• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

accident--heavy
ଧକ୍କା ଦେଇ ଖସିଯାଉଥିବା‌ ଡ୍ରାଇଭର ଉପରେ ଚଢିଗଲା କାର୍‌

ଯାଜପୁର: ପ୍ରଥମେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ। ପରେ ଖସିଯାଉଥିବା ଟ୍ରକ୍‌ ଡ୍ରାଇଭର ଉପରେ ଚଢିଗଲା କାର। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ଶ୍ରୀହରୀ କଟେଜ ସମ୍ମୁଖରେ। ସୂଚନା ଅନୁସାରେ ପ୍ରଥମେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ପରେ ଟ୍ରକର ଚାଳକ ଦୌଡି ପଳାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାର ଧକ୍କାରେ ଟ୍ରକ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ମୃତ ବାଇକ […]

  • Monday, 05 July 2021
light
ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ବଜ୍ରପାତ ନେଲା ୬ ଜୀବନ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମଣ୍ଡଗାଁରେ ଆଜି ବଜ୍ରାଘାତରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଏହି ଗାଁର ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ସମ୍ପର୍କୀୟ ଭାଇ ହାତରେ ରାଖି ବାନ୍ଧି ସାରି ଏକାଠି ଖାଉଥିବା ବେଳେ ଉଭୟ ବଜ୍ରାଘାତର ଶିକାର ହୋଇଛନ୍ତି। ଏହି ଘଟଣା ଖନ୍ତାପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଦୁଇ ଜଣଙ୍କ ଜୀବନ ଯାଇଛି। ମଠସାହି ଗାଁର ମଥୁରୀ […]

  • Monday, 05 July 2021
bank
ଅଧା କର୍ମଚାରୀରେ ଚାଲିବ ବ୍ୟାଙ୍କ

ଭୁବନେଶ୍ୱର: ୫୦ ପ୍ରତିଶତ  ଷ୍ଟାଫରେ ଚାଲିବ ବ୍ୟାଙ୍କ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କୁ ଘରକୁ ଯାଇ ସେବା ଦେବେ ବ୍ୟାଙ୍କ ଷ୍ଟାଫ୍। ଏ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ଖୋଲିବା ନେଇ ଆସିଛି ଗାଇଡଲାଇନ୍। ଏ ନେଇ ଜିଲ୍ଲାପାଳ, ଏସପି, ଟ୍ୱିନ ସିଟିର ଡିସିପିଙ୍କୁ ଅର୍ଥ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନିୟମିତ ସମୟରେ ବ୍ୟାଙ୍କ ଖୋଲା ରହିବ। […]

  • Monday, 05 July 2021
restrurant
ଖୋଲିବ ଢାବା, ହୋଟେଲ, ରେଷ୍ଟ୍ରୁରାଣ୍ଟ

ବୁବନେଶ୍ୱର: ଖୋଲିବ ହୋଟେଲ୍ ଓ ରେଷ୍ଟ୍ରୁରାଣ୍ଟ। ରାସ୍ତା କଡ଼ରେ ଥିବା ଢାବା ବି ଖୋଲିବ। ଏନେଇ ସର୍ତ୍ତ ରଖି ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସର୍ତ୍ତଅନୁସାରେ ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍‌-ହାଉସ୍‌ ଅତିଥିଙ୍କ ପାଇଁ ଖୋଲିବ। ଅନ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲ ଚାଲିପାରିବ। କିନ୍ତୁ ସେଠାରେ ବସି ଖାଇହେବ ନାହିଁ। ସେମାନେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତା କଡ଼ରେ ଥିବା ଢାବା ମଧ୍ୟ କେବଳ […]

  • Monday, 05 July 2021
rain
ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ

ଭୁବନେଶ୍ୱର: ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ। ଏହାର ପ୍ରଭାବରେ ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ୧୭ଟି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଝାରସୁଗୁଡ଼ା। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ସେହିପରି ସମ୍ବଲପୁର, ବରଗଡ଼ […]

  • Monday, 05 July 2021
mo-bus-2
ଟ୍ୱିନ୍ ସିଟିରେ ଗଡ଼ିଲା ମୋ ବସ୍‌

ଭୁବନେଶ୍ୱର: ଆଜିଠାରୁ ଟ୍ୱିନ୍ ସିଟିରେ ଆରମ୍ଭ ହେଲା ‘ମୋ ବସ୍’ ସେବା। ଲକ୍‌ଡାଉନ୍‌ ପରେ  ପୁଣି ରାଜଧାନୀରେ ଗଡ଼ିଛି ମୋ ବସ୍। ଯାତ୍ରୀଙ୍କ ସୁବିଧା ପାଇଁ ୮ଟି ରୁଟ୍‌ରେ ଗଡ଼ିଛି ନନ୍-ଏସି ବସ୍। ରୁଟ୍- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଗଡ଼ିଛି ବସ୍। ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଚଳାଚଳ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କେବଳ ଏହି ସମୟରେ ହିଁ ମୋ ବସ୍ ସେବା ଚାଲି ପାରିବ। ତେବେ […]

  • Monday, 05 July 2021
dis
ପାଣି ମାଗିବାରୁ ପରିସ୍ରା ପିଆଇଲେ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଭଦ୍ରକ: ପାଣି ମାଗିବାରୁ ଯୁବକଙ୍କ ପରିସ୍ରା ପିଆଇଦେଲେ ଦୁର୍ବୃତ୍ତ। ଏଭଳି ଅମାନବୀୟ ଘଟଣା ଘଟିଛି ତିହିଡ଼ି ଥାନା ବାଉଁଶବାଗ ଗାଁରେ। ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଗତକାଲି ଦୁର୍ବୃତ୍ତମାନେ ଯୁବକଙ୍କୁ ଘରୁ ଟାଣି ଆଣି ଆକ୍ରମଣ କରିଥିବା କୁହାଯାଉଛି। ଯୁବକଙ୍କୁ ଲଣ୍ଡା କରିବା ସହ ଜୋତାମାଳ ପିନ୍ଧାଇ ଯୁବକଙ୍କୁ ଗାଁ ଦାଣ୍ଡରେ ବୁଲାଇଥିଲେ। ଏପରିକି ପାଣି ମାଗିବାରୁ ଯୁବକଙ୍କ ମୁହଁରେ ପରିସ୍ରା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକଙ୍କ ପତ୍ନୀ ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। […]

  • Monday, 05 July 2021
miikdf
୫ ଘଣ୍ଟା ପରେ ବି ଆସିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

ଗଞ୍ଜାମ: ଗଂଜାମ ବୁଗୁଡ଼ାରେ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁ ଦୀର୍ଘ ୫ ଘଣ୍ଟା ବେଡ୍‌ରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ। ବୁଗୁଡା ହସ୍ପିଟାଲକୁ ନେଇ ଏଭଳି ଅଭିଯୋଗ ଆସିଛି। ସ୍ଥାନୀୟ କେନାଲ ସାହିର ୬୦ ବର୍ଷୀୟ ନିରଂଜନ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅକ୍ସିଜେନ୍ ଲଗାଇବା ସହ ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ ୧୦୮ […]

  • Monday, 05 July 2021
rain-1
ବଙ୍ଗୋପସାଗରରେ ସକ୍ରିୟ ହେଲା ଲଘୁଚାପ; ବାଲିପାଟଣାରେ ୧୨୪ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଲଘୁଚାପ। ବର୍ତ୍ତମାନ ପାଇଁ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ ହିଁ ରହିଛି। ଏହି ଲଘୁଚାପ ସମୁଦ୍ରପତ୍ତନ ଠାରୁ ୭. ୬ କିଲୋମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳରୁ ଲମ୍ବିଛି ଏହି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ବାଲିପାଟଣାରେ ୧୨୪ ମିଲିମିଟର ଏବଂ ଚାନ୍ଦବାଲିରେ ୯୬ ମିମି ବର୍ଷା ରେକର୍ଡ ହୋଇଛି। ଆଜିଠାରୁ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, ବୌଦ, ଢେଙ୍ଗାନାଳ, କଳାହାଣ୍ଡି, […]

  • Monday, 05 July 2021
representational-imaghe
ଗ୍ରୁପ୍‌ରେ ଅଶ୍ଳୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନ ଶିକ୍ଷକ

କଟକ: ଅନଲାଇନ ପାଠପଢ଼ା ଚାଲିଥିବାବେଳେ ଅଶ୍ଳୀଳ ଲିଙ୍କ୍‌ ଆସିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନଶିକ୍ଷକ। ସ୍ମାର୍ଟଫୋନ୍ ବ୍ୟବହାର ଜାଣିନଥିବାରୁ ଏଭଳି ଭୁଲ୍ ହୋଇଥିବା ସେ କହିଛନ୍ତି। ତେବେ ସେ ଏଥିପାଇଁ ଦାୟୀ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ତାଙ୍କ କାମ ହେଲା, ପାଠପଢ଼ାଇବା ପାଇଁ ଯେଉଁସବୁ ଲିଙ୍କ୍‌ ଆସିଥାଏ, ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଇଥାନ୍ତି। ହେଲେ ସେ ଲିଙ୍କର କଣ୍ଟେଣ୍ଟ ଦେଖିନଥିଲେ, ଯାହା ଆସିଥିଲା ଫରଓ୍ୱାର୍ଡ କରି ଦେଇଥିଲେ […]

  • Monday, 05 July 2021
sameer
ଏଇ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଚଳିତ ମାସ ବାହାରିବ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି। ଟାବୁଲେସନ ଚାଲିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ଫଳ ପ୍ରକାଶ ପାଇବ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି। […]

  • Monday, 05 July 2021
deabody
ଜାତିପ୍ରଥା ଯାତନା; ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ଶବ ଛୁଇଁଲାନି ପରିବାର

ରେଢ଼ାଖୋଲ: ଜାତିପ୍ରଥାର ଯାତନା ଯେ କେତେ ହୃଦୟ ବିଦାରକ ହୁଏ ତାହା ରେଢ଼ାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନ୍ୟଜାତିରେ ଦ୍ୱିତୀୟ ବିହାହ କରିଥିବାରୁ ଜଣେ ବୟସ୍କଙ୍କ ଶବକୁ ଗ୍ରହଣ କଲେନି ପରିବାର ଓ ଆତ୍ମୀୟ ଲୋକେ। ଶେଷରେ ବାଧ୍ୟ ହୋଇ ଦ୍ୱିତୀୟ ପତ୍ନୀ ଏକ ଗଛ ମୂଳେ କିଛି ସମାଜସେବୀଙ୍କ ସହାୟତାରେ ଶବ ସତ୍କାର କରିଛନ୍ତି। ରେଢ଼ାଖୋଲ ବ୍ଲକ ଶିଶୁପନ୍ନ ଗାଁର ୬୫ ବର୍ଷୀୟ ଅଭିରାମ ବେହେରା ଘରୋଇ କଳିରୁ ପ୍ରଥମ ସ୍ତ୍ରୀ ଓ ତିନି ପୁଅ,ଝିଅଙ୍କୁ […]

  • Monday, 05 July 2021
download
ଟାର୍ଗେଟ ଥିଲେ ସୁରକ୍ଷାକର୍ମୀ, ଚାଲିଗଲା ୨ ନୀରିହ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ସୀମାନ୍ତରେ ମାଇନ ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି।  ମୃତକ ୨ ଜଣ ହେଲେ କେନ୍ଦୁରୁମ ଗାଁର ମୋହନ ରାଓ ଓ ଚୁନ୍ତାଳବେଦୀ ଗାଁର ଅଜୟ କୁମାର । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିଛାଇଥିଲେ ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲେ। ଶୀକାର ହେଲେ ସାଧାରଣ ନୀରିହ ଜନତା। ଏବେ ଚାଲିଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ।  ତେଣୁ ସୁରକ୍ଷାକର୍ମୀମାନେ ଏବେ ମାଓବାଦୀଙ୍କ ଟାର୍ଗେଟରେ। ଆନ୍ଧ୍ରପ୍ରଦେଶ ପୋଡେରୁ ଥାନା ଇଂଜିରି […]

  • Monday, 05 July 2021
crocodile
ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର

କେନ୍ଦ୍ରାପଡ଼ା: ଘୁଷୁରି ଖାଇବାକୁ ଆସି ଫଶିଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଇନ୍ଦୁପୁର ସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲରେ ଫସି ଯାଇଥିଲା କୁମ୍ଭୀର। ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର। ଅଧା ଖିଆ ଘୁସୁରିକୁ ଛାଡି ଚାଲିଯିବା ପରେ ଘୁଷୁରି ଜଗୁଆଳି ଏହି ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାଶ ବସାଇଥିଲେ। ସଂଧ୍ୟାରେ କୁମ୍ଭୀର ମୃତ ଘୁସୁରିକୁ ଖାଇବା ପାଇଁ ଆସିଥିବା ବେଳେ ଫେରିବା ବାଟରେ ମାଟି ପକାଇ ଅବରୋଧ କରି ଦେଇଥିଲେ […]

  • Monday, 05 July 2021
rain
ବର୍ଷା ଆସୁଛି, ସତର୍କ ରୁହ: SRC

ଭୁବନେଶ୍ୱର: ବର୍ଷା ଆସୁଛି, ସତର୍କ ରୁହ। ଲଘୁଚାପଜନିତ ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC। ସତର୍କ କରିବା ସହ ଜିଲ୍ଲାପାଳମାନଙ୍କୁ SRC ଚିଠି କରିଛନ୍ତି। ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। ମୟୂରଭଂଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁରକୁ ଆଲର୍ଟ କରାଯାଇଛି। ତେବେ ଏନେଇ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି। ସତର୍କ କରିବା ସହ ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖିଛନ୍ତି। ତଳିଆ […]

  • Monday, 05 July 2021
tea
ଏଣିକି ଦୋକାନରେ ଚାହା ପିଇବା ମନା

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ହୋଟେଲ/ରେଷ୍ଟୁରାଣ୍ଟ ଓ ଢାବା। ଏନେଇ ଗାଇଡଲାଇନ ଜାରି କରିଛି ବିଏମ୍‌ସି। ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି। ହୋଟେଲରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲିପାରିବ। ହୋଟେଲ/ରେଷ୍ଟୁରାଣ୍ଟ ବସାଇ ଖାଦ୍ୟ ଖୁଆଇ ପାରିବେନି, ପାର୍ସଲ ଦେବେ। ରାସ୍ତାକଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରାସ୍ତାକଡ଼ ଜଳଖିଆ ଦୋକାନୀ, ଗୁପଚୁପ, ଚାଟ୍ କେବଳ […]

  • Monday, 05 July 2021
anup
IAS ପାଇବା ପଛର ସିକ୍ରେଟ୍‌ କହିଲେ ଅନୁପ

ସମାଜ ପାଇଁ ଆପଣ ପ୍ରଥମେ ଭଲ ମଣିଷ ହେବା ଆବଶ୍ୟକ। ଆମେ ସମାଜଠାରୁ କିଛି ଆହରଣ କରିଛୁ, ଆମର ମଧ୍ୟ ସମାଜ ପାଇଁ କିଛି କରିବାର ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ରହିଛି। ସମାଜ ପାଇଁ କିଛି କରିବାକୁ ହେଲେ ସିଭିଲ୍ ସର୍ଭିସ୍ ଗୋଟିଏ ବେଷ୍ଟ ଅପ୍‌ସନ୍ ବୋଲି କହିଛନ୍ତି UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ପୁଅ ଅନୁପ ଦାସ। ଏହି ଅବସରରେ ଅନୁପଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ଚନ୍ଦନ କୁମାର।  ପ୍ର: ଯେତେବେଳେ ସିଭିଲ ସର୍ଭିସ୍‌ରେ […]

  • Monday, 05 July 2021
dmet
‘ରାଜ୍ୟରେ ଆସ୍ତେ ଆସ୍ତେ କମିବ କରୋନା ସଂକ୍ରମଣ’

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି। ଆଗକୁ ଆହୁରି କମିବ । କରୋନା ସ୍ଥିତି ନେଇ ସୂଚନା ଦେଇ ଏହା କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ…

rain
ବର୍ଷା, ବଜ୍ରପାତ ନେଇ ୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଗଜପତି, କୋରାପୁଟ, ଭଦ୍ରକ ଓ ଯାଜପୁର। ଆଜି ସକାଳ ୯ଟା ଯାଏ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

  • Monday, 05 July 2021
man killed 11
ନିଜ ସର୍ଭିସ୍‌ ରିଭଲ୍‌ଭର୍‌ରୁ ନିଜକୁ ଗୁଳି କଲେ BSF ଯବାନ

ଚିତ୍ରକୋଣ୍ଡା: ନିଜ ସର୍ଭିସ୍‌ ରିଭଲ୍‌ଭର୍‌ରୁ ଗୁଳି ଫୁଟାଇ ଜଣେ BSF ଯବାନ ଆତ୍ମହତ୍ୟା କରିଛନ୍ତି। ମାଲକାନଗିରି ଚିତ୍ରକୋଣ୍ଡା ଥାନା ନିକଟ BSF କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ। ତାଙ୍କ ଘର ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ଚିତ୍ରକୋଣ୍ଡା ୯ ନମ୍ବର ବାଟାଲିଅନ୍‌ରେ ସେ କାର୍ଯ୍ୟରତ ଥିଲେ। ତେବେ କେଉଁ କାରଣରୁ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

  • Monday, 05 July 2021
leopard
ରେଲ୍‌ୱେ ଟ୍ରାକ୍‌ ନିକଟରୁ ମିଳିଲା କଲରାପତରିଆ ବାଘର ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍‌ ଅନ୍ତର୍ଗତ ରମ୍ପିଆ ଗାଁ ନିକଟ ରେଳ ଧାରଣା ପାର୍ଶ୍ୱରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବାଘଟି ଗାଁରେ ପଶି ଲୋକମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ସମସ୍ତ ଆହତ ହେମଗିରି ମେଡିକାଲ୍‌ରେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ଆଜି ସକାଳେ ରମ୍ପିଆ ନିକଟ ରେଳ ଧାରଣା ପାର୍ଶ୍ୱରୁ ବାଘର ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନ କର୍ମଚାରୀଙ୍କ ସହ ସୁନ୍ଦରଗଡ଼ ଡିଏଫ୍ଓ […]

  • Monday, 05 July 2021
traffic
ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍ ପାଇଁ ବନ୍ଦ ରହିବ ଟ୍ରାଫିକ୍

ଭୁବନେଶ୍ୱର: ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍ ପାଇଁ ବନ୍ଦ ରହିବ ଟ୍ରାଫିକ୍‌‌। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍ ପର୍ଯ୍ୟନ୍ତ ସମସ୍ତ ଟ୍ରାଫିକ୍‌କୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି। କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଲାଗି ଏପରି ପଦକ୍ଷେପ ନିଆଯାଇଛି । ଟ୍ରାଫିକ୍ ବନ୍ଦ ନେଇ କମିଶନରେଟ୍ ପୋଲିସ୍‌ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। Traffic will stop from 6PM to 6:02PM today for facilitating people to […]

  • Monday, 05 July 2021
gym
ରାଜ୍ୟରେ ଖୋଲିଲା ଯୋଗକେନ୍ଦ୍ର ଓ ଜିମ୍‌ ସେଣ୍ଟର

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଖୋଲିଛି ଯୋଗକେନ୍ଦ୍ର ଏବଂ ଜିମ୍ ସେଣ୍ଟର। ମାର୍ଚ୍ଚ ମାସରେ କରୋନା ଲକ୍‌ଡାଉନ୍ ଆରମ୍ଭ ହେବା ପରଠୁ ସାରା ଦେଶରେ ବନ୍ଦ ଥିଲା ଯୋଗ ଓ ଜିମ୍ ସେଣ୍ଟର। ପ୍ରାୟ ୪ ମାସ ପରେ ସେସବୁ ଆଜି ଖୋଲିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର।   କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି। ଉଭୟ ଯୋଗ ଶିବିର ଏବଂ ଜିମ୍  ସେଣ୍ଟରରେ ୬୫ […]

  • Monday, 05 July 2021
police
ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ବଲାଙ୍ଗୀର: ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ସହର ରାଧାରାଣୀପଡ଼ାରେ ଘଟିଛି ଏ ଅମାନବୀୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ନୃସଂଶ ସ୍ୱାମୀ। ପାରିବାରିକ କଳିକୁ କେନ୍ଦ୍ରକରି ଏ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ଅଭିଯୁକ୍ତ ସ୍ୱାମୀ ଟାଉନଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

  • Monday, 05 July 2021
sn tiwari
ପୂର୍ବତନ ଓଡ଼ିଶା ଡିଜିପି ଏସ୍‌ଏନ୍‌ ତିୱାରୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଡିଜିପି ଏସ୍‌.ଏନ୍‌. ତିୱାରୀଙ୍କ ପରଲୋକ ହୋଇଛି। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଏସ୍‌.ଏନ୍‌. ତିୱାରୀଙ୍କ ପରଲୋକକୁ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ନୂଆପଡ଼ା ଜିଲ୍ଲା ରାଜ୍‌ଖରିଆର୍‌ ସେ ଜନ୍ମଗ୍ରହଣ କରିଥିଲେ। ଆହ୍ଲାବାଦ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପରେ ୧୯୬୫ ମସିହାରେ ଭାରତୀୟ ପୋଲିସ୍ ସେବାରେ ଯୋଗ ଦେଇଥିଲେ ଏସ୍‌.ଏନ୍‌. […]