• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

daka
ପୋଷ୍ଟ ଅଫିସରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍

ଫୁଲବାଣୀ: ପୋଷ୍ଟ ଅଫିସ୍‌ରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍ ହୋଇଛି। କନ୍ଧମାଳ ଜିଲ୍ଲା ରଣପାଟୁଳି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଜମାକାରୀମାନେ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଟଙ୍କା ଡିପୋଜିଟ୍ କରୁଥିଲେ। କିନ୍ତୁ ପୋଷ୍ଟ ମାଷ୍ଟର ରାମଚରଣ ସେଠୀ ସେହି ଟଙ୍କାକୁ ଜମା ନ କରି ଆତ୍ମସାତ୍ କରୁଥିଲେ। କିଛି ମାସ ଧରି ସେ ଅଫିସ ନ ଆସିବାରୁ ଜମାକାରୀ ମାନେ ଟଙ୍କା ଉଠାଇ ନ ପାରି ଅସୁବିଧାରେ […]

  • Thursday, 15 July 2021
hard-yaas
ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ବୁଢାବଳଙ୍ଗ ନଦୀ ବଢୁଛି। ମୟୂରଭଞ୍ଜର ଅସ୍ତିଆ ନିକଟରେ ବୁଢାବଳଙ୍ଗର ବିପଦ ସଂକେତ ୨୯.୭ ମିଟର ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ଅସ୍ତିଆ ଠାରେ ୨୩.୨ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏନେଇ ମୟୂରଭଞ୍ଜ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି। […]

  • Thursday, 15 July 2021
evacuted
ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ହେବ ସ୍ୱାସ୍ଥ୍ୟ ଯାଞ୍ଚ: SRC

ଭୁବନେଶ୍ୱର: ପୁନରୁଦ୍ଧାର ପ୍ରକ୍ରିୟା ଜୋରସୋରରେ ଚାଲିଛି। ବାତ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ ଆଜି ସକାଳ ୯ଟାରେ ବାତ୍ୟା ସ୍ଥଳଭାଗ ଛୁଇଁ ଝାଡ଼ଖଣ୍ଡ ଆଡକୁ ଯାଉଛି। ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ପଡ଼ି ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ବନ୍ଦ ହୋଇଛି। ପୁନରୁଦ୍ଧାର ପ୍ରକ୍ରିୟା ଜୋରଦାର ଗତିରେ ଚାଲିଛି। ଅନେକ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରାସାରିଲାଣି। #ODRAF_Unit_Rourkela clearing an […]

cm odisha
ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ମିଳିବ ରିଲିଫ୍

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ ଦିନ ଯାଏଁ ରିଲିଫ୍ ମିଳିବ। କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟରାସ୍ତାକୁ ୨୪ ଘଣ୍ଟା ମଧ୍ୟରେ ମରାମତି ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ଲାଗି ପ୍ରଶାସକ, ପଞ୍ଚାୟତ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୋଲିସ […]

village-water
ପାଣି ଘେରରେ ୪ ବ୍ଲକ୍‌ର ଏକାଧିକ ଗାଁ

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତିଜନିତ ସେପରି ବଡ଼ ଘଟଣା ଘଟିନି। ଏନେଇ ସୂଚନା ଦେଇଛନ୍ତି SRC। ବାଲେଶ୍ୱର ଓ କେନ୍ଦୁଝରରେ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ଚାଲିଛି। ୟାସ ପ୍ରଭାବରେ ଜୁଆର ପାଣି ବହୁତ ଗାଁରେ ପଶିଛି। ବାହାନଗା, ରେମୁଣା, ବାଲେଶ୍ୱର ସଦର, ଧାମରାର କିଛି ଗାଁରେ ପାଣି ପଶିଛି। କିଛି ସ୍ଥାନରେ ୱାଟର ଲଗିଙ୍ଗ ବି ହୋଇଛି ବୋଲି SRC କହିଛନ୍ତି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି […]

  • Thursday, 15 July 2021
budhabalang
ଆଗାମୀ ୧୨ ଘଣ୍ଟା ମୟୂରଭଂଜ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ୱର: ବାତ୍ୟାର ପବନ କମୁଛି ହେଲେ ପ୍ରକୋପ କମିନି। ଆଗାମୀ ୧୨ ଘଣ୍ଟା ମୟୂରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ SRC ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ସର୍ବାଧିକ ୧୩୦/୧୪୦ ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ତେବେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି। ପବନ କ୍ରମେ ମୟୂରଭଂଜ ଜିଲ୍ଲାରେ ବଢ଼ିବାକୁ ଲାଗିବ। ଆଗାମୀ ୧୨ ଘଣ୍ଟା […]

sea-level
୧୧୦ କିମି ଦୂରରେ ରହିଛି ବାତ୍ୟା ୟାସ୍

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ମାଡ଼ି ଆସୁଛି ବାତ୍ୟା ୟାସ୍। ଏବେ ପାରାଦୀପରୁ ୧୧୦, ଧାମରାରୁ ୧୧୦ ଓ ବାଲେଶ୍ୱରରୁ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍। ସମୁଦ୍ରରେ ଏବେ ୧୩୦ରୁ ୧୪୦ କିମି ମଧ୍ୟରେ ପବନ ବହୁଛି। ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଭୋର୍ ୫ଟା ୩୦ ସୁଦ୍ଧା ଧାମରା ଠାରୁ ୩୦ କିମି ଦୂରରେ ରହିବ। […]

  • Thursday, 15 July 2021
imp
ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ୱର: ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ନେଇ ବଡ଼ ସୂଚନା SRC ଦେଇଛନ୍ତି। ଯାହା ଜଣାପଡୁଛି କାଲି ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବ। ସକାଳ ୫ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ। ସ୍ଥଳଭାଗ ଛୁଇଁଲା ବେଳେ ପବନ ୧୪୦ରୁ ୧୮୫ କିମି ଯାଏ ଯାଇପାରେ। ଏବେ ପାରାଦୀପ ଓ ଅସ୍ତରଙ୍ଗରେ ୬୦/୭୦ କିମି ବେଗରେ ପବନ ହେଉଛି। ରାତିରେ ପବନ ବଢ଼ିବ, ସକାଳେ ସର୍ବାଧିକ ପବନ ହେବ। ଆମ ପାଇଁ ଏହି […]

  • Thursday, 15 July 2021
cyclone-Eye
ବାତ୍ୟାର ଆଖି ଯୁଆଡେ ଯିବ, ସିଆଡେ କ୍ଷତି ଘଟାଇବ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ଆଖି ଯୁଆଡେ ଯିବ, ସିଆଡେ କ୍ଷତି ଘଟାଇବ। ବାତ୍ୟା ୟାସର ଆଖି ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟାର ଆଖି କେନ୍ଦ୍ର ସ୍ଥଳରେ ରହିଥାଏ, ଯୁଆଡ଼େ ଯାଏ ବେଶି କ୍ଷତି କରାଏ। ଆଖି ଯେଉଁ ଅଞ୍ଚଳରେ ଅତିକ୍ରମ କରେ, ଡବଲ ପବନ ହୁଏ। ପ୍ରଥମେ କିଛି ଘଣ୍ଟା ଗୋଟିଏ ଦିଗକୁ ପବନ ବହି ଚାଲିଥାଏ। କିଛି ସମୟ ପର୍ଯ୍ୟନ୍ତ ପୂରା ଶାନ୍ତ ହୋଇଯାଏ, ଏମିତିକି ଖରା […]

  • Thursday, 15 July 2021
Cyclone ‘Yaas’
ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ୟାସ୍: IMD

ଭୁବନେଶ୍ୱର: ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା। ଏନେଇ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳକୁ ଧିରେ ଧିରେ ପାଖେଇ ଆସୁଛି। ଏବେ ପାରାଦୀପ ଠାରୁ ୧୮୦ ଓ ବାଲେଶ୍ୱରରୁ ୨୫୦ କିଲୋମିଟର ଦୂରରେ ରହିଛି। ସମୁଦ୍ରରେ ଏବେ ୧୨୦ରୁ ୧୪୫ କିମି ମଧ୍ୟରେ ପବନ ବହୁଛି ୟାସ୍। କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ଭୋର୍ ୫ଟା ୩୦ ସୁଦ୍ଧା ଧାମରା ଠାରୁ ୩୦ କିମି […]

  • Thursday, 15 July 2021
hard-yaas
କେଉଁଠି ଲ୍ୟାଣ୍ଡଫଲ୍ କରିବ ୟାସ୍, ସ୍ପଷ୍ଟ କଲେ SRC !

ଭୁବନେଶ୍ୱର: ଭଦ୍ରକ ବାସୁଦେବପୁର-ବାହାନଗା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ୟାସ୍। ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ସମୟରେ ବାତ୍ୟାର ବେଗ ୧୪୦କିମି ୧୫୦କିମି ବେଗରେ ରହିବ। ବେଳେବେଳେ ୧୮୦ କିମି ପର୍ଯ୍ୟନ୍ତ ପବନର ବେଗ ରହିପାରେ। ରାତି ୯ଟାରୁ ପବନର ବେଗ ଓ ବର୍ଷା ବଢିବ। କାଲି ଭୋର ୫ଟାରୁ ୮ ଭିତରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟା ଲ୍ୟାଣ୍ଡଫଲର ପୂର୍ବ ୬ଘଣ୍ଟା ଓ ପର ୬ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି। ବାତ୍ୟା […]

  • Thursday, 15 July 2021
next-level
୧୨ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ ୟାସ୍

ଭୁବନେଶ୍ୱର: ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟାସ୍। ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ୟାସ୍ ରହିଛି। ବାଲେଶ୍ୱରଠୁ ୫୫୦ ଓ ଦୀଘା ଠାରୁ ୫୪୦ କିମି ଦୂରରେ ରହିଛି। ୧୨ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ସେହିପରି ୨୬ ତାରିଖ(ବୁଧବାର, ସକାଳେ) ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ(ଅତି ଭୀଷଣ ବାତ୍ୟା)ର ରୂପ ନେଇ ଉତ୍ତର-ପଶ୍ଚିମ […]

yaas
୨୬ ମଧ୍ୟାହ୍ନରେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ !

ଭୁବନେଶ୍ୱର: ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ୟାସ୍। ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ୫ରୁ୭ କିମି ବେଗରେ ଆସୁଛି। ବାତ୍ୟା ଅପଡେଟ ନେଇ IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ମୁଖ୍ୟ ରାଜେନ୍ଦ୍ର ଜେନାମଣି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବାତ୍ୟା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଓ ଦକ୍ଷିଣ-ପୂର୍ବଠୁ ୪୩୦ କିମି ଦୂରରେ ରହିଛି। ବାଲେଶ୍ୱରଠୁ ୫୧୦ କିମି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦୂରରେ […]

cm-naveen
ସାମାନ୍ୟ ହେଳା ବଡ଼ ବିପଦ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ ଆମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ରହିବାକୁ ହେବ। ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି। ବାତ୍ୟା ଓ କୋଭିଡ଼ର ମୁକାବିଲା […]

  • Thursday, 15 July 2021
cyclone-yaas
କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା, କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ବାତ୍ୟା ୟାସ୍ ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ। ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ ବୋଲି ପାଣିପାଗ କେନ୍ଦ୍ର କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ସୂଚନା ଦେଇଛନ୍ତି। ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ ପାରାଦୀପଠୁ ପାଖାପାଖି ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍। […]

cyclone
କାଲି ବାତ୍ୟାର ରୂପ ନେବ ଅବପାତ, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗର ମଡେଲ୍ କହୁଛି- ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେଇ ସମୁଦ୍ରରେ ଅଧିକ ବଳ ଗୋଟାଇବ। କ୍ରମେ ଏହା ଅତି ପ୍ରବଳ ବାତ୍ୟା ବା ଭେରି ସିଭିୟର ସାକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ୨୬ ତାରିଖ ସାରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିପାରେ। ଆଇଏମଡି […]

tahsiladar
ନିୟମର ଧଜିଆ ଉଡାଇଲେ ବାବୁଆଣୀ: ବାହାଘରରେ ଖୁଲମଖୁଲା ନାଚିଲେ ନାଗିନ୍ ଡ୍ୟାନ୍ସ

ଜଗତସିଂହପୁର : କୋଭିଡ୍ କଟକଣାର ଉଡ଼ିଲା ଧଜିଆ। ଖୋଦ୍ ଜଗୁଆଳି ଭୁଲିଗଲେ ନିୟମ। ଆଉ ମସ୍ତିରେ ନାଚିଲେ ଅନ୍ୟଙ୍କୁ ନଚାଇଲେ। ଭାଇରାଲ ହୋଇଥିବା ଏହି ଭିଡିଓରେ ଏମିତି ନାଚୁଥିବା ବାବୁଆଣୀ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା। ବିଭିନ୍ନ ଭାବଭଙ୍ଗିରେ ଖୁଲମଖୁଲା ନୃତ୍ୟ ମୁଦ୍ରାରେ ସୁକିନ୍ଦା ତହସିଲଦାରଙ୍କ ଏହି ଚିତ୍ର ଆସିଛି ଜଗତସିଂହପୁରରୁ। ଜଗତସିଂହପୁର ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ ଉତ୍ସବରେ ୨୫ଜଣଙ୍କ […]

  • Thursday, 15 July 2021
sambit-nanda
ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ତାଙ୍କ ପୁଅ ସମ୍ବିତ ନନ୍ଦ କଟକରେ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ନବୀନ ନନ୍ଦ ନିଜ ପୁଅର ଜୀବନ ରକ୍ଷା ପାଇଁ ଟୁଇଟ କରି ନିବେଦନ କରିଥିଲେ। ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ପୁଅ ଫଟୋକୁ ସେୟାର କରି ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ […]

  • Thursday, 15 July 2021
nadan-kanan
ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ନନ୍ଦନକାନନ ! ଘରେ ବସି ଚିଡିଆଖାନାର ମଜା ନେଉଛନ୍ତି ଦର୍ଶକ

ଭୁବନେଶ୍ୱର: ପାଣି ଟବ୍‌ରେ ଭାଲୁ ଛୁଆ ଖରା ଗରମରେ କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡାଳରେ ଝୁଲି ମସ୍ତି କରୁଛି। ସେପଟେ ମା ପାଖରେ କଉତୁକିଆ ବାଘଛୁଆଙ୍କ ଖେଳ ସମସ୍ତଙ୍କ ମନ ମୋହୁଛି। ଖାଲି ଏତିକି ନୁହେଁ, ଧଳାବାଘର ଚାହାଁଣି ହେଉ କିମ୍ବା ହରିଣପଲଙ୍କ ଧାଁ ଦୌଡ଼, ଘଡ଼ଇାଳ କୁମ୍ଭୀରଙ୍କ ଗୋଷ୍ଠୀ ହେଉ ଅବା ବିଭିନ୍ନ ପ୍ରକାର ଚଢ଼େଇ। ସମସ୍ତଙ୍କୁ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଆଣିବାକୁ ଉଦ୍ୟମ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। […]

  • Thursday, 15 July 2021
railway track
ଇୟରଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ, ଧକ୍କା ଦେଲା ଟ୍ରେନ୍‌

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। 

arrest
ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ

କଟକ: ଚାଉଳିଆଗଞ୍ଜ ପୋଲିସ ଏକ ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ କରିଛି। ୩ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୧୮ଟି ବାଇକ ଜବତ କରିଛି। ଗତ କିଛି ଦିନ ତଳେ କଟକ ଓଏମପି ଛକରେ ବାଇକ ଚେକିଂ ଚାଲିଥିବା ବେଳେ ଏକ ଚୋରି ଗାଡ଼ି ସହ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିଲା ପୋଲିସ। ସେମାନଙ୍କୁ ଜେରା କରିବା ପରେ ଏହି ବାଇକ୍ ଚୋରି ଗ୍ୟାଙ୍ଗ ଉପରୁ ପରଦା ହଟିଥିଲା। ସେମାନଙ୍କ ନିକଟରୁ […]

  • Thursday, 15 July 2021
suicide-up
ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ରାୟଗଡା: ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା। ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। କାଶୀପୁର ଥାନା BSF ୬୮ ବାଟାଲିୟନ୍ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ। ମୃତ ଯବାନଙ୍କ ନାଁ ଦିଲ୍ଲୀପ ମାଇ ସେ ୪ ମାସ ତଳେ ବାହା ହୋଇଥିଲେ। ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ନିଜ […]

  • Thursday, 15 July 2021
raped
୬ ବର୍ଷ ଧରି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ ଟିଉସନ୍ ଶିକ୍ଷକ

ବ୍ରହ୍ମପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ। ଗଂଜାମ ଆସିକା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ। ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ୬ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଅଧ୍ୟାପକଙ୍କ ଘରକୁ ୨୦୧୪ରେ ଟିଉସନ୍ ହେବାକୁ ଯାଉଥିଲେ। ନବମରେ ଟିଉସନ ପଢ଼ିବାକୁ ଯାଉଥିବା […]

  • Thursday, 15 July 2021
school'
କାଲିଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟର ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ଆରମ୍ଭ। ନାମଲେଖା ପାଇଁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ସବୁ DEO, BEO, DPCଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ହେବ ନାମଲେଖା ଚାଲିବ।  ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ମନା କରାଯାଇଛି। […]

  • Thursday, 15 July 2021