ଭୁବନେଶ୍ୱର : ଅଭିଜିତ ଅାୟାର ମିତ୍ରଙ୍କ ସପକ୍ଷରେ ବାହାରିଲା ମାନବାଧିକାର ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଅା । ଓଡ଼ିଶାର ଦୁଇଟି ମନ୍ଦିର ସମ୍ପର୍କରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡୁଥିବାରୁ ଓଡ଼ିଶା ସରକାର ତାଙ୍କୁ ମୁକ୍ତ କରିବା ଉଚିତ ବୋଲି ସଂଗଠନ କହିଛି। ଜଣେ ବ୍ୟକ୍ତିଙ୍କ କହିବାର ଅଧିକାର ଥିବାବେଳେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ନ୍ୟାୟ ସଙ୍ଗତ ନୁହେଁ ବୋଲି କହିଛି ଆମନେଷ୍ଟି ଇଣ୍ଡିଅା। ତେଣୁ ତାଙ୍କ ବିରୋଧରେ […]
ଭୁବନେଶ୍ୱର : ଶିଳ୍ପର ମହାକୁମ୍ଭରେ ଶିଳ୍ପ ଜଗତର ହେଭିୱେଟ୍ ଶିଳ୍ପପତିମାନେ। ମିଳିଛି ଗଦା ଗଦା ପ୍ରତିଶ୍ରୁତି ଅାଉ ଭୁରି ଭୁରି ପ୍ରଶଂସା । ଟାଟା, ବିର୍ଲା ,ଅଦାନୀ ଅମ୍ବାନୀଙ୍କ ପରି ବଡ଼ ବଡ଼ ଶିଳ୍ପପତିଙ୍କ ଗହଣରେ ଉଦ୍ଘାଟିତ ହୋଇଛି ମେକ୍ ଇନ୍ ଓଡିଶା କନକ୍ସେଭର ବିଜନେସ ସମିଟ୍। ପୁଞ୍ଜିନିବଶର ପ୍ରତିଶ୍ରୁତି ସହ ସରକାରଙ୍କୁ ପ୍ରଲୋଭିତ କଲା ଭଳି ପ୍ରଶଂସା। ହେଲେ ତା ଭିତରେ ବି ଅସଲ କଥା କହିବାକୁ ଭୁଲି ନଥିଲେ ଦେଶର ଏ ନାମୀ ଦାମୀ […]
କଟକ : କଟକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ କୁଶପୁତ୍ତଳିକା ଦାହ। ଯୁବ କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି ଯେ, ମନ୍ତ୍ରୀଙ୍କ କ୍ଷମତା ବଳରେ ବଳିୟାନ ହୋଇ ବଦ୍ରିଙ୍କ ପୁଅ ବିରୋଧୀ ଦଳର କର୍ମୀଙ୍କ ଉପରେ ଅାକ୍ରମଣ କରୁଛନ୍ତି। ସାଧାରଣରେ ଅାତଙ୍କ ସୃଷ୍ଟି କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଗୁଣ୍ଡାରାଜ ଚଳାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ମନ୍ତ୍ରୀଙ୍କ ପୁଅଙ୍କ ନାଁରେ FIR ଦିଅାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅାଯାଉ ନଥିବା ଅଭିଯୋଗ କରିଛି […]
ଭୁବନେଶ୍ୱର : ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ସୂଚନା ଦେବାପରେ ଅାଲୋଚନା ଘନେଇଛି। ସେପଟେ ଅମିତ ଶାହଙ୍କୁ ପଶ୍ଚିମବଙ୍ଗରୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା। ସେ […]
ମାହାଙ୍ଗା : ତରବରିଅା ଭାବେ ଭଗବାନ ବୁଦ୍ଧଙ୍କ ନକଲି ଅସ୍ଥିଖଣ୍ଡ ରଖି ମ୍ୟୁଜିୟମ ଉଦ୍ଘାଟନ ନିଷ୍ପତ୍ତିକୁ ବୁଦ୍ଧାୟନ ଓଡିଶା ପକ୍ଷରୁ ବିରୋଧ। ଏନେଇ ବୁଦ୍ଧାୟନର ଶତାଧିକ କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ଲଳିତଗିରି ବୌଦ୍ଧବିହାରର ଏଏସ୍ଅାଇ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକ ଜିଲ୍ଲା ମାହାଙ୍ଗାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି ଠାରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ବୁଲେଟ୍ ପ୍ରୁଫ୍ ମ୍ୟୁଜିୟମ ଉଦ୍ଘାଟନ କରାଯିବାକୁ ନିଷ୍ପତ୍ତି ହୋଇଛି। ୧୯୮୨ ମସିହା ଖନନରୁ ଏହି ପୀଠରୁ ହିଁ ଭଗବାନ ବୁଦ୍ଧଙ୍କ […]
କଟକ : ଓକିଲ ଅାନ୍ଦୋଳରେ ବାହାରିପାରିଲାନି ନିଷ୍କର୍ସ। ହାଇକୋର୍ଟ ଓକିଲ ସଂଘ ବୈଠକରେ ବିବାଦର ସମାଧାନ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଅାସନ୍ତା ବୁଧବାର ଯାଏ ଅାନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଅାସୋସିଏସନ। ବୁଧବାର ଦିନ ପୁଣି ବସିବ ହାଇକୋର୍ଟ ବାର ଅାସୋସିଏସନ ସାଧାରଣ ପରିଷଦ ବୈଠକ। ଏଥିରେ ସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ। ସେପଟେ ଅାଜି ବି ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍। ପୁଲିସ-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ ଦାଖଲ […]
ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ନିର୍ମାଣାଧୀନ ଏକ ଫ୍ଲାଏ ଓଭର ବ୍ରିଜ୍ରେ ଦୁର୍ଘଟଣା ଘଟିଛି। କିନ୍ତୁ ସୌଭାଗ୍ୟବଶତଃ କାମ କରୁଥିବା ଶ୍ରମିକ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନିର୍ମାଣାଧୀନ ବ୍ରିଜ୍ରେ ଦୁଇଟି କ୍ରେନ୍ ଜରିଆରେ ଲୁହା ନିର୍ମିତ ବଡ଼ ଗାର୍ଡ ୱାଲ୍କୁ ପୋଲ ଉପରକୁ ଉଠାଯାଇ ପିଲର୍ ଉପରେ ଥିବା ବେସ୍ରେ ରଖାଯାଇ ଫିଟିଙ୍ଗ୍ କରାଯାଉଥିଲା। କିନ୍ତୁ ଠିକ୍ ଭାବେ ଖଞ୍ଜା ହୋଇନପାରିବାରୁ ଲୁହା ଗାର୍ଡ ୱାଲ୍ଟି ତଳକୁ ଖସିପଡ଼ିଥିଲା। […]
ଭୁବନେଶ୍ୱର : ପୁଲିସ୍-ଓକିଲ ବିବାଦର ସମାଧାନ କେବେ ହେବ ତାକୁ ନେଇ ପୁଣି ଛିଡ଼ା ହୋଇଛି ପ୍ରଶ୍ନବାଚୀ। କାରଣ ଅାଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦର ସମାଧାନ ଲାଗି ପୁଲିସ ଡିଜି ଏକ ବୈଠକ ଡାକି ଅାଲୋଚନା କରିଥିଲେ ହେଁ, କୌଣସି ନିଷ୍କର୍ସ ବାହାରିପାରିନାହିଁ। ଏହି ବୈଠକରେ ଉଭୟ ପକ୍ଷ ନିଜ ନିଜ ଦାବି ପ୍ରସଙ୍ଗ ଉଠାଇଥିଲେ। ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣ ଅାଲୋଚନା ହୋଇଥିବା ଡିଜିପି କହିଛନ୍ତି। ବୈଠକରେ ପୁଲିସ […]
କନ୍ଧମାଳ: ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଦାରିଙ୍ଗବାଡ଼ି ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାକୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଛାତ୍ରୀଙ୍କୁ କ୍ଷତିପୂରଣ ଦାବି ସହ ଘଟଣାରେ ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ ଦାବିରେ କନ୍ଧମାଳ ସୁରକ୍ଷା ଅଭିଯାନ ଏହି ବନ୍ଦ ପାଳନ କରୁଛି। ବିଜେପି ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି। ଜିଲ୍ଲାପାଳଙ୍କ ବଦଳି ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ […]
ଭୁବନେଶ୍ୱର : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ପଥର କଢାଯିବା ଘଟଣାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। ସୂର୍ଯ୍ୟ ମନ୍ଦିରରୁ ପୁରାତନ କାରୁକାର୍ଯ୍ୟ ଖଚିତ ପଥର କଢାଯାଇ ସେ ସ୍ଥାନରେ ସାଦା ପଥର ବସାଯାଇଥିବାରୁ ଏ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସୂର୍ଯ୍ୟ ମନ୍ଦିରରୁ ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ଖଚିତ ପଥରକୁ ବଦଳା ଯାଇଥିବା ନେଇ ଏକ ନିର୍ଦ୍ଦିଷ୍ଟ […]
ଭୁବନେଶ୍ୱର : ଭୁବନେଶ୍ୱରରେ ଉଦଘାଟିତ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮। ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍ ଦ୍ୱିବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଓଡ଼ିଶାକୁ ଅଧିକ ପୁଞ୍ଜି ଅାଣିବା ତଥା ଦେଶ ବିଦେଶର ଶିଳ୍ପପତିମାନଙ୍କୁ ଅାକୃଷ୍ଟ କରିବା ଉଦ୍ଦେଶ୍ୟରେ ଅାଜିଠୁ ଅାସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନିବେଶକ ସମ୍ମିଳନୀ। ସୋମବାର କନକ୍ଲେଭ୍ର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବିଜନେସ୍ ଲିଡରସିପ୍ ସମିଟ୍। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ […]
ଢେଙ୍କାନାଳ : ଶିଳ୍ପ ପ୍ରତିଷ୍ଠାକୁ ବିରୋଧ। ମରିବେ ପଛେ ଗାଁରେ କୌଣସି ଫ୍ୟାକ୍ଟ୍ରି କରାଇ ଦେବେ ନାହିଁ। ଏହି ବଜ୍ର ଶପଥ ନେଇଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ବଳରାମପୁର ଗାଁର ଲୋକେ। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ଏଠାରେ ମଦ ଫ୍ୟାକ୍ଟ୍ରିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗତ ଅାଠ ତାରିଖରେ ସେଠାକୁ ଯାଇ ପ୍ରଶାସନ କାମ ଅାରମ୍ଭ କରିବାର ଥିଲା। କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ ଏହା […]
ଭୁବନେଶ୍ୱର : ବିଜୁ ସମତାକ୍ରାନ୍ତି ଦଳ ଗଠନ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ଅାଞ୍ଚଳିକ ଦଳ ଗଠନ ନେଇ ଅନେକ ନାଁ ପ୍ରସ୍ତାବ ରହିଛି। ତେବେ ବିଜୁ ସମତାକ୍ରାନ୍ତି ଦଳ ଗଠନ ପ୍ରସ୍ତାବ ନେଇ ଅାଲୋଚନା ହୋଇଛି । ପୂର୍ବତନ ମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ସହ ଏନେଇ ଅାଲୋଚନା ହୋଇଛି । ବିଜୁଙ୍କ ନାଁ ଯୋଡ଼ିଲେ ସମାନ ପ୍ରତୀକ ମିଳିବ ନା ନାହିଁ ସେ ନେଇ ଅାଲୋଚନା ହୋଇଛି। ଏହାସହ ବୈଷୟିକ ଦିଗ […]
ଗଞ୍ଜାମ: କବିସୂର୍ଯ୍ୟନଗର ନାରାୟଣପୁର ଶାସନରେ ୪ମାସ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ଶିଶୁପୁତ୍ରକୁ ନିଜେ ମାଆ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଉ ଖୋଦ୍ ମହିଳାଙ୍କ ସ୍ୱାମୀ ତଥା ଶିଶୁର ବାପା ଏହିଭଳି ଅଭିଯୋଗ ଆଣିଛନ୍ତି। ଆଜି ଭୋର୍ ୪ଟା ସମୟରେ ପିଲାଟିର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ଅଭିଯୋଗକୁ ମହିଳା ଜଣକ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିବାବେଳେ ପିଲାଟି ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ପୁଲିସ୍ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ […]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ବସ୍ ଓଲଟି ୩ଜଣଙ୍କ ମୃତ୍ୟୁ ହୋଇଛି। ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୧୦ଜଣ ଗୁରୁତର ଅାହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ନବରଙ୍ଗପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକ ଲଲିତ ମୋହନ ପଟ୍ଟନାୟକ, ସରକାରୀ ଶିକ୍ଷୟିତ୍ରୀ ରୀନା ନାୟକ ଓ ଶିକ୍ଷକ ନିରଞ୍ଜନ ନାୟକ। ଉମରକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପିଲାମାନେ ସ୍କୁଲ ବସ୍ରେ ଯାଉଥିବା ବେଳେ ଏହା ଚନ୍ଦାହାଣ୍ଡି ଘାଟିରେ ଓଲଟି ପଡ଼ିଥିଲା। ଶିକ୍ଷାକେନ୍ଦ୍ରର ପିଲାମାନେ […]
ଯାଜପୁର : ଯାଜପୁର କୁଅାଖିଅାରେ ଅଘଟଣ। କୁଅାଖିଅା କୁରକୁରା ଗାଁରେ ପୋଖରୀରେ ବୁଡ଼ି ଦୁଇ ଜଣ ବାଳିକାଙ୍କ ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ପୋଖରୀରୁ ଉଦ୍ଧାର କରାଯିବା ପରେ ଯାଜପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ କୁରକୁରା ଗାଁର ୫ ବର୍ଷର ଝିଅ ରୋସନୀ ଏବଂ ୬ ବର୍ଷର ସଙ୍ଗୀତ ବୋଲି ଜଣାପଡ଼ିଛି। […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ୨୦୧୪ରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେଡି ୬୭ଟି ଆସନରୁ ୪୯ଟି ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏଥିସହ ଅନନ୍ତ ନାରାୟଣ ଜେନା ମେୟର ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେଇଥିଲେ। ୧୨ଜଣ କର୍ପୋରେଟର ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟରେ ପୌର ନିର୍ବାଚନ ସମ୍ପର୍କିତ ମାମଲାର ଶୁଣାଣି ଚାଲିଥିବାରୁ ଏବେ ବିଏମ୍ସିର ନିର୍ବାଚନ ହେବାର ସମ୍ଭାବନା ନାହିଁ। ଏଥିପାଇଁ […]
ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ରର ଫଟୋ ଚିତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି। ତେବେ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସଠିକତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜି ଦୁଇଟି ସିଟିଂରେ OTET ପରୀକ୍ଷା ହେଉଛି। ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେଉଥିବା ବେଳେ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ।
ଭୁବନେଶ୍ୱର : ପରିଚିତ ପାହାଡ଼ ଉପରୁ ଅପରିଚିତ ବନ୍ୟାକୁ ସାମ୍ନା କରି ସତେ ଯେମିତି ସର୍ବହରା ହୋଇଯାଇଛି ଗଜପତିର ଗାଁ ବାରଘର ଓ ତିତ୍ଲି। ବାତ୍ୟା ଓ ବନ୍ୟାର ମାସକ ପରେ ବି ଏଠି ତାଜା ପ୍ରଳୟର ଚିତ୍ର ଓ ବିପନ୍ନଙ୍କ ଦୁର୍ଦ୍ଦଶା। ଅାଖି ଅାଗରେ ୧୬ ଜଣ ପରିଜନ ଓ ପଡ଼ିଶାଙ୍କୁ ହରାଇ ସତେ ଯେମିତି ପ୍ରକୃତି ଉପରେ ରୋଷ କରିଛନ୍ତି ପ୍ରକୃତିର ଏ ନିରୀହ ସନ୍ତାନମାନେ। ବିପନ୍ନଙ୍କ ଦୁର୍ଦ୍ଦଶାର ଚିତ୍ର ବଦଳାଉଥିବା କହି ଡିଣ୍ଡିମ […]
ଅନୁଗୁଳ : ଧାନ ମଣ୍ଡିରେ ଓଜନରେ ଠକେଇ ହେଉଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡ଼ା ସମବାୟ ଅଫିସ୍ରେ ଓଜନରେ ଠକେଇ ହେବାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସୂଚନା ମୁତାବକ, ପାତ୍ରପଡ଼ା ଧାନ ମଣ୍ଡିରେ ଚାଷୀଙ୍କଠାରୁ ଧାନ ଓଜନ ପାଇଁ ୨ଟି ମାପ ଓଜନ କଣ୍ଟା ବ୍ୟବହାର କରାଯାଉଥିବା ବେଳେ ସେଥିରୁ ଗୋଟିଏ କଣ୍ଟାରେ କୁଇଣ୍ଟାଲ ପିଛା ୩ରୁ ୪ କେଜି କମୁଥିବା ଜାଣିବା ପରେ ଚାଷୀମାନେ ମିଲର୍ଙ୍କୁ ଧାନ […]
ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ପାଇଁ ଭୁବନେଶ୍ୱର ଜନତା ମୈଦାନରେ ବ୍ୟାପକ ବନ୍ଦୋବସ୍ତ। ଅାସନ୍ତାକାଲି ଠାରୁ ଅାରମ୍ଭ ହେଉଥିବା ରାଜ୍ୟ ସରକାରଙ୍କ ଏହି ମେଗା ଇନଭେଷ୍ଟର୍ସ ମିଟ୍ ପାଇଁ ଜୋରଦାର ପ୍ରସ୍ତୁତି। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରୁଥିବା ବେଳେ ଏହାକୁ ସରକାର ସର୍ବକାଳୀନ ବଡ଼ ବିଜ୍ନେସ୍ ଇଭେଣ୍ଟ ବୋଲି କହୁଛନ୍ତି। ଫୋକସ୍ରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ, ସିଫୁଡ୍, କେମିକାଲ ଓ ପେଟ୍ରୋକେମିକାଲସ୍, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଶିଳ୍ପ,ବୟନ ଓ […]
ଭୁବନେଶ୍ୱର : ନିଜ ନୂଅା ଦଳର ନାଁ ନେଇ ସୂଚନା ଦେଲେ ଡାକ୍ତର ଦାମ ରାଉତ। ନୂଅା ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ ରହିବ ବୋଲି ଅାଜି ପାରାଦୀପରେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦାମ। କହିଛନ୍ତି ତାଙ୍କ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ ରଖାଯିବାକୁ ଏକ ପ୍ରକାର ସ୍ଥିର ହୋଇଛି। ତେବେ ପରବର୍ତ୍ତୀ ସମୟରେ ସମସ୍ତେ ବସିବା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅାଯିବ। ବିଜେଡିରୁ ବହିଷ୍କାର ପରେ ବରିଷ୍ଠ […]
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ମାଗଣା ଚକ୍ଷୁ ଚିକିତ୍ସା ସେବା ମିଳିବ। ମାଗଣାରେ ସବୁ ବର୍ଗ ଓ ବୟସର ଲୋକଙ୍କୁ ଚଷମା ମଧ୍ୟ ଯୋଗାଇ ଦିଆଯିବ। ତା’ ସହିତ ମୋତିଆ ବିନ୍ଦୁ ଅପରେସନ୍ ମଧ୍ୟ ମାଗଣାରେ ହେବ। ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏହି ସୂଚନା ଦେଇଛନ୍ତି। ଯୋଜନାରେ […]
ଭୁବନେଶ୍ୱର : ପାଖେଇ ଅାସିଲାଣି ହକି ବିଶ୍ୱକପ୍। ହାତରେ ଅାଉ ମାତ୍ର ଅଳ୍ପ ଦିନ ଥିବାରୁ ରାଜଧାନୀ ଭୁବନେଶ୍ୱରକୁ ନୂଅା ରୂପ ଦେବାକୁ ଚାଲିଛି ଯୋରଦାର ପ୍ରୟାସ। ସ୍ମାର୍ଟ ସିଟିର କାନ୍ଥରେ ଓଡିଶାର କଳା ଓ ସଂସ୍କୃତିର କଥା। ମାଣବସା ଗୁରୁବାରର ଝୋଟିଚିତା ହେଉ କି ପୁରୀର ନାଗା ମେଢ ପରମ୍ପରା ହେଉ ଅବା ଅାଦିବାସୀଙ୍କ ଚିତ୍ରକଳା ହକି ବିଶ୍ୱପ୍କୁ ଅାଉ ମାତ୍ର ଅଳ୍ପଦିନ ଥିବାରୁ ରାଜଧାନୀ ରାସ୍ତାକଡର କାନ୍ଥକୁ ସଜାଇବାରେ ଲାଗିଛି ବିଏମ୍ସି । କେବଳ […]
ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‘ଖୁସ୍ବୁ’ ନାମକ ଏହି ଯାତ୍ରୀବାହୀ ବସ୍ଟି ରାଉରକେଲାରୁ ଜରେଇକେଲା ଅଭିମୁଖେ ଯିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅନ୍ୟପଟେ ଏହି ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ରାଇରକେଲା-ଜରେଇକେଲା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ଦାବିରେ ରାଉରକେଲା-ବିସ୍ରା ରାସ୍ତାକୁ ଲୋକେ ଅବରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।