ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କାଳିଆପଡା ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଟି କାର୍ ମଧ୍ୟରେ ଦୁର୍ଘଟଣା ଘଟି ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କଣ୍ଟିଲୋ ନିକଟସ୍ଥ ବିଜିପୁରରୁ ବାହାଘର ସାରି ୨ଟି କାର୍ରେ ବରଯାତ୍ରୀ ଦଶପଲ୍ଲା ହାଟସାହିକୁ ଫେରୁଥିଲେ। ଏହି ସମୟରେ କାଳିଆପଡା ନିକଟରେ ସାମ୍ନା […]
ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଲିଙ୍କ ରୋଡ୍ରେ ୨ ଭାଇଙ୍କୁ ଗୁଳିମାଡ଼। ଦୁଇ ଭାଇ ହେଲେ ଦୟାଶଙ୍କର ସାଏ ଓ ଗୌରୀଶଙ୍କର ସାଏ। ଏମାନେ ଧାନ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି। ସୂଚନା ଅନୁସାରେ, ଆଜି ସକାଳ ସାଢେ ୭ଟାରେ ଦୁଇ ଭାଇ ନିଜ ଧାନ ଗୋଦାମରେ […]
ଭୁବନେଶ୍ୱର: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ ସେଣ୍ଟର ଭାବେ ବୋର୍ଡ ଚିହ୍ନଟ କରିଛି। ଅନ୍ୟପକ୍ଷରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଗାଁର ଜଣେ ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଚାକିରି ଦେବା କହି ରାଜ୍ୟ ବାହାରକୁ ନେବା ପରେ ଦଲାଲ ଜଣକ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଏକ ଅଗରବତୀ କାରଖାନାରେ ଚାକିରି କରାଇ ଦେବାକୁ କହି ଜଣେ ଦଲାଲ ସମ୍ପୃକ୍ତ ନାବାଳିକାଙ୍କୁ ରାଜ୍ୟ ବାହାରକୁ ନେଇଥିଲେ। ହେଲେ ଚାକିରି ବଦଳରେ ଦଲାଲ ଜଣକ ଉକ୍ତ ନାବାଳିକାଙ୍କୁ ମଧ୍ୟପ୍ରଦେଶର କଟନୀରେ […]
ଭୁବନେଶ୍ୱର: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍ ସେଣ୍ଟର ଭାବେ ଚିହ୍ନଟ କରିଛି ବୋର୍ଡ। ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର […]
ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଜାତୀୟ ରାଜପଥ ୧୬ କଡ଼ରେ ଥିବା ଏକ ଦୋକାନ ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ସାହୁ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଦୋକାନ ବାହାର ପଟୁ ତାଲା ପଡ଼ିଥିବାରୁ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ରବୀନ୍ଦ୍ର ନିଜ ସ୍ତ୍ରୀକୁ ମାରପିଟ୍ […]
ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝାଡ଼ଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍ ସର୍କୁଲେସନ୍ ଲୋ ପ୍ରେସରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପଶ୍ଚିମ ବିହାର ଓ ଝାଡ଼ଖଣ୍ଡ ଉପରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି ବୋଲି ଆଞ୍ଚଳିକ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଫରେନ୍ ଟ୍ରେଡ୍ (ଆଇଆଇଏଫ୍ଟି) ପ୍ରତିଷ୍ଠା ଲାଗି ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଓ ଭିତ୍ତିଭୂମି ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ଗତ ୩ ତାରିଖରେ ଅପରାଜିତା ଷଡ଼ଙ୍ଗୀ ଏନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ଆଲୋଚନା କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଆଇଆଇଏଫ୍ଟି ଭଳି ପ୍ରେଷ୍ଚିଜିୟସ୍ ଇନ୍ଷ୍ଟିଚ୍ୟୁଟ୍ […]
କୋରାପୁଟ: ଖୁବ୍ ଶୀଘ୍ର ଓଡ଼ିଶା ମାର୍କେଟକୁ ଆସିବ ପଣସ ଚିପ୍ସ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ର କେଲାରବାସୀ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଓରମାସ ଓ ସ୍ୱେଚ୍ଛାସେବୀ ସଂଗଠନ ୱାର୍ଡର ମିଳିତ ପ୍ରୟାସରେ ମହିଳାମାନଙ୍କୁ ତାଲିମ ଦିଆଯାଇଛି। ଦର ପାଚିଲା ପଣସରୁ କିପରି ଚଟ୍ପଟା ସ୍ୱାଦିଷ୍ଟ ଚିପ୍ସ ତିଆାରି କରାଯାଇ ପାରିବ ସେନେଇ ଲକ୍ଷ୍ମୀପୁର ବ୍ଲକ୍ର ସୋରିଷପଦର, କେଲାର ଓ ଡୋଲିଆମ୍ବ ଗାଁର ମହିଳାମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି। ଏହି ଚିପ୍ସ ପ୍ରସ୍ତୁତ କରିବାରେ କୌଣସି […]
ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ASI, ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି। ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ ଅର୍ଥାତ୍ ଭେଣ୍ଟିଲେସନ୍ ଏବଂ ନାଟ ମଣ୍ଡପ ଉପରେ ବିଶେଷ ଗୁରୁତ୍ୱ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ୍ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ସୁନ୍ଦରଗଡ଼ କନିକା ଫାଣ୍ଡି ଭଙ୍ଗାରୁଜା ମାମଲାରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଦମନଲୀଳା ଚଳାଇଥିବା ଅଭିଯୋଗ ହୋଇଛି। ଗତ ୪ ତାରିଖ ରାତିରେ ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ବାହାନାରେ ଲୋକଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ଖୋଦ୍ ଏସ୍ପି ଘଟଣାସ୍ଥଳରେ ଜଣେ ଗର୍ଭବତୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। […]
ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କଥାରେ ଅଛି ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବପର ହୋଇଥାଏ। ଏହାକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଆର୍ଏସ୍ସି-୦୪ ଗାଁର ଭକ୍ତରାମ ଦୋସ୍ତି। ଆସନ୍ତା ୯ ରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭକ୍ତରାମ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ଗତ ଜାନୁଆରୀ ୨୦ରୁ ସେ ପଞ୍ଜାବ ପଟିଆଲା ସ୍ଥିତ ଜାତୀୟ […]
ବ୍ରହ୍ମପୁର: ବ୍ରହ୍ମପୁର ସହରର ଗେଟ୍ ବଜାର ନିକଟରେ ଖୋଲିଲା ରାଜ୍ୟର ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର। ବ୍ରହ୍ମପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଉଦ୍ଘାଟନ କରିଛନ୍ତି। ଏଠାରେ ୧୦ରୁ ୪୦ ଟଙ୍କାରେ ଲୋକେ କ୍ଷୀର ପାଇପାରିବେ। ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ କାଉଣ୍ଟର ଆରମ୍ଭ କରାଯାଇଥିବା ବେଳେ ଆଗକୁ ସହରରେ ୧୦ଟି କାଉଣ୍ଟର ଖୋଲାଯିବ। ୨୦୧୪ରୁ ଚାଷୀଙ୍କ ନିକଟରୁ କ୍ଷୀର କିଣିବା ଦର ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି। ଫଳରେ ସିଧାସଳଖ ମାର୍କେଟରେ କ୍ଷୀର ବିକ୍ରି […]
ବାରିପଦା(ମାଣିକ ଲାଲ ପାଣି): ବାରିପଦା ରଥଯାତ୍ରାର ରହିଛି ଅନନ୍ୟ ପରମ୍ପରା। ସବୁଠି ଗତକାଲି ରଥ ଟଣାଯାଇଥିବା ବେଳେ ବାରିପଦାରେ ଆଜି ଟଣାଯିବା ରଥ । ନୀତି ଓ ପରମ୍ପରା ଅନୁଯାୟୀ, ଗତକାଲି ଏଠାରେ ରଥ ପ୍ରତିଷ୍ଠା କରାଯାଇଥିଲା। ମା’ ଅମ୍ବିକାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ଶ୍ରୀ ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ […]
ସୋର: ଦୁଇ ନାବାଳିକା ଭଉଣୀଙ୍କୁ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ଏନେଇ ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏତଲାରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଚକୋଲେଟ୍ ଲୋଭ ଦେଖାଇ ସେମାନଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ଦୁଇ ଭଉଣୀ ଅସୁସ୍ଥ ହେବାରୁ ଘଟଣା ସମ୍ପର୍କରେ ଘରେ ଜଣାଇଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦାବି ହୋଇଛି। […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ ପ୍ରେସର ଛତିଶଗଡ଼ ଆଡକୁ ମୁହାଁଇଛି। ତେବେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଉପକୂଳବର୍ତ୍ତୀ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି। ଆସନ୍ତାକାଲି ରଥଯାତ୍ରାରେ କାଲି ପାଗ ଅନୁକୂଳ ରହିବ। ଅପରାହ୍ଣ ସମୟରେ ଗୋଟିଏ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍ରେ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ନବୀନ ପଟ୍ଟନାୟକ ବିଜେଡିର ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିପାଇଁ ନବୀନ ନିବାସରେ ଆଜି ନିଆରା ଅନ୍ଦାଜରେ ବ୍ରେକ୍ଫାଷ୍ଟର ଆୟୋଜନ ହୋଇଥିଲା। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ରେକ୍ଫାଷ୍ଟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ନିଜ ନିର୍ବାଚନ ମଣ୍ଡଳୀର ବିକାଶ ସହ […]
ଭୁବନେଶ୍ୱର: ଯୁକ୍ତ ୨ ପାଇଁ ଆଜିଠୁ ନାମଲେଖା ଆରମ୍ଭ ହୋଇଛି। ହେଲେ ନାମଲେଖା ଆରମ୍ଭରୁ ହିଁ ଅବ୍ୟବସ୍ଥା ଦେଖା ଦେଇଛି। ଛାତ୍ରଛାତ୍ରୀମାନେ ଇଣ୍ଟିମେସନ୍ ଲେଟର୍ ଡାଉନ୍ଲୋଡ୍ କରିପାରୁ ନଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ଓ ଅଭିଭାବକ ଏନେଇ ଅପେକ୍ଷା କରି ରହିଥିବା ଖବର ମିଳିଛି। ଅନ୍ୟପକ୍ଷରେ ବିନା ଇଣ୍ଟିମେସନ୍ରେ ବି ଆବେଦନପତ୍ରର ନମ୍ବର ଅନୁସାରେ ବିଜେବି କଲେଜରେ ଆଡମିଶନ ହେଉଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ସିବିଏସ୍ଇ, ICSE ଛାତ୍ରଛାତ୍ରୀଙ୍କ ଆଡମିଶନ୍ରେ […]
ଭୁବନେଶ୍ୱର: ଯୁକ୍ତ ୨ ପାଇଁ ଆଜିଠାରୁ ନାମଲେଖା ଆରମ୍ଭ ହେଉଛି। ଯୁକ୍ତ ଦୁଇ ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଗତକାଲି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ପ୍ରଥମ କଟ୍ ଅଫରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ୬ ତାରିଖ ଯାଏ ଚାଲିବ। ଜୁଲାଇ ୧୨ ରେ ଦ୍ୱିତୀୟ କଟ୍ ଅଫ୍ ମାର୍କ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦେବେ ଟିପ୍ସ। ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିଥିବା ନବୀନ ପଟ୍ଟନାକୟ ବିଜେଡିର ନବାଗତ ବିଧାୟକଙ୍କୁ ଟିପ୍ସ ଦେବେ ବୋଲି ଜଣାପଡ଼ିଛି। ଏଥିପାଇଁ ନବୀନ ନିବାସରେ ଆଜି ନିଆରା ଅନ୍ଦାଜରେ ବ୍ରେକ୍ଫାଷ୍ଟର ଆୟୋଜନ କରାଯାଇଛି। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ରେକ୍ଫାଷ୍ଟ କରିବେ। ଏଥିସହ ବିଧାନସଭା ଓ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଆଚରଣ, ବ୍ୟବହାରକୁ ନେଇ ନବୀନ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଉପକୂଳ ସମେତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ଯାଏ ଏପରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ୫ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହି ଜିଲ୍ଲା ଗୁଡ଼ିକ ହେଉଛି-ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର। ଏହି ଜିଲ୍ଲା […]
ଜଳେଶ୍ୱର(ଅଜିତ ଦାସ): ଏକ ଗୋରୁ ବୋଝେଇ ଡାଲା ଅଟୋକୁ ବସ୍ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଜାତୀୟ ରାଜପଥ-୬୦ ନନ୍ଦିକା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଜଣ ଆହତ ହେବାସହ ଦୁଇ ଗୋରୁଙ୍କର ମୃତ୍ୟୁ ମଧ୍ୟ ହୋଇଛି। ମୃତକ ନାବାଳକଙ୍କ ଘର ପଶ୍ଚିବାଡ଼ର ବୋଲି ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଛନ୍ତି। […]
ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନରେ କେବେ ନିର୍ବାଚନ ତାରିଖ ଘୋଷଣା ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାରେ ମାତ୍ରାଧିକ ବିଳମ୍ବ ସତ୍ତ୍ୱେ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେପି ଓ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ପାଟକୁରା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ନିର୍ବାଚନ ମେ’ ୧୯ତାରିଖରେ କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ। […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଠାରେ ଥିବା ଏକ ଆବାସିକ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ଘର ପାରାଦୀପ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଛାତ୍ରୀ ନିବାସରେ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଛାତ୍ରୀ ତାଙ୍କ ରୁମ୍ରେ ପଡ଼ିଥିବା ହଷ୍ଟେଲ କର୍ମଚାରୀ ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]
ଭୁବନେଶ୍ୱର: ରାଜଧାନୀର ଆଦିବାସୀ ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ଘଟଣାକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଉଦ୍ବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କର ଏହା କ’ଣ ମା’ଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି। ‘ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଛି। ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ପ୍ରଥମେ ୪ଟି ପଜିଟିଭ୍ ଥିଲା ପରେ ସେଥିରୁ ୩ଟି ନେଗେଟିଭ୍ ବାହାରିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ […]