• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

suicide
ପରିବାର ଲୋକ ବିରୋଧ କଲେ ପ୍ରେମକୁ, ଆଉ ତା’ ପରେ...

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ସକାଳୁ ସକାଳୁ ଖେଳି ଯାଇଛି ଚାଞ୍ଚଲ୍ୟ।  ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ। ଶନିବାର ଭୋରରୁ ବାଉରୀ ସାହିର ବାରୀମାଳରେ  ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତକ ମାନେ ହେଲେ କୈଳାଶ ନାହାକ ଏବଂ ବିଜ୍ଞାନୀ ନାହାକ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଗୋଟିଏ ଗାଁର ବାସିନ୍ଦା କୈଳାଶ ଏବଂ ବିଜ୍ଞାନୀ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । […]

  • Sunday, 11 July 2021
vigilance
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଆନନ୍ଦପୁର:  ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ସେ ହେଉଛନ୍ତି କେନ୍ଦୁଝର ଆନନ୍ଦପୁର ଗ୍ରାମ୍ୟ  ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା। ସୁବଳଙ୍କ ନାଁରେ ରହିଥିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଅଭିଯୋଗ ପାଇବା ପରେ  ଭିଜିଲାନ୍ସ ଟିମ୍‌ ସୁବଳଙ୍କ ଘର ରେଡ୍ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ ତାଙ୍କ ସମ୍ପର୍କୀୟଙ୍କ ୯ଟି ଘରେ ଏକକାଳୀନ ଚଢଉ ମଧ୍ୟ ହୋଇଛି।

  • Sunday, 11 July 2021
purnima
ସବିତା ଓ ପୂର୍ଣ୍ଣିମା ପାଇବେ ସାହସିକତା ପୁରସ୍କାର

କେନ୍ଦ୍ରାପଡ଼ା: ଦୁଇ ସାହାସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି। ଦୁଇ ଭଉଣୀ ପାଇବେ ଚଳିତବର୍ଷର ସାହସିକତା ପୁରସ୍କାର। କେନ୍ଦ୍ରାପଡ଼ା ଜିଲ୍ଲା  ମହାକାଳପଡ଼ା ନିପାଣିଆ ଗାଁର ଏଇ ଦୁଇ ଭଉଣୀ ସେଦିନ ଡଙ୍ଗାବୁଡ଼ି ସମୟରେ ଯେଉଁ ଅପୂର୍ବ ସାହସିକତା ଦେଖାଇ ଲୋକଙ୍କୁ ଉଦ୍ଧାର କରିଥିଲେ ସେଥିପାଇଁ ତାଙ୍କୁ ଏହି ସମ୍ମାନ ମିଳିବ। ଚଳିତ ବର୍ଷ ଜାନୁଆରୀ ୨ ତାରିଖର ଘଟଣା।  ନିପାଣିଆରେ ଏକ ଯାତ୍ରୀବାହୀ ଡଙ୍ଗା ନଦୀ ମଝିରେ ଓଲଟି ପଡ଼ିଥିଲା। ଏଇ ଦୁଇ ଭଉଣୀ […]

  • Sunday, 11 July 2021
bhalu
ଭାଲୁ ନେଇଗଲା ଆଖି

ଉଦଳା: ବଳଦ ଖୋଜିବା ହେଲା କାଳ। ବଳଦକୁ ଖୋଜିବା ପାଇଁ ଘର ବାଡିକୁ ପଳାଇ ଯାଇଥିଲେ। ହେଲେ ସେଠାରେ ଯେମିତି ଅଘଟଣ ତାଙ୍କୁ ଅପେକ୍ଷା କରି ବସିଥିଲା। ଝାମ୍ପି ପଡ଼ିଲା ଭାଲୁ। ଆଉ ତାଙ୍କର ଆଖି ତାଡ଼ି ନେଇଗଲ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧିନ କଟରାସାହି ଗ୍ରାମରେ। ଗାଁର ଦାମ ଟୁଡୁ ନାମକ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ବଳଦ ଖୋଜିବା ପାଇଁ ନିଜ ବାଡ଼ିକୁ ଯାଇଥିଲେ । ତେବେ […]

  • Sunday, 11 July 2021
image
ଘରେ ଛାଡି ଦେବାର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଏକ କମ୍ପାନୀରେ କାମ କରିବାକୁ ତେଲେଙ୍ଗନା ଯାଇଥିଲେ।  କିଛି ଦିନ କାମ କରିବା ପରେ ସେ ଘରକୁ ଫେରି ଆସିଥିଲେ । ବାଲେଶ୍ୱର ଷ୍ଟେସନରେ ଓହ୍ଲାଇ ବସ୍‌ ପାଇଁ ଅପେକ୍ଷା କରିଥିବାବେଳେ ଗମ୍ଭାରିଆ ଗାଁର ସଞ୍ଜିତ ଜେନା ନାମକ ଜଣେ ବ୍ୟକ୍ତି ତାକୁ ଘରେ ଛାଡିଦେବ ବୋଲି କହି ବାଇକରେ ବସାଇ ଆଣିଥିଲେ। […]

  • Sunday, 11 July 2021
otdc
ଓଟିଡିସି ପାନ୍ଥ ନିବାସରେ ମିଳିବ ଷ୍ଟାର ୱେଡିଂ ସୁବିଧା

ଭୁବନେଶ୍ୱର: ବିବାହର ଦିନକୁ ସ୍ମୃତିମୟ କରିବାକୁ କିଏ ବା ନ ଚାହେଁ ? ହେଲେ ଏଥିପାଇଁ ସମସ୍ତଙ୍କ ପାଖରେ ସୁବିଧା ଓ ସୁଯୋଗ ନ ଥାଏ । ସୁବିଧାମାନେ ଅର୍ଥିକ ସୁବିଧା। ହେଲେ ଏବେ ସେ ସୁବିଧା ଆପଣଙ୍କ ହାତପାଆନ୍ତାକୁ ଆସିଛି। ଆପଣଙ୍କ ବିବାହ ଉତ୍ସବକୁ ଯଦି ଆକର୍ଷଣୀୟ ଏବଂ ସ୍ମୃତିମୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବଜେଟ ଅନୁସାରେ ଏହି ସୁଯୋଗ ଦେବାକୁ ଯାଉଛି ଓଟିଡିସି । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ପାନ୍ଥନିବାସରେ। ବ୍ୟୟବହୁଳ […]

  • Sunday, 11 July 2021
bls-murder
ବାହା ନ ହେବାରୁ ପ୍ରେମିକକୁ ହାଣିଦେଲେ ଯୁବତୀ

ବାଲେଶ୍ୱର: ପ୍ରେମ ପ୍ରତାରଣାରୁ ହତ୍ୟା। ଆଉ ତା ପରେ ଥାନାରେ ପ୍ରେମିକାର ଅତ୍ମସମର୍ପଣ। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଗୁଡ଼ିପଦା ଅଞ୍ଚଳରେ । ମୃତ ବ୍ୟକ୍ତି ଜଣକ ହେଲେ ବାଢା ମାରାଣ୍ଡି। ସେ ବାଲେଶ୍ୱରରେ ଥିବା ଭାରତୀୟ ଖାଦ୍ୟ ନିଗମରେ  ୱାଚ୍‌ମ୍ୟାନ ଭାବେ କାମ କରନ୍ତି। ବାଢାଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶିରିସବଣି ଅଞ୍ଚଳରେ।  ସେ ବିବାହିତ ଓ ଦୁଇ ସନ୍ତାନର ଜନକ ମଧ୍ୟ। ହେଲେ କିଛି ଦିନ […]

  • Sunday, 11 July 2021
teacher-12
ଓଡ଼ିଶାରେ ଲୁଚିଛି ନାବାଳିକା ଅପହରଣକାରୀ ଶିକ୍ଷକ !

ଭୁବନେଶ୍ୱର:ଏକାଧିକ ରାଜ୍ୟରେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣେ ଶିକ୍ଷକ ଓଡ଼ିଶାରେ ଲୁଚିଛନ୍ତି।  ଏ ନେଇ ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି। ସିବିଆଇ ପକ୍ଷରୁ କୁହାଯାଇଛି, ଗୁଜୁରାଟର ଜଣେ ଶିକ୍ଷକ ବିଭିନ୍ନ ରାଜ୍ୟରେ ନାବାଳିକା ଅପହରଣ ଘଟଣାରେ ସଂପୃକ୍ତ ଅଛନ୍ତି। ତାଙ୍କ ନାଁ ଧବଲ ହରିଶ୍ଚନ୍ଦ୍ର ତ୍ରିବେଦୀ। ସେ ଭଲ ଇଂଲିଶ ପଢାନ୍ତି। ସେ ଘରୋଇ ଟ୍ୟୁସନ କରନ୍ତି। ସ୍କୁଲରେ ଚାକିରି ମଧ୍ୟ କରନ୍ତି। କୋଚିଂ […]

  • Sunday, 11 July 2021
police
ଡାକ୍ତରଙ୍କୁ ଗୁଳିମାଡ଼ କରିଥିଲେ ସୁପାରିକିଲର !

ଖୋର୍ଦ୍ଧା: ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ଗୁଳିକାଣ୍ଡ ପଛରେ ସୁପାରି କିଲରଙ୍କ ହାତ ରହିଥିବା ଜାଣିବାକୁ ପାଇଛି ଖୋର୍ଦ୍ଧା ପୋଲିସ। ଖୋର୍ଦ୍ଧାର ଏକ  କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା ସମ୍ପର୍କରେ ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇ କହିଛନ୍ତି, ସୁପାରିକିଲର ନିୟୋଜିତ ଥିବା ନେଇ ପୋଲିସ ହାତରେ ଠୋସ୍ ପ୍ରମାଣ ଲାଗିଛି। ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ପୁଲିସ ତନ୍ନ ତନ୍ନ କରି ସିସିଟିଭି ଯାଞ୍ଚ କରୁଛି। […]

  • Sunday, 11 July 2021
samir
ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ । ତେବେ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ସୂଚନା ଦେବେ ବୋଲି ସେ କହିଛନ୍ତି । ଗତଥର ଯେଉଁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଥିଲା ତାକୁ ତର୍ଜମା କରାଯାଉଛି।  ଆବଶ୍ୟକ ପଡିଲେ ପାଖ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି […]

  • Sunday, 11 July 2021
bdo
ବିଡିଓଙ୍କୁ ଦଣ୍ଡ; କରିବେ ବଗିଚା କାମ

ଭଦ୍ରକ:  ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ। ଆଉ ଫଳ ସ୍ୱରୂପ ବିଡିଓଙ୍କୁ ବଗିଚା କାମ କରିବାକୁ ପଡ଼ିବ। ଭଦ୍ରକ ଜିଲ୍ଲା ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି, ସେ ବିଡିଓ ଭାବେ ଅଫିସ୍ କାର୍ଯ୍ୟ କରିବା ସହିତ ବଗିଚାର ସୁପରଭାଇଜର୍‌ ଭାବେ ମଧ୍ୟ କାମ କରିବେ। ନିଜ ପସନ୍ଦ ମୁତାବକ ଜିଲ୍ଲାରେ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଯେ କୌଣସି ବଗିଚାରେ ସେ ଆସନ୍ତା ୨୩ ତାରିଖ […]

  • Sunday, 11 July 2021
download
ନାଲ୍‌କୋର ମୁଖ୍ୟ ହେବେ ଶ୍ରୀଧର ପାତ୍ର

ଭୁବନେଶ୍ୱର: ଶ୍ରୀଧର ପାତ୍ର ହେବେ ନାଲ୍‌କୋର ନୂଆ ମୁଖ୍ୟ । ଶ୍ରୀଧରଙ୍କୁ ନାଲ୍‌କୋର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଲାଗି ଖଣି ମନ୍ତ୍ରାଳୟର ପ୍ରସ୍ତାବ ଉପରେ ମୋହର ମାରିଛି ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ। ସେ ୨୦୨୪ ଅକ୍ଟୋବର ୩୧ ଯାଏ କାର୍ଯ୍ୟଭାର ସମ୍ଭାଳିବେ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନାଲ୍‌କୋର ଅଧ୍ୟକ୍ଷ ତପନ ଚାନ୍ଦ ଅବସର ନେଇଥିଲେ।

  • Sunday, 11 July 2021
fire
ଜଳିଗଲା କାର୍ଟୁନ ଗୋଦାମ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବାରିପଦା: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାର ଏକ କାର୍ଟୁନ ଗୋଦାମରେ ଗତକାଲି ମଧ୍ୟରାତ୍ରିରେ ନିଆଁ ଲାଗି ଯାଇଛି। ଫଳରେ ଗୋଦାମରେ ଥିବା ବହୁମୂଲ୍ୟ ଟଙ୍କାର କାର୍ଟୁନ ପୋଡ଼ି ପାଉଁଶ ହୋଇ ଯାଇଥିଲେ ହେଁ ଗୋଦାମ ମାଲିକଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ରାତିରେ ସମସ୍ତେ ଶୋଇବା ପରେ ରାତି ୧୨ଟାରେ ନିଆଁ ଲାଗିଥିଲା। ପରିବାର ଲୋକେ ଗୋଦାମ ଘରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ବାହାରକୁ ଚାଲି ଆସିଥିଲେ। ଦମକାଳ ବାହିନୀକୁ ଖବର ଦେଇଥିଲେ। ୩ଟି […]

  • Sunday, 11 July 2021
air-asia
ବାତିଲ ହେଲା ବିମାନ; ତାତିଲେ ଯାତ୍ରୀ

ଭୁବନେଶ୍ୱର: ବିମାନ ସେବା ବାତିଲକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଦେଖା ଦେଇଛି ଉତ୍ତେଜନା। ଏହାକୁ ନେଇ ଯାତ୍ରୀମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏୟାର ଏସିଆର ଏକ ବିମାନ ସେବା ବାତିଲ ହୋଇଯାଇଥିଲା। ଶେଷ ମୁହୂର୍ତ୍ତରେ ବିମାନଟିକୁ ବାତିଲ କରାଯାଇଥିବାରୁ ଯାତ୍ରୀମାନେ ତାତି ଉଠିଥିଲେ। କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ପାଇଁ ସେବାର ବିକଳ୍ପ ନକରି ଟିକେଟ୍ ବାବଦ ଅର୍ଥ ଫେରାଇ ନେବାକୁ କୁହାଯାଇଥିଲା। ଫଳରେ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ। ଏହାକୁ […]

  • Sunday, 11 July 2021
23232323
ନବୀନ ବାବୁଙ୍କ ମୁଣ୍ଡକୁ ଏମିତି ଭକ୍ତିଭାବ କେମିତି ଆସିଲା ? ପଚାରିଲେ ଗଜପତି

ପୁରୀ:ପୁରୀରେ ଚାଲିଥିବା ଉନ୍ନତୀକରଣ ଯୋଜନାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି  ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ସବୁକିଛି ଚାଲିଛି ବୋଲି କହିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦଶମ ବାର୍ଷିକ ଉତ୍ସବ ଅବସରରେ ଗଜପତି ମହାରାଜ କହିଛନ୍ତି, ଦେଶ ସ୍ୱାଧୀନ ହେବା ପରେ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଅନେକ ସରକାର ଆସିଛନ୍ତି। ହେଲେ କୌଣସି […]

  • Sunday, 11 July 2021
Indian-bride_16d1b7e79a4_la
ପର୍ଯ୍ୟଟନ ଋତୁରେ ଖୁଲମ୍‌ଖୁଲା ଚାଲିଛି ଦେହ ବ୍ୟବସାୟ; ରୂପକୁ ଦେଖି ଦର କଷୁଛନ୍ତି ଦଲାଲ୍

ବାଲେଶ୍ୱର:ଏବେ ପର୍ଯ୍ୟଟନର ଋତୁ। ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ । ଆଉ ଏଇ ମୌକାରେ ଦଲାଲମାନେ ଖୋଲାଖୋଲି ଚଲାଇଛନ୍ତି ଦେହ ବେପାର। ବଙ୍ଗୀୟ ଲଳନାମାନଙ୍କୁ ଆଣି  ହୋଟେଲ ଓ ଗେଷ୍ଟ ହାଉସମାନଙ୍କରେ ବେଫିକର ଭାବେ  ଏହି କାରବାର କରୁଛନ୍ତି।  ନା ଅଛି  କାହାକୁ ଡର ନା ଭୟ।  ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ ଅଞ୍ଚଳରେ। ପର୍ଯ୍ୟଟନ ଋତୁରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ଭୋଗରାଇକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ହେଲେ ଏହି […]

  • Sunday, 11 July 2021
girish-3
ଜୀବନ ଯୁଦ୍ଧରେ ହାରି ନାହାନ୍ତି ଭିନ୍ନକ୍ଷମ ଦମ୍ପତ୍ତି

ଜୟପୁର: ସେ ଦୁହେଁ ଅକ୍ଷମ କିନ୍ତୁ ସକ୍ଷମଙ୍କଠାରୁ କାହିଁ କେତେ ଗୁଣରେ ପାରଙ୍ଗମ। ଅନ୍ୟମାନଙ୍କ ପରି ସେମାନେ ବି ରୋଜଗାର କରୁଛନ୍ତି, ପରିବାରର ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କ ପରିପୂର୍ଣ୍ଣ ପରିବାରରେ ଭରି ରହିଛି  ସୁଖ, ଶାନ୍ତି ଓ ଭଲପାଇବା। ନିଜ ଅକ୍ଷମତା ପାଇଁ ସେମାନଙ୍କ ମନରେ ଅଭିଯୋଗ ନାହିଁ କି ନାହିଁ ଅଭିମାନ। ଏହି ଦମ୍ପତ୍ତି ହେଉଛନ୍ତି ଭିନ୍ନକ୍ଷମ ଗିରିଶ ଓ ସିଲି । ରହୁଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହରରେ। ଭୁବନେଶ୍ୱର ବାଲିଅନ୍ତାର ଗିରିଶ ସାହୁ। […]

  • Sunday, 11 July 2021
deadbody
୨୨ ମାସ ପରେ କବର ଭିତରୁ ବାହାରିଲା ଶବ

ଜି ଉଦୟଗିରି:ମୃତ୍ୟୁର ୨୨ ମାସ ପରେ ପୋଲିସ ଜଣେ ମହିଳାଙ୍କ ମୃତ ଦେହକୁ କବର ଖୋଳି ବାହାର କରିଛି। ମହିଳା ଜଣକ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ତାହାର ତଦନ୍ତ କରିବା ପାଇଁ ପୋଲିସ ଆଜି ଶବକୁ କବର ଭିତରୁ ବାହାର କରିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳରେ। ସ୍ଥାନୀୟ କୁମ୍ଭାରକୁପା ଗାଁର ୟୁହୋସିଓ ନାୟକଙ୍କ ଝିଅ ଜେ. ଏସ. ସେଲିବ୍ରେଟଙ୍କ ମୃତ୍ୟୁ  ଘଟିଥିଲା ୨୦୧୮ ଫେବୃଆରୀରେ ମାସରେ ।  […]

  • Sunday, 11 July 2021
student
ସ୍କୁଲ ଯିବାକୁ ବାଧ୍ୟ କରିବାରୁ ନିଜକୁ ଜାଳିଦେଲେ ଛାତ୍ର

ବାରିପଦା: ସ୍କୁଲ୍ ଯିବାକୁ ଇଚ୍ଛା ନ ଥିଲା। ହେଲେ ବଡ଼ ଭଉଣୀ ତାଙ୍କୁ ବାଧ୍ୟ କରିଥିଲେ ସ୍କୁଲ ଯିବାକୁ। ଏଇ ସାମାନ୍ୟ ଘଟଣାକୁ ନେଇ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ୍ ପଶୁଦା ଗାଁରେ। ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ […]

  • Sunday, 11 July 2021
chhunchi
ଯନ୍ତ୍ରଣାରେ କାନ୍ଦୁଛି ଛୋଟଝିଅ; ଶରୀର ଭିତରେ ରହିଯାଇଛି ଇଞ୍ଜେକ୍ସନ ଛୁଞ୍ଚି..

ଅନୁଗୁଳ: ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ମାସ ବିତିଗଲାଣି। ଯନ୍ତ୍ରଣାରେ ଛଟପଟ ହେଉଛି ଛୋଟି ଝିଅଟି।  କାରଣ ଶରୀରରେ ଭାଙ୍ଗି ରହିଛି ଇଞ୍ଜେକସନ୍ ଛୁଞ୍ଚି । ଅନେକ ଜାଗାରେ ଚିକିତ୍ସା କରାଇଲେଣି ପରିବାର ଲୋକେ। ହେଲେ କିଛି ଲାଭ ହେଉନି। ଅନୁଗୁଳର ଏକ ଘରୋଇ କ୍ଲିନିକ କର୍ମଚାରୀଙ୍କ ତ୍ରୁଟି ପାଇଁ ଝିଅଟି ଏମିତି କଷ୍ଟ ପାଉଛି ବୋଲି କହିଛନ୍ତି ପରିବାର ଲୋକେ। ଅନୁଗୁଳ ଜିଲ୍ଲା ତାଳଚେର ବାଲୁଙ୍ଗା ଗାଁର ନିରଞ୍ଜନ ବେହେରା […]

  • Sunday, 11 July 2021
222222
ବିଦେଶରେ ଚମକିଲେ ଓଡ଼ିଆ ଝିଅ ସାନ୍ତ୍ୱନା

ନୂଆଦିଲ୍ଲୀ: ପୁଣି ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍‌ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସମ୍ମାନ ପାଇଛନ୍ତି । ଝିଅର ଏହି ସଫଳତାକୁ ନେଇ ବେଶ ଗର୍ବିତ ପରିବାର ଲୋକେ । ଆଗକୁ ସେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ […]

  • Sunday, 11 July 2021
bm
ନାଗରିକତା ସଂଶୋଧନ ବିଲ୍‌ ସପକ୍ଷରେ ଭୋଟ ଦେଲା ବିଜେଡି

ନୂଆଦିଲ୍ଲୀ:ସଂସଦରେ ଆଗତ ନାଗରିକତା ବିଲ୍ ପ୍ରସ୍ତାବକୁ  BJD ସମର୍ଥନ କରିଛି। ନାଗରିକତା ସଂଶୋଧନ ବିଲ୍ ପ୍ରସ୍ତାବକୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାକୁ ନେଇ ଭୋଟ ହୋଇଥିଲା। ବିଜେଡି ନାଗରିକତା ସଂଶୋଧନ ବିଲ୍ ଆଗତ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ । ବିଲ୍ ସମ୍ପର୍କରେ OTVକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି । ବିଲ୍‌ରେ କୌଣସି ଅସୁବିଧା ନାହିଁ। JPCକୁ ପଠାଇବାକୁ ଆମେ କହିଥିଲୁ ବୋଲି […]

  • Sunday, 11 July 2021
kv-3
ବଦଳିଲେ କେ.ଭି-୩ ଖେଳ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର କେ.ଭି-୩ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଘଟଣା ପରେ ଖେଳ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଏ ନେଇ ଭୁବନେଶ୍ୱର ରିଜିଅନ ଡେପୁଟି କମିଶନରଙ୍କ ଚିଠି ଲେଖି ଜଣାଇଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ  ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ନିର୍ଯାତନାରେ ଅତିଷ୍ଠ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାକୁ ନେଇ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଥିଲେ। ଘଟଣା ପାଇଁ ସ୍କୁଲର ପ୍ରିନ୍ସିପାଲ ଓ ପିଇଟି ଶିକ୍ଷୟିତ୍ରୀଙ୍କୁ […]

  • Sunday, 11 July 2021
paika
ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଖୋର୍ଦ୍ଧା:ବରୁଣେଇ ହେଉଛି ବୀରଭୂମି। ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ।  ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କର ଏହି ବିପ୍ଳବକୁ ଇଂରେଜମାନେ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ। ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରି ଏମିତି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି। ଏହି ଅବସରରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ […]

  • Sunday, 11 July 2021
deadbody
ପୁଣି ବାଇକ୍‌ରେ ବୁହାହେଲା ଶବ

ଗଜପତି : ପୁଣି ଶବକୁ ମିଳିଲାନି ସମ୍ମାନ। ମହାପ୍ରୟାଣ ଗାଡ଼ି ନ ମିଳିବାରୁ ବାଇକ୍‌ରେ ବୋହି ଶବକୁ ଘରକୁ ନେଲେ ପରିବାର ଲୋକେ।  ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ରେ। ଗଜପତି ଜିଲ୍ଲାର ହାତୀବାଡ଼ି ଗାଁର ଗୋବିନ୍ଦ ଭୂୟାଁ ଅସୁସ୍ଥ ଥିବାରୁ ପରିବାର ଲୋକେ ଚିକିତ୍ସା ରାୟଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର […]

  • Sunday, 11 July 2021