ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି। ଆଗକୁ ଆହୁରି କମିବ । କରୋନା ସ୍ଥିତି ନେଇ ସୂଚନା ଦେଇ ଏହା କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ…
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଗଜପତି, କୋରାପୁଟ, ଭଦ୍ରକ ଓ ଯାଜପୁର। ଆଜି ସକାଳ ୯ଟା ଯାଏ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ଚିତ୍ରକୋଣ୍ଡା: ନିଜ ସର୍ଭିସ୍ ରିଭଲ୍ଭର୍ରୁ ଗୁଳି ଫୁଟାଇ ଜଣେ BSF ଯବାନ ଆତ୍ମହତ୍ୟା କରିଛନ୍ତି। ମାଲକାନଗିରି ଚିତ୍ରକୋଣ୍ଡା ଥାନା ନିକଟ BSF କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ। ତାଙ୍କ ଘର ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ଚିତ୍ରକୋଣ୍ଡା ୯ ନମ୍ବର ବାଟାଲିଅନ୍ରେ ସେ କାର୍ଯ୍ୟରତ ଥିଲେ। ତେବେ କେଉଁ କାରଣରୁ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ ଅନ୍ତର୍ଗତ ରମ୍ପିଆ ଗାଁ ନିକଟ ରେଳ ଧାରଣା ପାର୍ଶ୍ୱରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବାଘଟି ଗାଁରେ ପଶି ଲୋକମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ସମସ୍ତ ଆହତ ହେମଗିରି ମେଡିକାଲ୍ରେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ଆଜି ସକାଳେ ରମ୍ପିଆ ନିକଟ ରେଳ ଧାରଣା ପାର୍ଶ୍ୱରୁ ବାଘର ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନ କର୍ମଚାରୀଙ୍କ ସହ ସୁନ୍ଦରଗଡ଼ ଡିଏଫ୍ଓ […]
ଭୁବନେଶ୍ୱର: ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍ ପାଇଁ ବନ୍ଦ ରହିବ ଟ୍ରାଫିକ୍। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍ ପର୍ଯ୍ୟନ୍ତ ସମସ୍ତ ଟ୍ରାଫିକ୍କୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି। କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଲାଗି ଏପରି ପଦକ୍ଷେପ ନିଆଯାଇଛି । ଟ୍ରାଫିକ୍ ବନ୍ଦ ନେଇ କମିଶନରେଟ୍ ପୋଲିସ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। Traffic will stop from 6PM to 6:02PM today for facilitating people to […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଖୋଲିଛି ଯୋଗକେନ୍ଦ୍ର ଏବଂ ଜିମ୍ ସେଣ୍ଟର। ମାର୍ଚ୍ଚ ମାସରେ କରୋନା ଲକ୍ଡାଉନ୍ ଆରମ୍ଭ ହେବା ପରଠୁ ସାରା ଦେଶରେ ବନ୍ଦ ଥିଲା ଯୋଗ ଓ ଜିମ୍ ସେଣ୍ଟର। ପ୍ରାୟ ୪ ମାସ ପରେ ସେସବୁ ଆଜି ଖୋଲିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି। ଉଭୟ ଯୋଗ ଶିବିର ଏବଂ ଜିମ୍ ସେଣ୍ଟରରେ ୬୫ […]
ବଲାଙ୍ଗୀର: ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ସହର ରାଧାରାଣୀପଡ଼ାରେ ଘଟିଛି ଏ ଅମାନବୀୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ନୃସଂଶ ସ୍ୱାମୀ। ପାରିବାରିକ କଳିକୁ କେନ୍ଦ୍ରକରି ଏ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ଅଭିଯୁକ୍ତ ସ୍ୱାମୀ ଟାଉନଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଡିଜିପି ଏସ୍.ଏନ୍. ତିୱାରୀଙ୍କ ପରଲୋକ ହୋଇଛି। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଏସ୍.ଏନ୍. ତିୱାରୀଙ୍କ ପରଲୋକକୁ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ନୂଆପଡ଼ା ଜିଲ୍ଲା ରାଜ୍ଖରିଆର୍ ସେ ଜନ୍ମଗ୍ରହଣ କରିଥିଲେ। ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପରେ ୧୯୬୫ ମସିହାରେ ଭାରତୀୟ ପୋଲିସ୍ ସେବାରେ ଯୋଗ ଦେଇଥିଲେ ଏସ୍.ଏନ୍. […]
ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୫ ରହିଛି। ସେଥିମଧ୍ୟରୁ ୩୨୧୭ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନାକୁ ରୋକିବା ପାଇଁ ଲକ୍ଡାଉନ୍ ଓ ସଟ୍ଡାଉନ୍ର ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ପୋଲିସ । ଏନେଇ ଭୁବନେଶ୍ୱର ପୋଲିସ ଭବନରେ ସମସ୍ତ ପୋଲିସ କର୍ମଚାରୀଙ୍କ ସେରୋଲୋଜିକାଲ […]
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆଜି ସକାଳେ ଏହି ଚଢ଼ଉ କରାଯାଇଛି। ପ୍ରଶାନ୍ତଙ୍କ ପୁରୀ ଅଫିସ, ଭଡ଼ାଘର, ଢେଙ୍କାନାଳରେ ଥିବା ଶ୍ୱଶୁର ଘର, ବାଲିଅନ୍ତା ସିସିଲୋରେ ଥିବା ନିଜ ପୈତୃକ ଘର, ଭୁବନେଶ୍ୱର ମହାଭୋଇ ନଗରରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏହି ଚଢାଉରେ ଭିଜିଲାନ୍ସର ୫ଟି ଟିମ ସାମିଲ ହୋଇଛି ।
ଭୁବନେଶ୍ୱର: ଗତକାଲି ପ୍ରକାଶିତ ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ଆଉ ଜଣେ ଓଡିଆ। ଭିଲାଇରେ ରହୁଥିବା ଏହି କୃତୀ ପରୀକ୍ଷାର୍ଥୀ ହେଉଛନ୍ତି ସିମି କରଣ। ୩୧ ରାଙ୍କ ହାସଲ କରିଥିବା ସିମି ମାତ୍ର ୨୨ ବର୍ଷ ବୟସରେ ପ୍ରଥମ ଉଦ୍ୟମରେ ହିଁ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି। ସିମି ହେଉଛନ୍ତି ଆଇଆଇଟି ମୁମ୍ବାଇର ଛାତ୍ରୀ। ୨୦୧୯ରେ ସେ ସେଠାରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ସନ୍ତୋଷପୁର […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍ଆରସି। ୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ […]
ସୁନ୍ଦରଗଡ଼: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଁଳାବାହାଲ ଗାଁରେ। ଗତ ୧ ତାରିଖ ଶନିବାର ରାତିରେ ଏହି ଘଟଣା ଘଟିଛି। ସେହି ଗାଁର ଯୁବକ ସାକ୍ଷୀଗୋପାଳ ପୋଢ଼ ରାତିରେ ଖାଈ ସାରି ଗାଁର କ୍ଲବ ଘର ବାରଣ୍ଡାରେ ଶୋଇଥିଲେ। କ୍ଲବ ଘର ସମ୍ମୁଖରେ ରହୁଥିବା କାନ୍ତ ବେଶନଙ୍କ ସହିତ ସାକ୍ଷୀଗୋପାଳଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି […]
କୋଣାର୍କ: ସଂଯୋଗକାରୀ ଟ୍ରେନ ନ ଆସିବା ଯୋଗୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ୍ କରାଯାଇଛି। ସେହିପରି ମୁମ୍ବାଇର ରେଲ୍ୱେ ଟ୍ରାକ୍ରେ ପାଣି ଜମିରହିଥିବା ଯୋଗୁ ଗତକାଲି ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ୍ କରାଯାଇଛିI ଲଗାଣ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଚୈତନପୁର ଶାସନ ନନ୍ଦିକେଶ୍ୱର ମନ୍ଦିର ପରିସରରୁ ଏକ ୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ୍ ମନ୍ଦିର ହୁଣ୍ଡି ତଳେ ଏହି ବିରାଟ ସାପଟିକୁ ଦେଖିଥିଲେ। ଏସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଓ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ ସଂରକ୍ଷିତ […]
ନୟାଗଡ଼: ଘଞ୍ଚ ଜଙ୍ଗଲ ଭିତରେ ଠାବ ହୋଇଛି ଏକ ଅଲୌକିକ ଗୁମ୍ଫା। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବଧିପାଟଣା ଗାଁ ନିକଟ ଜଙ୍ଗଲ ଭିତରେ ରହିଛି ଏହି ଗୁମ୍ଫା। ଏହି ପ୍ରାଚୀନ ଗୁମ୍ଫା ଭିତରେ ୪ ବଖରା ଘର ସହ ଏକ କୂପ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଖବର ପ୍ରଚାରିତ ହେବା ପରେ ଏହି ଗୁମ୍ଫା ନିକଟରେ ଲୋକଙ୍କ ଭିଡ଼ ଜମି ଥିଲା। ସବୁଠୁ ଆଶ୍ଚର୍ଯ୍ୟକର କଥା, ରାତି ହେଲେ ଏହି […]
କୋଣାର୍କ: କରୋନା ଭାଇରସ ଭୟ ମଣିଷକୁ ଯେତିକି ସନ୍ତ୍ରସ୍ତ କରି ଦେଇଛି ତାଠାରୁ ବେଶି ବିପର୍ଯ୍ୟସ୍ତ କରିଦେଇଛି କରୋନା ସନ୍ଦେହ । କରୋନାର ସନ୍ଦେହ ମଣିଷ ଜୀବନକୁ ଭାରାକ୍ରାନ୍ତ କରିଦେଲାଣି। ଏଥିପାଇଁ ଦୂରେଇ ଯାଉଛନ୍ତି ଆପଣାର ଲୋକ। ନିଜର ଲୋକ ସବୁ ହୋଇ ଯାଉଛନ୍ତି ସାତ ପର। କେଉଁଠି ମୃତ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବୃଦ୍ଧ ମଣିଷକୁ ମିଳୁନି ଟିକିଏ ଆଶ୍ୱସନାର ହାତ ତ କେଉଁଠି ମୃତ ଯୁବକଙ୍କ ଶବକୁ ମିଳୁନି କାନ୍ଧ। ଏମିତି ଏକ ଅଭାବନୀୟ […]
ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ହେଲେ ଏବେ ଶ୍ରୀଜିଉଙ୍କ ରଥରେ ନରବିରାଳ ଚିତ୍ରକୁ ନେଇ ଦେଖାଦେଇଛି ବିବାଦ। ରଥରେ ଏହି ଚିତ୍ରକୁ ନେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ…
ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ୍ ଟିମ୍ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ଓ ସହକର୍ମୀ ପପୁ, ବିକାଶ ଓ ପ୍ରୀତମଙ୍କୁ କ୍ରାଇମ୍ବ୍ରାଞ୍ଚ ମୁଖ୍ୟାଳୟକୁ ଡକାଯାଇ ପୁଣି ଜେରା ହୋଇପାରେ। ଜୁଲାଇ ୭ ରେ ରେଲ୍ୱେ ଟ୍ରାକ୍ରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ହେଲେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି […]
ଉମରକୋଟ: ତେଲ ନଦୀରେ ବୁଡ଼ି ୩ ଶିଶୁଙ୍କ ସଳିଳ ସମାଧି। ନବରଙ୍ଗପୁର ଉମରକୋଟ ତୋହରା କୋଟଲ ଡିହି ଗାଁରୁ ଆସିଛି ଏହି ମର୍ମନ୍ତୁଦ ଖବର। ଗାଧୋଇବାକୁ ଯାଇ ନଦୀରେ ୩ ଶିଶୁ ବୁଡ଼ିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଝିଅ ଏବଂ ଜଣେ ପୁଅ ରହିଛନ୍ତି। ମୃତ ୩ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉକ୍ତ ଗ୍ରାମର ଅମି ସାନ୍ତାଙ୍କ ୬ […]
ଭୁବନେଶ୍ୱର: ରାଜଧାନୀରେ ଲୁଟେରା ଆତଙ୍କ। ଧରାପଡିଲା ଲେଡି ଲୁଟେରା। ଆଇଆରସି ଭିଲେଜରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ମୋବାଇଲ ଚୋରି କରୁଥିବା ବେଳେ ଲେଡି ଲୁଟେରାଙ୍କୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା। ପରେ ତାକୁ ପୋଲିସରେ ଜିମା ଦେଇଛନ୍ତି। ଚୋରି କରୁଥିବା ବେଳେ ଧରାପଡିବା ପରେ ଲୋକଙ୍କୁ ଛାଡ଼ିଦେବା ଲାଗି ଲୁଟେରା ଗୁହାରୀ କରୁଥିଲା। ସେହି ଭିଜୁଆଲ ଏବେ ଭାଇରାଲ ହେଉଛି। ଗତ ଅଗଷ୍ଟ ୨ରେ ୟୁନିଟ-୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଥିଲା। ସାମ୍ବାଦିକଙ୍କ ମେନ୍ […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ରାସ୍ତା ମଝିରେ ଥିବା ପୋଲ ଉପରେ ବୋହୁଛି ଆଣ୍ଠୁଏ ଉଚ୍ଚର ପାଣି। ଫଳରେ ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ଦୁଇଦିନ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି I ଯେଉଁଥିପାଇଁ ଏହି ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି। ଏହି ରାସ୍ତାଦେଇ ଦୈନିକ ଶହଶହ ଲୋକ ଯିବାଆସିବା କରିଥାନ୍ତି। ପ୍ରତ୍ୟେକ ବର୍ଷ ଏହି ପୋଲ ଉପରେ ବର୍ଷାପାଣି ପ୍ରବାହିତ […]
ନବରଙ୍ଗପୁର: ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା। ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଭୀମା ସାହିରେ ଘଟିଛି । ମୃତ ମହିଳାଙ୍କ ନାଁ ତନୁଶ୍ରୀ ନାୟକ। ଖବର ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୫ ତାରିଖରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଖୋଲିକୁଡ଼ା ଗାଁର ଅଲବର୍ଟ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଛି। ତଥାପି ଅଗଷ୍ଟ ମାସ ଚ୍ୟାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ କହିଛନ୍ତି। ସେ କହିଛନ୍ତି,‘ ଗଞ୍ଜାମରେ ଟେଷ୍ଟିଂ ବଢ଼ୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି। ହେଲେ ଅଧିକ ସତର୍କ ରହିବା ଆବଶ୍ୟକ। ତା’ସହିତ କୋଭିଡ କଟକଣାକୁ ମାନିବା ଉଚିତ୍। ଯେଉଁମାନେ କଟକଣାକୁ ନମାନିବେ, ସେମାନଙ୍କ ନାଁରେ ଏତଲା ଦିଆଯିବ। ଅଗଷ୍ଟ ମାସରେ ପ୍ରତିଦିନ ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ଯାଏ ସଟ୍ଡାଉନ ରହିବ। […]