• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bhubaneswar
ବିଧାନସଭା ଫାଟକ ଆଗରେ ମହିଳାଙ୍କ ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ମୁଖ୍ୟ ଫାଟକ ନିକଟରେ ଜଣେ ମହିଳା ପ୍ରତିବାଦ କରିଛନ୍ତି। ବିଧାନସଭା ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ପୁଲିସ୍‌କୁ ଚକ୍‌ମା ଦେଖାଇ ମହିଳା ଜଣକ ଆଜି ବିଧାନସଭାର ମୁଖ୍ୟ ଫାଟକ ଆଗକୁ ପଳାଇ ଆସିଥିଲେ। ବିବାହ ଓ ଚାକିରି ନାଁରେ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା […]

  • Monday, 12 July 2021
anubhav..
ଅନୁଭବଙ୍କ ନାଁରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ ମାମଲା: କୋର୍ଟରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ସାମ୍ବାଦିକ ଆଣିଥିବା ଅଭିଯୋଗ ମାମଲାରେ ଆଜି କଟକ JMFC କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି। ଏହି ସମୟରେ ପୁରୀଘାଟ ପୁଲିସ୍‌ ଏବଂ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ। ଗତ ଦୁଇ ଦିନ ତଳେ ମହିଳା ସାମ୍ବାଦିକ ଜଣକ ପୁରୀଘାଟ ଥାନାରେ ଧାରଣାରେ ବସିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା […]

  • Monday, 12 July 2021
bullet
ରାଜଧାନୀରେ ପୁଲିସ୍‌ର ଅପରେସନ୍‌ ବୁଲେଟ୍‌

ଭୁବନେଶ୍ୱର: କମିଶନରେଟ୍‌ ପୁଲିସ ପକ୍ଷରୁ ଅପରେସନ୍ ବୁଲେଟ୍‌ ଆରମ୍ଭ ହୋଇଛି। ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡ କରୁଥିବା ବୁଲେଟ୍‌ ଚାଳକ ଉପରେ ଟ୍ରାଫିକ ପୁଲିସ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗତକାଲି ସହରର ୬ଟି ଛକରେ ଟ୍ରାଫିକ ଯାଞ୍ଚ ବେଳେ ପ୍ରାୟ ୨୦ରୁ ଅଧିକ ବୁଲେଟ୍‌କୁ ପୁଲିସ୍‌ ଜବତ କରିଛି। ସେସବୁ ବୁଲେଟ୍‌ର ସାଇଲେନ୍‌ସର୍‌କୁ ପୁଲିସ୍‌ କାଢ଼ି ଦେଇଛି। ଏଥିସହ ଚାଳକମାନଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଏପରିକି ପୁନର୍ବାର ଏପରି ନ କରିବାକୁ […]

  • Monday, 12 July 2021
odisha assembly
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ସରକାରଙ୍କୁ ଘେରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କେନ୍ଦ୍ରାପଡ଼ା ଗୁଳିକାଣ୍ଡ, ସିମୁଳିଆରେ ପଦ୍ମଲୋଚନ ପଣ୍ଡାଙ୍କ ପୁଅକୁ ଗିରଫ ଘଟଣା ସହ ପୁରୀ ଓ ସୁନ୍ଦରଗଡ଼ ଆଦି ଘଟଣା କଥା ଉଠାଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଏବଂ ଆକ୍ରୋଶ ରଖି ସିମୁଳିଆରେ ବିଜେପି ନେତା ପଦ୍ମଲୋଚନ […]

  • Monday, 12 July 2021
bomb blast
ପକେଟ୍‌ରେ ବୋମା ରଖିଥିଲେ, ଫୁଟିଗଲା

ଭଞ୍ଜନଗର: ପକେଟ୍‌ରେ ବୋମା ରଖିଥିଲେ ହେଲେ ତାହା ଫୁଟିଗଲା। ଆଉ ଚାଲିଗଲା ଜୀବନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରି ମୋଟର ସାଇକେଲରେ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ। ଏହି ସମୟରେ ଡହ ନିକଟ ଗୋଚ୍ଛାପଲ୍ଲୀ ନିକଟରେ ପୁଲିସ୍‌ ସହ ଦୁର୍ବୃତ୍ତଙ୍କ  ମୁହାଁମୁହିଁ ହୋଇଥିଲା। ତେବେ ପୁଲିସ୍‌ ଉପରକୁ ବୋମା ଫିଙ୍ଗି ଖସିଯିବା ପାଇଁ ଉଦ୍ୟମ କରିବା ବେଳେ ଜଣଙ୍କ ବାଇକ୍ […]

  • Monday, 12 July 2021
murder
ମା’କୁ ଟାଙ୍ଗିଆରେ ହାଣିଲା ପୁଅ

ଆଠଗଡ଼: ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସାବି ପ୍ରଧାନ। ତାଙ୍କ ପୁଅ ନାଁ ପ୍ରକାଶ ପ୍ରଧାନ। ହତ୍ୟାକାଣ୍ଡ ପରେ ପ୍ରକାଶ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ଘରୋର କଥାକୁ ନେଇ ମା’, ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ବେଳେ ପ୍ରକାଶ ହଠାତ୍ ଏକ ଟାଙ୍ଗିଆରେ ତାଙ୍କ ମା’ ସାବିଙ୍କୁ […]

  • Monday, 12 July 2021
khurda
କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ‘ଛୋଟା’ର ବେଆଇନ୍‌ ଘର ଉଚ୍ଛେଦ

ଖୋର୍ଦ୍ଧା: ଖଣି ମାଫିଆ ତଥା କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ଶୁଭ୍ରାଂଶୁ ପରିଡ଼ାଙ୍କ ବେଆଇନ୍‌ ଘର ଉଚ୍ଛେଦ କରାଯାଉଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟାର ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ ବଖରା ଘର ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ବର୍ତ୍ତମାନ ଯାଏ ଏହି ବେଆଇନ୍‌ ଘରକୁ ଉଚ୍ଛେଦ କରାଯାଉଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ୨ଟି ଜେସିବି ସାହାଯ୍ୟରେ ଏହି ଘର ସବୁ ଘର ଭଙ୍ଗା ଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ […]

  • Monday, 12 July 2021
child
ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଦିଗିସିରା ନିକଟସ୍ଥ ରାସ୍ତାକଡ଼ରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ସ୍ଥାନୀୟ ଲୁଣିବାହାଲ ଗାଁର ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଶିଶୁପୁତ୍ର ପଡ଼ିଥିବା ଦେଖିଥିଲେ। ସେ ଛୁଆଟିକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଛୁଆଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପୁରୁଣାକଟକ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏହାସହ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା […]

  • Monday, 12 July 2021
puri
ପୁରୀ ଟ୍ରିପଲ୍‌ ମର୍ଡର ଘଟଣାରେ ୪ ଅଟକ

ପୁରୀ: ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍‌ ମର୍ଡର ଘଟଣାରେ ଅଭିଯୁକ୍ତଙ୍କ ପରିବାରର ୪ଜଣଙ୍କୁ ଅଟକ ରଖିଛି। ମୋଟ ୭ଜଣଙ୍କ ନାଁରେ ଏତଲା ହୋଇଥିବା ବେଳେ ଘଟଣାର ୧୨ ଘଣ୍ଟା ପରେ ବି କୌଣସି ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍‌ ସଫଳ ହୋଇନି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ପଟ୍ଟନାୟକିଆ ଛକ ଜନଶୂନ୍ୟ ହୋଇ ପଡ଼ିଥିବା ବେଳେ ସବୁ ଦୋକାନ ବଜାର ବନ୍ଦ ରହିଛି। ମୃତକଙ୍କ ଗାଁ ଓ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ରୋକିବାକୁ […]

  • Monday, 12 July 2021
anubhav mohanty
ସାଂସଦ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଲେ ଅଭିଯୋଗକାରିଣୀ

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀଘାଟ ଥାନା ଆଗରେ ମହିଳା ସାମ୍ବାଦିକ ଧାରଣା ଦେଇଛନ୍ତି।  ଅନୁଭବଙ୍କ ନାଁରେ ଅଭିଯୋଗ କରିବାର ମାସେ ପରେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ମହିଳା ସାମ୍ବାଦିକ ସସ୍ମିତା ଆଚାର୍ଯ୍ୟ କହିଛନ୍ତି। ଏନେଇ ଆଜି ସେ ଥାନାକୁ ଆସି ଅଧିକାରୀଙ୍କୁ ଭେଟିବା ସହ ଧାରଣାରେ ବସିଛନ୍ତି। ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା ସାମ୍ବାଦିକ ଜଣକ କହିଛନ୍ତି। ଖାଲି ଏତିକି ନୁହେଁ […]

  • Monday, 12 July 2021
odisha
ସଂସଦରେ ନିଜର କଳା ପ୍ରଦର୍ଶନ ପାଇଁ ଓଡ଼ିଶାର ୭ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିଲା ସୁଯୋଗ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ସଂସଦରେ ନିଜର କଳା ପ୍ରଦର୍ଶନ କରିବେ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀ। ଟିଟିଲାଗଡ଼ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ମିଳିଛି। ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ମୋଟ୍‌ ୭ ଜଣ ପିଲାଙ୍କୁ ଚୟନ କରାଯାଇଛି। ଏହି ପିଲାମାନେ ଶୁଣି ପାରନ୍ତି ନାହିଁ ହେଲେ ମ୍ୟୁଜିକ୍‌ର ତାଳେ ତାଳେ ଭଲ ଡ୍ୟାନ୍ସ କରିପାରନ୍ତି।

  • Monday, 12 July 2021
protest
କେନ୍ଦ୍ରାପଡ଼ାରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ପ୍ରତିବାଦରେ ରାସ୍ତାରୋକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ସ୍ଥିତ ତିନିମୁହାଣିର ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା ପ୍ରତିବାଦରେ ରାସ୍ତାରୋକ କରାଯାଇଛି। ଉତ୍ତ୍ୟକ୍ତ ଲୋକେ ତିନିମୁହାଣି ଓ ଗୁଲନଗର ଛକରେ ଟାୟାର ଜାଳି କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି। ତିନି ମୁହାଣି ଛକରେ ଥିବା ଦୋକାନ ବଜାର ସବୁ ବନ୍ଦ ରହିଛି। ଅଭିଯୁକ୍ତଙ୍କ ଗିରଫ ଦାବିକୁ ନେଇ ଲୋକେ ଅଡ଼ି ବସିଛନ୍ତି। ଅନ୍ୟପକ୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଗୋଟିଏ ପ୍ଲାଟୁନ୍‌ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଗତକାଲି ସଂଧ୍ୟାରେ ଯୁବ ବ୍ୟବସାୟୀ ତଥା ତିନିମୁହାଣି ବଜାର […]

  • Monday, 12 July 2021
students beaten
ଛାତ୍ରଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଅଧ୍ୟାପକ

ସାଲେପୁର: ଛାତ୍ରଙ୍କୁ ମାଡ଼ ମାରି ଅଧ୍ୟାପକ ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। କଟକ ସାଲେପୁରର ଶ୍ରୀକ୍ଷେତ୍ର ସାଇନ୍ସ ରେସିଡେଣ୍ଟିଆଲ୍‌ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଏଭଳି ଅଭିଯୋଗ ଆଣିଛନ୍ତି। ହଷ୍ଟେଲର ୧୧ଜଣ ଛାତ୍ରଙ୍କୁ ୨ଜଣ ଅଧ୍ୟାପକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କ୍ଲାସ୍‌ ରୁମ୍‌ରେ ପାଠ ପଢାଇବା ବେଳେ ଛାତ୍ରମାନଙ୍କୁ ୨ଜଣ ଅଧ୍ୟାପକ ମାଡ଼ ମାରିଥିଲେ। ଫଳରେ ଅଧ୍ୟାପକଙ୍କ ମାଡ଼ରେ ଛାତ୍ରମାନେ ଆହତ ହୋଇଥିଲେ। ଏନେଇ ଛାତ୍ରମାନେ ସାଲେପୁର ଥାନାରେ ଅଭିଯୋଗ କରିବା […]

  • Monday, 12 July 2021
apollo
ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ

ଭୁବନେଶ୍ୱର: ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ। କର୍ମଚାରୀଙ୍କୁ ନିଯୁକ୍ତି ପତ୍ର, ଇଏସ୍‌ଆଇ ଓ ସର୍ବନିମ୍ନ ମଜୁରି ପ୍ରଦାନ ସହ ‌ଆପୋଲୋ ହସ୍ପିଟାଲରେ ଚିକିତ୍ସା ସୁବିଧା ‌ଆଦି ଦାବି ଯଦି ପୂରଣ ନ ହୁଏ ତେବେ ସଂଘ ଆନ୍ଦୋଳନ କରିବ ବୋଲି ଜଣାପଡ଼ିଛି। ଏନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସଂଘ ଅଭିଯୋଗ […]

  • Monday, 12 July 2021
firing
କେନ୍ଦ୍ରାପଡ଼ାରେ ଗୁଳିମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଗତକାଲି ସଂଧ୍ୟା ପ୍ରାୟ ୮ଟା ସମୟରେ କେନ୍ଦ୍ରାପଡ଼ା ତିନିମୁହାଣିରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଯୁବ ବ୍ୟବସାୟୀ ତଥା ତିନିମୁହାଣି ବଜାର କମିଟିର ସଭାପତି ବିବେକାନନ୍ଦ ମହାରଣା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଗୁଳି ବାଜିଛି। ବିବେକାନନ୍ଦ ଗୁଲନଗର ଛକରୁ ତିନିମୁହାଣି ଆସୁଥିବା ବେଳେ ଦଣ୍ଡାମୁଣ୍ଡ ନିକଟରେ ବାଇକ୍‌ରେ ଚାରିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ। ବିବେକାନନ୍ଦଙ୍କୁ […]

  • Monday, 12 July 2021
rain
୧୮ ତାରିଖ ପରଠୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଦକ୍ଷିଣ ପଞ୍ଜାବରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଯେଉଁ ଟ୍ରପ୍‌ ଲାଇନ୍‌ ଥିଲା ତାହା ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ଭାଗ ହିମାଳୟ ପାଦଦେଶ ଆଡ଼କୁ ଚାଲି ଯାଇଥିବା ବେଳେ ଅନ୍ୟ ଏକ ଭାଗ ବିହାର, ଝାଡ଼ଖଣ୍ଡ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଯାହାର ଆଶିଂକ ପ୍ରଭାବ ଓଡ଼ିଶା ଉପରେ ରହୁଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର […]

  • Monday, 12 July 2021
naveen
ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ବ୍ୟବସ୍ଥା କରିବାକୁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ବିମାନସେବା ରହିଥିଲେ ମଧ୍ୟ ସବୁ ବିମାନ ଦିଲ୍ଲୀ ଦେଇ ଯାଉଛି। ଏହାଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ଅଧିକ ସମୟ ମଧ୍ୟ ଲାଗୁଛି। ଓଡ଼ିଶାକୁ ବିଦେଶରୁ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଇଛି। ଏହାସହ ଅନେକ ଯାତ୍ରୀ ବିଦେଶକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ […]

  • Monday, 12 July 2021
representational image
ଏମିତି ବି ଆସେ ବିପତ୍ତି: ପାଣିରୁ ଛାଣି ଝିଅକୁ ମେଡିକାଲ୍‌ ନେଉଥିଲେ, ଓଲଟି ପଡ଼ିଲା ଅଟୋ

ଆନନ୍ଦପୁର: ଏମିତି ବି ଆସେ ବିପତ୍ତି। ପୋଖରୀରେ ବୁଡ଼ି ଯାଇଥିବା ଝିଅ କାଳେ ବଞ୍ଚିଥିବ ଭାବି ସେ ଆଶାରେ ବାପା ମା’ ମେଡିକାଲ୍‌ ନେଉଥିଲେ। ହେଲେ ଅଧା ବାଟରେ ଦୁର୍ଘଟଣାର ଶିକାର ହେଲେ। ଘଟଣା କିଛି ଏମିତି… ପୋଖରୀରେ ଦୁଇ ଜଣ ନାବାଳିକା ବୁଡ଼ି ଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯିବା ପରେ କାଳେ ବଞ୍ଚିଥିବେ ବୋଲି ଭାବି ଏକ ଅଟୋରେ ପରିବାର ଲୋକେ ତରବର ହୋଇ ମେଡିକାଲ୍‌ ନେଉଥିଲେ। ହେଲେ ବାଟରେ ଅଟୋଟି ଓଲଟି ପଡ଼ିଥିଲା। କେନ୍ଦୁଝର ଜିଲ୍ଲା […]

  • Monday, 12 July 2021
assembly
ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲୁଛି ଆର୍ଥିକ ବୋଝର ଖଣ୍ଡା

ଭୁବନେଶ୍ୱର: ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ଉପରେ ବ୍ୟୟବରାଦର ବୋଝ ବଢ଼ିବାରେ ଲାଗିଛି। ଅର୍ଥାତ୍‌ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲୁଛି ଆର୍ଥିକ ବୋଝର ଖଣ୍ଡା। ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର ସୋଶାଲ୍‌ ମିଡ଼ିଆରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର […]

  • Monday, 12 July 2021
loot
ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠୁ ସୁନା ଲୁଟ୍‌

କଳାହାଣ୍ଡି: ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏଭଳି ଅଭିଯୋଗ ଆସିଛି। ତେବେ ଲୁଟ୍‌ ବେଳର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ରାମକଲି ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଠାକୁରଙ୍କ ଦର୍ଶନ ପାଇଁ ମାଉସୀ ମା’ ମନ୍ଦିର ଯାଉଥିଲେ। ଏହି ସମୟରେ ତିନିଜଣ ଯୁବକ ହଠାତ ତାଙ୍କୁ ରାସ୍ତାରେ ଅଟକାଇଥିଲେ। ଉପରୁ ଅଡର୍‌ ଆସିଛି କହି ଦୁର୍ବୃତ୍ତମାନେ ରାମକଲିଙ୍କୁ […]

  • Monday, 12 July 2021
accident
ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍‌ ତଳକୁ ଖସିଲା ବାଇକ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚମ୍ଫାଖାରି ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍‌ ତଳକୁ ଖସି ପଡ଼ିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବନମାଳୀ ସିକୁଡୁ ଓ ସଞ୍ଜୟ ସିକୁଡୁ। ଗୁରୁତର ଶରତ ମାଝିଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ସ୍ଥାନୀୟ ବେଜିଂଗଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ମାଥିଲିରୁ ଘରକୁ ଫେରୁଥିଲେ। […]

  • Monday, 12 July 2021
exam
ପ୍ରକାଶ ପାଇଲା OTET ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା OTET ପରୀକ୍ଷା ପାଇଁ ବିଜ୍ଞପ୍ତି। ଚଳିତମାସ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅନଲାଇନ୍‌ରେ ପେମେଣ୍ଟର ଶେଷ ତାରିଖ ଜୁଲାଇ ୨୯। ଏହିଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପେମେଣ୍ଟ କରିପାରିବେ। ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି ଓ ଆବେଦନ କରିବେ ଛାତ୍ରଛାତ୍ରୀ। ୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ସାନି ଆବେଦନ ମଧ୍ୟ କରିବେ। […]

  • Monday, 12 July 2021
Milk On Road
ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ବାସୁଦେବପୁର: ଓମଫେଡ୍ ପକ୍ଷରୁ କ୍ଷୀର ସଂଗ୍ରହ କରିବା ପାଇଁ ମନା କରିଦେବା ପରେ ରାସ୍ତାରେ କ୍ଷୀର ଢାଳିଲେ ଚାଷୀ। ଭଦ୍ରକ ଜିଲ୍ଲା ବାସୁଦେବପୁରର ଚାଷୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତକାଲି ରାତିରେ ନିମ୍ନମାନର କ୍ଷୀର ଦର୍ଶାଇ ଓମଫେଡ୍‌ ପକ୍ଷରୁ କ୍ଷୀର ନିଆଯାଇ ନ ଥିଲା। ଏହାର ପ୍ରତିବାଦ କରି ଚାଷୀମାନେ ପ୍ରାୟ ୧୨ଶହ ଲିଟରରୁ ଅଧିକ କ୍ଷୀର ରାସ୍ତାରେ ଢାଳି ଦେଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିବା ସହ ଆନ୍ଦୋଳନ ପାଇଁ ଚାଷୀମାନେ […]

  • Monday, 12 July 2021
accident
କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୩ ମୃତ, ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ନାଇକାନାଳି ଠାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ କାର୍‌-ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଭୁପେଶ ସାହୁ, ଧନୁର୍ଜୟ ନାୟକ ଓ କ୍ରିଷ୍ଣା କୁମାର ସାହୁ। ଆହତ ସାଗର କୁମାର ବାରିକ ଓ ବିକାଶ କୁମାର […]

  • Monday, 12 July 2021
representational image
ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।  ଦୈନିକ ଖବର କାଗଜର ଜଣେ ସାମ୍ବାଦିକଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ମହିଳାଙ୍କ ଅଭିଯୋଗ ପରେ ସଂପୃକ୍ତ ସାମ୍ବାଦିକଙ୍କ ନାଁରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ୍‌ ତାଙ୍କୁ ଏଯାଏ ଗିରଫ କରିପାରି ନାହିଁ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁରୁଗ୍ରାମ ଅଞ୍ଚଳରେ ଉକ୍ତ ସାମ୍ବାଦିକଙ୍କ ଘରେ ମହିଳା ଜଣକ କାମ କରୁଥିଲେ। ଗତ ୪ ତାରିଖ ରାତିରେ ସମ୍ପୃକ୍ତ ସାମ୍ବାଦିକ ଜଣକ ମହିଳାଙ୍କ […]

  • Monday, 12 July 2021