• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mao poster
ବିଚ୍ଛିନ୍ନାଞ୍ଚଳରେ ଲାଗିଲା ମାଓ ଓ ମାଓ ବିରୋଧୀଙ୍କ ପୋଷ୍ଟର

ଚିତ୍ରକୋଣ୍ଡା : ଅନ୍ୟପକ୍ଷେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଚାଲିଛି ପୋଷ୍ଟର ଲଢ଼େଇ । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମରାଯାଇଛି ପରସ୍ପର ବିରୋଧି ପୋଷ୍ଟର । ମାଓବାଦୀଙ୍କ ଚେତାବନୀ ବନାମ ସଚେତନତାର ପୋଷ୍ଟର । ଗୋଟିଏ ପଟେ ପୋଲିସ ଓ ପ୍ରଶାସନ ଠାରୁ ଦୂରେଇ ରହିବାକୁ ପୋଷ୍ଟର ମାରିଛି ଲାଲବାହିନୀ । ପୋଷ୍ଟରରେ ଗ୍ରାମବାସୀଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି।  ସେପଟେ ବିଭିନ୍ନ  ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମାଓ ବିରୋଧୀ […]

  • Monday, 12 July 2021
rabi-singh
ଆଉ ନାହାନ୍ତି ବିପ୍ଳବୀ କବି ରବି ସିଂ

କଟକ: ବିପ୍ଳବି କବି ରବି ସିଂ ଆଉ ନାହାନ୍ତି। ୮୯ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ବାର୍ଦ୍ଧ୍ୟକ ଜନିତ ରୋଗ ପୀଡିତ ଥିଲେ। ଶେଷରେ କଟକ ଖପୁରିଆ ସ୍ଥିତ ତାଙ୍କ ନିଜସ୍ୱ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିପ୍ଳବି କବି। ଏଥି ସହିତ ଓଡ଼ିଆ ସାହିତ୍ୟରୁ ନିରବି ଯାଇଛି ଏକ ଶାଣିତ ସ୍ୱର। ତାଙ୍କର ମୃତ୍ୟୁରେ ସାହତ୍ୟିକ ମହଲରେ ଶୋକର ଲହରୀ ଖେଳି ଯାଇଛି। କବି ରବି […]

  • Monday, 12 July 2021
mao
ଆନ୍ଧ୍ର ସୀମାରୁ ଜବତ ହେଲା ବିପୁଳ ବିସ୍ଫୋରକ

ରୟଗଡ଼ା: ଓଡ଼ିଶା ଓ ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ ହୋଇଛି। ଗତକାଲି  CRPF ୮ମ ବାଟାଲିଅନ ଯବାନମାନେ କୁମ୍ବିଂ ଅପରେଶନ କରିବା ବେଳେ ଏହାକୁ ଜବତ କରିଛନ୍ତି। ଗତକାଲି ଯବାନମାନେ ରାୟଗଡା ଓ କନ୍ଧମାଳ ସୀମାନ୍ତ ଚନ୍ଦ୍ରପୁର ଥାନା ଅଞ୍ଚଳରେ କୁମ୍ବିଂ କରୁଥିଲେ। କୁମ୍ବିଂ ବେଳେ ସ୍ଥାନୀୟ ଅଣ୍ଡେଙ୍ଗି ଗାଁ ନିକଟସ୍ଥ ଜଙ୍ଗଲରୁ ବ୍ୟାପକ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି ।  ତେବେ ଯବାନମାନେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ […]

  • Monday, 12 July 2021
truck accident
ଦୁଇ ଟ୍ରକ ମୁହଁ।ମୁହିଁ ଧକ୍କା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଚାନ୍ଦପଶି  ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବିପରୀତ ଦିଗରୁ ଆସୁଥିବା  ଆଇରନ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ । ଧକ୍କା ଏତେ ଜୋର ଥିଲା କି ଘଟଣାସ୍ଥଳରେ ହିଁ ଦୁଇ ଡ୍ରାଇଭର ମୃତ୍ୟୁ ଘଟିଥିଲା । ରାତିରେ ଖବର ପାଇ ଅଗ୍ନିଶମ ଦଳ ପହଞ୍ଚି ଉଦ୍ଧାର କାମରେ ଲାଗିଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ। ହେଲେ ଘଟଗାଁ ଓ […]

  • Monday, 12 July 2021
hanuman
ଆମ୍ୱ ଗଛରେ ସଙ୍କଟମୋଚନ ହନୁମାନ !

ବଲାଙ୍ଗିର: ଆମ୍ୱ ଗଛରେ ସଙ୍କଟମୋଚନ ହନୁମାନ। ବିଶ୍ୱାସ ହେଉନଥିଲେ ବି ସତ ! ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୁଗୁଡିଖାଲ ଛକ ଠାରେ ଏକ ଆମ୍ୱ ଗଛର ତଳ ଭାଗରେ ହନୁମାନଙ୍କ ମୁହଁ ଆକୃତି ଦେଖିବାକୁ ମିଲିଛି। ଏହା ଦେଖିବା ପରେ ସେଠାରେ ଲୋକେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। ରୁଗୁଡିଖାଲ ଛକରେ ଗତ ୨୫ ତାରିଖରୁ ରାମାୟଣ ପାଠ କରାଯାଉଛି । ଏଭଳି ସମୟରେ ନିକଟରେ ଥିବା ଆମ୍ବ ଗଛରେ ସଂକଟ ମୋଚନ ହନୁମାନକଂ ଆକୃତି […]

  • Monday, 12 July 2021
hati-1-3-750x421
ଦନ୍ତାକୁ ଧରି ବୁଲୁଛି ବନ ବିଭାଗ, କେଉଁଠି ମିଳୁନି ଜାଗା

ଯାଜପୁର:ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଦନ୍ତାହାତୀକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ହାତୀକୁ ରଖିବା ପାଇଁ ବିଭାଗକୁ ଜାଗା ମିଳୁନି। ଯେଉଁଠିକୁ ନେଉଛି, ସେଠି ବିରୋଧ କରାଯାଉଛି। ଗତକାଲି ଦାନଗଦି ବ୍ଲକ୍‌ କଣ୍ଟିପୁର ଜଙ୍ଗଲରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି କାବୁ କରିଥିଲା। ଆଜି ଏହି ଦନ୍ତା ହାତୀ କୁ ଏକ ଟ୍ରକ୍‌ରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଥିଲା। […]

  • Monday, 12 July 2021
cuttack
କରୋନା ଭାଇରସ୍‌ ଆତଙ୍କ; ଏସ୍‌ସିବିରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଖେଳି ଯାଇଛି। ରାଜ୍ୟରେ ଏନେଇ ସତର୍କତା ଅବଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କରାଯାଉଛି । ବାହାରୁ ଆସୁଥିବା ଯାତ୍ରୀଙ୍କୁ ଏହି ଡାକ୍ତରୀ ଦଳ ଯାଞ୍ଚ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଗତ ରାତିରେ ଏୟାରପୋର୍ଟରେ ପହଞ୍ଚି ଯାତ୍ରୀଙ୍କୁ ଯା଼ଞ୍ଚ କରିଥିଲେ । ସେହିପରି ରାଜ୍ୟର ବିଭିନ୍ନ […]

  • Monday, 12 July 2021
sushanta
ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କଲେ ନିଜ ଦଳର ବିଧାୟକ

ଭୁବନେଶ୍ୱର: ଡିଗ୍ରୀ କଲେଜ ପରିଚାଳନା କମିଟିରେ ଏଣିକି ଆଉ ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ରହିବେ ନାହିଁ। କେବଳ ଶିକ୍ଷାବିତ୍ ହିଁ ସଦସ୍ୟ ରହିବେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଏହିି ସୂଚନା ପରେ କିନ୍ତୁ ସରକାର ଭିତରେ ହିଁ କେଁ ଦେଖାଦେଲାଣି। ଅରୁଣ ସାହୁଙ୍କୁ ଜବାବ୍‌ ଦେଦଇ ବିଧାୟକମାନେ କମିଟିରେ ରହିବା କଥା ବୋଲି ଆଜି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ବିଧାୟକ କମିଟିରେ ରହିଲେ କଲେଜର ଉନ୍ନତି ହୋଇପାରିବ ବୋଲି ସେ […]

  • Monday, 12 July 2021
market-building
ମାର୍କେଟ ବିଲ୍‌ଡିଂରେ ଆତଙ୍କ ଖେଳାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ ଲାଗିଲା NSA

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଆତଙ୍କରାଜ ଖେଳାଇଥିବା ଦୁର୍ବୃତ୍ତଙ୍କ ନାଁରେ ଲାଗିଲା  ଜାତୀୟ ନିରାପତ୍ତା ଆଇନ୍-NSA। ୩ ଜଣ ଅଭିଯୁକ୍ତଙ୍କ ନାଁରେ NSA ଲଗାଇଛି କମିଶନରେଟ୍ ପୋଲିସ । ଏହି ୩ ଅଭିଯୁକ୍ତ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର । ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂରେ ସାଧାରଣ ଜୀବନଯାତ୍ରା ଓ ଆଇନ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ NSA ଲାଗିଛି।  ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣ ଅଭିଯୁକ୍ତଙ୍କୁ […]

  • Monday, 12 July 2021
buffalo
ମଇଁଷି ମଡ଼କ; ସପ୍ତାହକ ମଧ୍ୟରେ ମଲେଣି ୨୫

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ ଅଞ୍ଚଳରେ ମଇଁଷି ମଡ଼କ। ସପ୍ତାହକ ମଧ୍ୟରେ ପ୍ରାୟ ୨୫ରୁ ଅଧିକ ମଇଁଷି ମଲେଣି। ସ୍ଥାନୀୟ ଲୋକେ ଏହାକୁ ଅଜଣା ରୋଗ କହୁଥିବାବେଳେ ନିମୋନିଆରେ ଆକ୍ରାନ୍ତ ହୋଇ ମଇଁଷୀଙ୍କ ମୃତ୍ୟୁ ଘଟିଥିବା କହିଛି ପ୍ରାଣୀଧନ ବିଭାଗ । ମଇଁଷୀଙ୍କ ଟୀକାକରଣ କରାଯାଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି । ଗରଦପୁର ବ୍ଲକର ତାରଡ଼ ଗାଁରେ ଅଧିକାଂଶ ଲୋକ ମଇଁଷି ଚାଷ କରନ୍ତି। ପ୍ରାୟ ୩୦ଟି ପରିବାର ମିଶି ପାଳିଛନ୍ତି ୫ଶହରୁ ଅଧିକ ମଇଁଷି। […]

  • Monday, 12 July 2021
cm-1
ଚମକିବ କଟକ ସହର; ୬ ଲେନ୍‌ ହେବ ରିଂ ରୋଡ

କଟକ: କଟକ ସହରର ହୃତ ଗୌରବ ଫେରିବ। ରାସ୍ତାଘାଟ ଚମକିବ। କଟକର ପରିଚୟ ବଡ଼ ଡାକ୍ତରଖାନାର ନବକଳେବର ହେବ। ଏଥିପାଇଁ ନିଜେ ଆଗେଇ ଆସିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ। ଆଜି କଟକ ଗସ୍ତ ଅବସରରେ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି କଟକ ସହରବାସୀଙ୍କୁ। ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସି ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ  ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ହାଡିଆପଠାରେ ହେବ […]

  • Monday, 12 July 2021
bjp
ନାବାଳିକା ଅପହରଣ ଘଟଣା: ଯାଜପୁର ଏସ୍‌ପିଙ୍କୁ ଟାର୍ଗେଟ କଲା ବିଜେପି

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ନାବାଳିକା ଅପହରଣ ଘଟଣାକୁ ନେଇ ତାତିଛି ବିଜେପି। ଏହି ଘଟଣାରେ ଦଳ ଯାଜପୁର ଏସ୍‌ପିଙ୍କୁ ଟାର୍ଗେଟ କରିବା ସହ ଏହାକୁ  ସ୍ମିତାରାଣୀ ପାର୍ଟ-ଟୁ ବୋଲି ଅଭିହିତ କରିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ,  ବଜରଙ୍ଗୀ ଲେଡିଜ୍ କର୍ଣ୍ଣର ମହିଳା ନିର୍ଯାତନାର କେନ୍ଦ୍ର ପାଲଟିଛି । ସେଠାରେ ଗରିବ ଓ ନିଷ୍ପେସିତ ମହିଳାଙ୍କୁ ଶୋଷଣ କରାଯାଉଛି । ନାବାଳିକା […]

  • Monday, 12 July 2021
Untitled-1
ପରଲୋକରେ ପୂର୍ବତନ ବିଧାୟକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଆଜି ପରଲୋକ ହୋଇଯାଇଛି। ହଳଦୀବଟା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ ରୋଗରେ ପୀଡିତ ହୋଇ ଗତ ଡିସେମ୍ବର ୧୭ ତାରିଖରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଶ୍ରୀ ନାଏକ ଭାରତୀୟ ବାୟୁସେନାରୁ ଅବସର ନେବ ପରେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା […]

  • Monday, 12 July 2021
hundi
ହୁଣ୍ଡିରୁ ମିଳିଲା ଏମିତି ଚିଠି; ଲେଖା ହୋଇଛି ....

ସମ୍ବଲପର: ପ୍ରେମିକ ସହ ଭୁଲ୍‌ ବୁଝାମଣା ନ ହେଉ।  ବାହାଘର ସୁରୁଖୁରୁରେ ହୋଇଯାଉ। ମା’ ସମଲେଇଙ୍କ ପାଖକୁ ଆସିଛି ଏମିତି ବିନତିପୂର୍ଣ୍ଣ ଚିଠି। ଚିଠିବାକ୍ସରେ କିନ୍ତୁ ପଡ଼ିନି ଏ  ଚିଠି। ପଡ଼ିଛି ମା’ଙ୍କ ହୁଣ୍ଡି ବାକ୍ସରେ। ହୁଣ୍ଡି ବାକ୍ସରୁ ବାହାରିଥିବା ଏପରି ଚିଠିକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ଖୋଲା ଯାଇଥିଲା ହୁଣ୍ଡି। ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଟଙ୍କା ଗଣୁଥିଲେ। ଟଙ୍କା ଗଣୁ ଗଣୁ ଏକ ଧଳା କାଗଜ ନଜରକୁ […]

  • Monday, 12 July 2021
girl-111
ସାହସୀ ଝିଅ ପୂର୍ଣ୍ଣିମା ଓ ସବିତାଙ୍କ ପାଇଁ ହସିବ ନିପାଣିଆ ଗାଁ

ଭୁବନେଶ୍ୱର: ପୂର୍ଣ୍ଣିମା ଗିରି ଓ ସବିତା ଗିରି ରାଷ୍ଟ୍ରପତିଙ୍କଠାରୁ ସାହସିକତା ପୁରସ୍କାର ପାଇଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ନିପାଣିଆ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଏହି କୁନି କୁନି ଝିଅ ଦୁଇଟି ଦିନେ ୧୨ଜଣଙ୍କ ଜୀବନ ବଞ୍ଚାଇ ସମସ୍ତଙ୍କ ଆଦରର ପାତ୍ର ହୋଇଥିଲେ। ଆଜି ଏମାନଙ୍କ ପାଇଁ ଗାଁର ଉନ୍ନତି ପାଇଁ ସରକାର ବି ଆଗେଇ ଆସିଛନ୍ତି।  ସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ପୂର୍ଣ୍ଣିମା ଓ […]

  • Monday, 12 July 2021
fire
ଜଳିଗଲା ଲକ୍ଷାଧିକ ଟଙ୍କାର ଫ୍ୟାନ୍, ଇଣ୍ଡକସନ କୁକର୍

କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଇଲେକ୍ଟ୍ରୋନିକ୍ସ ଗୋଦମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉପର ମହଲାର ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ଉଠିଥିବାବେଳେ ପ୍ରଥମେ ନିଆଁକୁ ଦେଖି ଅନ୍ୟମାନଙ୍କୁ ଉଠାଇଥିଲେ। ପରେ ଦମକାଳ ବାହିନୀକୁ ଖବର ଦିଆଯାଇଥିଲା। ୩ଟି ଦମକଳ ଗାଡ଼ି ଆସି ନିଆଁକୁ  ଆୟତ୍ତ […]

  • Monday, 12 July 2021
surya patra
ବିମାନରେ ଭୁବନେଶ୍ୱରରୁ ସୁରଟ-ଶ୍ରେୟ କାହାର

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ୨୦ ତାରିଖରୁ ଏହି ବିମାନ ସେବା ଉପଲବ୍ଧ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ହେଲେ ଯାତ୍ରୀମାନଙ୍କୁ ଏପରି ସୁବିଧା ଯୋଗାଇ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ଖେଳ। ବିମାନ ଚଳାଚଳର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଲାଗିଛି। ଭୁବନେଶ୍ୱରରୁ ସିଧାସଳଖ ସୁରତ୍‌ ବିମାନ ଚଳାଚଳ […]

  • Monday, 12 July 2021
netaji
ବେଳାଭୂମିରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ନେତାଜୀ ଜୟନ୍ତୀ । ସାରା ଦେଶରେ ପାଳନ ହେଉଛି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏଥିପାଇଁ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଜୟନ୍ତୀ ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଂଗ୍ରହାଳୟକୁ ସୁନ୍ଦର ଭାବେ ସଜାଯାଇଛି।ନେତାଜୀଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟରେ ଯୋଡି ହୋଇଛି ସୁବାଷ ବୋଷଙ୍କ ସମ୍ପର୍କିତ ୨ଟି ବିରଳ ଫଟୋ। ମ୍ୟୁଜିୟମ […]

  • Monday, 12 July 2021
train
ଗୁଣପୁର ଷ୍ଟେଶନରେ ଟ୍ରେନ ଦୁର୍ଘଟଣା

ରାୟଗଡ଼ା: ଗୁଣୁପୁର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା। ଗତକାଲି ରାତି ୯ଟାରେ ଘଟିଛି ଏହି ଦୁର୍ଘଟଣ। ଇଞ୍ଜିନ୍‌ ବଦଳାଇବାକୁ ଯାଉଥିବାବେଳେ  ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଡେଡ୍ ଲାଇନକୁ ଧକ୍କା ଦେଇଥିଲା। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ଗତକାଲି ପୁରୀରୁ ଗୁଣପୁର ଆସୁଥିଲାବେଳେ ଗୁଣପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେଶନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍‌ଟି ଇଞ୍ଜିନ୍‌ ବଦଳାଇବା ନିମନ୍ତେ ଡେଡ୍‌ ଲାଇନ୍‌ ନିକଟକୁ ଯାଇଥିଲା। ମାତ୍ର ସେଠାରେ ତାହା ଡେଡ୍‌ଲାଇନ୍‌କୁ ଧକ୍କା ଦେଇଥିଲା। ଫଳରେ […]

  • Monday, 12 July 2021
sura
ବଦଳିଲା ସୁରଙ୍କ ସ୍ୱର; କହିଲେ, ଏହା ବିରୋଧୀଙ୍କ ଷଡ଼ଯନ୍ତ୍ର

ଭୁବନେଶ୍ୱର: କଂଗ୍ରେସ ଭବନକୁ ବାଉନସର ପଠାଇବା ବୟାନରୁ ନିଜ ସ୍ୱର ବଦଳାଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। କଂଗ୍ରେସକୁ ବଦନାମ୍ କରିବାକୁ ଏପରି କରାଯାଇଛି । ବିଜେପି, ବିଜେଡି କେହି ବି ଏହା କରିଥାଇପାରନ୍ତି। ଏପରି କିଛି ଢଙ୍ଗରେ ବିରୋଧୀ ଦଳକୁ ଟାଗେର୍ଟ କରିଛନ୍ତି ସୁର ରାଉତରାୟ। କଂଗ୍ରେସ ଭବନକୁ ବାଉନସର୍ କେହି ଆଣି ନାହାନ୍ତି । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହଳା କଂଗ୍ରେସ କିମ୍ବା ନିରଞ୍ଜନ ପଟ୍ଟନାୟକ କେହି ବି ବାଉନ୍‌ସର ଆଣିନାହାନ୍ତି। […]

  • Monday, 12 July 2021
school
ଫର୍ମପୂରଣ କରିବାର ସୁଯୋଗ ମିଳିଲାନି, ଦଶମ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଦାରିଙ୍ଗବାଡ଼ି:ସ୍କୁଲରେ ନାମ ଲେଖାଇଲେ। ପଢିଲେ। ହେଲେ ମାଟ୍ରିକ ପରୀକ୍ଷା ବେଳକୁ ତାଙ୍କୁ ବାରଣ କରାଗଲା। ଏପରିକି ଫର୍ମ ଫିଲପ୍‌ କରିବାକୁ ଦିଆଗଲାନି। ଏବେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ହାଇସ୍କୁଲରେ। ସ୍କୁଲର ୧୪ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରୁ ବଂଚିତ କରାଯାଇଛି। ସେମାନଙ୍କୁ ଫର୍ମ ଫିଲ୍ଅପ୍ କରିବାକୁ ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ […]

  • Monday, 12 July 2021
Capture
ଦଶମ ପରୀକ୍ଷା ପୂର୍ବରୁ ଜାଳିଦେଲେ ଖାତାବହି

ରାୟଗଡ଼ା: ଛାତ୍ରୀଙ୍କ ମେଧାକୁ ଦେଖି ଡରି ଗଲେ କି ସ୍କୁଲ୍ ଶିକ୍ଷକ? ସେମାନଙ୍କ ପାଖରେ ଟ୍ୟୁସନ୍ ନହୋଇ ସେ କାଳେ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ କରିଦେବ, ସେଥିପାଇଁ ଲୋକ ଲଗାଇ ପୋଡ଼ି ଦେଲେ କି ଛାତ୍ରୀର ସମସ୍ତ ଖାତା ଓ ବହିପତ୍ର? ଏମିତି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଜେ.କେ.ପୁର ଗାଁରୁ । ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପଲକ ପ୍ରସାଦଙ୍କ ବାପା ମା’ ଘରେ ନଥିବା ବେଳେ ତିନି […]

  • Monday, 12 July 2021
IAS
ଚମକିବ ଚନ୍ଦ୍ରଭାଗା; ଖୁବ୍‌ ଶୀଘ୍ର ମାଷ୍ଟରପ୍ଲାନ

ଭୁବନେଶ୍ୱର: ଚନ୍ଦ୍ରଭାଗା ପାଇଁ ହେବ ମାଷ୍ଟରପ୍ଲାନ୍। ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଇଏଏସ୍ ସମ୍ମିଳନୀର ଦ୍ୱିତୀୟ ଦିନର ବୈଠକ ଆଜି କୋଣାର୍କରେ ଅନୁଷ୍ଠିତ ହୋଇଛି। ଆଇଏଏସ୍ ସମ୍ମିଳନୀ ପାଇଁ କୋଣାର୍କରେ ଇକୋ ରିଟ୍ରିଟ୍‌ରେ ଏକାଠି ହୋଇଛନ୍ତି ବରିଷ୍ଠ ଅଇଏଏସ୍ ଅଧିକାରୀ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଏବଂ […]

  • Monday, 12 July 2021
padayatra
ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ

ଭଦ୍ରକ: ଦାବି ପୂରଣ ନେଇ ଅଭିନବ ପ୍ରତିବାଦ। ମେଡିକାଲ୍‌ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ୪୦ କିଲୋମିଟର୍ ଚାଲିଛନ୍ତି ଲୋକେ।  ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ଅଞ୍ଚଳରେ। ସ୍ଥାନୀୟ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ଲୋକେ। ହେଲେ ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରୁ ନ ଥିଲା। ଏହାର ପ୍ରତିବାଦରେ  ପ୍ରାୟ ୪୦ କିଲୋମିଟର୍ ଚାଲିଛନ୍ତି ଅଞ୍ଚଳବସୀ। […]

  • Monday, 12 July 2021
sameer
ରାଜ୍ୟ ସଭାପତି ଭାବେ ଶପଥ ନେଲେ ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ମହାନ୍ତି । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା […]

  • Monday, 12 July 2021