• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

football
ଅବହେଳିତ ରାଜ୍ୟର ମହିଳା ଫୁଟବଲ ଖେଳାଳି

ରାଇରଙ୍ଗପୁର ( ରାଜେଶ ଶର୍ମା) : ଅବହେଳିତ ରାଜ୍ୟର ମହିଳା ଫୁଟବଲ ଖେଳାଳି।  ରାଜ୍ୟର ଅନେକ ମହିଳା ଫୁଟବଲ ଖେଳାଳି ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ମହିଳା ଫୁଟବଲ ଆସୋସିଏସନରୁ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଦେଓଗୀ ମୁର୍ମୁ, ପୂର୍ଣ୍ଣିମା ହେମ୍ରମ, ଯୋବାମଣି ସୋରେନ, ହେମଲତା ମହନ୍ତଙ୍କ ଭଳି ଦକ୍ଷ ମହିଳା ଫୁଟବଲ ଖେଳାଳି ଜାତୀୟ ସ୍ତରରେ ଫୁଟବଲ ଖେଳି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ବାମନଘାଟୀ ମହିଳା […]

  • Saturday, 17 July 2021
attack
ରାଜନୈତିକ ଶତ୍ରୁତାରୁ ବୋମାମାଡ଼, ୭ ଆହତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ପୁରୀ :  ରାଜନୈତିକ ଶତ୍ରୁତାରୁ ବୋମାମାଡ଼। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ କହ୍ନେଇପୁରରେ ଗାଁରେ ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଘଟି ବୋମାମାଡ଼ ହୋଇଥିବା ଜଣାପଡିଛି। ଏଥିରେ ୭ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାକୁ ନେଇ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇ ୨ ଜଣ ଆହତ ହୋଇଥିଲେ। ଏହାପରେ ଆଜି ସକାଳେ ଘଟଣାକୁ ନେଇ ପୁଣିଥରେ ଉତ୍ତେଜନା […]

  • Saturday, 17 July 2021
vedanta -jharasuguda
ଝାରସୁଗୁଡ଼ା ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡକୁ ନେଇ କାର୍ଯ୍ୟାନୁଷ୍ଠାନ

ଝାରସୁଗୁଡ଼ା : ଝାରସୁଗୁଡ଼ା ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡକୁ ନେଇ କାର୍ଯ୍ୟାନୁଷ୍ଠାନ। ବେଦାନ୍ତ ଆଲୁମିନିୟମରେ ଗ୍ରୀନ୍‌ ଆନୋଡ଼ ପ୍ଲାଣ୍ଟ ଅପେରେସନ ବନ୍ଦ ନିର୍ଦ୍ଦେଶ ଦେଲେ  ଜିଲ୍ଲା ଫାକ୍ଟ୍ରି ଆଣ୍ଡ ବ୍ରୟଲର ବିଭାଗ ସହକାରୀ ନିର୍ଦ୍ଦେଶକ। ବେଦାନ୍ତ କମ୍ପାନୀରେ ଅଗ୍ନିକ ସୁରକ୍ଷା ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ରିପୋର୍ଟ ଆସିଲା ପରେ ସମୀକ୍ଷା ହେବ ଏବଂ ପରବର୍ତ୍ତୀ ଆଦେଶ ଯାଏ ଅପରେସନ ବନ୍ଦ ରଖିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଦେଶର ଅନ୍ୟତମ ପ୍ରମୁଖ […]

  • Saturday, 17 July 2021
labour union leader
ରାତି ଅଧରେ ଘରେ ପଶି ଶ୍ରମିକ ନେତାଙ୍କୁ ପିଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର : ରାତି ଅଧରେ ଘରେ ପଶି ଶ୍ରମିକ ନେତାଙ୍କୁ ପିଟିଲେ ଦୁବୃର୍ତ୍ତ। ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ରାଜଧାନୀ ଭୁବନେଶ୍ୱରରେ। ପାରାଦୀପ ଡକ୍ ଏଣ୍ଡ କନଷ୍ଟ୍ରକସନ ୟୁନିୟନ ସଂପାଦକ ଜତିକାନ୍ତ ବେହେରାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଜତିକାନ୍ତଙ୍କ କଳାରାହାଙ୍ଗ ଘରେ ପଶି ୭ରୁ ୮ ଜଣ ଦୁବୃର୍ତ୍ତ ଛୁରି ଓ ରଡ୍‌ରେ ଆକ୍ରମଣ କରିଛନ୍ତି। ଜତିକାନ୍ତ ଏବଂ ତାଙ୍କ ପୁଅକୁ ନିର୍ଧୁମ ପିଟି […]

  • Saturday, 17 July 2021
rape--
୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସଂପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ

ମୟୂରଭଞ୍ଜ : ମୟୂରଭଞ୍ଜରେ ଲଜ୍ଜା। ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟକାଣ୍ଡ। ୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇଯିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଶିଶୁର ପରିବାର ଲୋକେ। ପରିବାର ଲୋକଙ୍କ ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ଅଭିଯୁକ୍ତ […]

  • Saturday, 17 July 2021
encounter
ଛତିଶଗଡ଼ ପୁଲିସ୍‌କୁ ବଡ଼ ସଫଳତା ; ଏନ୍‌କାଉଣ୍ଟରରେ ୪ ନକ୍ସଲ ନିପାତ, ମାରଣାସ୍ତ୍ର ଜବତ

ମାଲକାନଗିରି ( ଜିତେନ୍ଦ୍ର ବେଉରା) : ଛତିଶଗଡ଼ ପୁଲିସ୍‌କୁ ବଡ଼ ସଫଳତା। ଛତିଶଗଡ଼ ଧମତାରୀ ଜିଲ୍ଲା କଳହରି ଜଙ୍ଗଲରେ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡ଼ିଛି। ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା  ପୁଲିସର STF ଟିମ୍। ତେବେ ଏହି ସମୟରେ ପୁଲିସ୍ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ। ଯାହାର କଡ଼ା ଜବାବ ଦେଇଥିଲା ଫୋର୍ସ। ଘଟଣାସ୍ଥଳରେ ବହୁ […]

  • Saturday, 17 July 2021
haning
ଝୁଳନ୍ତା ଅବସ୍ଥାରେ ମିଳିଲା ନବବଧୂଙ୍କ ମୃତଦେହ

କଳାହାଣ୍ଡି ( ରାଜ କୁମାର ସିଂହଦେଓ ): ବିବାହର ୩ ମାସ ନପୁରୁଣୁ ଝୁଲନ୍ତା ଅବସ୍ଥାରେ ମିଳିଲା ନବ ବିବାହିତାଙ୍କ ମୃତଦେହ। ଭବାନୀପାଟଣା ସଦର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଯୌତୁକ ପାଇଁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ କରଲାସୋଡ଼ା ଗାଁର ବେଣୁଧର ରଣାଙ୍କ ପୁଅ ଜିତେନ୍ଦ୍ର ସହ ବରଗାଁର ଭାଗ୍ୟବାନ ରଣାଙ୍କ ଝିଅ ସହିତ ଗତ ମାର୍ଚ୍ଚରେ ବିବାହ ହୋଇଥିଲା। ତେବେ ବିବାହ ପର […]

  • Saturday, 17 July 2021
soraj meher
ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ପାଟଣାଗଡ଼ରେ ଜଣେ ଜେଇଙ୍କୁ ଉଠ୍‌ବସ୍ ମାମଲାରେ ଫସିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍‌। ୨୫ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ। ଉଲ୍ଲେଖନୀୟ ଯେ,ଗତ ୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ଗତ ୧ ତାରିଖରେ ସତ୍ୟପାଠ ଦାଖଲ ପାଇଁ ଉଭୟ ଜେଇ ଏବଂ ତାଙ୍କ […]

  • Saturday, 17 July 2021
mother burn
ନୃଶଂସ ପୁଅ ; ମା’କୁ ଜିଅନ୍ତା ଜାଳିଦେଲା

ପାଟଣାଗଡ଼ ( ବଂଶୀଧର ସେଠ୍‌ ) : ନୃଶଂସତାର ସବୁ ସୀମା ଟପିଗଲା ପୁଅ। ସାମାନ୍ୟ କଥାରେ ବଚସାକୁ ନେଇ ବାପାକୁ ଠେଙ୍ଗାରେ ପିଟିଲା ଆଉ ୭୫ ବର୍ଷୀୟା ଶଯ୍ୟାଶାୟୀ ମାଆକୁ ଜିଅନ୍ତା ଜାଳିଦେଲା। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ରାତବାହାଲ ଗାଁରେ ଆଜି ସକାଳୁ ଏହି ଦୁଃଖଦ ଘଟଣା ଘଟିଛି। କୌଣସି କାରଣକୁ ନେଇ ବାପା ଋଷି ଖର୍ସେଲଙ୍କ ସହ ପୁଅ ସନ୍ତୋଷ ଖର୍ସେଲର ବଚସା ହୋଇଥିଲା। ଏହାପରେ ବାପାକୁ ଜଘନ୍ୟ ଭାବେ ଠେଙ୍ଗାରେ ଆକ୍ରମଣ […]

  • Saturday, 17 July 2021
patent
ରାସ୍ତା ଖରାପ ଯୋଗୁ ଆସିପାରିଲାନି ଗାଡ଼ି ; ଖଟିଆରେ ୨ କି.ମି. ବୁହା ହେଲେ ରୋଗୀ

ନୂଆପଡ଼ା( ମାୟାଧର ସରାଫ୍‌) : ରାସ୍ତା ଖରାପ ଯୋଗୁ ଆସିପାରିଲାନି ଗାଡ଼ି। ଖଟିଆରେ ବୁହାହେଲେ ରୋଗୀ। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍‌ ବାଗପଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଗମନାଗମନ ପାଇଁ ଗାଁକୁ ଅଛି ଗୋଟିଏ ମାତ୍ର ମାଟି ରାସ୍ତା। ତେବେ ପ୍ରବଳ ବର୍ଷା ଯୋଗୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା। ତେଣୁ ଅସୁସ୍ଥ ହୋଇପଡିଥିବା ଗାଁର ଧନେଶ୍ୱର ମାଝି ନାମକ ଜଣେ ରୋଗୀଙ୍କୁ ଖଟିଆରେ ବୋହିନେଇଥିଲେ ଲୋକେ। କାଦୁଅ ପଚ ପଚ ରାସ୍ତାରେ […]

  • Saturday, 17 July 2021
DAMAGED SCHOOL ROOM
ଏବେବି ସଜଡ଼ା ହୋଇନି ଭାଙ୍ଗିଯାଇଥିବା ଶ୍ରେଣୀଗୃହ

ବାଙ୍କୀ( ସଞ୍ଜିପ୍‌ କୁମାର ନାୟକ) :  ଉଜୁଡ଼ା ରୂପ, ଅସଜଡ଼ା ଭିତ୍ତିଭୂମି। ପ୍ରଳଙ୍କକାରୀ ବାତ୍ୟା ଫୋନିକୁ ୨ ମାସ ବିତିଯାଇଥିଲେବି ଅଣ୍ଟା ସଳଖି ଛିଡା ହୋଇପାରୁନି କଟକ ଜିଲ୍ଲା ବାଙ୍କୀ-ଡମପଡ଼ା ଢୋଲକାଠ ପ୍ରାଥମିକ ବିଦ୍ୟାଳୟ। ବାତ୍ୟା ଫୋନିର ପବନ ମାଡ଼ରେ ଏଣେତେଣେ ପଡିରହିଛି ଶ୍ରେଣୀଘରର ଆଜବେଷ୍ଟସ ସହ ଇଟାପଥର। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଗାଁ ମଝିରେ ଥିବା କୋଠଘର ବାରଣ୍ଡା ପାଲଟିଛି ଅସ୍ଥାୟୀ ସ୍କୁଲର ଠିକଣା। ସେପଟେ ଚକାପଦା ପ୍ରାଥମିକ ବିଦ୍ୟାଳୟର ବି ସମାନ ଅବସ୍ଥା। ବାତ୍ୟା […]

  • Saturday, 17 July 2021
binika
ଲଗାଣ ବର୍ଷାରେ ପୋଲ ଉପରେ ଆଣ୍ଠୁଏ ଲେଖାଏଁ ପାଣି , ଯାତାୟାତ ବନ୍ଦ

ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ଆରଡି ରାସ୍ତାର ପୋଲ ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ଉଲ୍ଲେଖନୀୟ ଯେ ,ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ପୋଲ ଉପରେ ପାଣି ଜମି ରହୁଛି। ଏହି ରାସ୍ତା ଦେଇ ଶହ ଶହ ଲୋକ ଯିବା ଆସିବା କରୁଥିବାବେଳେ ଅନେକ ଦାବି ସତ୍ତ୍ୱେ ପୋଲଟିଏ ହୋଇପାରୁନି। ଫଳରେ ପ୍ରତିବର୍ଷ […]

  • Saturday, 17 July 2021
mbbs
MBBS ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠୁ ନାମଲେଖା

ଭୁବନେଶ୍ୱର :  ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠୁ ନାମଲେଖା ଆରମ୍ଭ ହେବ। ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୋଟାରେ ଥିବା ୧୨ ଶହ ୧୯ ସିଟ୍‌ରୁ ୧୧ ଶହ ୬୪ ଜଣଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି। ଓଜେଇଇ ପକ୍ଷରୁ ଏହି ସିଟ୍ ଆଲଟମେଣ୍ଟ କରାଯାଇଛି। ଆଜି ପ୍ରଥମ ଦିନରେ କଟକ ଏସ୍‌ସିବି ମେଡିକାଲ କଲେଜ ପାଇଁ ପ୍ରୋଭିଜିନାଲ ଆଡମିସନ୍ ଭୁବନେଶ୍ୱର ଓଜେଇଇଙ୍କ କାର୍ଯ୍ୟାଳୟରେ କରାଯିବ।

  • Saturday, 17 July 2021
rain
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ; ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ ବର୍ଷା। ବିଶେଷ କରି କଳାହାଣ୍ଡି, ଗଂଜାମ, ପୁରୀ, ବରଗଡ଼, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ନବରଙ୍ଗପୁର, କୋରାପୁଟ, ଗଜପତି, କନ୍ଧମାଳ, ଯାଜପୁର, କଟକ, ଢେଙ୍କାନାଳ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୌସୁମୀ ପ୍ରବାହ ବୃଦ୍ଧି ସହ ଉଚ୍ଚ […]

  • Saturday, 17 July 2021
raining
ବର୍ଷାରେ ବେହାଲ ଟ୍ୱିନ୍‌ସିଟି

କଟକ/ଭୁବନେଶ୍ୱର  : ବର୍ଷାରେ ବେହାଲ ଟ୍ୱିନ୍‌ସିଟି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଜନଜୀବନ ପ୍ରଭାବିତ। ଗତକାଲି ସନ୍ଧ୍ୟାରେ କଟକ ସହରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷକରି ବାଦାମବାଡ଼ି, ରକ୍ସି ଲେନ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡ୍ରେନ୍ ସଫେଇ ଅଭାବ ଓ ଜାଇକା କାମ ଶେଷ ହୋଇନଥିବାରୁ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। […]

  • Saturday, 17 July 2021
TWIN BABY
ଯୋଡ଼ାଶିଶୁ ଆଖି ବୁଜିଲେ

କଟକ : କଟକ ଶିଶୁ ଭବନରେ ଚିକିତ୍ସାଧୀନ ଯୋଡ଼ା ଶିଶୁ ଶେଷରେ ଆଖି ବୁଜିଛନ୍ତି। ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ଡ. ସରୋଜ କୁମାର ଶତପଥୀ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳା ଗତ ୧ ତାରିଖରେ ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। […]

  • Saturday, 17 July 2021
madua
ମଦୁଆମାନେ ସାବାଡ଼୍‌ ହେବେ ! ବୁଲୁଛି ‘ମଦୁଆ ଧରା ଗାଡ଼ି’

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ମଦୁଆ ଓ ନିଶାଖୋର ଲୋକଙ୍କୁ ଧରିବା ପାଇଁ ବୁଲୁଛି ‘ମଦୁଆ ଧରା ଗାଡ଼ି’। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଏପରି ବ୍ୟବସ୍ଥା ଦେବଗଡ଼ ପୌରାଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ଏପରି ଏକ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଗତକାଲି ଓ ଆଜି ଦେବଗଡ଼ ପୌରାଞ୍ଚଳରେ ଦୁଇଟି ‘ମଦୁଆ ଧରା ଗାଡ଼ି’ ଘନଘନ ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ଯାହା ମଦୁଆ ଓ ମାତାଲିଙ୍କ ହୋସ୍‌ ଉଡାଇ ଦେଇଛି। ପର୍ବ ପର୍ବାଣୀ ସମୟରେ ମଦୁଆମାନେ […]

  • Saturday, 17 July 2021
bjp
ଆସନ୍ତାକାଲିଠୁ ବିଜେପିର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ, ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେଉଛି। ଓଡ଼ିଶାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଏକାମ୍ର କଲେଜ ସମ୍ମୁଖସ୍ଥିତ ଗୋଖିବାବା କଲ୍ୟାଣମଣ୍ଡପଠାରେ ଆସନ୍ତାକାଲି ଅପରାହ୍ନ ୩ଟାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ। […]

  • Saturday, 17 July 2021
otv
ଓଟିଭି : ଓଡ଼ିଶାର ନମ୍ବର-୧ ଡିଜିଟାଲ ପ୍ଲାଟଫର୍ମ, ୟୁଟ୍ୟୁବରେ ୨ ଓ ଫେସବୁକରେ ୧ ମିଲିୟନ ଫଲୋଅର

ଭୁବନେଶ୍ୱର : ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ‘ଓଟିଭି’, ଡିଜିଟାଲ ଜଗତରେ ମଧ୍ୟ ଏହାର ଅପୂର୍ବ ସଫଳତା ଜାହିର କରିଛି। ସୋସିଆଲ୍ ମିଡିଆର ସବୁ ପ୍ଲାଟଫର୍ମରେ ଏହା ରାଜ୍ୟର ସମସ୍ତ ନ୍ୟୁଜ ଚ୍ୟାନେଲ, ଗଣମାଧ୍ୟମ ସଂସ୍ଥା, ଖବରକାଗଜ ଓ ଅନ୍ୟ ନ୍ୟୁଜ ସଂସ୍ଥାକୁ ଟପିଯାଇଛି। ଗତ ୨୨ ବର୍ଷ ଧରି ଓଡିଶା ଟେଲିଭିଜନ ଲିମିଟେଡ (ଓଟିଭି) ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ଭାବେ ଓଡ଼ିଶାବାସୀଙ୍କର ବିଶ୍ୱାସ ଜିତି ଆସିଛି। ଟେଲିଭିଜନ ସହିତ, ଏହା ଡିଜିଟାଲ ମିଡିଆରେ ବି […]

  • Saturday, 17 July 2021
college faculty
ଏଣିକି ୭ଘଣ୍ଟିଆ ଡ୍ୟୁଟି କରିବାକୁ ଅଧ୍ୟାପକ ଓ ପ୍ରିନ୍ସିପାଲ ବାଧ୍ୟ

ଭୁବନେଶ୍ୱର  : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର୍ଯ୍ୟଦିବସରେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନକଲେ ତାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର […]

  • Saturday, 17 July 2021
Inside pictures of Puri Jagannath Temple go viral again
ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବେ ଏଏସ୍‌ଆଇ

ପୁରୀ : ଶ୍ରୀମନ୍ଦିରର ଗର୍ଭଗୃହକୁ ତନ୍ନତନ୍ନ କରି ଯାଞ୍ଚ କରିବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) କର୍ତ୍ତୃପକ୍ଷ। ଶ୍ରୀଜିଉମାନେ ଏବେ ମନ୍ଦିର ବାହାରେ ଥିବାରୁ ଏହି ସମୟରେ ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, କରବେଲ୍‌ ଓ ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ଆସନ୍ତାକାଲି ଏସବୁର ଯାଞ୍ଚ କରିବେ ଏଏସ୍‌ଆଇର ଅଧିକାରୀ ଓ କୋର୍ କମିଟି ସଦସ୍ୟ। ବିଶେଷ କରି ଗର୍ଭଗୃହରେ ବାୟୁ […]

  • Saturday, 17 July 2021
patakura
ପାଟକୁରା ଲଢ଼େଇକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ପାଟକୁରାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ତେବେ ନିର୍ବାଚନ ପରେ ବିଜେଡି ଓ ବିଜେପି ପରସ୍ପରର ନିକଟତର ହେଉଥିବାରୁ ପାଟକୁରା ଲଢ଼େଇକୁ ନେଇ ଏବେ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ଦୁଇ ଦଳକୁ ଛିଗୁଲାଇ ଉଭୟ ଗୋଟିଏ କଏନ୍‌ର ହେଡ୍ ଓ ଟେଲ୍ ବୋଲି କହିବାକୁ ପଛାଇ ନାହିଁ। ତୃତୀୟ ଥର ପାଇଁ ପାଟକୁରା ନିର୍ବାଚନର ତାରିଖ […]

  • Saturday, 17 July 2021
twin son dkl
ବିଗୁଡ଼ୁଛି କଟକ ଶିଶୁଭବନରେ ଯୋଡ଼ା ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା

କଟକ : କଟକ ଶିଶୁଭବନରେ ଚିକିତ୍ସିତ ଢେଙ୍କାନାଳର ଯୋଡ଼ା ଶରୀର ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଦୁଇ ଶିଶୁ ଖାଦ୍ୟ ଗ୍ରହଣ କରି ନ ଥିବା ଡାକ୍ତରଙ୍କ ସୂତ୍ରରୁ ଖବର ମିଳିଛି। ପୂର୍ବ ପରୀକ୍ଷାରୁ ଦୁଇ ଶିଶୁଙ୍କର ଗୋଟିଏ ହୃଦୟ ଥିବା ନେଇ ସ୍ପଷ୍ଟ ହୋଇଥିଲା।  ୩ ଦିନ ହେବ ଶିଶୁ ଭବନରେ ଏହି ଯୋଡ଼ାଶରୀର ଶିଶୁ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏଯାଏଁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନି। […]

  • Saturday, 17 July 2021
mastermind
ଧରାପଡ଼ିଲା ଅପହରଣ ନାଟକ ରଚିଥିବା ମାଷ୍ଟରମାଇଣ୍ଡ

ସମ୍ୱଲପୁର (ସଞ୍ଜୟ ଜେନା): ଅପହରଣର ନାଟକ ରଚିଥିଲେ ଜଣେ ବ୍ୟବସାୟୀ। ଆଉ ଋଣ ଟଙ୍କା ଶୁଝିବା ପାଇଁ ପତ୍ନୀଙ୍କ ପାଖକୁ ଫୋନ୍‌ କରାଇ ନିଜ ଜାଲରେ ନିଜେ ପଡ଼ିଯାଇଥିଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାଷ୍ଟରମାଇଣ୍ଡଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରେ ରହୁଥିବା ଆଦର୍ଶ ଘୋଷ ଜଣେ ବ୍ୟବସାୟୀ। କିନ୍ତୁ ନିଶା ତାଙ୍କର ଜୁଆ […]

  • Saturday, 17 July 2021
water logging
ଅସରାଏ ପାଣିରେ ବେହାଲ ରାଜଧାନୀ; ଅନେକ ସ୍ଥାନ ପାଲଟିଛି ଜଳାଶୟ

ଭୁବନେଶ୍ୱର :  ଅସରାଏ ପାଣିରେ ବେହାଲ ରାଜଧାନୀ ଭୁବନେଶ୍ୱର।  ପଦାରେ ପଡିଛି ସ୍ମାର୍ଟ ସିଟିର ଅସଲ ଚିତ୍ର। ଆଜି ଅସରାଏ ବର୍ଷାରେ ରାଜଧାନୀର ଅନେକ ସ୍ଥାନ ପାଲଟି ଯାଇଛି ଜଳାର୍ଣ୍ଣବ। ଖୋଦ୍‌ କମିଶନରେଟ୍‌ ପୁଲିସ ଅଫିସ ଆଗରେ ସୃଷ୍ଟି ହୋଇଛି ଜଳାଶୟ। ସେହିପରି ନୟାପଲ୍ଲୀ ବେହେରାସାହି, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି। ଏଥିପାଇଁ ସ୍କୁଲ ପିଲା ଠାରୁ ଆରମ୍ଭ କରି ରୋଗୀ, ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ […]

  • Saturday, 17 July 2021