• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

accident
ରାସ୍ତା କଡ଼ ଡ୍ରେନ୍ ଉପରେ ବସିଥିବା ବେଳେ ଚଢ଼ିଗଲା ଟ୍ରକ୍‌

ତେଲକୋଇ: ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିବା ବେଳେ ମିନି ଟ୍ରକ୍‌ ଚଢ଼ି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଖକନ କୁମାର ସାହୁ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁରେ। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, କାଲି ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟୁତ୍‌ ନ ଥିବାରୁ ଖକନ ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିଲେ। ଏହି ସମୟରେ […]

  • Monday, 12 July 2021
representational image
ଥାନାରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନାରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ଜଣେ ନାବାଳିକାଙ୍କୁ କିଣିଥିବା ଅଭିଯୋଗରେ ପୁଲିସ୍‌ ମଧ୍ୟପ୍ରଦେଶର ସୁନୀଲ ଲୋଧୀଙ୍କୁ ଗିରଫ କରିଥିଲା। ଗତକାଲି ଧାରୁଆଡିହି ଥାନା ହେପାଜତରେ ଥିବା ବେଳେ ସୁନୀଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ବେକରେ ଦାଗ ଥିବା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଜଣାପଡିନାହିଁ। ଗତ କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ମନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଚାକିରି ଦେବାକୁ କହି ଦୁଇ […]

  • Monday, 12 July 2021
soro
ପୁଲିସ୍‌କୁ ଚକ୍‌ମା ଦେଖାଇ ଛୁ ମାରିଲା ଲୁଟେରା

ସୋର: ପୁଲିସ୍‌କୁ ଚକ୍‌ମା ଦେଖାଇ ଛୁ ମାରିଲା ଲୁଟେରା। ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହୀରା ଓ ସୁନା ଅଳଙ୍କାର ଲୁଟିଥିବା ଜଣେ ଲୁଟେରା ଦିଲ୍ଲୀ ପୁଲିସ୍‌କୁ ଚକ୍‌ମା ଦେଇ ବାଲେଶ୍ୱର ଷ୍ଟେସନରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ଜଣେ ବ୍ୟକ୍ତି ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟବୟାସୀଙ୍କ ଘରେ କାମ କରୁଥିଲେ। ହେଲେ ଗତ କିଛିଦିନ ତଳେ ଉକ୍ତ ବ୍ୟକ୍ତି ଜଣକ ବ୍ୟବସାୟୀଙ୍କ ଘରୁ ଚୋରି […]

  • Monday, 12 July 2021
baijayant panda
ଓଟିଭି ଲୋଗୋ ଥିବା ନକଲି ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଓଟିଭି ଲୋଗୋ ଥିବା ନକଲି  ଭିଡିଓ ଭାଇରାଲ୍ ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଟ୍ୱିଟ୍‌ କରି ବୈଜୟନ୍ତ ପଣ୍ଡା କହିଛନ୍ତି, ଏହା କେବଳ ନକଲି ଖବର ନୁହେଁ, ପାଟକୁରା ନିର୍ବାଚନ ପୂର୍ବରୁ ମତଦାତାଙ୍କ ଉପରେ ପ୍ରଭାବ ପକାଇବା ଉଦ୍ଦେଶ୍ୟରେ ଏକ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ। ବିଜୟ ମହାପାତ୍ରଙ୍କୁ ପୂର୍ଣ୍ଣ ସମର୍ଥନ ସହ ତାଙ୍କ ପାଇଁ କ୍ୟାମ୍ପେନିଂ କରିଥିବା ନେଇ ରାଜ୍ୟ ରାଜନୀତିରେ ଧାରଣା ଥିବା ସମସ୍ତେ ଜାଣନ୍ତି। ଏଥିସହ […]

  • Monday, 12 July 2021
chitrakonda
ଘରୁ ଡାକି ନେଇ ଗୁଳି କରି ହତ୍ୟା କଲେ ମାଓବାଦୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ର ସୀମାନ୍ତ ବୀରାଭରମ୍‌ ଗାଁର ଦୁଇ ଜଣଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି। ମୃତକଦ୍ୱୟ ହେଲେ ପାଙ୍ଗି ସତିବାବୁ ଓ ଗାମେଲା ଭାସ୍କର। ଘରୁ ଡାକି ନେଇ ମାଓବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଗାଁକୁ ଆସି ଉଭୟଙ୍କୁ ଘରୁ ଡାକି ଅତି ନକିଟରୁ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୁଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ହତ୍ୟାକାଣ୍ଡ […]

  • Monday, 12 July 2021
asssembly
ବିଧାନସଭା ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ

ଭୁବନେଶ୍ୱର: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଧାନସଭା ହୁଲ୍‌ସ୍ତୁଲ୍‌। ବିଧାନସଭାରେ ଆଜି ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ଗୃହକୁ ୩ଟା ଯାଏ ବାଚସ୍ପତି ମୁଲତବି ରଖିଛନ୍ତି। ଶୂନ୍ୟକାଳରେ ଗୃହରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଏସ୍‌ପି ଯେମିତି ମାଡ଼ ମାରିବାକୁ ଉଦ୍ୟମ କରିଥିଲେ, ତାହା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନଚେତ ତାଙ୍କୁ ନିଲମ୍ବନ କରାଯାଉ […]

  • Monday, 12 July 2021
nayagarh
ଯୁବକଙ୍କୁ ଅପହରଣ ପରେ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କ ଆତ୍ମସମର୍ପଣ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁରେ ଯୁବକଙ୍କୁ ହତ୍ୟା ପରେ ପୋଡ଼ି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣ ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ହେଲେ ଗୋତିସାହି ପଞ୍ଚାୟତର ସରପଞ୍ଚଙ୍କ ପୁଅ ଜ୍ୟୋର୍ତିମୟ ମହାନ୍ତି ଓରଫ କାଳୁ। ପୂର୍ବରୁ ଏହି ଘଟଣାରେ ପୁଲିସ ବାଳକୃଷ୍ଣ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ଜୁନ୍ ୧୪ତାରିଖରେ ରବି ନିଖୋଜ ହୋଇଯାଇଥିଲେ। ୧୫ ତାରିଖରେ ରବିଙ୍କ ମାଆ ଶରଣକୁଳ ଥାନାରେ ଅଭିଯୋଗ […]

  • Monday, 12 July 2021
maharathi
ମନ୍ତ୍ରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ମହାରଥୀ!

ଭୁବନେଶ୍ୱର: ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ବୋଲି କହିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ଆଜି ଏପରି କିଛି ଢଙ୍ଗରେ ନିରଞ୍ଜନ ପୂଜାରୀଙ୍କୁ ପ୍ରଦୀପ ମହାରଥୀ ଜବାବ ଦେଇଛନ୍ତି। ଗତକାଲି ବିଧାନସଭା ଗୃହରେ ମହାରଥୀଙ୍କୁ ନିରଞ୍ଜନ ପୂଜାରୀ ସମାଲୋଚନା କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। ହେଲେ ତାହା ଏବେ ୪୮କୁ ଖସି ଆସିଛି। ଯାହାକୁ ନେଇ ମହାରଥୀ ଆଜି କଡ଼ା ଜବାବ ରଖିଛନ୍ତି। ନିଜ ଚିରାଚରିତ […]

  • Monday, 12 July 2021
admission
ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ଆଜି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ରେ ୧ ଲକ୍ଷ ୮୮ ହଜାର ୨୨୨ ଛାତ୍ରଛାତ୍ରୀଙ୍କ ନାଁ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ୍‌ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଯୁକ୍ତ ୩ରେ ନାମ ଲେଖା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୮ହଜାର ୨୨୨ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥର କଟ୍‌ ଅଫ୍‌ରେ ବିଜେବି କଲେଜ ଆଗରେ ରହିଛି। ବିଜେବି […]

  • Monday, 12 July 2021
bhubaneswar
ବ୍ରାଉନ ସୁଗର ବିକ୍ରି କରିବାକୁ ଆସି ନିର୍ଧୂମ ମାଡ଼ ଖାଇଲେ ବେପାରୀ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବସ୍ତିରେ ବ୍ରାଉନ ସୁଗର ବିକ୍ରି କରିବା। ବସ୍ତି ବାସିନ୍ଦା ଜଣେ ବେପାରୀଙ୍କୁ ଧରି ନିର୍ଧୂମ ମାଡ଼ ମାରିବା ସହ ପୁଲିସ୍‌ ଜିମା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳଚକ୍ର ବସ୍ତିରେ ଆଜି ସକାଳେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖିଛି। ତେବେ ବିକ୍ରି ଉଦ୍ଦେଶ୍ୟରେ ନୁହେଁ ଖାଇବା ପାଇଁ ଆଣିଥିଲେ ବୋଲି ଅଭିଯୁକ୍ତ କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ରାତିରେ ମଧ୍ୟ ବସ୍ତି ବାସିନ୍ଦା ଜଣେ ଯୁବକଙ୍କୁ […]

  • Monday, 12 July 2021
rain
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ; ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ମଧ୍ୟ ମାରିବ। ଏଥିସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ି ହେଲା- ମାଲକାନଗିରି, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କନ୍ଧମାଳ ଓ ନୟାଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତା ୪୮ ଘଣ୍ଟା […]

  • Monday, 12 July 2021
bhadrak
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଯାଜପୁରର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ପ୍ରେମୀ ଯୁଗଳ ୧୦ଦିନ ତଳେ ଫେରାର ହୋଇ ଯାଇଥିଲେ। ଏନେଇ ଝିଅ ଘର ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ୍‌ ଉଭୟଙ୍କ ଫୋନ୍ ଟ୍ରାକିଂ କରି ସେମାନେ ଭଦ୍ରକରେ ରହୁଥିବା ଜାଣିବାକୁ ପାଇଥିଲା। ଏହାପରେ ଉଭୟଙ୍କୁ ଧରିବାକୁ ପୁଲିସ୍‌ […]

  • Monday, 12 July 2021
baripada
ଭିଜିଲାନ୍ସ ଜାଲରେ ଇଞ୍ଜିନିୟର

ବାରିପଦା(ମାଣିକ ଲାଲ୍ ପାଣି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ହୁଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୫ଟି ଜାଗାରେ ଚଢ଼ଉ ଚାଲିଛି। ଭୁବନେଶ୍ୱରରରେ ଏକ ଫ୍ଲାଟ୍‌, ବାରିପଦାରେ ଥିବା ଦୁଇ ମହଲା ଘର, ମୟୂରଭଞ୍ଜ କପ୍ତିପଦାରେ ପୈତୃକ ଘର ଏବଂ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଏବଂ ହୁଦେଶ୍ୱରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଉଛି। ଜମି ଜମା ସଂପର୍କିତ ବହୁ କାଗଜପତ୍ର, ଏକ କାର୍‌ ଓ […]

  • Monday, 12 July 2021
kendrapara
କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

ଭୁବନେଶ୍ୱର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ ଉଚ୍ଚ ଗଳାରେ କଥା ହୋଇଥିଲେ ବୋଲି ଏସ୍‌ପି କହିଛନ୍ତି। ସେ ଆହୁରି କହିଛନ୍ତି, ସାମ୍ବାଦିକଙ୍କୁ ମୁଁ ଯଥେଷ୍ଟ ସମ୍ମାନ ଦିଏ। କେବେବି ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରେ ନାହିଁ। ସୂଚନାଥାଉ କି, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ଖବର […]

  • Monday, 12 July 2021
nabarangabur
ନବରଙ୍ଗପୁରରୁ ୧୨ଜଣ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ଏଥିସହ ଶ୍ରମିକମାନଙ୍କୁ  ସାଙ୍ଗରେ ନେଉଥିବା ୨ ଦଲାଲଙ୍କୁ ପୁଲିସ୍ ଅଟକ ରଖିଛି। ଉଦ୍ଧାର ଶ୍ରମିକଙ୍କ ଘର ଉମରକୋଟ, ତେନ୍ତୁଳିଖୁଣ୍ଟି ବ୍ଲକ ଓ କଳାହାଣ୍ଡି ଜିଲ୍ଲାରେ […]

  • Monday, 12 July 2021
accident
ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଛକ ନିକଟରେ ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ମାନେ ସ୍ଥାନୀୟ ବାଲିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ଏକ ଅଟୋରେ ୨ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା […]

  • Monday, 12 July 2021
odisha
ନବୀନ ନିବାସ ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ନବୀନ ନିବାସ ଆଗରେ ଆଜି ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏହି ସମୟରେ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ଯୁବକ ଜଣକ ପ୍ରତିକ୍ରିୟା ରଖି କହିଛନ୍ତି, ‘ଯଦି ଆଜି ଭିତରେ ରେଜଲ୍ଟ ପ୍ରକାଶ ନକରନ୍ତି, ତେବେ ମୁଁ ଆତ୍ମହତ୍ୟା କରିବି।’ ସୂଚନା ଅନୁସାରେ, […]

  • Monday, 12 July 2021
odisha assembly
ବିଧାନସଭାରେ ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଶାସକ ଦଳକୁ ବିରୋଧୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଆଜି ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ବିଜେପି ଶାସକ ଦଳକୁ ଟାର୍ଗେଟ କରିଛି। ଶାସକ ଦଳ ପାଇଁ ପାଟକୁରା ନିର୍ବାଚନ ଆଗ ନା, ଗୃହ ଆଗ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନ ପ୍ରଚାର ସମୟରେ ବାର୍ଦ୍ଧକ୍ୟ ଭତ୍ତା ଓ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ରଖାଯିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ କରିଛି। ଏଥିସହ ଏହା ଉପରେ […]

  • Monday, 12 July 2021
tea seller
ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କଟକ ବଡ଼ ମେଡିକାଲ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଗତକାଲି ଅନୁଗୁଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ […]

  • Monday, 12 July 2021
odisha assembly
ବିଧାନସଭାରେ ପାଟକୁରା ନିର୍ବାଚନର ପ୍ରଭାବ: ଗୃହରେ ଅଧିକାଂଶ ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଚାର କରୁଥିବା ବେଳେ ଅଧିକାଂଶ ବିଧାୟକ, ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି। ଫଳରେ  ବିଧାନସଭାରେ ଆଜି ଅଧିକାଂଶ ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ ଅଛନ୍ତି। ଶାସକ ଦଳ ସଦସ୍ୟ ବସୁଥିବା ଅନେକ ଚେୟାର ଖାଲି ପଡ଼ିଛି। ଏପରିକି ମନ୍ତ୍ରୀମାନଙ୍କର ନିଜ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଅଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ ମନ୍ତ୍ରୀମାନେ ଗୃହରେ ଉତ୍ତର ରଖୁଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର […]

  • Monday, 12 July 2021
hi tech
ହାଇଟେକ୍ ଜମି ଠକେଇ ମାମଲା: କ୍ଷତିଗ୍ରସ୍ତଙ୍କୁ ମିଳିବ ଜମା ଟଙ୍କା

କଟକ: ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା ମିଳିବ। ସଂସ୍ଥାର ଜମା ଥିବା ୬୩ କୋଟି ୫୫ ଲକ୍ଷ ୪୯ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ହାଇଟେକ୍ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ୨୧ ହଜାର ୭ ଶହ ଜମାକାରୀଙ୍କୁ ଏହି ଟଙ୍କା ତୁରନ୍ତ ଫେରାଇ ଦେବାକୁ କଟକର ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ତଥା ଏଡିଏମ୍‌ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇଟଟେକ୍ କମ୍ପାନୀ […]

  • Monday, 12 July 2021
bolangir
ଗିରଫ ହେଲେ ଦବଙ୍ଗ କନଷ୍ଟେବଲ୍‌; ଥାନାରେ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିରରେ ପୁଲିସ୍‌ କନଷ୍ଟେବଲଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜମି ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ଥାନାରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବଲାଙ୍ଗିର ଟାଉନ୍ ଥାନାରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କନଷ୍ଟେବଲଙ୍କ ସମେତ ଆଉ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ କନଷ୍ଟେବଲ୍‌ଙ୍କ ନାଁ ଅଞ୍ଜନ ପ୍ରଧାନ। ସେହିଭଳି ଗିରଫ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁ ବିକାଶ ଜୈନ। ଅଭିଯୋଗ […]

  • Monday, 12 July 2021
encounter
ଜୟପୁରରେ ଏନ୍‌କାଉଣ୍ଟର; କୁଖ୍ୟାତ ଅପରାଧୀ ଆହତ

ଜୟପୁର(ଟି.ଗୌରିଶଙ୍କର): ଜୟପୁର ଟାଉନ ଥାନା ଅନ୍ତର୍ଗତ ହାତୀଶାଳ ଛକରେ ପୁଲିସ୍‌ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କାବୁଲ୍‌ ଖରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର୍‌ ପ୍ରାୟ ସାଢ଼େ ୪ଟା ସମୟରେ ଏହି ଏନକାଉଣ୍ଟର ହୋଇଥିଲା। କାବୁଲ୍‌ ନିକଟରୁ ଗୋଟିଏ ପିସ୍ତଲ ଓ କାର୍‌ ଜବତ କରାଯାଇଛି। ତା’ ନାଁରେ ଜୟପୁର ଟାଉନ, ଜୟପୁର ସଦର, ବୋରିଗୁମ୍ମା ଓ ନବରଙ୍ଗପୁର ଥାନାରେ ମାମଲା ରହିଛି। ସେ […]

  • Monday, 12 July 2021
rain
ବର୍ଷା ସହ ବଜ୍ରପାତ ସମ୍ଭାବନା ନେଇ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ଦୁଇଟି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହା ସହିତ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦୁଇ ଜିଲ୍ଲା ହେଉଛି- ଗଞ୍ଜାମ ଓ ଗଜପତି। ଦୁଇ ଜିଲ୍ଲାବାସୀଙ୍କୁ ସକାଳ ସାଢ଼େ ୧୦ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021
kendrapara
ତିନି ମୁହାଣି ଗୁଳିକାଣ୍ଡ ଘଟଣାର ପ୍ରତିବାଦରେ କେନ୍ଦ୍ରାପଡ଼ାରେ ବନ୍ଦ ଡାକରା

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ସବୁ ରାଜନୈତିକ ଦଳଙ୍କ ଫୋକସ୍‌ରେ ଏବେ ପାଟକୁରା। ବିଜେଡି ପକ୍ଷରୁ ମଧ୍ୟ ହାଇଭୋଲଟେଜ୍ ପ୍ରଚାର ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଛି। ଗୋଟିଏପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପାଟକୁରାକୁ ଛାଡ଼ି ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ ବନ୍ଦ ଡାକରା ଦିଆଯାଇଛି। ତିନି […]

  • Monday, 12 July 2021