• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jagatsinghpur
ବାହୁଡ଼ା ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଖମ୍ବାକୂଳ ନୃସିଂହନାଥ ମଠ ପକ୍ଷରୁ ବାହୁଡ଼ା ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ମଠ ମହନ୍ତ ବିଶ୍ୱଜିତ ଦାଶଙ୍କୁ କିଛି ଲୋକ ବିରୋଧ କରିବାରୁ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏପରିକି ପୁଲିସ୍‌ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଗଣ୍ଡଗୋଳରେ ପୁଲିସ୍‌ ଭ୍ୟାନ୍‌ର କାଚ ଭାଙ୍ଗି ଯାଇଥିବା ବେଳେ  ୩-୪ ଜଣ ଆହତ ହୋଇଛନ୍ତି। କିଛି ଦୁର୍ବୃତ୍ତ […]

  • Monday, 12 July 2021
phulbani
ଅସ୍ତ୍ରୋପଚାର ବେଳେ ଅପରେସନ୍ ରୁମ୍‌ର ଫଟୋ ଭାଇରାଲ୍

ଫୁଲବାଣୀ: ଅପରେସନ୍ ରୁମ୍‌ରେ ଅସ୍ତ୍ରୋପଚାର ଚାଲିଥିବା ବେଳେ, ତା’ର ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରାଯାଇଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜଣେ ମହିଳାଙ୍କ ବନ୍ଧ୍ୟାକରଣ ଅପରେସନ୍‌ ହେଉଥିଲା। ଏହି ସମୟରେ କେହି ଫଟୋ ଉଠାଇ ତାହାକୁ ସୋଶାଲ୍‌ ମଡିଆରେ ପୋଷ୍ଟ୍ କରିଥିଲେ। ପରେ ତାହା ଭାଇରାଲ୍ ହୋଇଥିଲା। ଅପରେସନ ରୁମ୍‌କୁ ମୋବାଇଲ୍ କିମ୍ବା କ୍ୟାମେରା ନେବା ନିଷିଦ୍ଧ ଥିବା ବେଳେ ଏହି ଫଟୋ […]

  • Monday, 12 July 2021
bishnu das
ବିଜେଡି ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ ଅଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିଧାୟକ ଶ୍ରୀ ଦାସ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଛି। ଗତ ୪ ଦିନ ହେଲାଣି ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି। ତାଙ୍କ ଫୁସ୍‌ଫୁସ୍ ସଂକ୍ରମିତ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବା ହସ୍‌ପିଟାଲ୍‌ ସୂତ୍ରରୁ ସୂଚନା ମିଳିଛି।

  • Monday, 12 July 2021
paper pen
ଓଡ଼ିଆ ଯୁବକଙ୍କ କମାଲ୍‌: କାଗଜରେ ତିଆରି କଲେ ପେନ୍‌

ଭୁବନେଶ୍ୱର: ମାର୍କେଟ୍‌କୁ ଆସିଲା କାଗଜରେ ତିଆରି ଇକୋ ଫ୍ରେଣ୍ଡ୍‌ଲି ୟୁଜ୍ ଆଣ୍ଡ ଥ୍ରୋ ପେନ୍। ଭୁବନେଶ୍ୱରର ପ୍ରେମ୍‌ ପାଣ୍ଡେ ଓ ମହମ୍ମଦ ଅହମ୍ମଦ ଶାହା ଏଭଳି ପେନ୍ ତିଆରି କରିଛନ୍ତି। ପେନ୍‌ର ରିଫିଲ୍‌ ପ୍ଲାଷ୍ଟିକ୍‌ରେ ତିଆରି ହୋଇଥିବା ବେଳେ ପେନ୍‌ଟି କାଗଜରେ ତିଆରି ହୋଇଛି। ଯାହାର ଦାମ୍‌ ୫ରୁ ୭ ଟଙ୍କା ମଧ୍ୟରେ ରହିଛି। ଏହି ପେନ୍ ସହଜରେ ମାଟିରେ ମିଶିଯାଉଥିବା ସହ ପରିବେଶପଯୋଗୀ ବୋଲି ଜଣାପଡ଼ିଛି। ଆଗକୁ ପେନ୍‌ର ରିଫିଲ୍‌ ମଧ୍ୟ ଇକୋ ଫ୍ରେଣ୍ଡ୍‌ଲି ଦ୍ରବ୍ୟରେ […]

  • Monday, 12 July 2021
representational image
ବାଇକ୍‌ରେ ଯାଉଥିବା ବେଳେ ପିଟି ଦେଇ ଚାଲିଗଲା ଟ୍ରକ୍‌; ୨ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ରାସ୍ତାରେ ଟ୍ରକ୍‌ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚଢ଼ିଆପଲ୍ଲୀ ଗାଁର ରାମ ଗୌଡ଼ ଓ କୃଷ୍ଣ ନାୟକ। ଉଭୟ ବାଇକରେ ଯାଉଥିବା ବେଳେ ଏକ ଟ୍ରକ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହା ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ରାମଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଥାନାରେ […]

  • Monday, 12 July 2021
fire in truck
ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦର ପୁର୍ ପୋଲ ଉପରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଗତକାଲି ରାତିରେ ଏହି ନିଆଁ ଲାଗିଥିଲା। ଟ୍ରକ୍‌ଟି ପାରାଦୀପରୁ କୋଇଲା ବୋଝେଇ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଟ୍ରକଟି ହୁତୁ ହୁତୁ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଟ୍ରକ୍‌ରେ ହେଲପର୍ […]

  • Monday, 12 July 2021
accident
ଟ୍ରକ୍ ଓ ଟ୍ରେଲର ମୁହାଁମୁହିଁ ଧକ୍କା

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ନିକଟରେ ଏକ ଟ୍ରେଲର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଜଣେ ଆହତଙ୍କ ଦୁଇ ଗୋଡ଼ କଟିଯାଇଛି। ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମନମୁଣ୍ଡା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

  • Monday, 12 July 2021
bus
ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ଡିଜେଲ ଦର ବୃଦ୍ଧି ସହ ବଢ଼ିଲା ବସ୍ ଭଡ଼ା। ପୂର୍ବରୁ ଅର୍ଡିନାରି ବସ୍‌ କି.ମି. ପିଛା ୬୮ ପଇସା ଥିବାବେଳେ ଏବେ ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୧ ପଇସା ଥିବାବେଳେ ୭୨ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ୯୭ ପଇସା ଥିଲା ବେଳେ ୯୯ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ୧ ଟଙ୍କା ୧୯ ପଇସା ଥିଲା ବେଳେ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି।

  • Monday, 12 July 2021
congress
କଂଗ୍ରେସର ପାଟକୁରା ରଣନୀତି: ଚାଷ, ଚାଷୀ ସମସ୍ୟା ଓ ବେକାରୀ ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତି କରିଛି।  ଚାଷ ଓ ଚାଷୀ ସମସ୍ୟାର ସମାଧାନ, ବନ୍ୟା ଓ ବେକାରୀକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି। ସେହିପରି ପାଟକୁରାର ୩ଟି ବ୍ଲକ୍‌ରେ ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ସୁର ରାଉତରାୟ, ବାପି ସର୍ଖେଲ ଓ ରମେଶ ଜେନାଙ୍କ ପରି ନେତା ପ୍ରଚାରର ମଙ୍ଗ ଧରିବେ। ପ୍ରଚାର ପାଇଁ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ଆସିବେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ […]

  • Monday, 12 July 2021
rourkela
ରାଉରକେଲା ରେଳ ଷ୍ଟେସନରୁ ୯ଜଣ ନାବାଳିକା, ୨ଜଣ ନାବାଳକ ଉଦ୍ଧାର

ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ୯ ଜଣ ନାବାଳିକା ଓ ୨ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ରାଉରକେଲା ଜିଆର୍‌ପି ଏବଂ ଚାଇଲ୍ଡ ଲାଇନ୍‌ ମିଳିତ ଚଢାଉ କରି ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ୍‌ରୁ ଏମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ନାବାଳିକା ନାବାଳକଙ୍କୁ ହାୱଡା ଷ୍ଟେସନରୁ ମୁମ୍ବାଇ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଏମାନଙ୍କୁ ଚାଇଲ୍ଡ ଲାଇନ୍‌ ନିଜ ହେପାଜତରେ ରଖିଛି।  ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କ ଘର ବିହାରର […]

  • Monday, 12 July 2021
representational image
ବିବାହ ଦିନ ଆଖି ବୁଜିଲେ ଯୁବକ

କେନ୍ଦୁଝର: ବାଜା, ବାଣ ଓ ରୋଷଣୀ ବଜାଇ ଆଜି ଯାଇଥାନ୍ତେ କନିଆ ଘର। ବାହାବେଦୀରେ ବସି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ଏଥିପାଇଁ ବେଶ୍‌ ଖୁସି ବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଏସବୁ ସ୍ୱପ୍ନ ପୂରଣ ହେବା ପୂର୍ବରୁ ଚାଲିଗଲା ଜୀବନ। କେନ୍ଦୁଝର ସଦର ଥାନା କେନ୍ଦୁଆ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, କେନ୍ଦୁଆ ଗାଁର ଲୋକନାଥ ମହାନ୍ତଙ୍କ ଆଜି ବାହାଘର ଥିଲା। ହେଲେ ବିବାହ ପୂର୍ବରୁ […]

  • Monday, 12 July 2021
odisha cm naveen patnaik
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୧୭ଟି ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ମଧ୍ୟ ପର୍ଯ୍ୟଟନସ୍ଥଳୀ ସ୍ଥାନ ନ ପାଇବା ଆଶ୍ଚର୍ଯ୍ୟ ଜନକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ପ୍ରାଚୀନ ଯୁଗ ସହିତ ଆଧୁନିକ ଯୁଗର ଏବଂ ଉଭୟ ପ୍ରାକୃତିକ ଓ କୃତ୍ରିମ ପର୍ଯ୍ୟଟନସ୍ଥଳୀରେ ଭରପୁର ଥିବା ଓଡ଼ିଶାର ୫ଟି ପର୍ଯ୍ୟଟନସ୍ଥଳୀ ସଂପର୍କରେ ସେ ଉଲ୍ଲେଖ କରିଛନ୍ତି। ସେଗୁଡ଼ିକ ହେଲା- କୋଣାର୍କ […]

  • Monday, 12 July 2021
accident
ଓଲଟିଲା ଯାତ୍ରୀବାହୀ ବସ୍‌

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଏକ ବସ୍‌ ଓଲଟି ପଡ଼ିବା ଫଳରେ ୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଝାଡ଼ଖଣ୍ଡରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ବସ୍‌ରେ ପାଖାପାଖି ୫୧ ଜଣ ଯାତ୍ରୀ ଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

  • Monday, 12 July 2021
loot
ବନ୍ଧୁକ, ଛୁରୀ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଗହଣା

କଟକ: କଟକର ଏକ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସିଡିଏ ସେକ୍ଟର-୬ରେ ଥିବା ଏହି ଗହଣା ଦୋକାନରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ୩ଜଣ ଯୁବକ ଗହଣା କିଣିବା ପାଇଁ ଗହଣା ଦୋକାନକୁ ଆସିଥିଲେ। ଏହି ସମୟରେ ଦୋକାନ ବାହାରେ ଏକ କାର୍‌ରେ ଆଉ ୨ଜଣ ସେମାନଙ୍କୁ ଅପେକ୍ଷା କରିଥିଲେ। ଦୁର୍ବୃତ୍ତମାନେ ଦୋକାନ ଭିତରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ ଗହଣା […]

  • Monday, 12 July 2021
murder
ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼ (ବିଜୟ ବରୁଆ): ସାମାନ୍ୟ ବଚସାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ସୁନ୍ଦରଗଡ଼ ସଦର ଥାନା ସୁବଳୟାରେ ହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁଶୀଲା। ତାଙ୍କ ସ୍ୱାମୀ ନାଁ ଉଦିତ୍‌ ବାଗ୍। ସୂଚନା ଅନୁଯାୟୀ, ଉଦିତ୍‌ ଓ ସୁଶୀଲା ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ଛୁଆ ଅଛନ୍ତି। ଅନେକ ସମୟରେ ଉଦିତ୍‌ ମଦ ପିଇ ସୁଶୀଲାଙ୍କ ସହ ଝଗଡ଼ା କରନ୍ତି। ଦୁଇ ଦିନ ତଳେ ଉଭୟଙ୍କ ମଧ୍ୟରେ […]

  • Monday, 12 July 2021
nitu
କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍‌ ହାତରେ ପଥର ଖଣି ମାଫିଆ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ ଜଣେ ପଥର ଖଣି ମାଫିଆକୁ କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍‌ ଗିରଫ କରିଛି। ତାଙ୍କ ନାଁ ନିତୁ ମାନସିଂହ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ନିତୁ ମାନସିଂହଙ୍କୁ ଖୋର୍ଦ୍ଧା ପୁଲିସକୁ ହସ୍ତାନ୍ତର କରିଛି। ଅଟକ ନିତୁଙ୍କ ନାଁରେ ଏକାଧିକ ମାମଲା ରହିଛି। ତାଙ୍କ ନାଁରେ ଦୁଇଟି ଗୁଳିମାଡ଼ ସହ ବୋମାମାଡ଼ ମାମଲା ଥିବା ସୂଚନା ମିଳିଛି। ଗତ ୨୯ ତାରିଖରେ ଖୋର୍ଦ୍ଧା ସହର ସ୍ଥିତ ଏଲ୍ଆଇସି ପଡ଼ିଆ ନିକଟରେ ଖଣି ଓ ଡ୍ରଗ୍ ମାଫିଆଙ୍କ ସହ […]

  • Monday, 12 July 2021
cloudy
ଏହିସବୁ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୬ଟି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼ ଓ ଖୋର୍ଦ୍ଧା। ଏହିସବୁ ଜିଲ୍ଲାବାସୀଙ୍କୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021
naveen
ନବୀନ ନିବାସରେ ପାଟକୁରା ପଲିଟିକ୍ସ

ଭୁବନେଶ୍ୱର: ନବୀନ ନିବାସରେ ପାଟକୁରା ପଲିଟିକ୍ସ। ପାଟକୁରା ନିର୍ବାଚନକୁ ନେଇ ଚାଲିଛି ଗେମ୍ ପ୍ଲାନ୍। ପାଟକୁରାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକ୍‌ରେ ବିଜେଡିର ବିବାଦକୁ ନେଇ ଆଲୋଚନା […]

  • Monday, 12 July 2021
accident
ନୟାଗଡ଼ରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କାଳିଆପଡା ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଟି କାର୍‌ ମଧ୍ୟରେ ଦୁର୍ଘଟଣା ଘଟି ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କଣ୍ଟିଲୋ ନିକଟସ୍ଥ ବିଜିପୁରରୁ ବାହାଘର ସାରି ୨ଟି କାର୍‌ରେ ବରଯାତ୍ରୀ ଦଶପଲ୍ଲା ହାଟସାହିକୁ ଫେରୁଥିଲେ। ଏହି ସମୟରେ କାଳିଆପଡା ନିକଟରେ ସାମ୍ନା […]

  • Monday, 12 July 2021
firing
୨ ଭାଇଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଲିଙ୍କ ରୋଡ୍‌ରେ ୨ ଭାଇଙ୍କୁ ଗୁଳିମାଡ଼। ଦୁଇ ଭାଇ ହେଲେ ଦୟାଶଙ୍କର ସାଏ ଓ ଗୌରୀଶଙ୍କର ସାଏ। ଏମାନେ ଧାନ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ  ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି। ସୂଚନା ଅନୁସାରେ, ଆଜି ସକାଳ ସାଢେ ୭ଟାରେ ଦୁଇ ଭାଇ ନିଜ ଧାନ ଗୋଦାମରେ […]

  • Monday, 12 July 2021
matric exam
ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ ସେଣ୍ଟର ଭାବେ ବୋର୍ଡ ଚିହ୍ନଟ କରିଛି। ଅନ୍ୟପକ୍ଷରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ […]

  • Monday, 12 July 2021
trafficking
ସୁନ୍ଦରଗଡ଼ର ନାବାଳିକାଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଗାଁର ଜଣେ ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଚାକିରି ଦେବା କହି ରାଜ୍ୟ ବାହାରକୁ ନେବା ପରେ ଦଲାଲ ଜଣକ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଏକ ଅଗରବତୀ କାରଖାନାରେ ଚାକିରି କରାଇ ଦେବାକୁ କହି ଜଣେ ଦଲାଲ ସମ୍ପୃକ୍ତ ନାବାଳିକାଙ୍କୁ ରାଜ୍ୟ ବାହାରକୁ  ନେଇଥିଲେ। ହେଲେ ଚାକିରି ବଦଳରେ ଦଲାଲ ଜଣକ ଉକ୍ତ ନାବାଳିକାଙ୍କୁ ମଧ୍ୟପ୍ରଦେଶର କଟନୀରେ […]

  • Monday, 12 July 2021
matric
ଆସନ୍ତାକାଲିଠାରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍‌ ସେଣ୍ଟର ଭାବେ ଚିହ୍ନଟ କରିଛି ବୋର୍ଡ। ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର […]

  • Monday, 12 July 2021
representational image
ଦୋକାନରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଜାତୀୟ ରାଜପଥ ୧୬ କଡ଼ରେ ଥିବା ଏକ ଦୋକାନ ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ସାହୁ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଦୋକାନ ବାହାର ପଟୁ ତାଲା ପଡ଼ିଥିବାରୁ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ରବୀନ୍ଦ୍ର ନିଜ ସ୍ତ୍ରୀକୁ ମାରପିଟ୍‌ […]

  • Monday, 12 July 2021
rain
ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ କେତେକ  ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝାଡ଼ଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ଲୋ ପ୍ରେସରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପଶ୍ଚିମ ବିହାର ଓ ଝାଡ଼ଖଣ୍ଡ ଉପରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି ବୋଲି  ଆଞ୍ଚଳିକ […]

  • Monday, 12 July 2021