• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

minor rape
୨ ନାବାଳିକାଙ୍କୁ ଦୁଷ୍କର୍ମ !

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲାରେ ଲଜ୍ଜା। ଚାନ୍ଦିପୋଷ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲ ମଧ୍ୟରେ ୨ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି। ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ୨ ଜଣ ନାବାଳିକା ପୀଡ଼ିତା। ଦୁଇ ନାବାଳିକାଙ୍କୁ ଯାତ୍ରା ଦେଖାଇବାକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରୁଛି ଚାନ୍ଦିପୋଷ ପୁଲିସ।

  • Friday, 16 July 2021
homo
ଦୁଇ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ବାରିପଦା : ଝାଡ଼ଖଣ୍ଡର ସଢେଇକେଲା ଖରସୁଆଁ ଜିଲ୍ଲା ଗହ୍ମରିଆ ଥାନା ବୋଲାୟାଡ଼ିହରେ ଦୁଇ ଜଣ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ମହିଳା ମୟୁରଭଞ୍ଜ ଜିଲ୍ଲାର କୁଲିଓରାବ ଥାନାର ବୋଲି ଜଣାପଡ଼ିଛି। ଏହି ଦୁଇ ଯୁବତୀଙ୍କ ନିଖୋଜ ନେଇ ସେମାନଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲ। ପୁଲିସର କହିବା ଅନୁସାରେ, ଦୁଇ ଯୁବତୀ ସମଲିଙ୍ଗୀ ବିବାହ କରି ସପ୍ତାହେ ହେବ ସେଠାରେ ରହୁଥିଲେ। ପୁଲିସ ଖବର ପାଇବାପରେ ଦୁଇଜଣ ଯୁବତୀଙ୍କ […]

  • Friday, 16 July 2021
rto9
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ  ଦିବାକର ସିଂ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିବାକରଙ୍କ ଢେଙ୍କାନାଳରେ ଥିବା ଭଡାଘର, ମୟୂରଭଂଜର ନିଜଘର, ଭୁବନେଶ୍ୱର ଓ ବାଲେଶ୍ୱର ଘରେ ମଧ୍ୟ ଚଢଉ କରାଯାଉଛି। ପୂର୍ବରୁ ଢେଙ୍କାନାଳରେ ଆର୍‌ଟିଓ ଥିବା ବସନ୍ତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ।

  • Friday, 16 July 2021
sivraj
ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

କୋଣାର୍କ  : ଓଡ଼ିଶା ଗସ୍ତରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଜି ଶିବରାଜ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ଶିବରାଜ ନିଜ ସପରିବାର ମନ୍ଦିର ବୁଲିଛନ୍ତି। ଏହି ଅବସରରେ ସ୍ଥାନୀୟ ଗାଇଡ୍‌ ତାଙ୍କୁ ମନ୍ଦିରର ମାହାତ୍ମ ଏବଂ କାରୁକାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ। ମନ୍ଦିର ପରିଦର୍ଶନ ବେଳେ ଶିବରାଜଙ୍କୁ ଦେଖିବାକୁ ପର୍ଯ୍ୟଟକ ଏବଂ ସ୍ଥାନୀୟଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଶିବରାଜଙ୍କ ସହ ସେଲ୍‌ଫି ନେବାକୁ ଅପେକ୍ଷା କରି ରହିଥିବା ଦେଖିବାକୁ […]

  • Friday, 16 July 2021
bus
ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ଆହତ

ରାଇରଙ୍ଗପୁର : ମୟୂରଭଂଜ ରାଇରଙ୍ଗପୁରରେ ଓଲଟିଲା ବସ୍ । କଲିକତାରୁ କେନ୍ଦୁଝର ଆସୁଥିବା ‘ଅଗ୍ରୱାଲା’ ବସ୍‌ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କଟାସ ନିକଟରେ ଏନ୍‌ଏଚ୍‌-୪୯ ଉପରେ ଓଲଟି ପଡ଼ିଛି। ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ। ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

  • Friday, 16 July 2021
school
ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

 କଟକ : ସ୍କୁଲ ଗୁଡ଼ିକ ଛୁଟିଥିବାବେଳେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। କଟକ ଜିଲ୍ଲା ଟାଙ୍ଗୀ ଭଟିମୁଣ୍ଡା ଗାଁରୁ ଆସିଛି ଏହି ଅଭିଯୋଗ। ରାତିରେ ଚାଉଳ ଚୋରି ହେଉଥିବାର ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଏହି ଚାଉଳ ଚୋରି ଘଟଣାରେ ଗାଁର କିଛି ଯୁବକଙ୍କ ସହ ସ୍କୁଲ ପିଅନ ବି ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ […]

  • Friday, 16 July 2021
pu
ଖୋଲିଲା ଶ୍ରୀମନ୍ଦିରର ଭିତର କବାଟ : ଆରମ୍ଭ ହେଲା ନୀତିକାନ୍ତି

ପୁରୀ : ଶେଷରେ ଖୋଲିଛି ଶ୍ରୀମନ୍ଦିରର ଭିତର କବାଟ। ଦିନ ସାରା ଚରମ ବିଶୃଙ୍ଖଳା ପରେ କିଛି ସମୟ ପୂର୍ବରୁ ବଡଦେଉଳ ଦ୍ୱାର ଫିଟାଯାଇଛି। ଏଥିସହ ଦୀର୍ଘ ୧୨ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୁଲିସ-ସେବାୟତ ମଧ୍ୟରେ ବିବାଦ ଯୋଗୁଁ  ଆଜି ଭୋର୍‌ରୁ ଖୋଲି ନ ଥିଲା ବଡ଼ଦେଉଳ ଦ୍ୱାର। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ […]

  • Friday, 16 July 2021
gg
ଉତ୍ତେଜିତ ହେଲେଣି ଭକ୍ତ : ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର

ପୁରୀ : ଶ୍ରୀମନ୍ଦିରରେ ଚରମ ଅବସ୍ଥାରେ ପହଞ୍ଚିଛି ବିଶୃଙ୍ଖଳା। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ଭକ୍ତ ଉତ୍ତ୍ୟକ୍ତ ହୋଇ ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି। ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିଛନ୍ତି। ଭକ୍ତ ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅସନ୍ତୋଷ ପ୍ରକାଶ କରି ଭିତରକୁ ଧସେଇ ପଶିଛନ୍ତି। ପୁଲିସ୍  ଓ […]

  • Friday, 16 July 2021
puri-=1
ଶ୍ରୀମନ୍ଦିର ଅଚଳାବସ୍ଥା : ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ

ପୁରୀ : ଶ୍ରୀମନ୍ଦିର ଅଚଳାବସ୍ଥାର ସମାଧାନ ପାଇଁ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ସେବାୟତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ସେବାୟତମାନେ ଜିଦ୍‌ରେ ଅଟଳ ରହିଛନ୍ତି। ଜିଲ୍ଲାପାଳଙ୍କ ଅନୁରୋଧ ସତ୍ତ୍ୱେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ସେବାୟତମାନେ ଗ୍ରହଣ କରିନାହାନ୍ତି। ଅତୀତରେ ଏଭଳି ସମସ୍ୟା ଉପୁଜିଛି ଏବଂ ଜଗନ୍ନାଥ ସମାଧାନ କରିବେ ବୋଲି ଜିଲ୍ଲାପାଳ କହି ନିଜର ଅସହାୟତା ପ୍ରକଶ କରିଛନ୍ତି।ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଘଟଣା ଉପରେ ସରକାର […]

  • Friday, 16 July 2021
gajapati
ମହାପ୍ରଭୁଙ୍କ ସେବାପୂଜା ଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ : ଗଜପତି ମହାରାଜ ଦିବ୍ୟସିଂହ ଦେବ

ପୁରୀ : ଶ୍ରୀମନ୍ଦିରରେ ଚରମ ଅବସ୍ଥାରେ ପହଞ୍ଚିଛି ବିଶୃଙ୍ଖଳା। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ସେପଟେ ସମଗ୍ର ପ୍ରସଙ୍ଗକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ସେବାପୂଜା ଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଲୋଚନା କରାଯାଇ ଯେ କୌଣସି ବିବାଦର ସମାଧାନ ସମ୍ଭବ। […]

  • Friday, 16 July 2021
e1
ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି

ଜଗତସିଂହପୁର: ଆଗାମୀ ସାଧାରଣ ର୍ନିବାଚନ ପାଇଁ ଇସ୍ତାହାର ଘୋଷଣା ପୂର୍ବରୁ କଂଗ୍ରେସ ବିଭିନ୍ନ ବର୍ଗର ଲୋକଙ୍କ ମତ ନେଉଛି। ଏହି କ୍ରମରେ ଓଡ଼ିଶା ପିସିସି ଇସ୍ତାହାର କମିଟି ଆଜି ଜଗତସିଂହପୁରରେ ପହଞ୍ଚିଛି। ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯାଇଥିବା କମିଟିରେ ଛତିଶଗଡ଼ର କ୍ୟାବିନେଟ୍‌ ମନ୍ତ୍ରୀ ଟି. ଏସ୍‌. ସିଂଦେଓ ଏବଂ ସ୍ଥାନୀୟ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ସହ ଦଳର ତୁଙ୍ଗ ନେତାମାନେ ସାମିଲ ହୋଇଛନ୍ତି। ଛତିଶଗଡ଼ରେ କଂଗ୍ରେସ ଯେଉଁଭଳି ତୃଣମୂଳ ସ୍ତରକୁ ଯାଇ ସାଧାରଣ […]

  • Friday, 16 July 2021
b1
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର

ଚାନ୍ଦବାଲି: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୃଗନୟନୀ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ୨ପରିବାରର ୪ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଗୋବର୍ଦ୍ଧନ ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଭାଇ ତ୍ରିଲୋଚନ ବାରିକଙ୍କ ଘରେ ମଧ୍ୟ ନିଆଁ ମାଡିଯାଇଥିଲା। ଘଟଣାସ୍ଥଳରେ ଚାନ୍ଦବାଲି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲିଭାଇବା ବେଳକୁ ଘରର ସମସ୍ତ ଆସବାବପତ୍ର […]

  • Friday, 16 July 2021
bbsr-up
ଭୁବନେଶ୍ୱର ପଥ ଉତ୍ସବରେ ଖ୍ରୀଷ୍ଟମାସ୍ ଥିମ୍

ଭୁବନେଶ୍ୱର : ବଡ଼ଦିନ ଅବ୍ୟବହିତ ପୂର୍ବରୁ ଆଜି ଭୁବନେଶ୍ୱର ପଥ ଉତ୍ସବରେ ଦେଖିବାକୁ ମିଳିଥିଲା କୁନି କୁନି ପିଲାଙ୍କ ସାନ୍ତାକ୍ଲଜ୍ ବେଶ। ମୁଣ୍ଡରେ ସାନ୍ତାକ୍ଲଜର କ୍ୟାପ୍ ଓ ଦେହରେ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଖ୍ରୀଷ୍ଟମାସ୍ ରଙ୍ଗରେ ସମସ୍ତଙ୍କୁ ନଚାଇଥିଲେ କୁନି କୁନି ସାନ୍ତାକ୍ଲଜ। ଏହାସହିତ ସେମାନଙ୍କ ମାଆମାନେ ବି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ। ଆଗକୁ ଖ୍ରୀଷ୍ଟମାସ୍ ଥିବାରୁ ଏଥରର ଚତୁର୍ଥ ରବିବାରର ପଥ ଉତ୍ସବ ରଙ୍ଗୀନ୍ ହୋଇଥିଲା। ଖ୍ରୀଷ୍ଟମାସ୍ ଥିମ୍‌ରେ […]

  • Friday, 16 July 2021
t
ପୁଣି କଲାରାପତରିଆ ବାଘର ମୃତଦେହ ଠାବ

ଅନୁଗୁଳ: ଅନୁଗୁଳରେ ପୁଣି ଏକ କଲାରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ବନ ବିଭାଗ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲରୁ ବାଘର ମୃତଦେହ ଠାବ କରିଛି। ଘଟଣାସ୍ଥଳରେ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେମିତି ବାଘର ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇ ନଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡିଏଫ୍‌ଓ କହିଛନ୍ତି। ଉଲ୍ଲେଖନୀୟ […]

  • Friday, 16 July 2021
elephant
ନୀଳଗିରି ଅଞ୍ଚଳରେ ଜାରି ରହିଛି ହାତୀ ଉପଦ୍ରବ

ନୀଳଗିରି : ନୀଳଗିରି ଅଞ୍ଚଳରେ ଜାରି ରହିଛି ହାତୀ ଉପଦ୍ରବ। ଏହି ରେଞ୍ଜର ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁରେ ଗତ ରାତିରେ ହାତୀ ପଶି ଜଣକ ଘର ଭାଙ୍ଗିବା ସହ କଳେଇ ଭାଙ୍ଗି ଧାନ ଖାଇଦେଇଥିବା ଅଭିଯୋଗ ହୋଇଛି। ହାତୀ ଭୟରେ ଗ୍ରାମର କବିତା ସିଂଙ୍କ ଘର ଭାଙ୍ଗିଥିବା ବେଳେ ଏବେ ଖୋଲା ଆକାଶ ତଳେ ଭୟରେ ଜୀବନ ବିତାଉଛନ୍ତି ତାଙ୍କ ପରିବାର। ସେପଟେ ଏନେଇ ବନ ବିଭାଗ ଖବର ପାଇବାପରେ କ୍ଷୟକ୍ଷତିର ଆକଳନ ଲାଗି ଏକ […]

  • Friday, 16 July 2021
kujanga
ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ସ୍ୱାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି। ପରିବାର ଲୋକେ ପୀଡିତା ଦିବ୍ୟାଙ୍ଗ ମହିଳାଙ୍କର ଡାକ୍ତରୀ ମାଇନା କରିଛନ୍ତି। ଏ ମାମଲାକୁ ନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ଜଣକ ଫେରାର ଥିବା ସୂଚନା […]

  • Friday, 16 July 2021
kcr -1
ଭୁବନେଶ୍ୱରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସଂଧ୍ୟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ନବୀନ ନିବାସରେ ରାତ୍ରିଯାପନ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ସକାଳେ ସପରିବାର କୋଣାର୍କ ଏବଂ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ କେସିଆର୍‌ଙ୍କ ଏଭଳି ଗସ୍ତ ପଛରେ ତୃତୀୟ ସାମ୍ମୁଖ୍ୟ ସମୀକରଣର ଆଭାସ ରହିଥିବା ଚର୍ଚ୍ଚା ହେଉଛି। କାରଣ ବିଜେଡି ତଥା ନବୀନ ପଟ୍ଟନାୟକଙ୍କ ରାଜନୈତିକ ଆଭିମୁଖ୍ୟ […]

  • Friday, 16 July 2021
death
ପ୍ରେମଜନିତ କାରଣରୁ ନାବାଳିକାଙ୍କ ହତ୍ୟା ସନ୍ଦେହ

ବାଲେଶ୍ୱର : ବାଲେଶ୍ୱର ଅରଡ ବଜାରରେ ଅଭାବନୀୟ ଘଟଣା। ପ୍ରେମକୁ ନେଇ ନାବାଳିକାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ। ଅଭିଯୋଗ ଅନୁସାରେ ଅରଡ ବଜାରର ସେକ୍ ସାହାବାଦ୍ ନାମକ ଜଣେ ଯୁବକ ନାବାଳିକାଙ୍କୁ ୮ଦିନ ତଳେ ଘରୁ ନେଇ ପଳାଇଯାଇଥିଲା। ତେବେ ଗତକାଲି ରାତିରେ ନାବାଳିକାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଯୁବକ ଜଣଙ୍କ ନାବାଳିକାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ କିଏ ଏବଂ କାହିଁକି ନାବାଳିକାଙ୍କୁ ହତ୍ୟା କଲା […]

  • Friday, 16 July 2021
kcr
ଓଡ଼ିଶା ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ନବୀନ ନିବାସରେ ରାତ୍ରିଯାପନ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ସକାଳେ ସପରିବାର କୋଣାର୍କ ଏବଂ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ କେସିଆର୍‌ଙ୍କ ଏଭଳି ଗସ୍ତ ପଛରେ ତୃତୀୟ ସାମ୍ମୁଖ୍ୟ ସମୀକରଣର ଆଭାସ ରହିଥିବା ଚର୍ଚ୍ଚା ହେଉଛି। କାରଣ ବିଜେଡି ତଥା ନବୀନ […]

  • Friday, 16 July 2021
m11
ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ

ମୟୂରଭଞ୍ଜ: ପୁଣି ଲଜ୍ଜା। ଆଶ୍ରମ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟରୁ ଏହି ଅଭିଯୋଗ ଆସିଛି। ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦା ପିଆରଏମ୍ ମେଡିକାଲ କଲେଜରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି।

  • Friday, 16 July 2021
justice raghuvir
OHRC ସଦସ୍ୟ ଭାବେ ନିଯୁକ୍ତ ହେଲେ ଜଷ୍ଟିସ ରଘୁବୀର ଦାଶ

ଭୁବନେଶ୍ୱର : ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍‌ ରଘୁବୀର ଦାସ। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗଣେଷୀ ଲାଲ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଥିବା ଜଷ୍ଟିସ ବୀରକିଶୋର ଦାସଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୧୫ ତାରିଖରୁ ଶେଷ ହୋଇଥିବା ବେଳେ ଆୟୋଗ […]

  • Friday, 16 July 2021
representational image
ସୁନ୍ଦରଗଡ଼ ଫେରିବ ରାଜସ୍ଥାନରୁ ଉଦ୍ଧାର ଓଡ଼ିଆ ନାବାଳିକା

ସୁନ୍ଦରଗଡ଼: ସୁନ୍ଦରଗଡ଼ର ନାବାଳିକା ରାଜସ୍ଥାନରୁ ଉଦ୍ଧାର ହେବା ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ୩ଜଣ ଅଧିକାରୀ ଓ ୩ଜଣ ମହିଳା ପୁଲିସ୍‌ ଆଜି ଟ୍ରେନ୍‌ ଯୋଗେ ଦିଲ୍ଲୀ ଯାତ୍ରା କରିବେ। ଏଥିସହିତ ସେମାନେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ଭେଟି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ଏହାପରେ ନାବାଳିକା ଝିଅକୁ ସୁନ୍ଦରଗଡ଼ ଆଣିବେ। ୨୦୧୭ ଡିସେମ୍ବରରେ ସୁନ୍ଦରଗଡ଼ ଲାଠିକଟା ଅଞ୍ଚଳରୁ ଚାଲାଣ ହୋଇଥିବା ଜଣେ ନାବାଳିକାଙ୍କୁ ଦିଲ୍ଲୀ ମହିଳା କମିଶନ […]

  • Friday, 16 July 2021
p11
ରେଳପଥ ସଂପ୍ରସାରଣ ଦାବିରେ ପାଟଣାଗଡ଼ ବନ୍ଦ

ପାଟଣାଗଡ଼: ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ରେଳପଥ ସଂପ୍ରସାରଣ ଦାବିରେ ପାଟଣାଗଡ଼ ବନ୍ଦ ପାଳନ କରାଯାଉଛି। ପାଟଣାଗଡ଼ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଏଥିପାଇଁ ହରିଶଙ୍କର ରୋଡ୍ ଷ୍ଟେସନ୍‌ରେ ରେଳ ରୋକ କରାଯାଇଛି। ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ବନ୍ଦ ଡାକରା ଯୋଗୁ ସହରରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

  • Friday, 16 July 2021
u
ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଲୁଟ୍

ଉମରକୋଟ : ନବରଙ୍ଗପୁର କୋଡିଙ୍ଗାର ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକଙ୍କଠାରୁ ଲୁଟ୍ ଅଭିଯୋଗ। ସଦନ ନାୟକ କାରରେ ଆସୁଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଠାରୁ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ସଦନ ନାୟକ ନିଜ ପେଟ୍ରୋଲ ପମ୍ପରୁ ବିକ୍ରି ହୋଇଥିବା ଟଙ୍କା ସଂଗ୍ରହ କରି ଏକ ବୋଲେରୋରେ ଫେରୁଥିବାବେଳେ ଏହି ଲୁଟ୍ ହୋଇଥିବା ସେ କହିଛନ୍ତି। ଏ ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି […]

  • Friday, 16 July 2021
puri
ଘନ କୁହୁଡ଼ି ଯୋଗୁ ନୀଳଚକ୍ର ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ

ପୁରୀ: ପୁରୀରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଗଳିକନ୍ଦି, ସହର ବଜାର ସହିତ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ଆଜି ଘନ କୁହୁଡ଼ିର ଆସ୍ତରଣରେ ଲୁଚିଯାଇଛି। ଧବଳବର୍ଣ୍ଣ ଘନ କୁହୁଡ଼ି ମଧ୍ୟରେ ଶ୍ରୀମନ୍ଦିର, ଜଗମୋହନ, ନାଟମଣ୍ଡପ ଏବଂ ଭୋଗମଣ୍ଡପ ମଧ୍ୟ ଦେଖାଯାଉନାହିଁ। ମାଘମାସରେ ଭକ୍ତ ଓ ଦର୍ଶନାର୍ଥିମାନଙ୍କର ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଇଚ୍ଛା ଥାଏ। ଭକ୍ତମାନେ ବଡ଼ଦେଉଳକୁ ପ୍ରଥମେ ଦର୍ଶନ କରିବା ସହ ମହାପ୍ରଭୁଙ୍କୁ ପ୍ରଣାମ କରି ଆର୍ଶିବାଦ ନିଅନ୍ତି। କିନ୍ତୁ ଆଜି ପୁରୀରେ ଘନ କୁହୁଡ଼ି […]

  • Friday, 16 July 2021