ଗଜପତି : ଗଜପତି ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତରେ ଝିଅର ଶବ କାନ୍ଧରେ ବୋହିବା ଘଟଣା । ସହାୟତା ରାଶି ପାଇଁ ବାପା ମୁକୁନ୍ଦ ଦୋରା ନିଜେ ପୋତିଥିବା ଶବକୁ ବାହାର କରିଥିବା କହିଛନ୍ତି ଗଜପତି ଏସ୍ପି ଅମୂଲ୍ୟ ଦାସ। ଝିଅର ଶବକୁ ବାପା ପୋତିଦେଇଥିଲା ।ଯେତେବେଳେ ସହାୟତା ରାଶି ପାଇଁ ଅାସିଲା, ପୋଷ୍ଟ ମର୍ଟମ ଜରୁରୀ ବୋଲି କୁହାଯାଇଥିଲା ।ତେଣୁ ସେ ନିଜେ ଶବକୁ ପୋତିଥିବା ସ୍ଥାନରୁ ବାହାର କରି ଶବ ବ୍ୟବଛେଦ ପାଇଁ ଅାଣିଥିବା କହିଛନ୍ତି […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ୨ଟି ଜାଗାରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଜଡ଼ି ଚାତର ଗାଁ ପାଖରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଶଙ୍କିରି ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁହେଁ ବାଇକ୍ରେ ଘରକୁ ଫେରିବାବେଳେ ଦୁର୍ଘଟଣା ହୋଇଥିଲା। ସେହିପରି ଅଞ୍ଜ ପାଖରେ ଟ୍ରଲର ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ବାଲିଆପାଳ ପଞ୍ଚୁପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବାରିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ମନୋରଞ୍ଜନଙ୍କ ବାସଭବନ ସହ ଶେରଗଡ଼ ସ୍ଥିତ ଶ୍ୱଶୁର ଘର, ବାଲିଆପାଳର ପଞ୍ଚୁପାଲି, ଅଙ୍ଗାରଗଢ଼ିଆ, ମଣ୍ଡଗାଁରେ ଚଢ଼ାଉ ଚାଲିଛି। ବାଲେଶ୍ୱର ଭିଜିଲାନ୍ସର ୧୬ଜଣିଆ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।
ବ୍ରହ୍ମପୁର : ବ୍ରହ୍ମପୁର ଓ ଗୋଳନ୍ଥରା ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ଼ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ବଗିଗୁଡ଼ିକୁ ଟ୍ରାକ୍କୁ ଅାଣିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ଲାଇନଚ୍ୟୁତ ଯୋଗୁଁ ଅପ୍ ଲାଇନ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ପାଖ ଷ୍ଟେସନରେ ଅଟକି ରହିଥିବା ଅନ୍ୟ ଟ୍ରେନଗୁଡ଼ିକୁ ଡାଉନ ଲାଇନରେ ଚଲାଇବାକୁ ପଦକ୍ଷେପ ନିଅାଯାଇଛି। […]
ଭୁବନେଶ୍ୱର : ଅାଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ଅନୁଷ୍ଠିତ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ ପ୍ରସ୍ତୁତି ଓ ଅାୟୋଜନ କରାଯାଇଛି । ଅାଜି ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୫ଟି ସ୍ଥାନରେ ରାବଣ ପୋଡି ହେଉଛି। ଏଥିପାଇଁ କ୍ଷେତ୍ର ସ୍ତରକୁ ଯାଇ ପୁଲିସ ଗାଇଡ୍ ଲାଇନର ପୁନଃ ଯାଞ୍ଚ କରିବ ବୋଲି ଡିସିପି ସୂଚନା ଦେଇଛନ୍ତି। ରାବଣ ପୋଡି […]
ଭୁବନେଶ୍ୱର : ତିତ୍ଲି ବାତ୍ୟା ଛଡ଼ାଇନେଲା ଅଲିଅଳି ଝିଅକୁ। ପାଣିସୁଅରେ ଭାସିଯିବାର ୬ ଦିନ ପରେ ଝିଅର ଶବକୁ ଗଳିତ ଅବସ୍ଥାରେ ଉଦ୍ଧାର କଲା ବାପ। ହେଲେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା ହୋଇପାରିଲାନି। ବାଧ୍ୟ ହୋଇ ଝିଅର ଶବକୁ କାନ୍ଧରେ ୮ କିଲୋମିଟର ଯାଏ ବୋହିବା ପରେ ଅଟୋ ଯୋଗାଡ଼ କଲା ପୁଲିସ୍। ଦୁଇ ବର୍ଷ ତଳର ଦାନ ମାଝୀର ପରିବର୍ତ୍ତିତ ସଂସ୍କରଣ ଭାବେ ଏମିତି ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାତ୍ୟା ବିଧ୍ୱସ୍ତ […]
ଭୁବନେଶ୍ୱର: ମଣିପୁର ରାଜ୍ୟପାଳ ନଜ୍ମା ହେପ୍ତୁଲ୍ଲା ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେ ଚିଲିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ସେ ଭୁବନେଶ୍ୱର ବିମାନବନ୍ଦରରେ ନିଜ ଝିଅଙ୍କ ସହିତ ଆସି ପହଞ୍ଚିଛନ୍ତି।
ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜାର ଅନନ୍ୟ ପରମ୍ପରା। ଦେବୀ ଦୁର୍ଗା ବେଶରେ ପୂଜା ପାଉଛନ୍ତି କୁମାରୀ। ମାଅାଙ୍କ ମୃଣ୍ମୟୀ ମୂର୍ତ୍ତି ଅାଗରେ ହିଁ ନିଷ୍ଠା, ଭକ୍ତି ଓ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା। ପବିତ୍ର ମହାନବମୀ ତିଥିରେ ପୁରୀ, ସମ୍ବଲପୁର ଓ ରାଜଧାନୀର କିଛି ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ପୁରୀର ଦୁର୍ଗାବାଡ଼ିରେ ବହୁ ସଂଖ୍ୟାରେ ବଙ୍ଗୀୟ ପରିବାର ଏକାଠି ହୋଇ ମହାଅାଡମ୍ଭରରେ ମା’ଙ୍କ ପୂଜା ଅାରାଧନା କରିଥିଲେ।ସେହିଭଳି ସମ୍ବଲପୁର ଗୋବିନ୍ଦତୋଳା ଓ ରାଜଧାନୀ ଉପକଣ୍ଠ […]
ଭୁବନେଶ୍ୱର: ସରକାରୀ କର୍ମଚାରୀ ହୁଅନ୍ତୁ କି ମଧ୍ୟସ୍ତି କିମ୍ବା ଟାଉଟର ତିତ୍ଲି କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଘୋଷଣା କରିଥିବା ସହାୟତା ଦେବା ଲାଗି କେହି ଯଦି ଲାଞ୍ଚ ମାଗନ୍ତି, ତେବେ ସେମାନଙ୍କୁ ଜୋତାରେ ପିଟ। ଗଞ୍ଜାମ ଜିଲ୍ଲା ଅାସ୍କାରେ ଅାଜି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ବେଳେ ଏହା କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ ଅାହୁରି ମଧ୍ୟ କହିଛନ୍ତି ,ସମସ୍ତ କ୍ଷତିଗ୍ରସ୍ତଙ୍କ ଲାଗି ମୁଣ୍ଡପିଛା କ୍ଷତିପୂରଣ ରାଶି ନିର୍ଦ୍ଧାରଣ ହୋଇଛି। କ୍ଷତି ପୂରଣ ରାଶି […]
ବାରଙ୍ଗ : ପଦାରେ ପଡ଼ିଲା ବିଜେଡିର ଦଳୀୟ କନ୍ଦଳ। ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ବାରଙ୍ଗ ଠାରେ ପାଞ୍ଚ ପଞ୍ଚାୟତ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ବିରୋଧରେ ପିସି କାରବାର ଓ ପାନୀୟ ଜଳ ମେଗା ପ୍ରକଳ୍ପ କରାଇ ନ ଦେବା ଅଭିଯୋଗ ପ୍ରତିବାଦରେ ଏହି ଶୋଭାଯାତ୍ରା କରାଯାଇଛି । ଏଥିରେ ୨ ଶହରୁ ଅଧିକ ମହିଳା ଓ ବିଜେଡି କର୍ମୀ ସାମିଲ ହୋଇ ବାରଙ୍ଗ କଲେଜ ଛକରେ ବିଧାୟକଙ୍କ କୁଶ […]
ପିପିଲି: ପିପିଲି ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ନେଇ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପ୍ରତିକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ମନ୍ତବ୍ୟ ଦଳିତ ବିରୋଧୀ ଓ ମହିଳା ବିରୋଧୀ ମାନସିକତାର ଚରମ ନିଦର୍ଶନ। ଭାରତ ବର୍ଷରେ ଏଭଳି ଅଭାବନୀୟ ସ୍ଥିତି କେବେ ହୋଇନଥିବ। ଦଳିତ ଝିଅ ପୀଡ଼ିତା ହେଲା, ଜୀବନ ଗଲା, ଚାର୍ଜସିଟ୍ ହେଲା, ମନ୍ତ୍ରୀ ଇସ୍ତଫା ବି […]
ବ୍ରହ୍ମଗିରି : ବ୍ରହ୍ମଗିରିରେ ଅାଜି ଜଗତଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୁସଜ୍ଜିତ ତୋରଣ, ରଙ୍ଗିନ ଅାଲୋକମାଳା ସାଙ୍ଗକୁ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ଓ ମେଢ ବେଶ ଅାକର୍ଷଣ ହୋଇଛି । ମା’ଙ୍କୁ ୫ ଦିନ ଧରି ଅର୍ଥାତ ଦଶହରା ପର୍ଯ୍ୟନ୍ତ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଦର୍ଶନ କରି ଅାଶିଷ ଲାଭ କରିବା ପାଇଁ ଶହ ଶହ ମହିଳା ଓ ପୁରୁଷଙ୍କ ସମାଗମ ହେଉଛି । ବିଭିନ୍ନତା ମଧ୍ୟରେ ଏକତା […]
ନୟାଗଡ : ପୁଣି ଲଜ୍ଜା! ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ। ଘଟଣା ଘଟିଛି ନୟାଗଡ ଜିଲ୍ଲା ନୂଅାଗାଁ ଅଞ୍ଚଳରେ। ନାବାଳିକା ଜଣକଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା। ପରେ ଦୁଷ୍କର୍ମ କରାଯାଇଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ଗତକାଲି ସଂଧ୍ୟାରେ ଟ୍ୟୁସନକୁ ଯାଉଥିବା ସମୟରେ ବାଇକ୍ରେ ଯୁବକମାନେ ତାଙ୍କୁ ଜୋର ଜବରଦସ୍ତ ଉଠାଇନେଇଥିଲେ। ପରେ ଗାଁଲୋକେ ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ […]
ଗଜପତି : ତିତ୍ଲି ତାଣ୍ଡବ ପରେ ସାମ୍ନାକୁ ଅାସିଲା ବ୍ୟବସ୍ଥାର ନିର୍ଦ୍ଦୟ ରୂପ। ବାତ୍ୟାର ସପ୍ତାହ ପରେ ମିଳିଲା ନିଖୋଜ ନାବାଳିକାର ମୃତଦେହ। ହେଲେ ପୁଲିସ୍ ନଅାସିବାରୁ ବ୍ୟବଚ୍ଛେଦ ପାଇଁ ଝିଅ ଶବକୁ ୮ କିଲୋମିଟର ବୋହିଲା ଅସହାୟ ବାପା। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅାତଙ୍କପୁରରେ। ଗାଁର ମୁକୁନ୍ଦ ଦୋରାଙ୍କ ୮ ବର୍ଷୀୟା ଝିଅ ବନିତା ବାତ୍ୟା ପର ଠାରୁ ନିଖୋଜ ହୋଇଯାଇଥିଲା। ଗତକାଲି ଗାଁ ନିକଟ ଝରଣା କୂଳରେ ବନିତାର […]
କୋଣାର୍କ : କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ସରଗରମ। ପୁରୀ ମେଡିକାଲରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଏବଂ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ପୀଡ଼ିତାଙ୍କୁ ଭେଟି ବାହାରକୁ ଅାସିବା ପରେ ପ୍ରଭାତି ରାଜ୍ୟ ସରକାର ଏବଂ ଜିଲ୍ଲା ପୁଲିସକୁ ଭର୍ତ୍ସନା କରିଛନ୍ତି। ପୁଲିସର ଇଙ୍ଗିତରେ […]
ଝାଡ଼ଖଣ୍ଡ : ଓଡ଼ିଶା ସୀମାନ୍ତରେ ଲାଲବାହିନୀର ଲଙ୍କାକାଣ୍ଡ। ଝାଡ଼ଖଣ୍ଡ ଲୋହରଦଗା ଜିଲ୍ଲାରେ ୭ଟି ଟ୍ରକ୍କୁ ଜାଳିଦେଇଛନ୍ତି ମାଓବାଦୀ। ଲୋହରଦଗା ଜିଲ୍ଲାର କିସୋକୋ-ଚିରୁଗୁଟା ରୋଡରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଭିଅାଇଛନ୍ତି । ସମସ୍ତ ଟ୍ରକରେ ବକ୍ସାଇଟ୍ ବୋଝେଇ ହୋଇଥିଲା ବୋଲି ସୂଚନା ମିଳିଛି । ଗତ ଦୁଇ ଦିନ ଧରି ବିହାର ଓ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ପୂର୍ବ ବିହାର-ପୂର୍ବୋତ୍ତର ଝାଡ଼ଖଣ୍ଡ ସ୍ପେଶାଲ ଏରିଅା କମିଟି ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଅାଯାଇଥିଲା । ଅାଉ ଏହି […]
ଭୁବନେଶ୍ୱର: ମେଡିକାଲ୍ କଲେଜରେ ନାମ ଲେଖାଇବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ହାଇଟେକ୍ ମେଡିକାଲ୍ର ଅଧିକାରୀ ତିରୁପତି ଚୌଧୁରୀ ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଝାଡ଼ଖଣ୍ଡ ପୁଲିସ୍ ତାଙ୍କୁ ଗିରଫ କରିଛି। ଆଜି ତିରୁପତି ଚୌଧୁରୀଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ପୁଲିସ୍ ଆବେଦନ କରିବ। ୨୦୧୩ ମସିହାରେ ନାମ ଲେଖାଇବା ପାଇଁ ଡିଲ୍ ହୋଇଥିଲା। କିନ୍ତୁ ପରେ ନାମ ଲେଖା ହୋଇ ନପାରିବାରୁ ସମ୍ପୃକ୍ତ ଛାତ୍ର ଝାଡ଼ଖଣ୍ଡରେ କେସ୍ କରିଥିଲେ। […]
ଭୁବନେଶ୍ୱର : ତିତ୍ଲି ମୃତ୍ୟୁ ସଂଖ୍ୟାକୁ ନେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। କହିଛନ୍ତି, ‘ସୂର୍ଯ୍ୟ ପାତ୍ର ଜଣେ ଉଦ୍ଭଟ ପାଗଳ’ । ସେହି ଅଞ୍ଚଳର ମନ୍ତ୍ରୀ ହୋଇ ସେ ତଥ୍ୟ ରଖିନଥିଲେ କିପରି ? ସେହିଭଳି ଜିଲ୍ଲାପାଳ, ଏସ୍ଆର୍ସି ଯଦି ଖବର ପାଉନାହାନ୍ତି, ତାହେଲେ ସରକାର କେମିତି ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ଦାମ । ସେପଟେ ଗଣମାଧ୍ୟମ ଯେଉଁ ସମୟରେ ପଚାରିଥିଲା, ସେତେବେଳେ ତାଙ୍କ ପାଖରେ […]
ଆସିକା : ରାତି ଅଧରେ ରୋଷ ଦେଖାଇଲା ଋଷିକୂଲ୍ୟା। ଅଚାନକ ବନ୍ୟାରେ ମାଟିରେ ମିଶିଗଲା ମୁଣ୍ଡ ଉପରର ଅାଶ୍ରା । ଯେଉଁଠି ଜୀବନକୁ ରାହା ମିଳୁଥିଲା ତାର ଏଭଳି ଅବସ୍ଥା ଦେଖି ଅାଖିରୁ ଲୁହୁ ଶୁଖୁନି ଅାସ୍କା କାଳୀ ମନ୍ଦିର ସାହିର ପ୍ରଭାସିନୀ ଚୌଧୁରୀଙ୍କର । ବାପା ମାଅାଙ୍କ ଅକାଳ ବିୟୋଗ ପରେ ଦୁଇ ଭାଇ ଭଉଣୀଙ୍କୁ ନେଇ ଏଇଠି ରହୁଥିଲେ ପ୍ରଭାସିନୀ, ହେଲେ ପ୍ରଳୟଙ୍କରୀ ବନ୍ୟା ତାଙ୍କୁ ସର୍ବହରା ସଜାଇଦେଲା । ସାହି ପଡିଶାଙ୍କ ସହାୟତାରେ […]
ପାରାଦୀପ : ଗତକାଲି ଏରସମାରେ ହୋଇଥିବା ସ୍ୱାଭିମାନ ସମାବେଶକୁ ନେଇ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ବିଧାୟକ ଦାମୋଦର ରାଉତଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଯଦି ତାଙ୍କର (ଦାମ) ସବୁ କିଛି ମନେଥିଲା ତେବେ ଦଳରେ ଥିବାବେଳେ କାହିଁକି କହୁନଥିଲେ। ଏରସମାରେ ଆୟୋଜିତ ସ୍ୱାଭିମାନ ସମାବେଶର କୌଣସି ମହତ୍ୱ ନାହଁ।” ଗତକାଲି ସ୍ୱାଭିମାନ ସମାବେଶରେ ନବୀନଙ୍କ ଉପରେ ବର୍ଷିଥିଲେ ଦାମ। ବାଲିକୁଦା ଏରସମା ଦୁର୍ନୀତି ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ସମାବେଶରେ ନିଜ ଅଭିଭାଷଣରେ […]
ଭୁବନେଶ୍ୱର : ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ୬ ଘଣ୍ଟା ବିଳମ୍ବରେ ଚାଲୁଛି। ସକାଳ ୮ଟାରେ ବ୍ରହ୍ମପୁରରେ ପହଞ୍ଚିବାକୁ ଥିବା ଟ୍ରେନ ବର୍ତ୍ତମାନ ଯାଏ ପହଞ୍ଚି ନାହିଁ। ଗତ ରାତିରେ ଟ୍ରେନଟି କୋରାପୁଟର କେଆର ଲାଇନ ସୁଡ଼ଙ୍ଗରେ ଫସି ରହିଥିଲା। ରାତି ୮ଟାରୁ ଭୋର ୪ଟା ଯାଏ ଟ୍ରେନ ସୁଡ଼ଙ୍ଗ ଭିତରେ ରହିଥିଲା। ଅମ୍ଳଜାନ ଅଭାବରୁ ଟ୍ରେନରେ ଥିବା ଯାତ୍ରୀମାନେ ଅଣନିଶ୍ୱାସି ହୋଇପଡ଼ିଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚି ମରାମତି କରିବା ପରେ ସୁଡ଼ଙ୍ଗ ଭିତରୁ […]
ମାଲକାନଗିରି: ରାଜ୍ୟ ସରକାରଙ୍କ ଅବହେଳାରୁ ପୁଣି ଥରେ ଓଡ଼ିଶା ସୀମା ଗାଁ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନଜର। କୋରାପୁଟ କୋଟିଆ ପରେ ଏବେ ମାଲକାନଗିରି ଜିଲ୍ଲା ସୀମାରେ ଥିବା କିଛି ପଞ୍ଚାୟତ ଉପରେ ଆନ୍ଧ୍ର ସରକାରଙ୍କ ନଜର ରହିଛି। ଚିତ୍ରକୋଣ୍ଡା ବ୍ଲକ୍ର ଆନ୍ଧ୍ର ପ୍ରଦେଶ ସୀମାରେ ଥିବା କିଛି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏକ ଗାଡ଼ି ଦ୍ୱାରା ଆନ୍ଧ୍ରପ୍ରଦେଶ ନିଆଯାଇ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ଏମିତି […]
କଳାହାଣ୍ଡି : ଅାସନ୍ତାକାଲି ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଅନୁଷ୍ଠିତ ହେବ। ଏନେଇ ଚଳଚଞ୍ଚଳ ହୋଇଉଠିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ମା’ ମାଣିକେଶ୍ୱରୀଙ୍କ ପୀଠ । ମା’ଙ୍କ ଦର୍ଶନ ପାଇଁ ପାଖାପାଖି ଅଞ୍ଚଳ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ମାନସିକଧାରୀମାନେ ଅାସି ମା’ଙ୍କ ଅାରାଧନା କରୁଛନ୍ତି। ଭିଡକୁ ଅାଖି ଅାଗରେ ରଖି ପୁଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ଛତର ଯାତ୍ରା ପାଇଁ ବିଭିନ୍ନ ଘୁମୁରା ଦଳ, ଘଣ୍ଟ ଦଳ ନିଜର […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଗତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରୀଲ୍ ଭାଙ୍ଗି ମାଆ ଦୁର୍ଗାଙ୍କର ୨ କିଲୋଗ୍ରାମ୍ ଓଜନର ରୁପା ମୁକୁଟ, ୧୦ ଗ୍ରାମ୍ ଓଜନର ସୁନା ହାର ସହିତ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ମନ୍ଦିରର ପୂଜକ ସକାଳୁ ଆସି ଦେଖିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ପହଞ୍ଚି ତଦନ୍ତ କରିବା ସହ ପୂର୍ବରୁ ଚୋରି ଅଭିଯୋଗ ଥିବା ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା […]
କୋରାପୁଟ : ଡାକ୍ତରଖାନା ପରିସରରେ ଥିବା ବାଲି ଗଦା ଉପରେ ପ୍ରସବ । କୋରାପୁଟ ମେଡିକାଲ କଲେଜ ପରିସରରେ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟ ଅାଗରେ ଥିବା ବାଲିଗଦା ଉପରେ ଶିଶୁ ପୁତ୍ର ଜନ୍ମ ଦେଲେ ମହିଳା । ମିଳିଥିବା ସୂଚନା ଅନୁସାରେ, ପ୍ରସବ ଯନ୍ତ୍ରଣା ହେବାରୁ ବଡ଼ସୁକୁ ଗାଁର ଧନ ଜାନୀ ନିଜ ସ୍ତ୍ରୀଙ୍କୁ ବାଇକ୍ରେ ମେଡିକାଲ କଲେଜକୁ ଅାଣିଥିଲେ। ପାହାନ୍ତିଅା ସମୟରେ ମେଡିକାଲରେ ପହଞ୍ଚିଥିଲେ। ଗୋଟିଏ ପଟେ ଡାକ୍ତରଖାନାରେ କାଗଜପତ୍ର କାମରେ ବିଳମ୍ବ […]