• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha Weather News
ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୯ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ ହୋଇପାରେ। ଏହାର ପ୍ରଭାବରେ ଝଡ଼ ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଝଡ଼ ତୋଫାନ, ବର୍ଷା ସହ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା ହେବାର […]

କାଳ ହେଲା ନାଳ, ଛାତିରେ ପଶିଗଲା ଲୁହା ରଡ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ଜଣେ ଯୁବକ ଏକ ନିର୍ମାଣାଧୀନ ନାଳରେ ଖସି ପଡ଼ିଥିଲେ। ଫଳରେ ନାଳରେ ଲାଗିଥିବା ଲୁହା ରଡ଼ ଯୁବକଙ୍କ ଛାତିରେ ପଶି ଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଲାଞ୍ଜିପଲ୍ଲୀ ତୋଟାସାହିର ପୂର୍ଣ୍ଣଚନ୍ଦ୍ର ରାୟ। ଆଜି ସକାଳେ ସେ ନିର୍ମାଣାଧୀନ ନାଳ‌ରେ ପଡ଼ିଥିବା ସ୍ଥାନୀୟ […]

  • Monday, 05 July 2021
ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଥିବା ୬ଟି ଥାନାର ପରିସୀମା ଭଙ୍ଗାଯାଇ ଦୁଇ ଭାଗ କରାଯିବ। ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା ଦୁଇ ଭାଗ ହେବ। ସେହିପରି ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ବି ଦୁଇ ଭାଗ ହେବ। ଓଡ଼ିଶା ପୋଲିସର ୯୦୫ ପଦବୀର rationalisationକୁ ବି ମଞ୍ଜୁରୀ ମିଳିଛି।

  • Monday, 05 July 2021
coro
ଏସ୍‌ପିଙ୍କ ସଂସ୍ପର୍ଶରେ ଆସିବା ପରେ ଜିଲ୍ଲାପାଳଙ୍କର ହେଲା କରୋନା ଟେଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ସନତ୍‌ ମହାନ୍ତିଙ୍କର କରୋନା ଟେଷ୍ଟ କରାଯାଇଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହେବାପରେ ନୂଆ କରି ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କ କୋଭିଡ ଟେଷ୍ଟ କରାଯାଇଛି। ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସପି ସ୍ୱାଇଁ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସିଧାସଳଖ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଜିଲ୍ଲାପାଳଙ୍କ କରୋନା ଟେଷ୍ଟ କରାଯାଇଛି। ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସ୍‌ର ଅନ୍ୟାନ୍ୟ କର୍ମଚାରୀଙ୍କର ମଧ୍ୟ କୋଭିଡ ଚେଷ୍ଟ କରାଯାଇଛି। […]

  • Monday, 05 July 2021
santosh-saluja
'କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର'

ଭୁବନେଶ୍ୱର: କରୋନା ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଅଫିସରମାନେ ଲୋକସେବା ଭବନ ଯାଉନାହାନ୍ତି। ଜଣେ ଦୁଇଜଣ ପ୍ରମୁଖ ଶାସନ ସଚିବଙ୍କୁ ଛାଡ଼ି ଲୋକସେବା ଭବନରେ କାହାରି ଦେଖା ନାହିଁ। ସବୁ ବିଭାଗରେ ପିଅନ ବୁଲୁଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି। ରାଜ୍ୟରେ କରୋନା ଦୁର୍ନୀତି ଚାଲିଥିବା କହିଛନ୍ତି ସାଲୁଜା। ସରକାର କରୋନା ତଥ୍ୟ ଲୁଚାଉଛନ୍ତି। ଏହିଭଳି […]

  • Monday, 05 July 2021
ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ। ଏ ନେଇ ଆଜି ସୂଚନା ଦେଇଛନ୍ତି  ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି, ଦୁଇ ଦିନ ତଳେ ଏନେଇ ବାଚସ୍ପତିଙ୍କ ସହ ଆଲୋଚନା ହୋଇଥିଲା। ଖୁବ୍‌ ଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି ସେ କହିଛନ୍ତି

  • Monday, 05 July 2021
jaya-narayan-mishra
ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଆସନ୍ତା ୨୩ ତାରିଖରେ ନୂଆଁଖାଇ ପଡୁଛି। ସମ୍ବଲପୁରରେ ୨୨ ଓ ୨୩ ତାରିଖରେ ସଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହାର ପ୍ରଭାବ ପଡ଼ିବ ନୂଆଖାଇରେ ପର୍ବ ପାଳନ ସହିତ କିଣାବିକା ଓ ଯାଆସ ପ୍ରଭାବିତ ହେବାର ଆଶଙ୍କା ଅଛି। ତେଣୁ ସଟ୍‌ଡାଉନ୍ ସମୟରେ ପରିବର୍ତ୍ତନ କରି ଦୁଇ ଦିନ ପୂର୍ବରୁ […]

  • Monday, 05 July 2021
coronavius
ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ଖୋର୍ଦ୍ଧା: କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା। ଆଜି ରାଜ୍ୟରେ ୧୮ ଶହ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଗଞ୍ଜାମକୁ ଟପିଯାଇଛି ଖୋର୍ଦ୍ଧା ଜିଲ୍ଲା। ଆଜି ଗଞ୍ଜାମରୁ ୨୭୯ ପଜିଟିଭ୍ ବାହାରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୧୨୪ ପଜିଟିଭ୍ ବାହାରିଛି ଥିବା ବେଳେ ରାୟଗଡ଼ାରୁ ୧୫୨, ସୁନ୍ଦରଗଡ଼ରୁ ୧୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆଜି ରାଜ୍ୟରେ […]

  • Monday, 05 July 2021
adibasi family
ଜଙ୍ଗଲ ଭିତରେ ଆଦିବାସୀଙ୍କୁ ପିଟିଲେ, ୪୦ ପରିବାରକୁ ବେଘର କରିଲେ

ଜଙ୍ଗଲ ଭିତରେ ଆତଙ୍କରାଜ ୪୦ ପରିବାରକୁ ପିଟିଲେ, ଘର ଭାଙ୍ଗି ଦେଇଦେଲେ ଜଙ୍ଗଲରେ ମକା ଚାଷକୁ ବିରୋଧ କରି ଗଣ୍ଡଗୋଳ ସାହାଜଖୋଲ ଜଙ୍ଗଲରେ ରହୁଥିବା ୪୦ ପରିବାରକୁ ଆକ୍ରମଣ ଉମରକୋଟ/ଧର୍ମଗଡ: ଗୋଟଏ ପଟେ ଜୀବିକା ଆଉ ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା।…

  • Monday, 05 July 2021
lokayukta
ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର: ପିପିଇ ଓ ମାସ୍କ କିଣାର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ଶୁଣାଣି ଘୁଞ୍ଚିଛି। କାରଣ ସେତେବେଳେ ପ୍ରୋକ୍ୟୁରମେଣ୍ଟ କମିଟିର ଅଧ୍ୟକ୍ଷ ଥିବା ଆଇଏଏସ୍ ହେମନ୍ତ ଶର୍ମା ଆଜି ଲୋକାୟୁକ୍ତଙ୍କ ନିକଟରେ ନିଜେ ହାଜର ହେଲେ ନାହିଁ କି ନିଜ ପକ୍ଷ ରଖିଲେ ନାହିଁ। ଯେଉଁଥିପାଇଁ ଆଜି ଶୁଣାଣି ହୋଇପାରିଲା ନାହିଁ। ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ପକ୍ଷଭୁକ୍ତଙ୍କୁ ନୋଟିସ କରିଛନ୍ତି ଲୋକାୟୁକ୍ତ। ତେବେ ଏହାକୁ ନେଇ ଲୋକାୟୁକ୍ତ ଅସନ୍ତୋଷ ପ୍ରକାଶ […]

  • Monday, 05 July 2021
earthquake-8
ଭୂକମ୍ପରେ ଥରିଲା ୨ ଜିଲ୍ଲା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି।ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି ଓ ଗଜପତି ଜିଲ୍ଲାର ମୋହନା, ଅଡ଼ବା, ଆର୍. ଉଦୟଗିରିରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସକାଳ ୭ଟା ୧୦ରେ ପ୍ରାୟ ୩ରୁ ୪ ସେକେଣ୍ଡ ଯାଏ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିବା […]

social-media
ଓଟିଭି ସୋସିଆଲ୍ ମିଡିଆ ଖବରକୁ ନେଇ ବିଏମ୍‌ସିର ପ୍ରତିକ୍ରିୟା

ଭୁବନେଶ୍ୱର: ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛି। କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ଏହି ପ୍ରେସ୍‌ ରିଲିଜରେ ଅଭିଯୋଗ କରି ବିଏମ୍ସି ସୋ-କଜ୍ ନୋଟିସ ଜାରି କରିଛି। ଏଥିସହ ପୋଲିସରେ ଅଭିଯୋଗ କରିଥିବା ଉଲ୍ଲେଖ କରିଛି। ତେବେ ଏହି ପ୍ରସଙ୍ଗରେ ଓଟିଭି ସ୍ପଷ୍ଟ କରିବାକୁ ଚାହେଁ ଯେ, ଅଗଷ୍ଟ ୬ ତାରିଖରେ ଓଟିଭିର ସୋସିଆଲ୍ […]

  • Monday, 05 July 2021
‘ଜବତ ଗାଡ଼ିକୁ ଖରା, ବର୍ଷାରେ ପକାଇ ନଷ୍ଟ କରନି’

କଟକ: ଅପରାଧିକ ମାମଲାରେ ଜବତ ହେଉଥିବା ଯାନବାହାନର ସୁରକ୍ଷା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଦୀର୍ଘଦିନ ଧରି ଖରା,ବର୍ଷାରେ ଗାଡ଼ି ଗୁଡ଼ିକୁ ନ ପକାଇ ଆବଶ୍ୟକ ପଦକ୍ଷେପ ପରେ ଗାଡ଼ି ଗୁଡ଼ିକୁ ମାଲିକଙ୍କ ଜିମା ଦେବାରେ କୌଣସି ଅସୁବିଧା ନାହିଁ ବୋଲି କୋର୍ଟ କହିଛନ୍ତି। ଅବକାରୀ ବିଭାଗ ଦ୍ୱାରା ଜବତ ଏକ ଗାଡ଼ି ଫେରାଇବା ପାଇବା ପ୍ରସଙ୍ଗକୁ ନେଇ ମାଲିକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି […]

  • Monday, 05 July 2021
odisha
ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ, ସମସ୍ୟା ଦେଖାଇବାରୁ OTV ଉପରେ ରାଗ ?

ଭୁବନେଶ୍ୱର: କରୋନା ସମ୍ପର୍କିତ ବିଭ୍ରାନ୍ତିକର ଖବର ପ୍ରସାରଣର ମିଥ୍ୟା ଅଭିଯୋଗ ଆଣି ଗଣମାଧ୍ୟମର କଣ୍ଠରୋଧ ପ୍ରୟାସ। ଯେଉଁ ସମୟରେ କରୋନା ସଂକ୍ରମଣ କିପରି ଅଧିକ ନ ବ୍ୟାପିବ ତା’ଉପରେ ଫୋକସ୍ ରଖିବା ଜରୁରୀ, ସେଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସମସ୍ୟା ସାମ୍ନାକୁ ଆଣୁଥିବା OTV ଭଳି ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମର ସ୍ୱର ଦବାଇ ଦେବାକୁ ହୀନ ଉଦ୍ୟମ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଓ କମିଶନରେଟ୍ ପୋଲିସ୍। ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରିତ ଦୁଇଟି […]

  • Monday, 05 July 2021
କେବେ ସରିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାମ ? ୩ ଦଶନ୍ଧିରୁ ଅଧିକ ହେଲାଣି, ସରିପାରୁନି କାମ

ବିସ୍ଥାପନ ସମସ୍ୟା ଯୋଗୁଁ ଅଧାରେ ଅଟକିଛି କାମ ଅଧିକ ସହାୟତା ପାଇଁ ବିସ୍ଥାପିତଙ୍କ ଦାବି ଟେଣ୍ଡର ସରିଛି, ଶୀଘ୍ର କାମ ଆରମ୍ଭ ହେବ: ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ   ଗଜପତି(ମିହିର ଜତି) : ଅଧାରେ ଅଟକିଛି ଜଳସେଚନ ପ୍ରକଳ୍ପ କାମ ।…

  • Monday, 05 July 2021
1111
‘ଗଣମାଧ୍ୟମକୁ ନାଲିଆଖି ଗଣତନ୍ତ୍ର ପାଇଁ ହିତକର ନୁହେଁ’

ଭୁବନେଶ୍ୱର: କରୋନା ସମ୍ପର୍କିତ ବିଭ୍ରାନ୍ତିକର ଖବର ପ୍ରସାରଣର ମିଥ୍ୟା ଅଭିଯୋଗ ଆଣି ଓଟିଭି ପରି ଏକ ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ବିଏମସି ଓ କମିଶନରେଟ୍ ପୋଲିସ୍ ଯେଉଁ ପ୍ରୟାସ କରୁଛନ୍ତି ତାହାକୁ ବିଭିନ୍ନ ମହଲରେ ନିନ୍ଦା କରଯାଇଛି। ବିଜେପି ସା. ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାର ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ରାଜ୍ୟ ସରକାର ସକାରାତ୍ମକ ସମାଲୋଚନାକୁ ସ୍ୱୀକାର କରନ୍ତୁ। ଗଣମାଧ୍ୟମକୁ ନାଲିଆଖି ଗଣତନ୍ତ୍ର ପାଇଁ ହିତକର ନୁହେଁ। ଗଣମାଧ୍ୟମକୁ ଏପରି ବ୍ୟବହାରରୁ […]

  • Monday, 05 July 2021
bhanga
ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ଼

ବଲାଙ୍ଗିର: କୋଭିଡ୍ କେୟାର ଆଇସୋଲେସନ କେନ୍ଦ୍ରରେ ତୁମୁଳକାଣ୍ଡ। ଯୁବକଙ୍କ ମୃତ୍ୟୁକୁ ନେଇ ଆଇସୋଲେସନ କେନ୍ଦ୍ରରେ ଭଙ୍ଗାରୁଜା ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ଭୀମଭୋଇ ମେଡିକାଲ କଲେଜରେ। ଆଜି ଆଇସୋଲେସନ ସେଣ୍ଟରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲେ। ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ପ୍ରତିବାଦ କରି ରୋଗୀଙ୍କ ସମ୍ପର୍କୀୟ ଭୀମଭୋଇ ମେଡିକାଲ କଲେଜ ଆଇସୋଲେସନ ସେଣ୍ଟରରେ ଭଙ୍ଗାରୁଜା କରିଥିଲେ। ଲୋକଙ୍କ ମାଡ଼ରେ ଜଣେ ଡାକ୍ତର ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ […]

  • Monday, 05 July 2021
heavy-rain
୧୦ ଜିଲ୍ଲାରେ ୫ ଦିନ ଯାଏ ପ୍ରବଳ ବର୍ଷା !

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ୧୦ ଜିଲ୍ଲାକୁ ଆଲର୍ଟ। କାଲିଠୁ ୫ ଦିନ ଯାଏ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ କାଲିଠୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଲି ପାଇଁ ୧୦ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ମୟୂରଭଂଜ, କଳାହାଣ୍ଡି, […]

  • Monday, 05 July 2021
cure
ସୁସ୍ଥ ହେଲେ ୧୫୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟର ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୦,୨୪୧କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମରୁ ୫୬୦, ଖୋର୍ଦ୍ଧାରୁ ୨୦୩, କୋରାପୁଟରୁ ୧୪୩, ଗଜପତିରୁ ୭୫, ନୟାଗଡ଼ରୁ ୬୨, ସୁନ୍ଦରଗଡ଼ରୁ ୫୯ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ-୪୧, କଟକ-୩୭, କଳାହାଣ୍ଡି ଓ ରାୟଗଡ଼ାରୁ ୩୬, ଯାଜପୁରରୁ ୩୪, ବାଲେଶ୍ୱରରୁ ୩୩, ପୁରୀରୁ ୩୨, ସମ୍ବଲପୁରରୁ ୩୧ ସୁସ୍ଥ […]

  • Monday, 05 July 2021
record
ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ମନା

କଟକ: ଚଳିତବର୍ଷ କଟକ ସହରରେ ନିରାଡମ୍ବର ହେବ ଦୁର୍ଗା ପୂଜା। ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା। ନିଷ୍ପତ୍ତି ନେଇ ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ। କଟକରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆଜି ପୂଜା କମିଟି ସହ ପ୍ରଶାସନର ବୈଠକ ବସିଥିଲା। ବୈଠକ ପରେ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ଯେ ମାଆଙ୍କ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି […]

  • Monday, 05 July 2021
ud
ଏଇ ଛୋଟ ସହରରେ ପୂରା ହୁଏ ବଡ଼ ସ୍ୱପ୍ନ: IAS, IPS ସିଟି କଣ୍ଟାବାଞ୍ଜି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହର ସିନା ଛୋଟ, କିନ୍ତୁ ବଡ଼ ବଡ଼ ସ୍ୱପ୍ନ ସବୁ ଏଠି ବାସ୍ତବତାର ରୂପ ନିଏ। ହୁଏତ ଏହି ସହରକୁ କିଏ ଦାଦନ ଚାଲାଣର ପେଣ୍ଠସ୍ଥଳୀ କୁହନ୍ତି, ଆଉ କିଏ କୁହନ୍ତି ପଛୁଆ ଅଞ୍ଚଳ। ହେଲେ ଏସବୁକୁ ପଛରେ ପକାଇ ଏହି ପଛୁଆ ସହରର ଯୁବପିଢ଼ି ଏବେ ବେଶ୍ ଆଗରେ ଗଲା ୧୦ ବର୍ଷ ମଧ୍ୟରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ପାଞ୍ଚ ପାଞ୍ଚ ଜଣ ସଫଳତା ପାଇ ରାଜ୍ୟ ପାଇଁ ଗୌରବ […]

  • Monday, 05 July 2021
corona-update
ରାଜ୍ୟରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ : ଆଜି ସର୍ବାଧିକ ୫୨ ଆକ୍ରାନ୍ତଙ୍କ ଜୀବନ ଗଲା

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୫ ଲେଖାଏଁ ମୃତ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ଭୁବନେଶ୍ୱର :  ଭୟ ବଢ଼ାଉଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ରେକର୍ଡ…

  • Monday, 05 July 2021
କରିଥିଲେ ପୂରା ପ୍ଲାନିଂ, ହେଲେ ଫସର ଫାଟିଗଲା

ଭୁବନେଶ୍ୱର: ନିଜକୁ ନାବାର୍ଡ ଅଧିକାରୀ କହି ଅର୍ଥ ହଡପ ଯୋଜନା କରିଥିଲେ, ହେଲେ ସବୁ ଫସର ଫାଟିଗଲା ଓ ଧରାପଡ଼ିଗଲେ। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ଉପକଣ୍ଠ ବାଳକାଟି ଫାଣ୍ଡି ପୋଲିସ୍‌ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁ ସ୍ମିଥ୍‌ ସେଠୀ। ସୂଚନା ଅନୁସାରେ, ସ୍ମିଥ୍ ବାଳକାଟି ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ। ସେଠାରେ ସେ ନିଜକୁ ନାବାର୍ଡ ଅଧିକାରୀ କହି ଯାଞ୍ଚ କରିଥିଲେ। ହେଲେ […]

  • Monday, 05 July 2021
ସାନ ଭାଇର ଆତ୍ମହତ୍ୟା ଖବର ଶୁଣି, ବଡ଼ ଭାଇ ନେଲେ ଏମିତି ନିଷ୍ପତ୍ତି...

ଧର୍ମଗଡ଼: ସାନ ଭାଇର ଆତ୍ମହତ୍ୟା ଖବର ଶୁଣି ବଡ଼ ଭାଇର ଆତ୍ମହତ୍ୟା ଉଦ୍ୟମ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ରାଜମୋଟେର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପାରିବାରିକ କଳହକୁ ନେଇ ରାଜମୋଟେର ଗାଁର ୨ ଭାଇଙ୍କ ମଧ୍ୟରେ ଗତକାଲି ଝଗଡ଼ା ହୋଇଥିଲା। ଝଗଡ଼ା ପରେ ସାନ ଭାଇ ସାଇକେଲ୍‌ ଧରି ଘରୁ ବାହାରି ଯାଇଥିଲେ। ଏହାପରେ  ପାଖ ଗାଁ ଗଡ଼ିଆଯୋର ନିକଟରେ ବେକରେ ରଶି ଲଗାଇସେ ଆତ୍ମହତ୍ୟା କରିଥିଲେ। ସାନ ଭାଇର […]

  • Monday, 05 July 2021
ସତ ଶୁଣିବାକୁ ସରକାରଙ୍କ ପାଖରେ ସାହସ ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଓଟିଭି ବିରୋଧରେ ବିଏମ୍‌ସିର ଅଭିଯୋଗ ଏବଂ କଣ୍ଠରୋଧ ଲାଗି କମିଶନରେଟ୍ ପୋଲିସ୍‌ର ପଦକ୍ଷେପକୁ ତୀବ୍ର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସତ କହିବା ପାଇଁ, ସତ ଶୁଣିବା ପାଇଁ ଅଦମ୍ୟ ସାହସ ଦରକାର। ହେଲେ ରାଜ୍ୟ ସରକାରଙ୍କ ପାଖରେ ସେହି ସାହସ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଗଣମାଧ୍ୟମକୁ ଡରାଇ ସତ ଉପରେ ଘଣ୍ଟ ଘୋଡ଼ାଇବା ଉଚିତ୍ ନୁହେଁ। ଗଣମାଧ୍ୟମ ଯଦି କିଛି ସାମ୍ନାକୁ ଆଣୁଛି ତାହା ସ୍ୱାଗତଯୋଗ୍ୟ। […]

  • Monday, 05 July 2021