତ ଟ୍ରାଇର ନୂଆ ଟାରିଫ୍ ଲାଗୁ ହେବ। ଉପଭୋକ୍ତା ଯେଉଁ ଚ୍ୟାନେଲ୍ ଦେଖିବେ, କେବଳ ତା ପାଇଁ ପଇସା ଦେବେ। ଦର୍ଶକମାନେ ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ଚ୍ୟାନେଲକୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିପାରିବେ। ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି ଫ୍ରି ଟୁ ଏୟାର ଚ୍ୟାନେଲ ଦେଖିହେବ। ପେ-ଚ୍ୟାନେଲ୍ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଯେଉଁ ଚ୍ୟାନେଲ ଦେଖିବାକୁ ଚାହିଁବେ, କେବଳ ସେଇ […]
ବିକାନିର :ଆଜି ରାଜସ୍ଥାନ ବିକାନିର ସେନାର ଶସ୍ତ୍ରପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। ପ୍ରତିବର୍ଷ ଦଶହରା ଅବସରରେ ସେନା ପକ୍ଷରୁ ଶସ୍ତ୍ର ପୂଜା କରାଯାଇଥାଏ। ପ୍ରଥମ ଥର ବିକାନିର ଗସ୍ତରେ ଆସିଥିବା ରାଜନାଥ ବିଏସ୍ଏଫ୍ ଜବାନଙ୍କୁ ବେଶ ପ୍ରଶଂସା କରିଥିଲେ। କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଦେଉଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ […]
ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର। ବାରମୁଲ୍ଲା ଜିଲ୍ଳାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନିଜଣ ଅାତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ଠାରୁ ୪ଟି ଏକେ ୪୭ ରାଇଫଲ ଜବତ କରାଯାଇଛି। ଏଥିସହ ଏକ ବଡ ଧରଣର ଅାତଙ୍କବାଦୀ ଅାକ୍ରମଣକୁ ପଣ୍ଡ କରି ଦିଅାଯାଇଛି। ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀମାନେ ପୁରା ଏରିଅାକୁ କର୍ଡନ କରି ସର୍ଚ୍ଚ ଅପରେସନ ଅାରମ୍ଭ କରିଥିଲେ। ଏବେ ବି ଘଟଣାସ୍ଥଳରେ ଅପରେସନ ଜାରି ରହିଛି।
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସେନାର ଅପରେସନ ଅଲ୍ ଆଉଟ୍କୁ ଆଜି ଆଉ ଏକ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ରିଞ୍ଜିପୋରା ଅଞ୍ଚଳରେ ଆଜି ସୁରକ୍ଷାବଳ ଓ ସଶସ୍ତ୍ର ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିମାଡ଼ ହେବା ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ଏହି ଏନ୍କାଉଣ୍ଟରରେ ସେନା ପକ୍ଷରୁ ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ସେନା ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀର ପରିଚୟ […]
କେରଳ : ସବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ଅାଜି ବି ବିରୋଧ ଜାରି ରହିଛି। ଦୁଇଜଣ ମହିଳା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। କିନ୍ତୁ ସେମାନଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଶ୍ରଦ୍ଧାଳୁ ଓ ପୁରୋହିତ ମାନେ ଗସ୍ତକୁ ବିରୋଧ କରିଥିଲେ। ସାମ୍ବାଦିକ କବିଥା ଜାକାଲ ଓ ସମାଜସେବୀ ରେହେନା ଫତିମା ଅାଜି ସକାଳୁ ସବରିମାଲା ଅଭିମୁଖେ ଯାତ୍ରା ଅାରମ୍ଭ କରିଥିଲେ। ଚାଲି ଚାଲି ସେମାନେ ପ୍ରାୟ ୫କିଲୋମିଟର ରାସ୍ତା […]
ନୂଆଦିଲ୍ଲୀ: ମେଘାଳୟ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଗଲା ଓଡ଼ିଶା ଅଗ୍ନିଶମ ବାହିନୀର ଏକ ଟିମ୍ ମେଘାଳୟ ଯାଇଛି। ଆଜି ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍ ଭାରତୀୟ ବାୟୁସେନାର C 130J ଟ୍ରାନ୍ସପୋର୍ଟ ବିମାନରେ ମେଘାଳୟ ଯାଉଛନ୍ତି। ସାଥିରେ ହାଇ ପାଓ୍ୱାର୍ ପମ୍ପ ଓ ଅନ୍ୟ ଉପକରଣ ମଧ୍ୟ ନିଆଯାଉଛି। ଖଣିରେ ରହି ଯାଇଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ଏହି ଟିମ୍ ସାହାଯ୍ୟ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୩ଟି ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ ଏ ସଂପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏବଂ ସବୁ ରାଜ୍ୟ ସରକାରଙ୍କୁ ଏହାକୁ ଲାଗୁ କରିବା ପାଇଁ କୁହାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସାମଗ୍ରିକ ଭାବେ ଦର ବୃଦ୍ଧି ହେଉଥିବାରୁ ଏହି ସବୁ ସାମଗ୍ରୀର ଏମ୍ଏସ୍ପିP ବୃଦ୍ଧି କରିବାକୁ ସରକାର ବହୁ ଦିନରୁ ବିଚାର କରୁଥିଲେ। ତେନ୍ତୁଳି, ମହୁ, କରଂଜ […]