• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

nayagadaa
ମେଡିକାଲରୁ ତଡ଼ା ଖାଇଲେ ଗର୍ଭବତୀ, ବସ୍ ଷ୍ଟାଣ୍ଡରେ କଲେ ପ୍ରସବ

ନୟାଗଡ଼: କରୋନା ସନ୍ଦେହରେ ମିଳିଲାନି ଗର୍ଭବତୀଙ୍କୁ ଡାକ୍ତରୀ ସେବା। ବସ୍‌ଷ୍ଟାଣ୍ଡରେ ରାତି କାଟିଲେ। ଆଉ ସେଠି ହିଁ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ପିଟୁଥିବା ବେଳେ ସ୍ୱାସ୍ଥ୍ୟ ସେବାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ରାଜସୁନାଖଳା ବସ୍‌ ଷ୍ଟାଣ୍ଡରେ। ପ୍ରସୂତି ଜଣଙ୍କ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର ହାଇଦର […]

  • Monday, 05 July 2021
drowning
ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ

ଅନୁଗୋଳ: କେନାଲରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ। ଉଦ୍ଧାର କରିବାକୁ ଯାଉଥିବା ବେଳେ ଚାଲିଗଲା ଆଉ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଥାନା ଅନ୍ତର୍ଗତ ହେମସୁରପଡ଼ା ଅଞ୍ଚଳରେ। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ସେଠୀ  ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି ଏକାଠି ହୋଇ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ଗାଧୋଇବା ବେଳେ ଅସାବଧାନତା ବଶତଃ ବୃନ୍ଦାବନଙ୍କ ଗୋଡ଼ ଖସିଯିବା ସହ ଗଭୀର ପାଣିକୁ ଚାଲି ଯାଇଥିଲେ। ତାଙ୍କୁ […]

  • Monday, 05 July 2021
letter
'ବାଜପେୟୀ ଶୁଭ ଦେଇଥିଲେ, ମୋଦି ଉଦ୍‌‌ଘାଟନ କରନ୍ତୁ'

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ହରିଦାଶପୁର-ପାରାଦୀପ ମଧ୍ୟରେ ୮୨ କିଲୋମିଟର ରେଳପଥ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବା ପରେ ଏହି ପ୍ରକଳ୍ପର ଉଦଘାଟନ ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭ ଉଦଘାଟନ ପାଇଁ ସେ ଅନୁରୋଧ କରିଛନ୍ତି। ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, “ବିଗତ ବର୍ଷମାନଙ୍କରେ ଅନେକ ଜନପ୍ରତିନିଧି ଓ ସାଂସଦ […]

  • Monday, 05 July 2021
girl
ଫେଲ୍‌ ହୋଇଥିବା ମିଛ ଖବର ଶୁଣି ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା; ଜଣେ ଗୁରୁତର

ଭୁବନେଶ୍ୱର: ମାଟ୍ରିକ ଫଳାଫଳର ଖୁସି ଭିତରେ ଆସିଛି ଦୁଃଖର ଖବର। ପରୀକ୍ଷାରେ ଫେଲ୍ ବୋଲି ମିଛ ଖବର ଶୁଣି ଦୁଇ ଜଣ ଛାତ୍ରୀ ଜୀବନ ହାରିଥିବାବେଳେ ଆଉ ଜଣେ ଫେଲ୍ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୌରପରିଷଦ ବାଲିପଦାର ଜଣେ ଛାତ୍ରୀ ପରୀକ୍ଷା ଫଳ ବାହାରିବାର କେଇ ସମୟ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। କେହି ଜଣେ ତାଙ୍କୁ ଫେଲ୍ ହୋଇଥିବା କହିଥିଲେ। ଆଉ ଏହି ମିଛ ଖବର ପାଇ ଛାତ୍ରୀ ଜଣକ ଜୀବନ ହାରିଦେଇଥିବା […]

  • Monday, 05 July 2021
ଗଛରେ ଝୁଲୁଛି ଯୁବକ, ଯୁବତୀଙ୍କ ମୃତଦେହ

ଅନୁଗୁଳ: ଦୁଇଟି ଗଛରେ ଝୁଲୁଛି ୩ ଜଣଙ୍କ ମୃତଦେହ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ  ଡିମିରିକୁଦା ଗାଁ ନିକଟ ଜଙ୍ଗଲରୁ ୩ଟି ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଗୋଟିଏ ଗଛରେ ୨ଟି ମୃତଦେହ ଝୁଲୁ ଥିବାବେଳେ ସେହି ଗଛ ଠାରୁ ପ୍ରାୟ ୧୫ରୁ ୨୦ ଫୁଟ ଦୂର ଅନ୍ୟ ଏକ ଗଛରେ ଆଉ ଏକ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତକ ୩ଜଣଙ୍କ ମଧ୍ୟର ୨ଜଣ ଯୁବକ ଓ ଜଣେ ଯୁବତୀ ଅଛନ୍ତି। ସୂଚନା ଅନୁସାରେ, […]

  • Monday, 05 July 2021
labanya
କୋଭିଡ୍ କଟକଣା ସହ ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଭୁବନେଶ୍ୱର ୟୁନିଟ୍-୩ ପଡ଼ିଆରେ ପାଳନ ହେବ ସ୍ୱାଧୀନତା ଦିବସ। ସୀମିତ ସଂଖ୍ୟକ ଲୋକ ଓ କୋଭିଡ ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେବ ଏହି ଦିବସ। ପୋଲିସ ବାହିନୀ ତରଫରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ସଚିବ ଅସିତ୍ କମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ […]

  • Monday, 05 July 2021
ତହସିଲଦାରଙ୍କ କାର୍‌ ଉପରକୁ ପଥରମାଡ଼, ଆକ୍ରମଣ ପଛରେ ପଥର ମାଫିଆଙ୍କ ହାତଥିବା ସନ୍ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲଦାରଙ୍କ କାର୍‌ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କାର୍ ଡ୍ରାଇଭରଙ୍କ ସମେତ ସହ ଗାଡ଼ିରେ ଥିବା ଜଣେ RI ଓ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ତହସିଲଦାର ଅଶ୍ୱିନୀ ଦାଶ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଥରମାଡ଼ରେ କାର୍‌ର କାଚ ଭାଙ୍ଗି ଯାଇଛି। ସୂଚନା ଅନୁସାରେ, ଗତକାଲି ତହସିଲଦାର କର୍ମଚାରୀଙ୍କ ସହ ଏକ ପଥର ଖଣିକୁ ଚଢ଼ଉ କରିବାକୁ ଯାଇଥିଲେ। ସେଠାରୁ […]

  • Monday, 05 July 2021
PRASUTI
ପ୍ରସୂତି ମୃତ୍ୟୁରୁ ମେଡିକାଲ୍‌ରେ ଉତ୍ତେଜନା

ବଲାଙ୍ଗିର: ପ୍ରସୂତି ମୃତ୍ୟୁରୁ ମେଡିକାଲ୍‌ରେ ଉତ୍ତେଜନା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପ୍ରସୂତି ମୃତ୍ୟୁରୁ ଉତ୍ତେଜନା ଦେଖାଦେଇଛି। ଜଣେ ପ୍ରସୂତୀଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲର ଓ୍ୱାର୍ଡ ସମ୍ମୁଖରେ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକେ। ଗତକାଲି ମାଳଗୋଦାମ ପଡାର ପପୁ ହରିପାଲଙ୍କ ସ୍ତ୍ରୀ ପ୍ରମିଳା ହରିପାଲଙ୍କୁ ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। […]

  • Monday, 05 July 2021
dog
୧୨ ବର୍ଷର ସାଥୀକୁ ପୋଲିସ ମର୍ଯ୍ୟାଦାର ସହ ଦେଲେ ଅଶ୍ରୁଳ ବିଦାୟ

ନବରଙ୍ଗପୁର: ସନ୍ଧାନୀ କୁକୁରକୁ ମିଳିଲା ପୋଲିସ ମର୍ଯ୍ୟାଦା। ମୃତ୍ୟୁ ପରେ ପୋଲିସ ମର୍ଯ୍ୟଦା ସହ ଏଇ କୁକୁରର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ନବରଙ୍ଗପୁର ପୋଲିସ ସନ୍ଧାନୀ କୁକୁର ତାରାର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ତାରା ଜିଲ୍ଲା ପୋଲିସରେ ୧୨ ବର୍ଷ ଧରି କାମ କରୁଥିଲା। ଏହି ସମୟସୀମା ମଧ୍ୟରେ ଅନେକ ମାମଲାର ସମାଧାନ ସଫଳତାର ସହ କରିଛି । ମାଓ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଅନେକ ଅପରେସନରେ ଏହି […]

  • Monday, 05 July 2021
aditya-dash
ଆଦିତ୍ୟଙ୍କ ମୃତଦେହ ମିଳିଥିବା ସ୍ଥାନରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଦସ୍ତାବିଜ୍‌ ହସ୍ତାନ୍ତର ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଲିଙ୍ଗରାଜ ରେଲ୍‌ୱେ ଷ୍ଟେସନ ଯାଇ, ଯେଉଁ ସ୍ଥାନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା ସେଠାରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଭୁବନେଶ୍ୱର ଜି‌ଆର୍‌ପି ଥାନାରେ ପହଞ୍ଚି ତଦନ୍ତ ସମ୍ପର୍କିତ ଦସ୍ତାବିଜ୍ ସଂଗ୍ରହ କରିଛନ୍ତି। ଏହାସହ ଏହି ଘଟଣାରେ […]

  • Monday, 05 July 2021
cmo0disah
କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର

ଭୁବନେଶ୍ୱର: କରୋନାରେ ମୃତ ସାମ୍ବାଦିକଙ୍କୁ ସହାୟତା ପ୍ରଦାନ କଲେ ସରକାର। ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ. ସିଏଚ୍ ରତ୍ନମଙ୍କ ପରିବାର ଲୋକଙ୍କୁ ମିଳିବ ଏହି ସହାୟତା । ଆଜି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  କରୋନାରେ ସାମ୍ବାଦିକଙ୍କର ମୃତ୍ୟ ଘଟିଲେ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।   ଜୁଲାଇ ୧୧ ତାରିଖରେ ଗଞ୍ଜାମ […]

  • Monday, 05 July 2021
balasore duplicate gun news
ନକଲି ବନ୍ଧୁକ ଦେଖାଇ ଲୁଟ୍ କରୁଥିବା ବେଳେ ବାର ବାଜିଲା ଲୁଟେରା ଅବସ୍ଥା

ବାଲେଶ୍ୱର: ନକଲି ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରୁଥିଲା, ହେଲେ ଏମିତି ଅବସ୍ଥା ହେଲା ଯେ ସିଧା ଯାଇ ମାମୁ ଘରେ ପଶିଲା ଲୁଟେରା। ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଡିଙ୍ଗାଶୁଳ ଗାଁରେ। ଯୁବକ ଜଣକ ଗୋବର୍ଦ୍ଧନପୁର ଗାଁର ବିଶ୍ୱଜିତ ନାଥ ବୋଲି ଜଣାପଡ଼ିଛି।  ବିଶ୍ୱଜିତ ଡିଙ୍ଗାଶୁଳ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଲୁଟ କରିବା ପାଇଁ ଚେଷ୍ଟା […]

  • Monday, 05 July 2021
ganjam 1
ଚାଷ ଜମିରେ ପଡ଼ିଛି ମୁଣ୍ଡ ନଥିବା ମୃତଦେହ

ଭୁବନେଶ୍ୱର: ଶରୀରରୁ ମୁଣ୍ଡ ଅଲଗା ହୋଇ ଚାଷ ଜମିରେ ପଡ଼ି ରହିଛି ମୃତଦେହ। ଏଭଳି ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ବଡ଼ଗଡ଼ ଏକଲପୁର ଗାଁରେ। ନିକଟସ୍ଥ ଏକ ଚାଷ ଜମିରେ ଶରୀରରୁ ମୁଣ୍ଡ ଅଲଗା ହୋଇ ପଡ଼ିରହିଛି। ମୃତକ ସୋରଡ଼ା ବୋରସିଂ ଗାଁର ନିଳାଞ୍ଚଳ ପ୍ରଧାନ ବୋଲି ଜଣାପଡ଼ିଛି। ମୃତଦେହର କିଛି ବାଟ ଦୂରରେ ତାଙ୍କ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟାରୁ ସେ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ତେବେ ଆଜି […]

  • Monday, 05 July 2021
asika
ତହସିଲଦାରଙ୍କୁ ଅଟକାଇଲେ ସ୍ଥାନୀୟ ଲୋକେ

ଆସିକା: ତହସିଲଦାରଙ୍କୁ ଅଟକ। କୋଭିଡ୍ କଟକଣାକୁ ଉଲ୍ଲଂଘନ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଇଥିବା ତହସିଲଦାରଙ୍କୁ ଘେରିଲେ ଲୋକେ । ଘଟଣା ଗଞ୍ଜାମ ସାନଖେମୁଣ୍ଡି ଥାନା କଙ୍କୋରଡ଼ା ଗାଁରେ ଘଟିଛି। କରୋନା କଟକଣାକୁ ଉଲ୍ଲଘଂନ କରି ଦୋକାନ ଖୋଲିଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ ହୋଇଥିଲା । ଏନେଇ ଦୋକାନ ସିଲ୍ କରିବାକୁ ତହସିଲଦାର ଓ ତାଙ୍କର କିଛି କର୍ମଚାରୀ ଯାଇଥିଲେ। ହେଲେ ତହସିଲଦାର ଦୋକାନ ସିଲ୍‌ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଯାଏ ଯୁକ୍ତିତର୍କ […]

  • Monday, 05 July 2021
sachibalaya
ସଚିବାଳୟ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି, ସେମାନେ ନିଜର ସ୍ୱାବ ଟେଷ୍ଟ ପାଇଁ ଦେଇ ପାରିବେ। କ୍ୟାପିଟାଲ ହସ୍ପିଟାଲ ଯାଇ ବିନା ଦେୟରେ ସ୍ୱାବ ପରୀକ୍ଷା କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚିବାଳୟ କର୍ମଚାରୀ ସଂଘକୁ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧୮,୯୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦,୦୪୧ ଜଣ […]

  • Monday, 05 July 2021
dhenkanal
ଶୁଣିଲାନି ପୋଲିସ୍, ଆତ୍ମହତ୍ୟା କଲେ ଅସଦାଚରଣ ଶିକାର ପୀଡ଼ିତା !

ଢେଙ୍କାନାଳ: ଶୁଣିଲାନି ପୁଲିସ, ରଖିଲାନି ଏତଲା। ଶେଷରେ ଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ନାବାଳିକା। ଏପରି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ଢେଙ୍କାନାଳ ଭାପୁର ଅଞ୍ଚଳରେ। ପୋଲିସର ନିଷ୍କ୍ରିୟତା ଯୋଗୁଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ନାବାଳିକାକୁ ଅସଦାଚରଣ କରିଥିଲେ। ଏନେଇ ପରିବାର ଲୋକେ ଫାଣ୍ଡିରେ ଏତଲା ବି ଦେଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ […]

  • Monday, 05 July 2021
bbsr
ଆସନ୍ତାକାଲି ଠାରୁ ଖୋଲିବ ୟୁନିଟ୍-୪ ମାର୍କେଟ୍

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍। ଏଥିପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଜି ଅନୁମତି ପ୍ରଦାନ କରିଛି। ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁ ୟୁନିଟ୍-୪ ମାର୍କେଟ୍ ଦୀର୍ଘଦିନ ଧରି ବନ୍ଦ ରହିଥିଲା। କିନ୍ତୁ ବିଏମସି ପରିସ୍ଥିତିକୁ ଆଖି ଆଗରେ ରଖି ମାର୍କେଟକୁ ଖୋଲିବାକୁ ଅନୁମତି ଦେଇଛନ୍ତି। ମାର୍କେଟ୍ ଖୋଲିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଏ ନେଇ ମଧ୍ୟ ବ୍ୟବସାୟୀ ସଂଘ ଅଣ୍ଡରଟେକିଂ […]

  • Monday, 05 July 2021
kendrapara
ପାସେଞ୍ଜର ଟ୍ରେନ୍ ଦାବିରେ ଇଷ୍ଟକୋଷ୍ଟ ଜିଏମ୍‌ଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ

କେନ୍ଦ୍ରାପଡ଼ା: ଇଷ୍ଟକୋଷ୍ଟ ଜିଏମ୍‌ଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ। ବହୁ ପ୍ରତୀକ୍ଷିତ କେନ୍ଦ୍ରାପଡ଼ା ହରିଦାସପୁର ରେଳ ପ୍ରକଳ୍ପକୁ ନେଇ ବିଧାୟକମାନେ ଇଷ୍ଟକୋଷ୍ଟ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି। ହରିଦାସପୁର ୮୨ କିଲୋମିଟର୍ ରେଳ ପ୍ରକଳ୍ପରେ ପାସେଞ୍ଜର ଟ୍ରେନ୍ ଚଲାଇବାକୁ ଦାବି କରିଛନ୍ତି ବିଧାୟକ। କେନ୍ଦ୍ରାପଡ଼ାର ଶହ ଶହ ଲୋକେ ଏହି ରେଳପଥ ଉପରେ ନିର୍ଭର କରିବେ। ତେଣୁ ପାସେଞ୍ଜର ଟ୍ରେନ୍ ଚଳାଚଳ କଲେ ଏଥିରେ ଉପକୃତ ହେବେ ବୋଲି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି। ତେବେ ଗତ ପରଦିନ […]

  • Monday, 05 July 2021
ff
ଢେଙ୍କାନାଳ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ASI ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାପୁର ଫାଣ୍ଡି ASI ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ପୋଲିସର ନିଷ୍କ୍ରିୟତା ଯୋଗୁଁ ଢେଙ୍କାନାଳ ଭାପୁର ଅଞ୍ଚଳରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିବା ପରେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। Once again @odisha_police proves its incompetence. […]

  • Monday, 05 July 2021
ପୋଡ଼ି ହୋଇ ପରିବାରର ୫ ଗୁରୁତର

କେନ୍ଦ୍ରାପଡ଼ା: ପୋଡ଼ି ହୋଇ ଗୋଟିଏ ପରିବାରର ୨୦ ଦିନର ଶିଶୁ ସମେତ ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପରିବାରର ୨୦ ଦିନର ଶିଶୁ ସମେତ ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। ପରିବାର ସଦସ୍ୟଙ୍କ ଚିକତ୍ସାର ଶୁଣି […]

  • Monday, 05 July 2021
biriyani
ବିରିୟାନୀକୁ ନେଇ ଟେକା ପଥର ମାଡ଼

ଭଦ୍ରକ: ବିରିୟାନୀକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ। ଉଭୟ ପକ୍ଷର ୬ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଜଗନ୍ନାଥ ସାହି ଗାଁର ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି କରାଯାଉଥିଲା। ଗତକାଲି ସକାଳେ କିଛି ଯୁବକ ସେଠାରେ ପହଞ୍ଚି ବିରିୟାନୀ ଖାଇଥିଲେ ଓ ଏହା ବାସି ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ […]

  • Monday, 05 July 2021
pond
ବିନା କାମରେ ଏମାନେ ଟଙ୍କା ପାଇଲେ କେମିତି?

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ ସୁନାକେରା ଗ୍ରାମରୁ ଆସିଛି ଦୁର୍ନୀତିର ଅଭିଯୋଗ। ଏହି ଗ୍ରାମରେ ବହୁ ଦୀର୍ଘ ଦିନ ଧରି ବାଲି ଆଗୁଳ ପୋଖରୀ ପୁନଃ ଉଦ୍ଧାର ନହୋଇ ପଡିରହିଛି। ଯେମିତିକି ପୋଖରୀକୁ ଦେଖିଲେ ଲାଗୁଛି ଖେଳ ପଡିଆପରି

  • Monday, 05 July 2021
ଲାଞ୍ଚ ମାଗି ନିଲମ୍ବିତ ହେଲେ ପୋଲିସ୍‌ ବାବୁ

ଅନୁଗୁଳ: ରେଙ୍ଗାଳି ଡ୍ୟାମ୍‌ ସାଇଟ ଥାନା ASI କାର୍ତ୍ତିକ ବେହେରା ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି। ଏକ ଡ୍ରେନ୍‌କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ଉଭୟ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଏତଲା ମଧ୍ୟ ଦେଇଥିଲେ। ପରେ ଉଭୟ  ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ତେବେ ଘଟଣାର ସମାଧାନ ପାଇଁ ASI ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଉତ୍ତର କେନ୍ଦ୍ରାଞ୍ଚଳ IG ନରସିଂହ […]

  • Monday, 05 July 2021
ସ୍କୁଟି ହାଣ୍ଡେଲ୍‌ ଭିତରୁ ବାହାରିଲା ସାପ

ବାଙ୍କୀ: ସ୍କୁଟି ହାଣ୍ଡେଲ୍‌ ଭିତରୁ ବାହାରିଲା ସାପ। କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚର୍ଚ୍ଚିକା ସାହିର ଜଣେ ମହିଳା ସ୍କୁଟି ଷ୍ଟାର୍ଟ କରିବା ମାତ୍ରେ, ହାଣ୍ଡେଲ୍‌ ଭିତରୁ ଏକ ସାପର ମୁଣ୍ଡ ଦେଖାଯାଇଥିଲା। ଏହାଦେଖି ମହିଳା ଜଣକ ଭୟଭୀତ ହୋଇ ଗାଡ଼ି ଛାଡ଼ି ପଳାଇଥିଲେ। ଏହାପରେ ସ୍ନେକ୍‌ ହେଲ୍‌ପ୍‌ଲାଇନ୍‌କୁ ଫୋନ୍‌ କରି ଜଣାଇଥିଲେ। ଖବରପାଇ ସ୍ନେକ୍‌ ହେଲ୍‌ପ୍‌ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି […]

  • Monday, 05 July 2021
train
ପାରାଦୀପ-ହରିଦାସପୁର ରେଳ ଚଳାଚଳ; ଗଡ଼ିବା ପୂର୍ବରୁ ବିରୋଧ

ପାରାଦୀପ: ଟ୍ରାଏଲ୍ ହେଉଣୁ ରେଳରୋକ। ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍‌ରେ ଟ୍ରାଏଲ ରନ୍ କରାଯାଇଛି । ଆଜି ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍‌ରୁ ଗଡ଼ିଥିଲା କୋଇଲା ବୋଝେଇ ଟ୍ରେନ୍। କରୋନା କଟକଣା ଯୋଗୁ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର ଭର୍ଚୁଆଲ ଉଦ୍‌ଘାଟନ କରିଥିଲେ।  ପାରାଦୀପରୁ ୫୮ ‌ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ ରାଉରକେଲା ଯାଉଛି, ହେଲେ ରେଳ ଲାଇନ୍‌ରେ ପାସେଞ୍ଜର ଟ୍ରେନ […]

  • Monday, 05 July 2021