ଚେନ୍ନାଇ: ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଳକ୍ ଅନ୍ତର୍ଗତ ରହେନମାଲ ଗାଁର ୩ ଜଣ ନାବାଳକ ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଏକ ଅଜଣା ନମ୍ବରରୁ ୫୦ ହଜାର ଟଙ୍କା ଡିପୋଜିଟ୍ ପାଇଁ ବାରମ୍ବାର ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିବାରୁ ସେମାନଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଗୁହାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କିଛିଦିନ ତଳେ ୬ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୋନାଖାନ୍ ପୁଟୁଳିଆ ଗାଁରୁ ହାତୀର ମୃତଦେହ ମିଳିବା ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବନ ବିଭାଗ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଫରେଷ୍ଟର ହରିଶ ଜେନା ଓ ଫରେଷ୍ଟ୍ ଗାର୍ଡ ସବିତା କିଷାନ୍ଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ରାଜଗାଙ୍ଗପୁର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ହାତୀକୁ ପ୍ରଥମେ ମାରି, […]
କଳାହାଣ୍ଡି: ଫସଲ ନଷ୍ଟ ହେବାରୁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ପୋଖରୀରେ ବୁଡ଼ି ବୃଦ୍ଧ ଦମ୍ପତି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ପତ୍ନୀଙ୍କୁ ଜୀବିତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ର ତୁନ ଗାଁରେ ଏହି ଅଭାବନୀୟ ଘଟଣାଟି ଘଟିଛି। ୬୫ ବର୍ଷୀୟ ସୁଦର୍ଶନ ମାଝୀ ଚଳିତ ବର୍ଷ ୫ ଏକର ଜମିରେ ଧାନ ଫସଲ କରିଥିଲେ। କିନ୍ତୁ ବର୍ଷା ଅଭାବରୁ ସବୁ ଫସଲ ଉଜୁଡ଼ି ଯାଇଛି। […]
ଭୁବନେଶ୍ୱର: ଡେବ୍ରିଗଡ ଅଭୟାରଣ୍ୟରେ ପୁଣି ଥରେ ସିସିଟିଭି କ୍ୟାମେରା ଲାଗିବ। ପୂର୍ବରୁ ମାଓବାଦୀଙ୍କ ଗତିବିଧି ଯୋଗୁଁ ଏହି ଜଙ୍ଗଲରୁ କ୍ୟାମେରା ହଟାଇ ଦିଆଯାଇଥିଲା। ଏବେ ବାଘଙ୍କ ଗତିବିଧି ଓ ଉପସ୍ଥିତି ସଂପର୍କରେ ଖବର ରଖିବା ପାଇଁ ପୁଣି ଥରେ କ୍ୟାମେରା ଲଗାଯିବ। ଏଥିସହିତ ପଗ୍ ଇମ୍ପ୍ରେସନ୍ ପ୍ୟାଡ୍ ( ପିଆଇପି) ମଧ୍ୟ ବସା ଯାଇ ବାଘଙ୍କ ପ୍ରକୃତ ସଂଖ୍ୟା ଆକଳନ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସୂଚନା ଦେଇଛନ୍ତି। National tiger conservation authority […]
ସମ୍ବଲପୁର: ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ସମ୍ବଲପୁରରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସହର ମଧ୍ୟ ଦେଇଯାଇଥିବା ଟାଙ୍ଗନା ନାଳରୁ ଜଣେ ଶିକ୍ଷକଙ୍କ ମୃତଦେହ ଭାସୁଥିବାର ଦେଖି ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତ ଶିକ୍ଷକଙ୍କ ନାଁ ବେଦ ପ୍ରକାଶ। ତାଙ୍କ ଘର ସମ୍ବଲପୁର ସହରର ବାହାଲପଡ଼ାରେ। ସେ ଛତିଶଗଡ଼ରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ଗତ ରାତିରେ ସେ ବାହାରକୁ […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି ହେବ। ଏଥିସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ। ୫୦ ମାଇକ୍ରୋନ୍ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ କୁହାଯାଇଛି। ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି ସେଠାରେ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ ଓ ସଂପୃକ୍ତ ପୌର ସଂସ୍ଥାଗୁ଼ଡ଼ିକ ଚଢ଼ଉ କରି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ଆଇନ ଅନୁସାରେ କଟକଣା ଲାଗିଥିବା ସହରରେ ପଲିଥିନ ଉତ୍ପାଦନକାରୀଙ୍କୁ ୧ ଲକ୍ଷ ଟଙ୍କାର […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପଲିଥିନ ବ୍ୟାନ୍ ନିୟମକୁ ନ ମାନିଲେ ଜରିମାନା ଲାଗିବ। ଆଜିଠୁ ଖାଉଟି ଏବଂ ବିକ୍ରେତାଙ୍କ ପାଇଁ ଜରିମାନା ରାଶି ଧାର୍ଯ୍ୟ କରିଛି BMC। ଖାଉଟି, ରାସ୍ତାକଡ଼ ଦୋକାନ ଏବଂ ସମସ୍ତ ପ୍ରକାର ହୋଟେଲ ପାଇଁ ଜରିମାନା ରାଶି ଧାର୍ଯ୍ୟ ହୋଇଛି। ଖାଉଟିଙ୍କ ପାଇଁ ୨ ଶହ, ୫ ଶହ ଏବଂ ହଜାରେ ଟଙ୍କା ଜରିମାନା ରହିଛି। ସେହିପରି ପଲିଥିନ୍ ବ୍ୟାନ୍ ନିୟମକୁ ଖିଲାପ କଲେ ରାସ୍ତାକଡ଼ ଦୋକାନ ପାଇଁ ୫ ଶହ, ହଜାରେ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଅାଇଜି ପାର୍କରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏଥିସହ ପିସିସି ସଭାପତିଙ୍କ ସହ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ଲୌହମାନବ ସର୍ଦ୍ଦାର ପଟେଲଙ୍କୁ ମଧ୍ୟ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଏକ ଶ୍ରଦ୍ଧାଞ୍ଚଳି ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ବଲାଙ୍ଗିର: ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିଛି। ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡା ଗାଁରେ ତାଙ୍କ ମରଶରୀର ପହଞ୍ଚିଲା ପରେ ଗାଁ ପରିବେଶ ଶୋକାକୁଳ ହୋଇଯାଇଛି। ଅଚ୍ୟୁତାନନ୍ଦଙ୍କୁ ଝୁରୁଛି ଜନ୍ମମାଟି। ଗତକାଲି ଛତିଶଗଡ଼ ଦନ୍ତେୱାଡ଼ା ଅରନ୍ପୁରରେ ନକ୍ସଲ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି ନ୍ୟୁଜ୍ କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। […]
ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର ହୋଇଛି। ଜାହାଜକୁ ବର୍ଥିଂ କରାନଯାଇ ମେଡିଟେରାନିନ୍ ମୁରିଂ ପଦ୍ଧତିରେ ପୋତାଶ୍ରୟ ମଧ୍ୟରେ ବର୍ଥ ଠାରୁ କିଛି ଦୂରରେ ରଖି ସେଥିରୁ ତୈଳ ଖଲାସ୍ କରାଯାଇଛି। ୧ ନମ୍ବର ଫର୍ଟିଲାଇଜର୍ ବର୍ଥ ନିକଟରେ ଜାହାଜକୁ ଲଙ୍ଗର ପକାଯାଇ ରଖାଯାଇଛି। ପାରାଦୀପ ବନ୍ଦରରେ ଏଭଳି ପ୍ରକ୍ରିୟାରେ ପଣ୍ୟ କାରବାର କରିବାରେ ଏହା ପ୍ରଥମ ଘଟଣା ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାରେ ଇଣ୍ଡୋନେସିଆରୁ ଆସିଥିବା ଜାହାଜରୁ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ ଆରମ୍ଭ ହୋଇଛି । ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଆଇନ୍ଜୀବୀଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରାଜଜ୍ଙ୍କୁ କ୍ୟାମ୍ପ୍ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ୫ଟି ସର୍କଲ ଜେଲ୍ ଏବଂ ଶାଖା […]
କୋରାପୁଟ: ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ଡାକ୍ତରଖାନା ନିଆଯାଉଥିବା ନଜରକୁ ଆସୁଥିବା ବେଳେ କୋରାପୁଟ ଜିଲ୍ଲା ଲମତାପୁଟ୍ରେ ଜଣେ ବୃଦ୍ଧାଙ୍କୁ ଚୌକିରେ ଡାକ୍ତରଖାନା ନିଆଯାଉଥିବା ଦେଖିବାକୁ ମିଳିଛି। ଲମତାପୁଟ୍ ବ୍ଲକର ଉପାପଡ଼ା ଗାଁର ଲଚମା ପାତାଲ ଅସୁସ୍ଥ ହୋଇ ପଡିଥିଲେ। କିନ୍ତୁ ରାସ୍ତା ନଥିବାରୁ ତାଙ୍କ ପୁଅ ଓ ସମ୍ପର୍କୀୟମାନେ ଏକ ଚୌକିରେ ପ୍ରାୟ ୨ କିଲୋମଟର ଦୂରରେ ଥିବା ମାଟାମପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୋହି ବୋହି ନେଇଥିଲେ। ଦୁଇ ବର୍ଷ […]
ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସୁଛନ୍ତି। ତେବେ ପଦଯାତ୍ରାରେ ଆସୁଥିବା କୃଷକଙ୍କୁ ପୁଲିସ୍ ଅଟକାଉଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ଆଜି ସକାଳେ ଶତାଧିକ ଚାଷୀ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ରେଳ ଷ୍ଟେସନରେ ସେମାନଙ୍କୁ ପୁଲିସ୍ ଅଟକ ରଖିଛି। ଏହାସହ ସଂଗଠନ ସଂଯୋଜକ ସୁବାସ ପଣ୍ଡାଙ୍କୁ ପୁଲିସ୍ ଉଠାଇ […]
ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ରାଜ୍ୟର ବିଭିନ୍ନ ଜେଲ୍ ଗୁଡ଼ିକରେ କ୍ୟାମ୍ପ୍ କୋର୍ଟ ଖୋଲିବ । ଏଥିରେ ଛୋଟବଡ଼ ମାମଲାରେ ବନ୍ଦୀଥିବା ଲୋକଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯିବ। ଏଥିପାଇଁ ଜେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବେ। ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା ଜଜ୍ଙ୍କୁ କ୍ୟାମ୍ପ୍ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କାର୍ଯ୍ୟ ଦିବସର ସମୟ […]
ବାଲେଶ୍ୱର: ବାଲେଶ୍ୱର ରେମୁଣା ବ୍ଳକ୍ କଅଁରାଳି ଗାଁରେ ଚାଷୀ କରିଥିବା ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ ହୋଇଛି। ବାତ୍ୟା ତିତ୍ଲି ପରବର୍ତ୍ତୀ ବନ୍ୟାରେ ଭଣ୍ଡା ଗଛ ସବୁ ଉଜୁଡ଼ି ଯାଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆଉ ଯେତିକି ଅମୃତଭଣ୍ଡା ଗଛ ସବୁ ରହି ଯାଇଛି, ସିଏ ବି ଧିରେ ଧିରେ ମରିଯାଉଛି। ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କିଛି ଉପାୟ ନପାଇ ଚିନ୍ତାରେ ପଡ଼ି […]
ଗଞ୍ଜାମ: ବାତ୍ୟା ତିତ୍ଲି ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଭୂତପଙ୍କାଳରୁ ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କ ମୃତଦେହ ମିଳିଛି। ଏଯାଏ ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘରଠାରୁ ଗୋଟେ କିଲୋମିଟର ଦୂରରେ ମୃତଦେହ ମିଳିଛି। ତେବେ ଆଉ ଦୁଇ ଜଣଙ୍କ ପତ୍ତା ମିଳୁନି। ଅକ୍ଟୋବର ୧୧ ଓ ୧୨ରେ ତିତ୍ଲି ପ୍ରଭାବରେ ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ ଭୂତପଙ୍କାଳ ଗାଁର ୬ […]
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ ଆଜି ଚଇତି ପର୍ବ ପାଳନ ହେଉଛି। ପଣା ସଂକ୍ରାନ୍ତି ଅବସରରେ ମା’ ତାରିଣୀ ସୁନା ବେଶରେ ଦର୍ଶନ ଦେଉଛନ୍ତି। ମାଆଙ୍କୁ କ୍ଷୀର, ଲହୁଣୀ, ହଳଦି, ଚୁଆ ଓ ଚନ୍ଦନରେ ସ୍ନାନ କରାଯାଇଥିଲା।
ଭୁବନେଶ୍ୱର: ବଢ଼େଇ ବାଙ୍କରେ ଅଟକି ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ପୁଣି ଟଣା ହେବ। ଗତକାଲି ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ଏକାମ୍ର କ୍ଷେତ୍ର। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତୀ ଓ ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ଥିବାରୁ ଦିନ ସାଢେ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ୩ଟାରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି […]
ଜଳେଶ୍ୱର(ଅଜିତ ଦାସ): ୧୩ ଦିନ ଧରି ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱର ପୀଠରେ ବେଶ୍ ଧୁମ୍ଧାମରେ ଚାଲିଥିବା ପ୍ରସିଦ୍ଧ ଚଡ଼କ ମେଳା ଉଦ୍ଯାପିତ ହୋଇଯାଇଛି। ବିଶ୍ୱାସ ଓ ପରମ୍ପରାର ଅନନ୍ୟ ନିଦର୍ଶନ ଚଡ଼କ ଯାତ୍ରାର ଗତକାଲି ଅନ୍ତିମ ଚରଣ ପାଟ ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସକାଳୁ ମାଳ ଚନ୍ଦନ ନୀତି ପରେ ଅପରାହ୍ଣରେ ମାନସିକ କରିଥିବା ପାଟ ଭକ୍ତମାନେ ଦେହରେ କଣ୍ଟା ଫୋଡ଼ି ଭକ୍ତି ଓ କୁଛ୍ର ସାଧନାରେ ନିଆରା ପରାକାଷ୍ଠା ପ୍ରଦର୍ଶନ କରିଥିଲେ।
ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକରୁ ଏକ କାର୍ରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଜଣକୁ ଗିରଫ କରିଛି। ତାଙ୍କ ନାଁ ହେଉଛି ବିଜୟ ନାଥ। ସେ ଭଦ୍ରକ ଜିଲ୍ଲା ମିଞ୍ଜାପୁର ଗାଁର। ବିଜୟ ନିଜ କାରରେ ପୁରୁଣା ବାଲେଶ୍ୱରରୁ ଭଦ୍ରକ ଯାଉଥିବା ବେଳେ ଖବର ପାଇ ତାଙ୍କୁ ମୋବାଇଲ ସ୍କ୍ୱାର୍ଡ ଧରିଥିଲା। କାର୍ରୁ ୫୦୦ଶହ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ ହୋଇଥିବା ଜଣା ପଡ଼ିଛି। […]
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ ହୋଇଥିଲା। ମଦ ମାଫିଆଙ୍କ ଆକ୍ରମଣରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଗ୍ରାମବାସୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ଚିକିତ୍ସା ଲାଗି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।
ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧା ଜିଲ୍ଲା କରଡ଼ଗଡ଼ିଆ ନିକଟ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ କଡ଼ରେ କ୍ଷତବିକ୍ଷତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ କିଛି ଥଣ୍ଡା ପାନୀୟ ଓ ବିଷ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଶୋଭାଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନା’ ଭୀମ ବେହେରା। ଆଜି ସକାଳେ ସେ କ୍ଷେତକୁ ପାଣି ମଡ଼େଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ସେହି ଅଞ୍ଚଳରେ କିଛି ଦିନ ହେଲା ଗୋଟିଏ ବଣୁଆ […]
ଅନୁଗୁଳ(ବିରଜା ଦାସ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜ ହାତୀଧାର ଜଙ୍ଗଲରୁ ଏକ ଅଣ୍ଡିରା କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ମୃତ ବାଘର ଆନୁମାନିକ ବୟସ ପ୍ରାୟ ୩ ବର୍ଷ ହେବ। ବ୍ୟବଚ୍ଛେଦ ପରେ ବନ ବିଭାଗ ବାଘଟିକୁ ପୋଡ଼ି ଦେଇଛି। ତେବେ କିପରି ଏବଂ କେଉଁ ପରିସ୍ଥିତି ବାଘର ମୃତ୍ୟୁ ହେଲା ସେ ନେଇ କୌଣସି ସୂଚନା ମିଳିପାରିନି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।
ମାଲ୍କାନଗିରି(ଜିତେନ୍ଦ୍ର ବେଉରା): ଗଣତନ୍ତ୍ରର ଶକ୍ତି ଆଗରେ ହାର୍ ମାନିଲା ଲାଲ୍ବାହିନୀର ନାଲିଆଖି। ଏମିତି କହିବାର ଅର୍ଥ ହେଉଛି, ଲାଲ୍ଗଡ଼ରେ ମାଓବାଦୀଙ୍କ ଭୋଟ୍ ବର୍ଜନ ଧମକ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଆଉ ଏହା ସମ୍ଭବ ହୋଇଛି ମାଲ୍କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ। ଜୀବନ ପ୍ରତି ଭୟ ଥିଲେ ବି ପୋଲିଂ କାର୍ଯ୍ୟରେ ନିୟୋଜିତ ଏହି କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱ ସଂପାଦନ କରିବାରେ ଆଦୌ ଅବହେଳା କରି ନାହାନ୍ତି। ଶାନ୍ତିଶୃଙ୍ଖଳାର […]