କଣ୍ଟାବାଞ୍ଜି (ସୁରଦାସ ବାଗ): ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ ୮୪ ହଜାର ଟଙ୍କା। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି। କଣ୍ଟାବାଞ୍ଜି ସହର ପ୍ରତିଷ୍ଠିତ ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଏକ ସ୍କୁଟିରେ ଫେରୁଥିଲେ। କିଶୋର ଅଗ୍ରୱାଲଙ୍କ ଘରଠାରୁ କିଛି ଦୂରରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସ୍କୁଟିରୁ ଟଙ୍କା ବ୍ୟାଗ […]
କରଞ୍ଜିଆ(ସତ୍ୟବ୍ରତ ବେହେରା):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଗତ ୧୬ ତାରିଖରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ଗତକାଲି କରଞ୍ଜିଆ ଥାନାରେ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଛି। ଫେରାର୍ ହୋଇଯାଇଥିବା କଏଦୀଙ୍କ ନାଁ ଭଗବାନ ଟୁଡୁ (୫୦)। ତାଙ୍କ ଘର ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଚାତାରସାହିରେ। ଜେଲ୍ ଅଧିକ୍ଷକଙ୍କୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଗବାନ ବଗିଚା କାମ କରୁଥିଲେ। ଏହି ସମୟରେ ଅଧିକାରୀଙ୍କ ଜଣକ କଏଦୀକୁ ଏକୁଟିଆ […]
ନୀଳଗିରି ( ବିଶ୍ୱମ୍ବର ଦାସ) : ଲୋନ୍ କରାଇଦେବା ନାଁରେ ଲୁଟ୍ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଦାସରଥୀପୁର ଠାରେ deals loan ନାମକ ଏକ ସଂସ୍ଥା ଏହି ଲୋନ୍ କରାଉଥିଲା। ଯାହାଫଳରେ ଗାଁର ମହିଳାଙ୍କ ଠାରୁ ବହୁ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଟଙ୍କା ନେବା ପରେ ବ୍ୟକ୍ତି ଜଣକ ଧରାଛୁଆ ଦେଉନଥିଲା। ଆଜି ଭୋରରୁ ମହିଳାମାନେ ଏକଜୁଟ୍ ହୋଇ ଭଡ଼ା ଘରେ ଚାଲିଥିବା ଅଫିସକୁ ଘେରାଉ କରି ଅଭିଯୁକ୍ତକୁ ଧରିଥିଲେ।
କୋଣାର୍କ(ସଞ୍ଜୟ ପତି) : ପୁରୀ ଜିଲ୍ଲା କାକଟପୁର ବ୍ଲକ ଲତାହାରଣ ଗାଁରେ ବଜ୍ରାଘାତ। ଏଥିରେ ବାବାଜୀ ସାହୁ ଜଣକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସକାଳେ ବିଲକୁ ଯାଇଥିବାବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ବାବାଜୀ ବିଲରେ ପଡିଯାଇଥିଲେ। ପରେ ତାଙ୍କୁ କାକାଟପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଜଗତସିଂହପୁର ସଦର ବ୍ଲକ ନରଣପୁର ଗାଁରେ ବଜ୍ରାଘାତରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା […]
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅପରାହ୍ନ ୫ଟା ୪୫ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ଚିଠା ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଜୁନ୍ ୨୮ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋର ୨ ଭାଇଙ୍କୁ କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଗିରଫ କରିଛି। ଟିଟୋର ଭାଇ ସୟଦ ଆସ୍ଫାକ ଅଲ୍ଲୀ ଓରଫ ଜି ବାବୁ ଓ ସୟଦ ଇଫ୍ତେକାର ଅଲ୍ଲୀ ଓରଫ ଚିତୁ ସହ ଜଣେ ସଂପର୍କୀୟ ମୁନ୍ନାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ପୂର୍ବରୁ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଗିରଫ ହୋଇଥିଲା। ଗତ ବର୍ଷ ଜୁନ ୩୦ ତାରିଖରେ ଟିଟୋକୁ ଏନ୍କାଉଣ୍ଟର ପରେ ତା’ର ଦୁଇ ଭାଇ […]
ଭୁବନେଶ୍ୱର : ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ୍ ଓଡ଼ିଆ ଯବାନ ଅଜିତ୍ ସାହୁଙ୍କ ମରଶରୀର ଆସନ୍ତାକାଲି ଓଡ଼ିଶା ଆସିବ। ଆଜି ଆସିବାର ଥିଲା। କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି ଆସିପାରିବନି ବୋଲି ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶଶାଙ୍କ ମିଶ୍ର। ଏବେ ପାଟନାରେ ମରଶରୀର ଅଛି, ଆସନ୍ତାକାଲି ଆସିବ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ ଯବାନ ଅଜିତ ସାହୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର : କିଛି ଦିନ ତଳେ କେନ୍ଦ୍ରାପଡ଼ାର ଅଧିଷ୍ଠାତା ଦେବତା ଶ୍ରୀ ବଳଦେବଜୀଉଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଥିଲେ। ନବୀନଙ୍କ ଏହି ଦର୍ଶନ ପଛର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଡା. ରାଉତ କହିଛନ୍ତି, “ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଓ ମୋତେ ବିଧାନସଭା କିମ୍ବା ଲୋକସଭାର ସଦସ୍ୟ ହେବାକୁ ଦେବେ ନାହିଁ ବୋଲି ନବୀନଙ୍କ ମନରେ ଜିଦ୍ ରହିଛି। ସେଥିପାଇଁ ଯାହା କରିବା କଥା […]
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ରାଉରକେଲା ଓ ଦେବଗଡ଼ରେ ମଧ୍ୟ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି। ମାତ୍ର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ।
ସୋର (ଶଶିକାନ୍ତ ବେହେରା): ତାତିଲେ ମହିଳା। ହୋଟେଲ ଭିତରେ ମଦ ବୋତଲ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଅନ୍ୟ ଏକ ଘଟଣାରେ ଅବକାରୀ ବିଭାଗ ଆଜି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ମାତ୍ର ସ୍ପିରିଟ୍ ରଖିବା ଘର ମାଲିକ ଫେରାର ହୋଇଯାଇଛି। ଖଇରା ଥାନା କୋଚିଆକୋଇଲି ଠାରେ ଏକ ହୋଟେଲ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ମଦ କାରବାର ହେଉଥିଲା। ଯାହାଫଳରେ ଉକ୍ତ ଅଞ୍ଚଳରେ […]
କେନ୍ଦୁଝର : ଜଳଖିଆ ଦୋକାନରୁ OJEE ଟପ୍ପର। ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବପର। ଏହି କଥାକୁ ଆଜି ପ୍ରମାଣିତ କରିଛନ୍ତି କେନ୍ଦୁଝର ଘଟଗାଁ ବ୍ଲକ୍ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା। ବାପା ଗୁରୁ ଚରଣ ବେହେରାଙ୍କ ବରା ଦୋକାନରେ ସାହାଯ୍ୟ କରନ୍ତି ଭବାନୀ। ତେବେ ଦିନରେ ଦୋକାନରେ କାମ ଓ ରାତିରେ ପାଠ ପଢ଼ି ଆଜି ସେ ବିଏସ୍ସି ଲାଟେରାଲ୍ ଏଣ୍ଟ୍ରିରେ ଟପ୍ପର ହୋଇଛନ୍ତି। ତାଙ୍କ ପାଠ ପଢ଼ିବାରେ ଅର୍ଥ ବାଧକ ସାଜିଛି। […]
ଭୁବନେଶ୍ୱର : ୧୩ଟି ଜିଲ୍ଲାରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଅପରାହ୍ନ ୫ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସମ୍ବଲପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ। ଅନ୍ୟପକ୍ଷରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଏହା […]
କଟକ : କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ରାଜ୍ୟ ବିଜେପିର ବିକ୍ଷୋଭ। କଟକ ନଗର ବିଜେପି ପକ୍ଷରୁ ଗୌରୀଶଙ୍କର ପାର୍କ ପାଖରେ ପ୍ଲାକାର୍ଡ ଧରି ସାଂସଦ ଅନୁଭବଙ୍କ ବିରୋଧରେ ନାରା ଦେବା ସହ ଗିରଫ ଦାବି କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଓ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ବିଜେପି କର୍ମୀ ଗତକାଲି ଜଣେ ମହିଳା ସାମ୍ବାଦିକା ଅନୁଭବ, ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଭାଇ ଅନୁପ୍ରାସଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। […]
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ମଠ ନିକଟରୁ ୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୁଲିସ୍। ଏକ ବୋଲେରୋରେ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିଥିଲା। ବୋଲେରୋରେ ମଦ ଚୋରା ଚାଲାଣ ହେଉଥିବା ନେଇ ନାଉଗାଁ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ୍ ଉକ୍ତ ବେଲେରୋକୁ ପିଛା କରିଥିଲା। ପୁଲିସ ଆସୁଥିବା ଦେଖି ବୋଲେରୋ ଡ୍ରାଇଭର ଗୋଠଦା ନିକଟରେ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶ୍ରୀବିହାର ସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଘର କଟକର ନିଆଳି ଅଞ୍ଚଳରେ। ସେ ଇଞ୍ଜିନିୟରିଂ ପାସ୍ ଆଉଟ୍ ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ୍ ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ୍ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି। ସବିଶେଷ ଖବରକୁ ଅପେକ୍ଷା କରାଯାଇଛି।
ପୁରୀ : ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ଘୋଷ ଯାତ୍ରାର ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅର୍ଥାତ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବାୟତ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି କରିବେ। ମହାପ୍ରଭୁଙ୍କ ଗୁପ୍ତ ସେବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ମନ୍ଦିର ପ୍ରବେଶ କରିଛନ୍ତି।
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ସରନଇରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ସରନଇ ପାଖ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ କଡ଼ ବଗିଚାରୁ ଏହି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହର ଉପରି ଭାଗ ସଂପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଚିହ୍ନଟ କରାଯାଇ ପାରୁନି। ଦୁର୍ବୃତ୍ତମାନେ ଟାୟାର ଜାଳି ସଂପୂର୍ଣ୍ଣ ଶରୀରକୁ ପୋଡ଼ି ଦେଇଛନ୍ତି। ଘଟଣାସ୍ଥଳରେ ଚୁଡ଼ି ପଡ଼ିଥିବାରୁ ମୃତକ ଜଣେ ମହିଳା ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ଘଟଣାର ତଦନ୍ତ କରୁଛି।
ବାରିପଦା (ମାଣିକଲାଲ୍ ପାଣି) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ୍ର ନାହାଶୋଳ ଜଙ୍ଗଲରେ ଥିବା ଜାହିରା ନିକଟରୁ ଆଜି ସକାଳେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କେହି ସେଠାରେ ଛାଡ଼ି ଚାଲି ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଏହାପରେ ଗାଁ ଲୋକେ ଅଙ୍ଗନବାଡ଼ି ଏବଂ ଆଶା ଦିଦିଙ୍କୁ ଡକାଇ ଶିଶୁଟିର ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଶିଶୁଟିକୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ଏସ୍ଏନ୍ସିୟୁରେ ରଖାଯାଇଛି। ଶିଶୁଟିର […]
ଭୁବନେଶ୍ୱର : ଆଜି ରାଜ୍ୟର ୫ଟି ଜିଲ୍ଲାରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବ ଓ ହାଲ୍କା ବର୍ଷା ବି ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ଦିନ ୧୧ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଯେଉଁ ସବୁ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି, ସେଗୁଡ଼ିକ ହେଉଛି- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର। ସୂଚନାଯୋଗ୍ୟ, […]
ଅନୁଗୁଳ : ଭାଲୁ କାମୁଡ଼ାରେ ଦୁଇ ଭାଇ ଗୁରୁତର। ତାଙ୍କୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇ ଭାଇ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ସରୁଆଳି ପଞ୍ଚାୟତର ରଙ୍ଗାଲି ଗାଁର ଭୁବନ ନାୟକ ଓ ଦର ନାୟକ। ଦୁଇ ଭାଇ ସକାଳୁ ଶୌଚ ପାଇଁ ଯାଇଥିବାବଳେ ରାସ୍ତାରେ ଭାଲୁ ଆକ୍ରମଣର ଶୀକାର ହୋଇଥିଲେ। ପ୍ରଥମେ ଦରଙ୍କୁ ଭାଲୁ ଆକ୍ରମଣ କରିଥିଲା। ତଙ୍କୁ ରକ୍ଷା କରିବାକୁ ଯାଇ ଭୁବନ ଆକ୍ରମଣର ଶୀକାର ହୋଇଥିଲେ। […]
ଆସ୍କା (ମନୋଜ ମୁନି) : ମଦ୍ୟପ ବାପାର ଅତ୍ୟାଚାର ସହିନପାରି ଜୀବନ ହାରିଲେ ଦୁଇ ବଢ଼ିଲା ଝିଅ। ଦୁଇ ଝିଅଙ୍କୁ ଦଲାଲକୁ ବିକିଦେବା ଜିଦରେ ବାପା ଅଟଳ ରହିବାରୁ ଶେଷରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଦୁଇ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗାଁରେ। ମୃତ ଦୁଇ ଭଉଣୀ ହେଲେ ଦୀପା ଓ ଜିତା ଭୂୟାଁ। ଅଭିଯୋଗ ହୋଇଛି, ଯେ ବାପା ପଦ୍ମନାଭ ଭୂୟାଁ ଏମାନଙ୍କୁ […]
ଆଠଗଡ଼ ( ନୀଳକଣ୍ଠ ଦୋରା) : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ତିଗିରିଆ ରେଞ୍ଜ ହରିଡ଼ାପାଣି ଗାଁରେ ହାତୀ ଆକ୍ରମଣ। ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହଲେ କାଳିଆ ବେହେରା। ମିଳିଥିବା ସୂଚନା ମୁତାବକ, ବଡ଼ି ଭୋରରୁ କାଳିଆ ଶୌଚ ପାଇଁ ଯାଇଥିଲେ। ସେତିକି ବେଳେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଜଙ୍ଗଲି ହାତୀ କାଳିଆଙ୍କୁ କଚାଡ଼ି ହତ୍ୟା କରିଥିବା କୁହାଯାଉଛି। ଜଙ୍ଗଲ ବିଭାଗ ଅଧିକାରୀ ଏଯାଏଁ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।
କୋରାପୁଟ ( ସୂର୍ଯ୍ୟ ପଣ୍ଡା) : କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଭେଜାପୁଟ ଗାଁରେ ଅଘଟଣ। ରାତିରେ ଗୋଟିଏ ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରର ଜଣେ ସଦସ୍ୟ। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ଲୋକେ ରାସ୍ତା ରୋକ୍ କରିଛନ୍ତି।
ଭୁବନେଶ୍ୱର : ଓଡ଼ିଶାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କିପରି କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସବିଶେଷ ଆଲୋଚନା ହୋଇଛି ଏବଂ ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଓଡ଼ିିଶା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମର ବିଭିନ୍ନ […]
ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୯ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର ଏବଂ ଯୁବ ପୁରସ୍କାର ପାଇଁ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ରରେ ସାମଗ୍ରୀକ ଯୋଗଦାନ ନିମନ୍ତେ ଓଡ଼ିଆ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାଲ ସାହିତ୍ୟ ପୁରସ୍କାର ଓ ବିଶିଷ୍ଟ ଅନୁବାଦକ ତଥା ସାହିତ୍ୟ ସମାଲୋଚକ ଶିଶିର ବେହେରା ଯୁବ ପୁରସ୍କାର ମିଳିବ। ବାଲ ସାହିତ୍ୟ ପୁରସ୍କାର ପାଇଁ ପୁରସ୍କାର ବର୍ଷର ପୂର୍ବବର୍ତ୍ତୀ ୫ ବର୍ଷ […]