• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

representational image
ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇର ମୃତ୍ୟୁ

କଣ୍ଟାବାଞ୍ଜି: ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇର ମୃତ୍ୟୁ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ କର୍ଣ୍ଣଦାନୀ ସରାଫ। ଆଜି ସକାଳେ ସାନ ଭଉଣୀ ପ୍ରେମଲତା ଘର ବାହାରେ ଝାଡୁ କରିବା ବେଳେ ଗଣେଶ ପୂଜା ପାଇଁ ସଜା ଯାଇଥିବା ଲିଚୁ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ପାଟି ଶୁଣି ବଡ଼ ଭାଇ କର୍ଣ୍ଣଦାନୀ ସେଠାରେ ପହଞ୍ଚି  ତାରଟିକୁ ଟାଣି ଆଣିଥିଲେ। ହେଲେ […]

  • Monday, 12 July 2021
flood water
ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି; ଗାଁରେ ପଶିଲା ପାଣି

ସୋନପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସୋନପୁର ବ୍ଲକ୍‌ ପାଇକବାହଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି। ୩ ଫୁଟ ଉଚ୍ଚର ବନ୍ୟାପାଣି ଗାଁ ଭିତର ଦେଇ ପ୍ରବାହିତ ହେଉଛି। ସେହିପରି ବୀରମହାରାଜପୁର ବ୍ଲକର କୃଷ୍ଣପାଲି ଏବଂ ଉଲୁଣ୍ଡା ବ୍ଲକର ପୁଲେଶ୍ୱର ଗାଁରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବନ୍ୟା ପାଣି ପ୍ରବାହିତ ହେବା ସହ ଚାଷ ଜମି ମଧ୍ୟ […]

  • Monday, 12 July 2021
bjd
ବିଧିବଦ୍ଧ ଭାବେ ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ଆଜିଠୁ ବିଧିବଦ୍ଧ ଭାବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଦଳୀୟ ମୁଖ୍ୟାଳୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଆବାହକ ଦେବୀ ମିଶ୍ରଙ୍କ ନେତୃତ୍ୱରେ କମିଟି ସଭ୍ୟ ସଂଗ୍ରହ ଅଭିଯାନକୁ ରାଜ୍ୟର ତୃଣମୂଳ ସ୍ତରକୁ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡରେ ଲୋକଙ୍କୁ ଦଳ ସହ ଜୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି। […]

  • Monday, 12 July 2021
lightning
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ  ନବରଙ୍ଗପୁର। ଅପରାହ୍ଣ ୧ଟା ୩୦ ଯାଏ ସତର୍କ ରହିବାକୁ ଏହି ୧୧ଟି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021
traffic rules
କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ: ମୋଟା ଅଙ୍କର ଜରିମାନା ଗଣିଲେ ନିୟମ ଉଲ୍ଲଂଘନକାରୀ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ ପୁରାପୂରି କଡ଼ାକଡ଼ି ହୋଇଛି। ଗତକାଲି ଠାରୁ ଏହି ଆଇନ୍‌ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବର୍ଦ୍ଧିତ ଜରିମାନା ଆଦାୟ କରାଯାଉଛି। ପ୍ରଥମ ଦିନରେ କେବଳ ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରୁ ୨ ଲକ୍ଷ ୧୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା କମିଶନରେଟ୍ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଚେକିଂ ଆହୁରି କଡ଼ାକଡ଼ି କରାଯିବ। ତେଣୁ ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ି ଚଳାଇବାକୁ […]

  • Monday, 12 July 2021
encounter
ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ୍ ଆହତ

ସମ୍ବଲପୁର: ସମ୍ବଲପୁରରେ ଏନ୍‌କାଉଣ୍ଟର। ଧନୁପାଲି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍‌ ସହ ଗୁଳି ବିନିମୟରେ କୁଖ୍ୟାତ ଅପରାଧୀ ମୁସିମ୍‌ ଅଖତାର ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆଜି ଭୋର ୫ଟା ୨୦ ମିନିଟ୍‌ରେ ସିଟି ଷ୍ଟେସନ୍‌ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସିଟି ଷ୍ଟେସନ ନିକଟରେ ମୁସିମ୍‌ ବୁଲାବୁଲି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଧନୁପାଲି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ଟିମ୍‌ ଷ୍ଟେସନରେ ଚଢ଼ାଉ […]

  • Monday, 12 July 2021
ganesh 1
ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା

ଭୁବନେଶ୍ୱର: ଆଜି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଗାଁରୁ ସହର ସବୁଠି ଚଳଚଞ୍ଚଳ। ଶଙ୍ଖ, ମନ୍ତ୍ର ପାଠରେ କମ୍ପି ଉଠୁଛି ବିଭିନ୍ନ ପୂଜା ମଣ୍ଡପ। ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭିନ୍ନ ମଣ୍ଡପରେ ସାଜସଜ୍ଜା ଅତି ସୁନ୍ଦର ଭାବେ କରାଯାଇଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ଫୁଲ, ନଡିଆ, କଦଳୀ, ଧୂପ ଆଦି ଧରି ନିଜ ନିଜର ଶିକ୍ଷାନୁଷ୍ଠାନ ଅଭିମୁଖେ ବାହାରିଛନ୍ତି। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସୁଛି ଖୋର୍ଦ୍ଧା ଜିଲ୍ଲାର ଜଟଣୀ […]

  • Monday, 12 July 2021
odisha
ପାର୍ବଣ ସମୟରେ ବସ୍‌ରୁ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ପାର୍ବଣ ସମୟରେ ବସ୍‌ମାନଙ୍କରୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଥାନାକୁ ସତର୍କ କରାଯାଇଛି। ଗତକାଲି ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ବସ୍‌ମାନଙ୍କରୁ ବେଆଇନ ଚାନ୍ଦା ଆଦାୟ ବନ୍ଦ କରିବାକୁ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଡିଜିପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।   ବିଶେଷ କରି କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ବଲାଙ୍ଗିର ଜିଲ୍ଲାରେ ଏହି […]

  • Monday, 12 July 2021
ration
ଲାଗୁ ହେଲା ‘ଓ୍ୱାନ୍ ନେସନ୍, ଓ୍ୱାନ୍ ରାସନ୍‌ କାର୍ଡ’ ବ୍ୟବସ୍ଥା

ଭୁବନେଶ୍ୱର: ‘ଓ୍ୱାନ୍ ନେସନ୍, ଓ୍ୱାନ୍ ରାସନ୍‌ କାର୍ଡ’ ବ୍ୟବସ୍ଥା ଆଜିଠାରୁ ଲାଗୁ ହୋଇଛି। ଏଣିକି ହିତାଧିକାରୀଙ୍କୁ ଆଉ ଗୋଟିଏ ରାସନ୍‌ ଦୋକାନରେ ବାନ୍ଧି ହୋଇ ରହିବାକୁ ପଡ଼ିବ ନାହିଁ। ରାଜ୍ୟର ଯେକୌଣସି ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରରୁ ହିତାଧିକାରୀମାନେ ରାସନ ନେଇ ପାରିବେ। ଯେଉଁଠି ରହିଲେ ବି ଗୋଟିଏ ରାସନ କାର୍ଡ କାମ ଦେବ। ରାଜ୍ୟର ଯେ କୌଣସି ରାସନ ସାମଗ୍ରୀ କେନ୍ଦ୍ରରୁ ହିତାଧିକାରୀମାନେ ଚାଉଳ, ଗହମ ଓ କିରୋସିନ୍ ପାଇପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ […]

  • Monday, 12 July 2021
odisha
କାଳ ହେଲା କି ଓଭର୍‌ଟେକ୍‌? ଯବାନ ଓ ହୋମ୍‌ଗାର୍ଡ ମୃତ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍‌କୁ ଓଭର୍‌ଟେକ୍‌ କଲା ବେଳେ ଭାରସାମ୍ୟ ହରାଇ ତଳେ ଖସି ପଡ଼ିବା ଫଳରେ ଜଣେ ଆଇଆର୍‌ବି ଯବାନ ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମୋଟେର ଫାଣ୍ଡିର ହୋମ୍‌ଗାର୍ଡ ପୂର୍ଣ୍ଣ ନାଏକ ଓ ଆଇଆର୍‌ବି ଯବାନ କ୍ଷୀରସିନ୍ଧୁ ଧରୁଆ। ଆହତ ପିଣ୍ଟୁ ପଟ୍ଟନାୟକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି […]

  • Monday, 12 July 2021
odisha
ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର; ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସିରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଫାଟି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ- ମେରାଇନ ଥାନାର ବୋଟ୍‌ ଅପରେଟର ପ୍ରକାଶ ସାମନ୍ତରାୟ ଓ ସୁଶାନ୍ତ ସାହୁ। ପ୍ରକାଶଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସୁଶାନ୍ତଙ୍କ ଘର ଛତ୍ରପୁରରେ। ଖରିନାସିରେ ଥିବା କ୍ୱାଟରରେ ଆଜି ସେମାନେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା। […]

  • Monday, 12 July 2021
student death
ସ୍କୁଲ୍‌ ଛାତ୍ରଙ୍କୁ ଧକ୍କା ଦେଲା ବସ୍‌

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ୨୬ ନମ୍ବର ଜାତୀୟ ରାଜପଥ ମଥୁରା ଛକରେ ବସ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ମଥୁରା ଗାଁର ବିଶିକେସନ ବଗର୍ତ୍ତିଙ୍କ ପୁଅ ଧର୍ମାନନ୍ଦ ବଗର୍ତ୍ତି। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସୂଚନା ଅନୁସାରେ, ଆଜି ସକାଳେ ଧର୍ମାନନ୍ଦ ଫୁଲ ତୋଳି ସାରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ସାମ୍ନାପଟୁ ତାଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]

  • Monday, 12 July 2021
crocodile
କୁଆଖାଇ ନଦୀକୁ ପଶି ଆସିଛି ଥଣ୍ଟିଆ କୁମ୍ଭୀର, ଭୟଭୀତ ଲୋକେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କୁଆଖାଇ ନଦୀକୁ ପଶି ଆସିଛି ଏକ ଥଣ୍ଟିଆ କୁମ୍ଭୀର। ଏହା ଜଣାପଡ଼ିବା ପରେ ନଦୀ କୂଳରେ ରହୁଥିବା ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପ୍ରାୟ ୬ରୁ ୮ ଫୁଟ ଲମ୍ବର ଏହି କୁମ୍ଭୀରକୁ ହରିଦାସପୁର-ବଙ୍ଗୁଆରୀ ନିକଟରେ ଲୋକେ ଦେଖିଥିବା କହିଛନ୍ତି। ନଦୀକୂଳରେ ଏକ ବାଛୁରୀ ବୁଲୁଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା। ହେଲେ ଅଳ୍ପକେ ବାଛୁରୀଟି ବର୍ତ୍ତି ଯାଇଛି। ଗତକାଲି ସନ୍ଧ୍ୟାରେ ବାଲିପାଟଣା ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ […]

  • Monday, 12 July 2021
odisha
ଖବର ପରିବେଷଣ ନାଁରେ ସୋଶାଲ୍‌ ମିଡିଆରେ ଫେକ୍ ଆଇଡି କରି ବନ୍ଧା ହେଲେ

ମୁନିଗୁଡ଼ା: ଖବର ପରିବେଷଣ ନାଁରେ ସୋଶାଲ୍‌ ମିଡିଆରେ ଫେକ୍ ଆଇଡି କରି ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା ବିଷମକଟକ ପୁଲିସ୍‌ ଜଣକୁ ଗିରଫ କରିଛି। ତାଙ୍କ ନାଁ ମାନସ ମହାନ୍ତି। ତାଙ୍କ ଘର ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗାଁରେ। ସେ ଗତ କିଛି ବର୍ଷ ଧରି ଦୁର୍ଗୀ ସମାଚାର, ନମସ୍କାର ଦୁର୍ଗୀ ଓ ରାୟଗଡ଼ା ଖବର ଆଦି ନାଁରେ ସୋଶାଲ୍‌ ମିଡିଆରେ ଫେକ୍ ଆଇଡି ଖୋଲି ଶାସକ ଦଳ ବିରୋଧରେ ବିଭିନ୍ନ ବିଭ୍ରାନ୍ତିକର […]

  • Monday, 12 July 2021
odisha
ନକଲି ଖଇନି କାରଖାନା ଠାବ, କମ୍ପାନୀ ମାଲିକ ଫେରାର

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲାରେ ଏକ ନକଲି ଖଇନି କାରଖାନା ଠାବ ହୋଇଛି। ସେଠାରୁ ବିପୁଳ ପରିମାଣର ନକଲି ଖଇନି ସହ ନକଲି ବ୍ରାଣ୍ଡ୍‌ ଥିବା ପ୍ୟାକିଂ ଜରି ଓ ମେସିନ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ,କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ସହରରେ ଲଙ୍କେଶ୍ୱରୀ ଟୋବାକୋ କମ୍ପାନୀ ରହିଛି। ବନଦୁର୍ଗା ଟ୍ରେଡ୍‌ ମାର୍କ  ଥିବା ପ୍ୟାକିଂ ଜରିକୁ ଏହି କମ୍ପାନୀ ଲାଇସେନ୍ସପ୍ରାପ୍ତ କରିଛି। ମାତ୍ର […]

  • Monday, 12 July 2021
sarapancha
ନାଏବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ୧୦ରୁ ୧୫ ଜଣ ମାଓବାଦୀ ଛୋଟେଗୁଡ଼ରା ଗାଁର ନାଏବ ସରପଞ୍ଚଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ପଡ଼ିଥିବା ନେଇ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ଗାଁରେ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି।  ନିର୍ବାଚନକୁ କେନ୍ଦ୍ର କରି ସେମାନେ ଏହି ହିଂସାକାଣ୍ଡ […]

  • Monday, 12 July 2021
odisha
ଆନେସ୍ଥେସିଆ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ଫୁଲବାଣୀ: ଅସ୍ତ୍ରୋପଚାର ପୂର୍ବରୁ ଦିଆଯାଇଥିବା ଆନେସ୍ଥେସିଆ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ମେଡିକାଲରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଜି. ଉଦୟଗିରି ଥାନା ଅନ୍ତର୍ଗତ ବୁଦୁଲିପଡ଼ାର ବିଜୟ ନାୟକଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୨୭ ତାରିଖରେ ତାଙ୍କୁ  ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ O.T କୁ ନେଇଥିଲେ ଏବଂ ଆନେସ୍ଥେସିଆ […]

  • Monday, 12 July 2021
accident
ଭାରସାମ୍ୟ ହରାଇ ଓଲଟିଲା ବସ୍‌; ୨ ମୃତ, ୨୦ରୁ ଅଧିକ ଆହତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ପୁବୁସାହି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାଉଥିବା ‘ନାରାୟଣୀ’ ନାମକ ଏହି ଯାତ୍ରୀବାହୀ ବସ୍‌ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଦ୍ୱୟ ହେଲେ ବରଫଦ ଉଲ୍ଲା ଖାନ୍ ଓ ଗୋବିନ୍ଦ ଚନ୍ଦ୍ର ପ୍ରଧାନ। ବରଫଦଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରସିଂହ ଗାଁରେ ଏବଂ […]

  • Monday, 12 July 2021
bbsr
ବନ୍ଧା ହେଲା ରାଜଧାନୀର ଯୌନ ପିପାସୁ

ଭୁବନେଶ୍ୱର: ଗିରଫ ହେଲ ରାଜଧାନୀର ଯୌନ ପିପାସୁ। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାର ଅଭିଯୁକ୍ତକୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ତେବେ ଟିଆଇ ପରେଡ୍ ପରେ ଅଭିଯୁକ୍ତର ନାଁ ପ୍ରକାଶ କରାଯିବ ବୋଲି ପୁଲିସ୍‌ କହିଛି। ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିଲେ ଉକ୍ତ ବ୍ୟକ୍ତି ଜଣକ। ନାବାଳିକା ଜଣକ ଟ୍ୟୁସନ୍‌ ଯାଉଥିବା ବେଳେ ଉକ୍ତ ବ୍ୟକ୍ତି ତାଙ୍କୁ ପିଛା କରିବା ପରେ, […]

  • Monday, 12 July 2021
bbsr
ଭୁବନେଶ୍ୱରର ଏହି ସବୁ ବସ୍‌ ଷ୍ଟପ୍‌ ହେଲା ସ୍ଥାନାନ୍ତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଓଭରବ୍ରିଜ ପ୍ରାରମ୍ଭରେ ଥିବା ବସ୍ ଷ୍ଟପ୍‌ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ବେଆଇନ୍‌ ବସ୍ ଷ୍ଟପ୍‌ ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗତକାଲି ବସ୍ ମାଲିକ ମାନଙ୍କ ସହ ପରିବହନ ବିଭାଗ ପକ୍ଷରୁ ଏକ ବୈଠକ ବସିଥିଲା। ଏହାପରେ ଆଞ୍ଚଳିକ ପରିବହନ ଅଧିକାରୀ ବସ୍‌ ଷ୍ଟପ୍‌ ସ୍ଥାନାନ୍ତର ନେଇ ସୂଚନା […]

  • Monday, 12 July 2021
odisha
‘ଜିନ୍‌ ହ୍ୱା’ ଜାହାଜ ମାଲିକଙ୍କୁ ନୋଟିସ୍‌

କୃଷ୍ଣପ୍ରସାଦ: ରାଜହଂସରେ ଲାଗିଥିବା ଜିନ ହ୍ୱା ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ  ୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼ିବାକୁ ନୋଟିସରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ୨୦ରୁ ଅଧିକ ଦିନ ଧରି ରାଜହଂସରେ ଅଚଳାବସ୍ଥାରେ ପଡ଼ିରହିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ୭ଶହ ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ […]

  • Monday, 12 July 2021
puri
ଏମାର ମଠରେ ଭୂତଳ ଘର !

ପୁରୀ: ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଏକ ଭୂତଳ ଘର ଠାବ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ସ୍ଥାନୀୟ ଲୋକେ ଏହାକୁ ଭୂତଳ ଘର କହୁଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁରୀର ପୁରୁଣା ମଠ ମଧ୍ୟରେ ରହିଛି ଏମାର ମଠ। କିଛି ବର୍ଷ ତଳେ ଏହି ମଠରେ ରୂପା ଇଟା ମିଳିଥିଲା। ଯାହାକୁ ନେଇ ଏମାର ମଠ ଚର୍ଚ୍ଚାରେ ରହିଥିଲା। ସୂଚନାଯୋଗ୍ୟ, ଆଜି ସକାଳେ ଏମାର […]

  • Monday, 12 July 2021
odisha
ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ: ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି କନଷ୍ଟେବଲ୍‌ ନିଲମ୍ୱିତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ମହଙ୍ଗା ପଡ଼ିଲା ବିଚ୍ ରାସ୍ତାରେ ଯୁବକଙ୍କୁ କନଷ୍ଟେବଲ୍‌ଙ୍କ ମାଡ଼ ମାରିବା ଘଟଣା। ସୋଶାଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ କନଷ୍ଟେବଲ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାଟି ବୌଦ୍ଧ ଅଞ୍ଚଳର। ଗତକାଲି ସହରର କିଛି ଯୁବକ କମେଣ୍ଟ ମାରୁଥିବା ନେଇ ବୌଦ୍ଧ ପୁଲିସ୍‌ ଖବର ପାଇଥିଲା। ଏହାପରେ ଏକ ପିସିଆର୍ ଭ୍ୟାନ୍‌ରେ ପୁଲିସ୍‌ ପୋଷାକ ପିନ୍ଧା ଦୁଇ କନଷ୍ଟେବଲ ଏବଂ ସାଧା ପୋଷାକ […]

  • Monday, 12 July 2021
jaga-kalia-2
୭ରେ ଓଡ଼ିଶା ପହଞ୍ଚିବେ ଜଗା,କାଳିଆ

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜଗା, କାଳିଆ। ୬ ତାରିଖ ଦିନ ସେମାନେ ବାପାମା’ଙ୍କ ସହିତ ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ ବାହାରିବେ। ୭ ତାରିଖ ଦିନ ସେମାନେ କଟକରେ ପହଞ୍ଚିବେ। ଜଗା,କାଳିଆଙ୍କ ସହିତ ଏମ୍‌ସ ଡାକ୍ତର ଏବଂ ଓଡ଼ିଶା ଭବନ କର୍ମଚାରୀ ବି ଆସିବେ। ଦିଲ୍ଲୀ ଏମ୍ସରୁ ଫେରିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ […]

  • Monday, 12 July 2021
question paper evaluators
ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କ ପାଉଣା ବଢ଼ିବ

ଭୁବନେଶ୍ୱର: ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କ ପାଉଣା ବଢ଼ିବ। ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ନେବାକୁ ଯାଉଛି। ଏହି କ୍ରମରେ ଯୁକ୍ତ ୩ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ଓ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କ ପାଉଣା ବୃଦ୍ଧି କରିବାକୁ ଯୋଜନା ଚାଲିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ପୂର୍ବରୁ ପ୍ରଶ୍ନ ପତ୍ର ପ୍ରସ୍ତୁତ […]

  • Monday, 12 July 2021