• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dalit samman samavesh
କଂଗ୍ରେସର ଦଳିତ ସମ୍ମାନ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଦଳିତ ସମ୍ମାନ ସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସମାବେଶରେ ଗୁଜରାଟର ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାନି ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଚୁପ୍ ବସିଥିବା ବେଳେ ଚିଟ୍‌ଫଣ୍ଡରେ ଫସି ଗରିବ ଲୋକ ଟଙ୍କା ଫେରି ପାଇନଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ରାଫେଲ୍‌ ଦୁର୍ନୀତି ନେଇ ରାଜ୍ୟ ସରକାର ପ୍ରଶ୍ନ କରୁ ନଥିବାରୁ ଉଭୟ […]

  • Thursday, 15 July 2021
vlcsnap-error535
ଶୀତ ବଢ଼ିବା ସହ ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା

ବ୍ରହ୍ମଗିରି: ଶୀତ ବଢ଼ିବା ସହ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପର୍ଯ୍ୟଟନ ଋତୁ ଚାଲିଥିବାରୁ ବିଦେଶୀ ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଅନ୍ୟପଟେ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୀତର ସ୍ପର୍ଶ ସହ ଚିଲିକାରେ ବିଦେଶୀ ପକ୍ଷୀଙ୍କ  ଭିଡ଼ ଏବେ ଦେଖିବାକୁ ମିଳିଛି। କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଶୀତ ବଢ଼ିଥିବାରୁ ପକ୍ଷୀଙ୍କ ଆଗମନ ବି ବଢ଼ିଛି। ଏଥର ବିଳମ୍ବ ହେଲେ ବି ବିଦେଶାଗତ […]

  • Thursday, 15 July 2021
accident
ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ମୃତ

ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାରାଦୀପ ତାରିଣୀଗଡ଼ା ନିକଟରେ ବାଇକ ସହ ଟ୍ରକ ପିଟି ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଚକ୍ରଧରପୁର ଗାଁର ପ୍ରମୋଦ ଦାସ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଠରବାଙ୍କି ଠାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ସେହିପରି ଅନୁଗୁଳ ଥାନା ଚଣ୍ଡୀବଜାର ନିକଟରେ ବାଇକ୍‌- ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମୃତ, ଦୁଇ ଜଣ ଆହତ ହୋଇଛନ୍ତି। […]

  • Thursday, 15 July 2021
3
ଓଲଟି ପଡ଼ିଲା ଆମ୍ବୁଲାନ୍ସ; ଦୁର୍ଘଟଣାସ୍ଥଳରେ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା

କେନ୍ଦୁଝର: ପ୍ରସୂତୀଙ୍କୁ ହସ୍ପିଟାଲ ନେବା ବେଳେ ଓଲଟିଲା ଆମ୍ବୁଲାନ୍ସ। ଫଳରେ ଦୁର୍ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରଜପଥର ତଳିବେଡ଼ା ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଚାକୁଣ୍ଡାପାଳ ଗାଁର ନରେନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ବୁଧୁନି ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ […]

  • Thursday, 15 July 2021
2
ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ବଲିଉଡ ଅଭିନେତା ଶାହରୁଖ ଖାନ୍, ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଏ.ଆର ରହମାନ୍ ମୁଖ୍ୟ ଆକର୍ଷଣ ସାଜିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାକଜମକରେ ପୁରୁଷ ହକି ବିଶ୍ୱକପ୍ ୨୦୧୮କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟିତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମଞ୍ଚରେ ଶାହରୁଖଙ୍କୁ ଦେଖି ତାଙ୍କର ଫ୍ୟାନ୍ସମାନେ ବହୁତ ଖୁସି ହୋଇଯାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ବେଶ୍ କିଛି ସମୟ ପାଇଁ ଉପସ୍ଥିତ ଦର୍ଶକଙ୍କ […]

  • Thursday, 15 July 2021
vlcsnap-error001
ବାଘ ଶିକାରୀ ଗିରଫ

ଆଠଗଡ଼: ଆଠଗଡ଼ ବନଖଣ୍ଡ ନରସିଂହପୁର ଅଞ୍ଚଳରୁ ଜଣେ ବାଘ ଶିକାରୀ ଗିରଫ ହୋଇଛି। ବନବିଭାଗ ଶିକାରୀ ପାଖରୁ ଏକ କଲରାପତରିଆ ବାଘର ଛାଲ ସମେତ ଏକ ବନ୍ଧୁକ ଜବତ କରିଛି। ତେବେ ବାଘ ଛାଲଟି ପ୍ରାୟ ଏକ ବର୍ଷ ତଳର ଥିବା ବୋଲି ଜଣାପଡ଼ିଛି। ଗିରଫ ଶିକାରୀ ଜଣକ ହେଲେ ନରସିଂହପୁର ପାତ୍ରଭାଗ ଗାଁର ଇଚ୍ଛାନନ୍ଦ ଜାନୀ। ସେ ଅନେକ ବନ୍ୟଜନ୍ତୁ ଶିକାରରେ ସାମିଲ ଥିବା ଜଣାପଡ଼ିଛି। ଗତ କିଛି ଦିନ ତଳେ ନରସିଂହପୁର ଅଞ୍ଚଳରୁ ଆଠଗଡ଼ […]

  • Thursday, 15 July 2021
body
ପଥରରେ ଛେଚି ମାରିଦେଲେ ପଡ଼ୋଶୀ!

ମୟୁରଭଞ୍ଜ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲାର ଉଦଳା ଶରତ ଥାନା ପାତା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ପାତା ସାହିର ଜଗନ୍ନାଥ ଖଣ୍ଡୁଆଳ ନାମକ ଯୁବକଙ୍କୁ ତାଙ୍କ ପଡ଼ୋଶୀ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଜଗନ୍ନାଥ ଖଣ୍ଡୁଆଳଙ୍କୁ ତାଙ୍କ ୪ରୁ ୫ ଜଣ ପଡ଼ୋଶୀ ଆକ୍ରମଣ କରିଥିଲେ। ପରେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା […]

  • Thursday, 15 July 2021
bike
ରାଜଧାନୀରେ ଭଡ଼ାରେ ମିଳୁଛି ବାଇକ୍‌

‍ଭୁବନେଶ୍ୱର: ହକି ବିଶ୍ୱକପ୍ ପୂର୍ବରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଆରମ୍ଭ ହୋଇଛି ମୋଟର ସାଇକେଲ୍ ଯୋଜନା। ଯେଉଁ ଗ୍ରାହକ ଏହି ବାଇକ୍ ଭଡ଼ାରେ ନେବାକୁ ଚାହୁଁଥିବେ www.yorindia.comରେ ଲଗ୍ ଇନ୍ କରି ବୁକ୍ କରିପାରିବେ। ଏଥିପାଇଁ ଆଧାର କାର୍ଡ ଓ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବାଧ୍ୟତାମୂଳକ ହୋଇଥିବା ବେଳେ ବାଇକ୍‌ ଘଣ୍ଟା ପ୍ରତି ଦାମ୍ ୩୯ ଟଙ୍କାରୁ ଆରମ୍ଭ କରି ୯୫ ଟଙ୍କା ରହିଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ୯ଟି ବାଇକ୍ ସାମିଲ କରାଯାଇଛି। ପରେ […]

  • Thursday, 15 July 2021
elephant
କେନ୍ଦୁଝରରେ ହାତୀ ‌ଉପଦ୍ରବ

କେନ୍ଦୁଝର: କେନ୍ଦୁଝରରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଜିଲ୍ଲାର କଦମଡିହିଠାରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବୁଧରାମ୍‌ ମୁଣ୍ଡା। ସୂଚନା ଅନୁସାରେ, ଗତକାଲି ବୁଧରାମ୍‌ ନିଜ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Thursday, 15 July 2021
4
ବିଟିସିସିର ନିର୍ବାଚନ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ

ବାଲେଶ୍ୱର: ବାଲେଶ୍ୱର ଟ୍ରକ ସମନ୍ୱୟ କମିଟି ବା ବିଟିସିସିର ନିର୍ବାଚନ ବିଳମ୍ବକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସଂଘର ଅବଧି ଶେଷ ହେବାର ୩ ମାସ ପରେ ମଧ୍ୟ ନିର୍ବାଚନ ହୋଇ ପାରିନି। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗୋଟିଏ ଗୋଷ୍ଠୀ ତୁରନ୍ତ ନିର୍ବାଚନ ପାଇଁ ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ପୂର୍ବ ନିର୍ବାଚିତ ପ୍ରତିନିଧିଙ୍କଠାରୁ ହିସାବ ନିକାସ ଦାବି କରିଛନ୍ତି। ଗଠିତ ହୋଇଥିବା ୪ ଜଣିଆ ଅସ୍ଥାୟୀ ଆଡ୍‌ହକ୍ କମିଟି […]

  • Thursday, 15 July 2021
vlcsnap-error844
ଦାଦାବଟି ନଦେବାରୁ ବୋମାମାଡ଼!

ପୁରୀ: ଦାଦାବଟି ଆଦାୟକୁ ନେଇ ପୁରୀ ସହରରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଦାଦାବଟି ନଦେବାରୁ ଗୁଣ୍ଡିଚା ମନ୍ଦିର ପାଖରେ ଏକ ଦୋକାନ ଉପରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Thursday, 15 July 2021
1
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ କୃଷକ କଲ୍ୟାଣ କାର୍ଡ ବଣ୍ଟା ହେଉଥିବା ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ କୃଷକ କଲ୍ୟାଣ କାର୍ଡ ବଣ୍ଟା ହେଉଛି।  ଏହାସହ ଚିକିତ୍ସା ପାଇଁ ୫ ଲକ୍ଷ ବଦଳରେ କେବଳ ୭୦ ହଜାର ଟଙ୍କା ମିଳୁଥିବା ଅଭିଯୋଗ ହୋଇଛି। ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଏଭଳି ଅଭିଯୋଗ ଆଣିଛନ୍ତି। ତେବେ ହସ୍ପିଟାଲ ଓ ରୋଗ ଅନୁସାରେ ସହାୟତା ମିଳିବ ବୋଲି ସିଡିଏମଓ କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜୁ […]

  • Thursday, 15 July 2021
dolphin
ଚିଲିକା ହ୍ରଦରେ ବିରଳ ଇରାୱାଡି ଡଲଫିନ୍‌ର ମୃତ୍ୟୁ

ଚିଲିକା: ଚିଲିକା ହ୍ରଦର ମହିଂସା ଗ୍ରାମ ନିକଟରେ ଏକ ଇରାୱାଡି ଡଲଫିନ୍ ମରି ଭାସୁଥିବାର ଦେଖିବାକୁ ମିଳିଛି। ଖବର ପାଇବା ପରେ ସାତପଡ଼ା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନ୍‌କୁ ଉଦ୍ଧାର କରିଥିଲେ। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ସାତପଡ଼ା ରେଞ୍ଜର କହିଛନ୍ତି। ଏହି ବିରଳ ଇରାୱାଡି ଡଲଫିନ୍ ଚିଲିକା ହ୍ରଦରେ ୧୮୦ରୁ ଅଧିକ ଥିଲେ। ବିଭିନ୍ନ କାରଣରୁ ଏମାନଙ୍କର ମୃତ୍ୟୁ ଘଟୁଥିବାରୁ ଦିନକୁ ଦିନ ଏହି […]

  • Thursday, 15 July 2021
mo cycle
‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ମୋ ବସ୍‌’ ପରେ ରାଜଧାନୀରେ ଗଡ଼ିଲା ‘ମୋ ସାଇକେଲ’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଯୋଜନାରେ ୧ ହଜାର ସାଇକେଲ ସାମିଲ କରାଯାଇଛି। ପ୍ରଥମେ ୧୦୦ଟି ଷ୍ଟେସନ୍ କରାଯାଇଛି। ଏହାକୁ ୪୦୦କୁ ବୃଦ୍ଧି କରାଯିବ। ପରେ ଆଉ ୧ ହଜାର ସାଇକେଲ ମଧ୍ୟ ସାମିଲ କରାଯିବ। ରାଜଧାନୀର ୩୦ କିମି ରାସ୍ତାରେ […]

  • Thursday, 15 July 2021
bandh1
ବିଭିନ୍ନ ଦାବିକୁ ନେଇ ୧୨ ଘଣ୍ଟିଆ ପୁରୁଷୋତ୍ତମପୁର ବନ୍ଦ ଡାକରା

ବ୍ରହ୍ମପୁର: ବିଭିନ୍ନ ଦାବିକୁ ନେଇ ୧୨ ଘଣ୍ଟିଆ ପୁରୁଷୋତ୍ତମପୁର ବନ୍ଦ ଡାକରା ଦିଆଯାଇଛି। ଓକିଲ ଓ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ସବ୍ ଜଜ୍ କୋର୍ଟ ସ୍ଥାପନ ଦାବିରେ ଓକିଲ ସଂଘ ବନ୍ଦ ଡାକରା ଦେଇଥିବା ବେଳେ ରାସ୍ତା ନିର୍ମାଣ ଦାବିରେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

  • Thursday, 15 July 2021
bandh
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନରେ ୩୨ଟି ସଂଗଠନ ସାମିଲ ହୋଇଛନ୍ତି। ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଲୋକଙ୍କ ଅଭିଯୋଗ ହେଲା, ପଦ୍ମପୁର ଉପଖଣ୍ଡରେ ଥିବା କିଛି ବ୍ଲକ୍‌ ଓ ଗାଁ ବରଗଡ଼ ଜିଲ୍ଲା ସଦର ମହକୁମାରୁ ୧୫୦-୧୬୦ କିଲୋମିଟର ଦୂରରେ ଥିବାରୁ ଏହି ଅଞ୍ଚଳ ପ୍ରତି […]

  • Thursday, 15 July 2021
odia boy1
ହକି ବିଶ୍ୱକପ୍‌ର ପ୍ରଚାର କଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ହକି ବିଶ୍ୱକପ୍‌ର ପ୍ରଚାର କଲେ ଓଡ଼ିଆ ପୁଅ ବିଜୟ କୁମାର ମଲ୍ଲିକ। ବିଜୟ ୨୦ ଦିନ ପୂର୍ବରୁ ଏହି ପ୍ରଚାର ଅଭିଯାନରେ ବାହାରି ଥିଲେ। ମୁମ୍ବାଇ, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶ ଇତ୍ୟାଦି ବିଭିନ୍ନ ସ୍ଥାନ ବୁଲି ହକି ବିଶ୍ୱକପ୍‌ର ପ୍ରଚାର ସାରି ଭୁବନେଶ୍ୱର ଫେରିଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍ ସମ୍ପର୍କରେ ଯେମିତି ବାହାର ରାଜ୍ୟର ଲୋକେ ଜାଣି ପାରିବେ ଏବଂ ଏହାକୁ ଦେଖିବେ, ସେଥିପାଇଁ ସେ ଏହି ପ୍ରଚାର ଅଭିଯାନ […]

  • Thursday, 15 July 2021
b12
ବାଙ୍କି ରଗଡ଼ିରେ ଚାଲିଥିବା କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍‌ଯାପିତ

କଟକ: କଟକ ଜିଲ୍ଲା ବାଙ୍କି ରଗଡ଼ିରେ ଚାଲିଥିବା କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍‌ଯାପିତ ହୋଇଛି। ଗତକାଲି ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବାଙ୍କି ହରିହରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଏକ ବାଇକ୍‌ ଶୋଭାଯାତ୍ରାରେ ମହୋତ୍ସବ ସ୍ଥଳୀ ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ପ୍ରଦୀପ ପ୍ରଜ୍ୱଳନ କରି ସେ ଶେଷ ଉଦ୍‌ଯାପନୀ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟର […]

  • Thursday, 15 July 2021
a2
ବାଲେଶ୍ୱର ବାଲିଘାଟରେ ନିଆରା ମେଳା

ବାଲେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୋଇଛି ଏକ ନିଆରା ମେଳା। ସ୍ଥାନୀୟ ଲୋକେ ଏହାକୁ ଭିକ୍ଷୁକ ମେଳା ବୋଲି କହିଥାନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟର ବହୁ ଭିକ୍ଷୁକମାନେ ଏହି ମେଳାରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ବହୁ କୁଷ୍ଠରୋଗରେ ଆକ୍ରାନ୍ତ ବି ଥିଲେ। ମହିଳା ଭିକ୍ଷୁକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ବାଲିଘାଟରୁ ୧ କିଲୋମିଟର ପର୍ଯ୍ୟନ୍ତ ଏହି ଭିକ୍ଷୁକମାନେ ରାସ୍ତାର ଦୁଇ ପାର୍ଶ୍ୱରେ ବସିଥାନ୍ତି। ଏହି ଭିକ୍ଷୁକ […]

  • Thursday, 15 July 2021
ele3
ନୀଳଗିରି ଛାଡ଼ିଲେ ଝାଡଖଣ୍ଡୀ ହାତୀ ପଲ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘ ୧୦ ଦିନ ଧରି ଉପଦ୍ରବ କରିବା ପରେ ହାତୀପଲକୁ ସେହି ଅଞ୍ଚଳରୁ ଘଉଡ଼ାଇବାରେ ବନ ବିଭାଗ ସଫଳ ହୋଇଛି। ହାତୀ ଘଉଡ଼ାଇବାରେ ପୁଲିସ୍‌, ରାଜସ୍ୱ ବିଭାଗ ଓ ସ୍ଥାନୀୟ ଲୋକେ ବନ ବିଭାଗକୁ ସାହାଯ୍ୟ କରିଥିଲେ। ବାଜା ବଜାଇ, ବାଣ ଫୁଟାଇ ହାତୀପଲକୁ ତିନିକୋଶିଆର ବୁଦୁସାହି ଜଙ୍ଗଲକୁ ଘଉଡ଼ାଇ ଯଡ଼ିବାଲି ଜଙ୍ଗଲକୁ ପଠାଇ ଦିଆଯାଇଥିଲା। ସେଠାରୁ ଗୋପାଳପୁର ଜଙ୍ଗଲ ଦେଇ ପାଟଣା, କାଠପାଳ, ପୁନ୍ଦାଳ, ଦୁର୍ଗାଦେବୀ […]

  • Thursday, 15 July 2021
representational image
ଡଙ୍ଗା ଭସାଇବା ବେଳେ ବୁଡ଼ିଗଲେ ୯ ବର୍ଷର ବାଳକ

କେନ୍ଦୁଝର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଣ ବେଳେ ଅଘଟଣ ଘଟିଛି। କେନ୍ଦୁଝର ଆନନ୍ଦପୁର କୁଶେଇ ନଦୀରେ ବୁଡ଼ି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ନୂଆଗଡ଼ ଗାଁ କୁଶେଇ ନଦୀରେ ଡଙ୍ଗା ଭସା ବେଳେ ୯ ବର୍ଷର ବାଳକ ଶୁଭମ୍ ରାଉତ ଭାସି ଯାଇଛନ୍ତି। ଆଜି ବଢ଼ି ଭୋରରୁ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶୁଭମଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]

  • Thursday, 15 July 2021
minor girl
ଗାଧୋଇବା ଘର ଟାଙ୍କିରୁ ମିଳିଲା ନାବାଳିକାଙ୍କ ମୃତଦେହ

ପାଟଣାଗଡ଼ : ବଲାଙ୍ଗିର ବେଲପାହାଡ଼ ଭରୁଆମୁଣ୍ଡା ଗାଁରେ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗାଧୋଇବା ଘର ଟାଙ୍କିରୁ ନାବାଳିକାଙ୍କ ମୃତଦେହ ମିଳିଛି। ମାମଲାରେ ପୁଲିସ୍‌ ସାବତ ମାଆକୁ ଗିରଫ କରି କୋର୍ଟ ଚାଲଣା କରିଛି। ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେରଙ୍କ ସାତ ବର୍ଷର ଝିଅ ରଶ୍ମିତା ଗତକାଲି ଅପରାହ୍ନରୁ ନିଖୋଜ ଥିଲେ। ଏହାକୁନେଇ ପରିବାରଲୋକେ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ତେବେ ସଂଧ୍ୟା ବେଳେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ବେଲପାହାଡ଼ ଥାନାରେ ମାମଲା ରୁଜୁ […]

  • Thursday, 15 July 2021
4
ବାରିପଦାରେ ଚାଲିଛି ମାଆ ଜଗଦ୍ଧାତ୍ରୀଙ୍କ ପୂଜା

ବାରିପଦା: ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା ସହ ବାହୁବଳୀ ସିନେମାରେ ନଜର ଆସିଛି ମାହିଷ୍ମତୀ ତୋରଣ। ବାରିପଦା ସହରରେ ଚାଲିଥିବା ମାଆ ଜଗଦ୍ଧାତ୍ରୀଙ୍କ ପୂଜା ପାଇଁ ଭବ୍ୟ ମହଲ ସଦୃଶ ମଣ୍ଡପକୁ ଏହିଭଳି ଭାବରେ ସଜା ଯାଇଛି। ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟୁଛି। ମାଆ ଦୁର୍ଗାଙ୍କ ଅନନ୍ୟ ଅବତାର ଭାବେ ଜଗଦ୍ଧାତ୍ରୀଙ୍କ ପୂଜା କରାଯାଉଛି। କାର୍ତ୍ତିକ ପଞ୍ଚୁକରୁ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା। ମାଆ ଦୁର୍ଗାଙ୍କ ଶାନ୍ତ ରୂପ ହେଉଛନ୍ତି ଜଗଦ୍ଧାତ୍ରୀ। ଉଭୟ ଓଡ଼ିଆ […]

  • Thursday, 15 July 2021
11
ମହାନଦୀ ବସ୍ ଟ୍ରାଜେଡିର ତଦନ୍ତ ଆରମ୍ଭ

କଟକ: କଟକ ମହାନଦୀ ବସ୍ ଟ୍ରାଜେଡିର ୩ ବିଭାଗର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛି । ପୁଲିସ୍‌, ପରିବହନ ଓ ଜାତୀୟ ରାଜପଥ ପ୍ରାଧିକରଣର ତିନି ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଦୁର୍ଘଟଣାର ମିଳିତ ତଦନ୍ତ କରୁଛନ୍ତି। ଆଜି ଏହି ଟିମ୍ ଦୁର୍ଘଟଣା ସ୍ଥଳକୁ ଆସି ସରଜମିନ ତଦନ୍ତ କରୁଛନ୍ତି। ଏହି ଟିମ୍‌ ଦୁର୍ଘଟଣାର କାରଣ ଓ ଅନ୍ୟ ଦିଗ ସମ୍ପର୍କରେ ଛାନ୍‌ଭିନ୍ କରିବ। ଟିମର ନେତୃତ୍ୱ ନେଇଛନ୍ତି ଜଣେ ଏମ୍‌ଭିଆଇ, ଜଣେ ପୁଲିସ୍‌ […]

  • Thursday, 15 July 2021
fake
ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ଜାଲ୍‌ କାଗଜ ପତ୍ରରେ ଜାଲ୍ କାର୍ଡ ତିଆରି ହେଉଛି। ଏହି ଜାଲ୍‌ କାର୍ଡ ସାହାଯ୍ୟରେ ଦଲାଲ୍‌ମାନେ ସମବାୟ ସମିତି ଜରିଆରେ ଧାନ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଚାଷୀଙ୍କ ଡକ୍ୟୁମେଣ୍ଟରେ ଦଲାଲମାନେ ନିଜ ନାଁରେ ଜାଲ୍ କାର୍ଡ ପଞ୍ଜୀକରଣ କରୁଥିବା ନେଇ ଅଭିଯୋଗ ହୋଇଛି। ଦଲାଲ୍‌ମାନେ ଚାଷୀଙ୍କ ଠାରୁ କମ୍ ଦରରେ କିଣି ଜାଲ୍‌ କାର୍ଡ ମାଧ୍ୟମରେ ସମବାୟ ସମିତିରେ ଧାନ […]

  • Thursday, 15 July 2021