• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Moonson Odisha
ଆସୁଛି ଆଉ ଏକ ଲଘୁଚାପ! କାଲି ୯ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ତେବେ ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର ଓ ବରଗଡ଼। ଏହି ସବୁ […]

disel
ତେଲ ଦରରେ ନିଆଁ, ଗ୍ରାହକଙ୍କ ପାଇଁ ବଢିଲା ଚିନ୍ତା

ଭୁବନେଶ୍ୱର: ତେଲ ଦରରେ ନିଆଁ। ଆଜିକୁ ମିଶାଇ ୯ ଦିନ ହେଲା ଦୈନିକ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୭ ତାରିଖରେ ପେଟ୍ରୋଲ ଲିଟର ପିଛା ୬୩ ପଇସା ବଢିଥିବା ବେଳେ ଆଜି ବଢିଛି ୪୮ ପଇସା। ୯ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୧୦ ପଇସା ବଢିଛି। ସେହିପରି ଏହି ୯ ଦିନରେ ଡିଜେଲ ଲିଟର ପିଛା ବଢିଛି ୫ଟଙ୍କା ୧୭ ପଇସା। କରୋନା ସଂକ୍ରମଣକୁ  ନେଇ […]

  • Wednesday, 14 July 2021
witch
ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା, କଟାମୁଣ୍ଡକୁ ଧରି ଥାନାରେ ପହଞ୍ଚିଲା ହତ୍ୟାକାରୀ

ଉଦଳା: ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ। ଗୁଣିଗାରେଡି, ଡାହାଣି ସନ୍ଦେହରେ କେତେ ଯେ ଜୀବନ ଯାଉଛି ହେଲେ ଲୋକେ ସଚେତନ ହେଉନାହାନ୍ତି। ଅନ୍ଧବିଶ୍ୱାସର ପରିଣତ ଯେ କେତେ ସାଂଘାତିକ ତାହାର ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରୁ ଅତି ବିଭତ୍ସ ଭାବେ ହୋଇଛି ହତ୍ୟାକାଣ୍ଡ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କରକଚିଆ ନୂଆସାହି ଗ୍ରାମରେ। ନୂଆସାହି ଗ୍ରାମର ବୁଦ୍ଧିରାମ ସିଂଙ୍କ ଛୋଟ ଝିଅର ଦେହ ପୂର୍ବରୁ ଖରାପ ଥିଲା। ଯାହାକି ଦେହ ଭଲ ନ […]

  • Wednesday, 14 July 2021
take2
ଭାଲୁ ଓ ମଣିଷର ଘମାଘୋଟ ଲଢ଼େଇ, ଶେଷରେ କଣ ହେଲା...

ରେଢାଖୋଲ: ଜଙ୍ଗଲକୁ ମହୁ ଖାଇଯିବା ହେଲା କାଳ। ପହିଲି ରଜରେ ମହୁ ଖାଇବା ପାଇଁ ୫ଜଣ ଜଂଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଉ ଦୁଇଜଣ ଗଛ ଉପରକୁ ଚଢି ଯାଇଥିବାରୁ ଭାଲୁ ମୁହଁରୁ ବଞ୍ଚି ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ବ୍ଲକ ବଡବାହାଲ ରେଂଜ ଟାଲ ଗାଁ ପାଖ ଖସଢା ଜଂଗଲରେ। ପହିଲି ରଜ ଦିନ ମହୁ ଖୋଜିବା ପାଇଁ ବଣିଆବନ୍ଧ ଗାଁର […]

  • Wednesday, 14 July 2021
jungle
ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଦୁଇ ହାତୀଙ୍କ ମୃତଦେହ ଉଦ୍ଧାର। ସକାଳେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଗୁରୁବେଡ଼ା ନିକଟରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ହାତୀ ଦୁଇଟିର ଦାନ୍ତ ନଥିବାରୁ ଦାନ୍ତ ପାଇଁ ଏମାନଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତମାସରେ ମଧ୍ୟ ଏହି ଅଞ୍ଚଳରେ ଦୁଇଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏମାନଙ୍କର ମଧ୍ୟ ଦାନ୍ତ ନଥିଲା। ମାସକ […]

  • Wednesday, 14 July 2021
tiger
ବାଘର ଚମଡ଼ାକୁ ସମିତି ସଭ୍ୟ ବାହାର କରୁଥିବା ଫଟୋ ଭାଇରାଲ

ଭୁବନେଶ୍ୱର: ସୋସିଆଲ ମିଡିଆରେ ବାଘର ଚମଡ଼ା ବାହାର କରୁଥିବା ଫଟୋ ଭାଇରାଲ। ଏକ କଲରାପତରିଆ ବାଘର ଚମଡ଼ାକୁ ଶିକାରୀ ଜଣକ ଏକ ଛୁରୀ ସାହାଯ୍ୟରେ ବାହାର କରୁଥିବା ଦେଖିବାକୁ ମିଳିଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଫଟୋ। ବାଘର ଚମଡ଼ା ବାହାର କରୁଥିବା ଶିକାରୀ ଜଣକ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ ବୋଲି ଜଣାପଡିଛି। ଗତକାଲି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନ ରଣପୁର ବନାଞ୍ଚଳରୁ ଶିକାରୀ ଲକ୍ଷ୍ମୀଧର […]

  • Wednesday, 14 July 2021
top-headlines
ଆଜିର ୯ ବଡ଼ ଖବର

୧. ବଢୁଛି ଘୋଷଯାତ୍ରା ଅଡୁଆ: ବନ୍ଦ ଲାଗି ଆବେଦନ ଉପରେ କାଲି ସୁପ୍ରିମକୋର୍ଟରେ ଶୁଣାଣି, ମେସିନ୍ କିମ୍ବା ହାତୀ ଦ୍ୱାରା ରଥ ଟାଣିବାକୁ ହାଇକୋର୍ଟଙ୍କ ପରାମର୍ଶ ପରେ ମିଶ୍ର ପ୍ରତିକ୍ରିୟା, ବିଜେପିର ଅଭିଯୋଗ, ରଥଯାତ୍ରା ବନ୍ଦ ପାଇଁ ଚାଲିଛି ବ୍ୟାକଡୋରର ଷଡ଼ଯନ୍ତ୍ର। ୨. ରାଜ୍ୟରେ ୧୧କୁ ବଢ଼ିଲା କରୋନା ମୃତ୍ୟୁ, ୧୮୬ ନୂଆ ପଜିଟିଭ୍ ସହ ୪ ହଜାର ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ଏପଟେ ସୁସ୍ଥ ହେଲେ ଆଉ ୧୧୪, ସ୍ଥିତି ବିଗୁଡୁଥିବାରୁ ଗଞ୍ଜାମରେ ୩୦ ଜୁନ୍ […]

  • Wednesday, 14 July 2021
ratha
କିଏ ଟାଣିବ ରଥ, ହାତୀ ନା ମେସିନ୍?

ପୁରୀ: ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଯେତିକି ଉତ୍କଣ୍ଠା ବଢୁଛି, ସେତିକି ଆଶା ଆଶଙ୍କାରେ ଠେଲି ହେଉଯାଉଛି। ରଥଯାତ୍ରାକୁ ମାତ୍ର ଆଉ କିଚିଟା ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଏନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। କିନ୍ତୁ କେମିତି ହେବ ରଥଟଣା, ହାତୀ- ମେସିନ୍‌କୁ ନେଇ ଆରମ୍ଭ ସବୁଆଡେ ହୋଇଯାଇଛି ଚର୍ଚ୍ଚା। ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରରେ କିଭଳି ହେବ ରଥଟଣା। ମେସିନ କିମ୍ବା ହାତୀ ଦ୍ୱାରା ରଥ ଟଣାଯିବ, ସେ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ […]

  • Wednesday, 14 July 2021
full day
ସାରା ଦିନର ୧୧ ବଡ଼ ଖବର

୧. କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍,ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କଳାହାଣ୍ଡିରୁ ଆଉ ୧୬ ପଜିଟିଭ। ୨. ଚୋର ଧରି କ୍ୱାରେଣ୍ଟିନ: ୭ ଦିନ ସଂଗରୋଧରେ ରହିବେ ପୁରୀ ବ୍ରହ୍ମଗିରି ଥାନାର ୯ ପୋଲିସ କର୍ମଚାରୀ, କୃଷ୍ଣପ୍ରସାଦରୁ ଧରାପଡ଼ିଥିବା ଲୁଟେରା କରୋନା ପଜିଟିଭ୍ ଜଣାପଡ଼ିବା ପରେ ବିଭାଗୀୟ ସତର୍କତା। ୩. ଦେଶରେ ୨୪ […]

  • Wednesday, 14 July 2021
9
ସଂକ୍ଷେପରେ ଜାଣନ୍ତୁ, ଦେଶ ଦୁନିଆର ବଡ଼ ଖବର ‌

୧. ଭାରତର ୩ଟି ଅଞ୍ଚଳକୁ ନିଜର ବୋଲି ଦର୍ଶାଇଲା ନେପାଳ, ବିବାଦୀୟ ନୂଆ ମାନଚିତ୍ରକୁ ନେପାଳ ସଂସଦର ସ୍ୱୀକୃତି, ଏପଟେ ଭାରତ-ଚୀନ୍ ବିବାଦ ନେଇ ସ୍ଥଳସେନା ମୁଖ୍ୟଙ୍କ ଆଶ୍ୱାସନା, କହିଲେ ଏଲ୍ଏସିରେ ସ୍ଥିତି ନିୟନ୍ତ୍ରଣାଧୀନ। ୨. ଦେଶରେ ୨୪ ଘଣ୍ଟାରେ ରେକର୍ଡ ୧୧ ହଜାରରୁ ଊର୍ଦ୍ଧ୍ୱ ନୂଆ ପଜିଟିଭ୍, ଦିଲ୍ଲୀରେ ୨୧ଶହ ପାର୍, ସମ୍ବେଦନଶୀଳ ରାଜ୍ୟଙ୍କ ସହ ଇମର୍ଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ। ୩. କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, […]

  • Wednesday, 14 July 2021
bus
'ବସ୍‌ରେ ଯାତ୍ରୀ ହେଉନାହାନ୍ତି, ଚଳାଚଳ ବନ୍ଦ ହେବ'

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଓ  ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରିହେବନି। ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ୍। ପ୍ରାୟ ଅଢେଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଧାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନିଶ୍ଚିତତା ଭିତରେ ଦେଇ ଗତିକରୁଛି ଆନ୍ତ ରାଜ୍ୟ ବସ ଚଳାଚଳ ପ୍ରସଙ୍ଗ। କାରଣ ଏବେ ସୁଦ୍ଧା ଏନେଇ କିଛି ନିଷ୍ପତ୍ତି ହୋଇନି। କୌଣସି ରାଜ୍ୟ ସହ ଏନେଇ କଥା ହୋଇନୁ ବୋଲି […]

  • Wednesday, 14 July 2021
top-headlines
ଆଜିର ୮ ବଡ଼ ଖବର

କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍। ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କେବଳ କଟକରୁ ୯୨। ସ୍ୱାଦ ଓ ଗନ୍ଧ ବାରି ପାରୁନଥିବା ବ୍ୟକ୍ତିଙ୍କୁ ବି ହୋଇଥାଇ ପାରେ କରୋନା। କୋଭିଡ-୧୯ରେ ସ୍ଥାନ ପାଇଲା ନୂଆ ଲକ୍ଷଣ। ଏପଟେ ସଂକ୍ରମଣ ବଢ଼ିବାରୁ ବେଜିଂ ପୁଣି ସଟ୍ ଡାଉନ୍, ପୂର୍ବତନ ପାକ୍ କ୍ରିକେଟର ଆଫ୍ରିଦିଙ୍କୁ କରୋନା। […]

  • Wednesday, 14 July 2021
hostel
'କଲେଜ ହଷ୍ଟେଲରେ ହୋଇପାରିବ +୨ ବାକି ପରୀକ୍ଷା'

ଭୁବନେଶ୍ୱର: ଯୁକ୍ତ ୨ର ବଳକା ଥିବା ପରୀକ୍ଷାକୁ ନେଇ ଚିନ୍ତା। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ଡାଟା ମାଗିଲା CHSE। ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ପରିଷଦକୁ ଦେବାକୁ ଚିଠି ହୋଇଛି। ଏଥିରେ ଶ୍ରେଣୀଗୃହ ବ୍ୟତିତ ରିଡିଂରୁମ, କମନରୁମକୁ ମଧ୍ୟ ପରୀକ୍ଷା ହଲ ଭାବେ ଗଣାଯାଇପାରିବ ବୋଲି ଦର୍ଶାଯାଇଛି। ଏପରିକି ନିଜ କଲେଜ […]

  • Wednesday, 14 July 2021
rajo
ରଜ କଟକଣା: ବାଲେଶ୍ୱରରେ ଧାର୍ମିକ ସ୍ଥଳ ବନ୍ଦ, ଢେଙ୍କାନାଳରେ ୧୪୪

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ରଜ କଟକଣା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ରଜ କଟକଣା ଜାରି କରାଯାଇଛି। ବାଲେଶ୍ୱର ସଦର ଡିଭିଜନରେ ରଜ ପର୍ବ ପାଳନ ଉପରେ ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜୁନ ୧୬ ତାରିଖ ପର୍ଯ୍ୟନ୍ତ ରଜ ପର୍ବ କଟକଣା ଜାରି ହୋଇଛି। ସଦର ସବଡିଭିଜନର ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିବ। ସାଂସ୍କୃତିକ ପର୍ବ ପାଳନ ବେଳେ ୭ରୁ ଅଧିକ ଉପସ୍ଥିତ ରହିବେନି। ସମସ୍ତ ବ୍ୟକ୍ତି ସାମାଜିକ ଦୂରତ୍ୱ […]

  • Wednesday, 14 July 2021
rain
୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ଭିତରେ ସାରା ରାଜ୍ୟକୁ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସୁଦ୍ଧା କେବଳ ୬ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନକୁ ମୌସୁମୀ ଛୁଇଁସାରିଛି। ବାକି ଥିବା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୪୮ ଘଣ୍ଟା ଭିତରେ ମୌସୁମୀ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ। ବର୍ଷା ସଂପର୍କିତ ପୂର୍ବାନୁମାନ ଅନୁସାରେ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ୨୪ ଘଣ୍ଟାରେ ସାରା ରାଜ୍ୟରେ […]

  • Wednesday, 14 July 2021
clg
୧୭ରୁ ସବୁ ୟୁନିଭର୍ସିଟି, କଲେଜକୁ ଯିବେ ଅଧ୍ୟାପକ

ଭୁବନେଶ୍ୱର: ଜୁନ୍ ୧୭ ତାରିଖରେ ସବୁ ବିଶ୍ୱବିଦ୍ୟାଳୟକୁ ଯିବେ ଅଧ୍ୟାପକ। କଲେଜର ଅଧ୍ୟାପକ ବି ୧୭ ତାରିଖ ଦିନ ଡ୍ୟୁଟିକୁ ଯିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କୁଳପତି, ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର। ରାଜ୍ୟ ସରକାର ଅଧୀନ ୟୁନିଭର୍ସିଟି, ସରକାରୀ ଓ ବେସରକାରୀ କଲେଜ ଷ୍ଟାଫ୍ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଶିକ୍ଷକ,ଅଣଶିକ୍ଷକ ଓ କର୍ମଚାରୀ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ […]

  • Wednesday, 14 July 2021
sameer
ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ'

ଭୁବନେଶ୍ୱର: ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ଏ ବର୍ଷ ବହି ବଣ୍ଟନ ସରିଛି। ସୁବିଧା ହେଲେ ସ୍ୱତନ୍ତ୍ର ପୁସ୍ତିକା ବଣ୍ଟାଯିବ ବୋଲି ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି। ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି। ସଙ୍ଗୀତ ନେଇ ବିଜ୍ଞପ୍ତି ପ୍ରକାଶ ପରେ […]

  • Wednesday, 14 July 2021
main-head
ଅଧା ଆକାଶରେ ଅଟକି ଗଲା ଫାତିମାଙ୍କ ସ୍ୱପ୍ନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିରାଶାଳରେ ଥିବା ପାଇଲଟ୍ ଟ୍ରେନିଂ। ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପାଇଲଟ୍ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନି ଅନିଶ ଫାତିମା। ସଞ୍ଜୀବଙ୍କ ଘର ବିହାରରେ ହୋଇଥିବାବେଳେ ଫାତିମାଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ପୋଲିସ ଓ ଏୟାରଷ୍ଟ୍ରିପ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି। ଗତ କିଛିଦିନ ହେଲା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ କ୍ୟାମ୍ପ ଆରମ୍ଭ […]

  • Wednesday, 14 July 2021
brown
୨୮ ଲକ୍ଷ ଟଙ୍କାର ଧଳାଜହର ଜବତ

କଟକ: ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। କଟକ ପୀରବଜାର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। ଅବକାରୀ ବିଭାଗର ଚଢ଼ାଉ ବେଳେ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ। ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ବାଇକରେ ବ୍ରାଉନ୍ ସୁଗାର ଚାଲାଣ ବେଳେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଗତ ୨ ତାରିଖରେ ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଧଳା ଜହର ଜବତ […]

  • Wednesday, 14 July 2021
tiger
ବାଘ ଓ ହରିଣ ଛାଲ ଜବତ, ଏସଟିଏଫ ହାତରେ ୨ ବେପାରୀ

ଭୁବନେଶ୍ୱର: ବାଘ ଛାଲ ରାକେଟ୍‌ର ପର୍ଦ୍ଦାଫାସ୍। କ୍ରାଇମବ୍ରାଞ୍ଚ STF ବାଘ ଛାଲ ରାକେଟ ପର୍ଦ୍ଦାଫାସ କରିଛି। ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବାଘ ଛାଲ ବେପାରୀ ଗିରଫଙ୍କୁ ଗିରଫ କରିଛି ଏସଟିଏଫ୍। ଏଥିସହ ୨ଟି କଲରା ପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଛି, ବାଘର ଛାଲ ଗୁଳି ମରାଇଥିବାର ଚିହ୍ନ ରହିଛି। ତେବେ ବାଘକୁ କେଉଁଠୁ ମରାଯାଇ ଏହି ଛାଲ ଅଣାଯାଇଛି ତାର ତଦନ୍ତ ଏସଟିଏଫ […]

  • Wednesday, 14 July 2021
aircraft-crash-in-Odisha
ବିରାଶାଳ ଏୟାରଷ୍ଟ୍ରିପରେ ଅଘଟଣ, ୨ ପାଇଲଟ ମୃତ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ବିମାନ ଦୁର୍ଘଟଣା। ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଇଲଟ୍ ଟ୍ରେନିଂ ନେଉଥିବାବେଳେ ଏୟାରଷ୍ଟ୍ରିପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟଙ୍କ ମୃତ୍ୟୁ ହୋଇଛି।  ମୃତ ପୁରୁଷ ପାଇଲଟ ଜଣଙ୍କ ଟ୍ରେନର୍‌ ଓ ମହିଳା ଜଣକ ଟ୍ରେନି ପାଇଲଟ୍ ଥିଲେ। ପ୍ରକାଶଥାଉକି ବିରାଶାଳ ଏୟାରଷ୍ଟ୍ରିପରେ ୯୦ ଜଣ ଛାତ୍ରଛାତ୍ରୀ ଟ୍ରେନିଂ […]

  • Wednesday, 14 July 2021
rainfall
ଅଧା ଓଡ଼ିଶା ଭିଜିବ, ୧୮ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା କିଛି ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଉଭୟ ଘୁର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଜି ସକାଳ ୮ଟା ୩୦ ସୁଦ୍ଧା ଓଡ଼ିଶାର ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ବିଶେଷ କରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର […]

  • Wednesday, 14 July 2021
train
ଆଜିିଠୁ ରାଜ୍ୟ ଭିତରେ ଗଡ଼ିବ ୬ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଆଜିିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ […]

  • Wednesday, 14 July 2021
accident
ଜନ୍ମଦିନରେ ଆସିଲା ମରଣ

ନୂଆପଡ଼ା: ଜନ୍ମଦିନରେ ଚାଲିଗଲା ଜୀବନ। ମାଆ ସହ ସ୍କୁଟିରେ ଘରକୁ ଫେରୁଥିବାବେଳେ ଟ୍ରକ୍ ଚଢିଯିବାରୁ ଗାଡି ପଛରେ ବସିଥିବା ୯ ବର୍ଷର ଝିଅର ଶୋଚନୀୟ ମୃତ୍ୟୁ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବୋଡେନ ଛକ ନିକଟରେ। ନିଜ ଜନ୍ମଦିନ ପାଳନ ନେଇ ମାଆ ରିତା ଖମ୍ପରିଆଙ୍କ ସହ ସ୍କୁଟିରେ ଘରକୁ ଫେରୁଥିଲା ୯ ବର୍ଷୀୟ ଝିଅ ବୈଷ୍ଣବୀ। ତେବେ ବୋଡେନ ଛକ ନିକଟରେ ପଛପଟୁ ଏକ ଟ୍ରକ୍ ସ୍କୁଟିିକୁ ଧକ୍କା ଦେଇଥିଲା। ଫଳରେ […]

  • Wednesday, 14 July 2021
srimandir
ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ବାନା

ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା। ଏହି ଧଳା ରଙ୍ଗର ଧ୍ୱଜା ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି। ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି ପ୍ରଦାନ କରିଥାନ୍ତି। ଲଟେରୀ ମାଧ୍ୟରେ ବାନା ଚୟନ କରାଯାଉଥିବା ବେଳେ ଯେଉଁ ଦିନ ଯାହାର ଲଟେରୀ ଉଠେ, ସେହି ହିସାବରେ ବାନା ବନ୍ଧାଯାଏ। ତେବେ ବିଧିର ବଡ ବିଚିତ୍ର ବିଧାନ, ଯେଉଁଦିନ ପାଣିପାଗରେ ବର୍ଷାର […]

  • Wednesday, 14 July 2021