Advertisment

Budget Analysis: ବଜେଟ ଉପରେ ଚର୍ଚ୍ଚା କଲେ ବୈଜୟନ୍ତ, ଭାରତର ଜିଡିପି ଅଭିବୃଦ୍ଧି ବିଶ୍ବରେ ପ୍ରଥମ

ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି। ଆଗାମୀ ଦିନରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ବିଶ୍ବ ବ୍ୟାଙ୍କର ଆକଳନ ଅନୁଯାୟୀ ସମଗ୍ର ବିଶ୍ବରେ ବର୍ତ୍ତମାନ ଭାରତର ଜିଡିପି ସବୁଠାରୁ ଅଧିକ ରହିଛି। ନିକଟରେ ଭାରତ ବିଶ୍ବର ବୃହତ ଅର୍ଥନୀତି ତାଲିକାରେ ଇଂଲଣ୍ଡକୁ ଅତିକ୍ରମ କରିଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
baijayant panda

baijayant panda

କେନ୍ଦ୍ରାପଡ଼ାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମଳନୀରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଏ ଅବସରରେ କେନ୍ଦ୍ରୀୟ ବଜେଟ ସଂପର୍କରେ ଆଲୋକପାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି। ଆଗାମୀ ଦିନରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ବିଶ୍ବ ବ୍ୟାଙ୍କର ଆକଳନ ଅନୁଯାୟୀ ସମଗ୍ର ବିଶ୍ବରେ ବର୍ତ୍ତମାନ ଭାରତର ଜିଡିପି ସବୁଠାରୁ ଅଧିକ ରହିଛି। ନିକଟରେ ଭାରତ ବିଶ୍ବର ବୃହତ ଅର୍ଥନୀତି ତାଲିକାରେ ଇଂଲଣ୍ଡକୁ ଅତିକ୍ରମ କରିଥିଲା। କେନ୍ଦ୍ରୀୟ ବଜେଟର ଏଥିରେ ବଡ ଭୂମିକା ରହିଛି। ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ବିକଶିତ ଭାରତର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଆମେ ଏହାକୁ ପୂରଣ କରିବାକୁ ଯାଉଛୁ। ସେହିପରି ବଜେଟରେ ଚାଷୀ ଓ ମହିଳାଙ୍କୁ ମଧ୍ୟ ସରକାର ଫୋକସରେ ରଖିଛନ୍ତି।

ଅଧିକ ପଢ଼ନ୍ତୁ: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?

ଶ୍ରମିକ ମାନଙ୍କୁ ଦକ୍ଷ କରାଯିବା ସହିତ ଆୟକୁ ଦୁଇଗୁଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହିତ ଶତ ପ୍ରତିଶତ ଦାରିଦ୍ର୍ୟ ଦୂରୀକରଣ ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି। କିଷାନ କ୍ରେଡିଟ କାର୍ଡର ଲିମିଟ ବୃଦ୍ଧି କରାଯାଇଥିବା ବେଳେ ଏହା ଦ୍ବାରା ୭.୭ କୋଟି ଚାଷୀ ଉପକୃତ ହେବେ ବୋଲି ଜଣାପଡିଛି । ପଲ୍ସେସ ମିଶନ ଦ୍ବାରା ଡାଲି ଉତ୍ପାଦନରେ ସ୍ବାବଲମ୍ବୀ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଜଳ ଜୀବନ ମିଶନରେ ଓଡ଼ିଶା ପଛୁଆ ରହିଥିବା ବେଳେ ଡବଲ ଇଞ୍ଜିନ ସରକାର ଏହାକୁ ଆଗେଇ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ସେହିପରି ଆୟକର ଉପରେ ଚଳିତ ବର୍ଷ କେନ୍ଦ୍ର ସରକାର ରିହାତି ବ୍ୟବସ୍ଥା ଆଣିଛନ୍ତି ବୋଲି ସେ କହିଛନ୍ତି।

Advertisment

ବୈଜୟନ୍ତଙ୍କ ସହ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ରହି ରାଜ୍ୟ ବଜେଟ ଓ ବିଭିନ୍ନ କ୍ଷେତ୍ରକୁ ବ୍ୟୟବରାଦ ଦିଗରେ ଆଲୋଚନା କରିଛନ୍ତି । ବୁଦ୍ଧିଜୀବୀ ସମ୍ମିଳନୀ ପୂର୍ବରୁ ସଂସ୍କୃତି ଭବନରେ ବିଜେପି ପକ୍ଷରୁ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଶୀର୍ଷକରେ ପ୍ରେସମିଟ କରିଥିଲେ ସାଂସଦ ବୈଜୟନ୍ତ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ । ଏ ଅବସରରେ ବୈଜୟନ୍ତ କହିଛନ୍ତି, କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳିବ ସିଂହଭାଗ ଲାଭ। କେନ୍ଦ୍ର ବଜେଟରୁ ମଧ୍ୟବିତ୍ତ ବିଶେଷ ଲାଭ ପାଇବାକୁ ଥିବା ବେଳେ ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ଆଣିବ। ସେହିପରି ମହିଳା ସଶକ୍ତିକରଣ, କୃଷି, ସ୍ବାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ବୈଜୟନ୍ତ ।

ଅଧିକ ପଢ଼ନ୍ତୁ: ଯାତ୍ରା ଦେଖୁଥିଲେ ଲୋକେ, ଏଣେ ଗାଁରୁ ଟଙ୍କା ସୁନାଗହଣା ପୋଛିନେଲେ ଚୋର

Union Budget Baijayant Panda
Advertisment
Advertisment