ପ୍ରତିକ୍ରିୟାରେ ସେ କହିଛନ୍ତି, ମୋ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ଯାହା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ଯେତେବେଳେ ମୁଁ ଜଣେ ସାଂସଦ ଥିଲି, ସେବେ ମୁଁ ଏ ଝିଅମାନଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲି। ଆଜି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାସହ ଶିବାରାଜ କହିଛନ୍ତି, ଜଣେ ପିତାର କର୍ତ୍ତବ୍ୟ ପୂର୍ଣ୍ଣ କରିଥିବାରୁ ମୁଁ ଖୁସି ଏବଂ ଏ ଭାବନାକୁ ଶବ୍ଦରେ ବାଖ୍ୟା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶିବରାଜ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଞ୍ଚଲ୍ୟକର କଥା ହେଉଛି ଯେ, ସେନାର ଜଣେ ନାୟକ କନେଷ୍ଟବଲ ପରମଜୀତ ଏହି ହବିବୁର ରେହମାନଙ୍କୁ ଭାରତୀୟ ସେନାର ତଥ୍ୟ ଦେଉଥିଲେ ବୋଲି ଖୁଲାସା ହୋଇଛି
ଜୟପୁର: ତୃତୀୟ ଥର ପାଇଁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ୍ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ଭାବେ ସଚିନ୍ ପାଇଲଟ୍ ଶପଥ ନେଇଛନ୍ତି। ରାଜ୍ୟପାଳ କଲ୍ୟାଣ ସିଂହ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଆଜି ଜୟପୁର ଆଲ୍ବର୍ଟ ପ୍ୟାଲେସ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ […]