• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dg
ପୁଲିସ୍‌-ଓକିଲ ବିବାଦ ଘଟଣା : ଡିଜିପିଙ୍କ ବୈଠକରେ ବି ବାହାରିଲାନି ନିଷ୍କର୍ସ

ଭୁବନେଶ୍ୱର : ପୁଲିସ୍‌-ଓକିଲ ବିବାଦର ସମାଧାନ କେବେ ହେବ ତାକୁ ନେଇ ପୁଣି ଛିଡ଼ା ହୋଇଛି ପ୍ରଶ୍ନବାଚୀ। କାରଣ ଅାଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦର ସମାଧାନ ଲାଗି ପୁଲିସ ଡିଜି ଏକ ବୈଠକ ଡାକି ଅାଲୋଚନା କରିଥିଲେ ହେଁ, କୌଣସି ନିଷ୍କର୍ସ ବାହାରିପାରିନାହିଁ। ଏହି ବୈଠକରେ ଉଭୟ ପକ୍ଷ ନିଜ ନିଜ ଦାବି ପ୍ରସଙ୍ଗ ଉଠାଇଥିଲେ। ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣ ଅାଲୋଚନା ହୋଇଥିବା ଡିଜିପି କହିଛନ୍ତି। ବୈଠକରେ ପୁଲିସ […]

  • Friday, 16 July 2021
kandhamala
ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ

କନ୍ଧମାଳ: ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଦାରିଙ୍ଗବାଡ଼ି ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାକୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଛାତ୍ରୀଙ୍କୁ କ୍ଷତିପୂରଣ ଦାବି ସହ ଘଟଣାରେ ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ ଦାବିରେ କନ୍ଧମାଳ ସୁରକ୍ଷା ଅଭିଯାନ ଏହି ବନ୍ଦ ପାଳନ କରୁଛି। ବିଜେପି ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି। ଜିଲ୍ଲାପାଳଙ୍କ ବଦଳି ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ […]

  • Friday, 16 July 2021
konark
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ପଥର କଢାଯିବା ଘଟଣାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। ସୂର୍ଯ୍ୟ ମନ୍ଦିରରୁ ପୁରାତନ କାରୁକାର୍ଯ୍ୟ ଖଚିତ ପଥର କଢାଯାଇ ସେ ସ୍ଥାନରେ ସାଦା ପଥର ବସାଯାଇଥିବାରୁ ଏ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସୂର୍ଯ୍ୟ ମନ୍ଦିରରୁ ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ଖଚିତ ପଥରକୁ ବଦଳା ଯାଇଥିବା ନେଇ ଏକ ନିର୍ଦ୍ଦିଷ୍ଟ […]

  • Friday, 16 July 2021
make in odisha
ଉଦ୍‌ଘାଟିତ ହେଲା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୧୮

ଭୁବନେଶ୍ୱର : ଭୁବନେଶ୍ୱରରେ ଉଦଘାଟିତ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮। ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍ ଦ୍ୱିବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାକୁ ଅଧିକ ପୁଞ୍ଜି ଅାଣିବା ତଥା ଦେଶ ବିଦେଶର ଶିଳ୍ପପତିମାନଙ୍କୁ ଅାକୃଷ୍ଟ କରିବା ଉଦ୍ଦେଶ୍ୟରେ ଅାଜିଠୁ ଅାସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନିବେଶକ ସମ୍ମିଳନୀ। ସୋମବାର କନକ୍ଲେଭ୍‌ର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବିଜନେସ୍ ଲିଡରସିପ୍ ସମିଟ୍। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ […]

  • Friday, 16 July 2021
protest2
ଶିଳ୍ପାୟନ ବିରୋଧରେ ତାତିଲେ ଲୋକେ

ଢେଙ୍କାନାଳ  : ଶିଳ୍ପ ପ୍ରତିଷ୍ଠାକୁ ବିରୋଧ। ମରିବେ ପଛେ ଗାଁରେ କୌଣସି ଫ୍ୟାକ୍ଟ୍ରି କରାଇ ଦେବେ ନାହିଁ। ଏହି ବଜ୍ର ଶପଥ ନେଇଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ବଳରାମପୁର ଗାଁର ଲୋକେ। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂରେ ଏଠାରେ ମଦ ଫ୍ୟାକ୍ଟ୍ରିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।  ଗତ ଅାଠ ତାରିଖରେ ସେଠାକୁ ଯାଇ ପ୍ରଶାସନ କାମ ଅାରମ୍ଭ କରିବାର ଥିଲା। କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ ଏହା […]

  • Friday, 16 July 2021
dama
ବିଜୁ ସମତାକ୍ରାନ୍ତି ଦଳ ଗଠନ ନେଇ ଦାମଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର : ବିଜୁ ସମତାକ୍ରାନ୍ତି ଦଳ ଗଠନ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ଅାଞ୍ଚଳିକ ଦଳ ଗଠନ ନେଇ ଅନେକ ନାଁ ପ୍ରସ୍ତାବ ରହିଛି। ତେବେ ବିଜୁ ସମତାକ୍ରାନ୍ତି ଦଳ ଗଠନ ପ୍ରସ୍ତାବ ନେଇ ଅାଲୋଚନା ହୋଇଛି । ପୂର୍ବତନ ମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ସହ ଏନେଇ ଅାଲୋଚନା ହୋଇଛି । ବିଜୁଙ୍କ ନାଁ ଯୋଡ଼ିଲେ ସମାନ ପ୍ରତୀକ ମିଳିବ ନା ନାହିଁ ସେ ନେଇ ଅାଲୋଚନା ହୋଇଛି। ଏହାସହ ବୈଷୟିକ ଦିଗ […]

  • Friday, 16 July 2021
baby
୪ମାସ ଶିଶୁର ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ: କବିସୂର୍ଯ୍ୟନଗର ନାରାୟଣପୁର ଶାସନରେ ୪ମାସ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ଶିଶୁପୁତ୍ରକୁ ନିଜେ ମାଆ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଉ ଖୋଦ୍ ମହିଳାଙ୍କ ସ୍ୱାମୀ ତଥା ଶିଶୁର ବାପା ଏହିଭଳି ଅଭିଯୋଗ ଆଣିଛନ୍ତି। ଆଜି ଭୋର୍ ୪ଟା ସମୟରେ ପିଲାଟିର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ଅଭିଯୋଗକୁ ମହିଳା ଜଣକ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିବାବେଳେ ପିଲାଟି ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ପୁଲିସ୍‌ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ […]

  • Friday, 16 July 2021
school bus
ଓଲଟିଲା ସ୍କୁଲ ବସ୍

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ବସ୍ ଓଲଟି ୩ଜଣଙ୍କ ମୃତ୍ୟୁ ହୋଇଛି। ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୧୦ଜଣ ଗୁରୁତର ଅାହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ନବରଙ୍ଗପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକ ଲଲିତ ମୋହନ ପଟ୍ଟନାୟକ, ସରକାରୀ ଶିକ୍ଷୟିତ୍ରୀ ରୀନା ନାୟକ ଓ ଶିକ୍ଷକ ନିରଞ୍ଜନ ନାୟକ। ଉମରକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପିଲାମାନେ ସ୍କୁଲ ବସ୍‌ରେ ଯାଉଥିବା ବେଳେ ଏହା ଚନ୍ଦାହାଣ୍ଡି ଘାଟିରେ ଓଲଟି ପଡ଼ିଥିଲା। ଶିକ୍ଷାକେନ୍ଦ୍ରର ପିଲାମାନେ […]

  • Friday, 16 July 2021
drown
ପୋଖରୀରେ ବୁଡ଼ି ୨ ବାଳିକା ମୃତ

ଯାଜପୁର : ଯାଜପୁର କୁଅାଖିଅାରେ ଅଘଟଣ। କୁଅାଖିଅା କୁରକୁରା ଗାଁରେ ପୋଖରୀରେ ବୁଡ଼ି ଦୁଇ ଜଣ ବାଳିକାଙ୍କ ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ପୋଖରୀରୁ ଉଦ୍ଧାର କରାଯିବା ପରେ ଯାଜପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ କୁରକୁରା ଗାଁର ୫ ବର୍ଷର ଝିଅ ରୋସନୀ ଏବଂ ୬ ବର୍ଷର ସଙ୍ଗୀତ ବୋଲି ଜଣାପଡ଼ିଛି। […]

  • Friday, 16 July 2021
bmc
ଆଜି ସରୁଛି ବିଏମ୍‌ସିର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ୨୦୧୪ରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେଡି ୬୭ଟି ଆସନରୁ ୪୯ଟି ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏଥିସହ ଅନନ୍ତ ନାରାୟଣ ଜେନା ମେୟର ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେଇଥିଲେ। ୧୨ଜଣ କର୍ପୋରେଟର ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟରେ ପୌର ନିର୍ବାଚନ ସମ୍ପର୍କିତ ମାମଲାର ଶୁଣାଣି ଚାଲିଥିବାରୁ ଏବେ ବିଏମ୍‌ସିର ନିର୍ବାଚନ ହେବାର ସମ୍ଭାବନା ନାହିଁ। ଏଥିପାଇଁ […]

  • Friday, 16 July 2021
otet
OTET ପ୍ରଶ୍ନପତ୍ର ଲିକ୍ !

ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ରର ଫଟୋ ଚିତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି। ତେବେ ଏହି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ସଠିକତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜି ଦୁଇଟି ସିଟିଂରେ OTET ପରୀକ୍ଷା ହେଉଛି। ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେଉଥିବା ବେଳେ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ।

  • Friday, 16 July 2021
titli-up
ତିତ୍‌ଲି ତାଣ୍ଡବର ମାସକ ପରେ ଅସଜଡ଼ା ଦୁର୍ଦ୍ଦଶାର ଚିତ୍ର

ଭୁବନେଶ୍ୱର : ପରିଚିତ ପାହାଡ଼ ଉପରୁ ଅପରିଚିତ ବନ୍ୟାକୁ ସାମ୍ନା କରି ସତେ ଯେମିତି ସର୍ବହରା ହୋଇଯାଇଛି ଗଜପତିର ଗାଁ ବାରଘର ଓ ତିତ୍‌ଲି। ବାତ୍ୟା ଓ ବନ୍ୟାର ମାସକ ପରେ ବି ଏଠି ତାଜା ପ୍ରଳୟର ଚିତ୍ର ଓ ବିପନ୍ନଙ୍କ ଦୁର୍ଦ୍ଦଶା। ଅାଖି ଅାଗରେ ୧୬ ଜଣ ପରିଜନ ଓ ପଡ଼ିଶାଙ୍କୁ ହରାଇ ସତେ ଯେମିତି ପ୍ରକୃତି ଉପରେ ରୋଷ କରିଛନ୍ତି ପ୍ରକୃତିର ଏ ନିରୀହ ସନ୍ତାନମାନେ। ବିପନ୍ନଙ୍କ ଦୁର୍ଦ୍ଦଶାର ଚିତ୍ର ବଦଳାଉଥିବା କହି ଡିଣ୍ଡିମ […]

  • Friday, 16 July 2021
mandi
ଧାନ ମଣ୍ଡିରେ ଓଜନରେ ଠକେଇ ହେଉଥିବା ଅଭିଯୋଗ

ଅନୁଗୁଳ : ଧାନ ମଣ୍ଡିରେ ଓଜନରେ ଠକେଇ ହେଉଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡ଼ା ସମବାୟ ଅଫିସ୍‌ରେ ଓଜନରେ ଠକେଇ ହେବାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସୂଚନା ମୁତାବକ, ପାତ୍ରପଡ଼ା ଧାନ ମଣ୍ଡିରେ ଚାଷୀଙ୍କଠାରୁ ଧାନ ଓଜନ ପାଇଁ ୨ଟି ମାପ ଓଜନ କଣ୍ଟା ବ୍ୟବହାର କରାଯାଉଥିବା ବେଳେ ସେଥିରୁ ଗୋଟିଏ କଣ୍ଟାରେ କୁଇଣ୍ଟାଲ ପିଛା ୩ରୁ ୪ କେଜି କମୁଥିବା ଜାଣିବା ପରେ ଚାଷୀମାନେ ମିଲର୍‌ଙ୍କୁ ଧାନ […]

  • Friday, 16 July 2021
punji-up
ଆସନ୍ତାକାଲି ଠାରୁ ମେକ୍-ଇନ୍-ଓଡ଼ିଶା ; ପୁଞ୍ଜି ନିବେଶ ପାଇଁ ଖାଲି ପ୍ରତିଶ୍ରୁତି ନା ରହିଛି କିଛି ବାସ୍ତବତା?

ଭୁବନେଶ୍ୱର : ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ଭୁବନେଶ୍ୱର ଜନତା ମୈଦାନରେ ବ୍ୟାପକ ବନ୍ଦୋବସ୍ତ। ଅାସନ୍ତାକାଲି ଠାରୁ ଅାରମ୍ଭ ହେଉଥିବା ରାଜ୍ୟ ସରକାରଙ୍କ ଏହି ମେଗା ଇନଭେଷ୍ଟର୍ସ ମିଟ୍ ପାଇଁ ଜୋରଦାର ପ୍ରସ୍ତୁତି। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରୁଥିବା ବେଳେ ଏହାକୁ ସରକାର ସର୍ବକାଳୀନ ବଡ଼ ବିଜ୍‌ନେସ୍ ଇଭେଣ୍ଟ ବୋଲି କହୁଛନ୍ତି। ଫୋକସ୍‌ରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ, ସିଫୁଡ୍, କେମିକାଲ ଓ ପେଟ୍ରୋକେମିକାଲସ୍, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଶିଳ୍ପ,ବୟନ ଓ […]

  • Friday, 16 July 2021
dama
ନୂଅା ଦଳର ନାଁ ଘୋଷଣା କଲେ ବିଧାୟକ ଦାମ ରାଉତ

ଭୁବନେଶ୍ୱର :  ନିଜ ନୂଅା ଦଳର ନାଁ ନେଇ ସୂଚନା ଦେଲେ ଡାକ୍ତର ଦାମ ରାଉତ। ନୂଅା ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ ରହିବ ବୋଲି ଅାଜି ପାରାଦୀପରେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦାମ। କହିଛନ୍ତି ତାଙ୍କ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ ରଖାଯିବାକୁ ଏକ ପ୍ରକାର ସ୍ଥିର ହୋଇଛି। ତେବେ ପରବର୍ତ୍ତୀ ସମୟରେ ସମସ୍ତେ ବସିବା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅାଯିବ। ବିଜେଡିରୁ ବହିଷ୍କାର ପରେ ବରିଷ୍ଠ […]

  • Friday, 16 July 2021
sunetra
‘ସୁନେତ୍ର’ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ମାଗଣା ଚକ୍ଷୁ ଚିକିତ୍ସା ସେବା ମିଳିବ। ମାଗଣାରେ ସବୁ ବର୍ଗ ଓ ବୟସର ଲୋକଙ୍କୁ ଚଷମା ମଧ୍ୟ ଯୋଗାଇ ଦିଆଯିବ। ତା’ ସହିତ ମୋତିଆ ବିନ୍ଦୁ ଅପରେସନ୍‌ ମଧ୍ୟ ମାଗଣାରେ ହେବ। ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏହି ସୂଚନା ଦେଇଛନ୍ତି। ଯୋଜନାରେ […]

  • Friday, 16 July 2021
paininting
ହକି ବିଶ୍ୱକପ୍‌କୁ ନେଇ ବିଏମ୍‌ସିର ତତ୍ପରତା ; ରାସ୍ତାକଡ଼ କାନ୍ଥର ହେଉଛି ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର : ପାଖେଇ ଅାସିଲାଣି ହକି ବିଶ୍ୱକପ୍। ହାତରେ ଅାଉ ମାତ୍ର ଅଳ୍ପ ଦିନ ଥିବାରୁ ରାଜଧାନୀ ଭୁବନେଶ୍ୱରକୁ ନୂଅା ରୂପ ଦେବାକୁ ଚାଲିଛି ଯୋରଦାର ପ୍ରୟାସ। ସ୍ମାର୍ଟ ସିଟିର କାନ୍ଥରେ ଓଡିଶାର କଳା ଓ ସଂସ୍କୃତିର କଥା। ମାଣବସା ଗୁରୁବାରର ଝୋଟିଚିତା ହେଉ କି ପୁରୀର ନାଗା ମେଢ ପରମ୍ପରା ହେଉ ଅବା ଅାଦିବାସୀଙ୍କ ଚିତ୍ରକଳା ହକି ବିଶ୍ୱପ୍‌କୁ ଅାଉ ମାତ୍ର ଅଳ୍ପଦିନ ଥିବାରୁ ରାଜଧାନୀ ରାସ୍ତାକଡର କାନ୍ଥକୁ ସଜାଇବାରେ ଲାଗିଛି ବିଏମ୍‌ସି । କେବଳ […]

  • Friday, 16 July 2021
bus
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‘ଖୁସ୍‌ବୁ’ ନାମକ ଏହି ଯାତ୍ରୀବାହୀ ବସ୍‌ଟି ରାଉରକେଲାରୁ ଜରେଇକେଲା ଅଭିମୁଖେ ଯିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅନ୍ୟପଟେ ଏହି ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ରାଇରକେଲା-ଜରେଇକେଲା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ଦାବିରେ ରାଉରକେଲା-ବିସ୍ରା ରାସ୍ତାକୁ ଲୋକେ ଅବରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

  • Friday, 16 July 2021
raining
ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ଧୀରେ ଧୀରେ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ମାତ୍ର ବିଭିନ୍ନ […]

  • Friday, 16 July 2021
coin
୨୦ ବସ୍ତା ବେଆଇନ ମୁଦ୍ରା ଜବତ

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ ହୋଇଛି। ଆୟକର ବିଭାଗର ଜିଏସ୍‌ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଏହି ମୁଦ୍ରା ଜବତ କରାଯାଇଛି। ଏହି ବେଆଇନ୍‌ ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକୁ ଦୁଇଟି ବସ୍‌ରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିଲା। ତେବେ ଏତେ ପରିମାଣର ମୁଦ୍ରା କାହାର, କାହା ପାଖକୁ ଏବଂ କେଉଁ ଉଦ୍ଦେଶ୍ୟରେ ଏସବୁ ମୁଦ୍ରା ଯାଉଥିଲା, ସେନେଇ ବର୍ତ୍ତମାନ ସୁଦ୍ଧା […]

  • Friday, 16 July 2021
make in odisha
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭକୁ ବିଜେପିର ସମାଲୋଚନା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭକୁ ବିଜେପିର ସମାଲୋଚନା। ମେକ୍ ଇନ୍ ଓଡ଼ିଶାକୁ ରାଜ୍ୟ କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ଭଳି କରୁଛି। ୨୦୧୬ମସିହାରେ କନ୍‌କ୍ଲେଭ ଅାୟୋଜନ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ସେତେବେଳେ MOU କରିଥିବା ସଂସ୍ଥା ମଧ୍ୟରୁ ମାତ୍ର ୮% କାର୍ଯ୍ୟ କରୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର। ମାତ୍ର ୯ଟି ପ୍ରକଳ୍ପ କାମ ଅାରମ୍ଭ କରିଥିବାବେଳେ […]

  • Friday, 16 July 2021
advocate-up
ଭଞ୍ଜନଗର କବାଡ଼ିବାଲା ହତ୍ୟାକାଣ୍ଡ ମାମଲାରେ ବନ୍ଧା ହେଲେ ଅାଇନଜୀବୀ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ଭଂଜନଗର କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଓକିଲ ଗିରଫ। ଓକିଲ ଗୋଲକ ବେହେରାଙ୍କୁ ଗିରଫ କରିଛି ଜଗନ୍ନାଥପ୍ରସାଦ ପୁଲିସ। ସେ ନୟାଗଡ଼ରେ ଓକିଲାତି କରନ୍ତି। ଗତ ୫ ତାରିଖରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ୨ ଦୁର୍ବୁତ୍ତ ତାଙ୍କ ମାଲ ଦେବାକୁ ଡାକି ନେଇ ହାତୁଡିରେ ପିଟି ମାରିଥିଲେ। ହତ୍ୟା ପରେ ୩୫ ହଜାର ଟଙ୍କା ଲୁଟି ସେମାନେ ଖସି ପଳାଇଥିଲେ। ତେବେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଖସି ପଳାଇବାରେ […]

  • Friday, 16 July 2021
diwali incident
ଦୀପାବଳିରେ ଅଘଟଣ

ଭୁବନେଶ୍ୱର : ଦୀପାବଳି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସୂଚନା ଅାସୁଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାଣ ଫୁଟି ୩ ଜଣ ଅାହତ ହୋଇଛନ୍ତି । ଅାହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ମଧ୍ୟ ଅଘଟଣ ଘଟିଛି । ବାଣଫୁଟି କଲୋନୀରେ ଥିବା ୨ଟି ବେଅାଇନ ଡିଜେଲ ଏବଂ ପେଟ୍ରୋଲ ଦୋକାନ ଭସ୍ମ ହୋଇଯାଇଥିବା ସୂଚନା ମିଳିଛି। ପାରାଦୀପ ଭଞ୍ଜ କଲୋନୀରେ ଅଗ୍ନିକାଣ୍ଡ ଘଟିଛି […]

  • Friday, 16 July 2021
cm
ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ଏକ ଆଦର୍ଶ ଯୋଜନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣର ଆଜି ଶେଷ ତାରିଖ ଥିବାବେଳେ ଆସନ୍ତା ୨୫ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହେବ। ଏହା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଆବେଦନ କରିନଥିବା ଚାଷୀ ଆବେଦନ କରିପାରିବେ। କାଳିଆ ଯୋଜନା ଦ୍ୱାରା ଛୋଟ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ସମସ୍ତେ ଉପକୃତ ହୋଇପାରିବେ। ଆଜି ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା […]

  • Friday, 16 July 2021
make-up
ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ମେକ୍ ଇନ୍ ଓଡ଼ିଶାର ପ୍ଲାନ୍

ଭୁବନେଶ୍ୱର : ତିନି ଦିନ ପରେ ଭୁବନେଶ୍ୱର ଜନତା ମଇଦାନରେ ହେବ ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ। ୫ ଦିନ ଧରି ହେବାକୁ ଥିବା ଏହି କନ୍‌କ୍ଲେଭ ପାଇଁ ଚାଲିଛି ବିରାଟ ଅାୟୋଜନ। ପ୍ରଥମ ସଂସ୍କରଣ ତୁଳନାରେ ଅଧିକ ପୁଞ୍ଜିନିବେଶ ଟାଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ୬ ଟି କ୍ଷେତ୍ରକୁ ଦିଅାଯାଇଛି ଅଧିକ ଗୁରୁତ୍ୱ। ତେବେ ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଅାସିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ସରକରା ନୂଅା ନୀତି […]

  • Friday, 16 July 2021