• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

koraput
ଅବ୍ୟବସ୍ଥା ମଧ୍ୟରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ(ସୂର୍ଯ୍ୟ ପଣ୍ଡା/ଟି.ଗୌରୀଶଙ୍କର): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଦୀପ ଜାଳିବା ପାଇଁ କୋରାପୁଟରେ କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଏହା ଭିତରେ ଏହି ବିଶ୍ୱବିଦ୍ୟାଳୟକୁ ୧୦ ବର୍ଷ ପୂରିଲାଣି। ହେଲେ ଏବେବି ସମସ୍ୟା ଜାଲରୁ ମୁକୁଳି ପାରିନି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଟିଚିଙ୍ଗ ଷ୍ଟାଫ୍‌ ଓ ନନ୍‌ଟିଚିଙ୍ଗ ଷ୍ଟାଫ୍‌ ପଦବୀ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟର ଅତିଥି ଭବନରେ ଚାଲିଛି ପ୍ରଶାସନିକ ଭବନ। ଏପରି ସମସ୍ୟାକୁ ନେଇ କୋରାପୁଟ ସାଂସଦ […]

  • Saturday, 17 July 2021
bank account
ଉପଭୋକ୍ତାଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଗାଏବ

ଜୟପୁର( ଟି.ଗୌରୀଶଙ୍କର) : ଉପଭୋକ୍ତାଙ୍କ ଅଜାଣତରେ ଆକାଉଣ୍ଟରୁ ଗାଏବ ହୋଇଯାଇଛି ପ୍ରାୟ ୭୦ ହଜାର ଟଙ୍କା। ପୁଣି ଅନଲାଇନ୍ କାରବାରରେ। ଏଭଳି ଘଟଣା ଘଟିଛି ଜୟପୁର ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଜଣେ ଗ୍ରାହକଙ୍କ କ୍ଷେତ୍ରରେ। ସ୍ଥାନୀୟ ମାଦଳା ସାହିର ଶୁକ୍ରି ସାଆନ୍ତାଙ୍କ ଖାତାରେ ଚଳିତ ଜୁନ୍ ୧୪ ତାରିଖ ସୁଦ୍ଧା ୬୨ ହଜାର ୨ଶହ ୨୬ ଟଙ୍କା ଥିବା ବେଳେ ସେଥିରୁ କେହି ହ୍ୟାକର ଅନଲାଇନ୍ କାରବାର କରି ସମସ୍ତ ଟଙ୍କା ଗାଏବ କରି ଦେଇଛି। […]

  • Saturday, 17 July 2021
dkl
ବେଆଇନ୍ ଭାବେ ଚାଲିଥିବା ଗୁରୁକୁଳ ଆଶ୍ରମ ଉପରେ ଚଢ଼ଉ , ୬୨ ଶିଶୁ ଉଦ୍ଧାର

ଢେଙ୍କାନାଳ( ରାଜଶ୍ରୀ ଶତପଥୀ)  : ଢେଙ୍କାନାଳ ଇରିଙ୍ଗାଝରଣରେ ୬୨ ଶିଶୁ ଉଦ୍ଧାର। ବେଆଇନ ଭାବେ ଚାଲିଥିବା ଏକ ଗୁରୁକୁଳ ଆଶ୍ରମ ଉପରେ ଚଢଉ କରାଯାଇ ଶିଶୁମାନଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ କମିଟି। ଏମାନଙ୍କୁ ଢେଙ୍କାନାଳ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ୍‌କୁ ସ୍ଥାନାନ୍ତର କରାଯାଇଛି। ଗତ ୨ ତାରିଖରେ ଆଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ପରେ ଘଟଣା ସାମ୍ନାକୁ ଆସିଥିଲା। ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚରା ଯାଇ ତଦନ୍ତ କରାଯିବ […]

  • Saturday, 17 July 2021
dubai
ଦୁବାଇରେ ଫସିଛନ୍ତି ୧୮ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର : ଦୁବାଇରେ ଫସିଛନ୍ତି ୧୮ ଶ୍ରମିକ। ଗଞ୍ଜାମ ଜିଲ୍ଲାରୁ କାମ କରିବାକୁ ଯାଇ ଦୁବାଇରେ ଏମାନେ ଫସିରହିଥିବା ଜଣାପଡିଛି । ତେବେ ମାଲିକ ସେମାନଙ୍କୁ କାମ କରାଇ ପାରିଶ୍ରମିକ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକଗଣ। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାରୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ଏମାନେ। ଶ୍ରମିକଙ୍କ ଉଦ୍ଧାର ପାଇଁ ଶ୍ରମ କମିଶନରଙ୍କ ପାଖରେ ଗୁହାରି କରିଛନ୍ତି ପରିବାର ଲୋକେ। ସୂଚନା ମୁତାବକ, ଗଞ୍ଜାମ ଟିହାଣିଆ, ଉଜ୍ଜ୍ୱଳପୁର, ପଦିନାପଲ୍ଲୀ, ବାଣିଆରୁ , ଓସ୍ତପଡ଼ା, […]

  • Saturday, 17 July 2021
mla sowing seeds
ଜମିରେ ଧାନ ବୁଣୁଛନ୍ତି ପୂର୍ବତନ ବିଧାୟକ ଡମ୍ବୁରୁ ସୀସା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଭିନ୍ନ ରୂପରେ ପୂର୍ବତନ ବିଧାୟକ। ହାତରେ ଧାନ ବିହନ ଭର୍ତ୍ତି ବାଲ୍‌ଟି ଧରି ଚାଷ କାମରେ ଲାଗିଛନ୍ତି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ସୀସା। ମାଲକାନଗିରି ଜିଲ୍ଲାର ଉପାନ୍ତ ଖଇରପୁଟରେ ଜଣେ ସାଧାରଣ ଚାଷୀ ଭଳି ସେ ବିଲରେ ଧାନ ବୁଣୁଥିବା ଦେଖିବାକୁ ମିଳିଛି। ଚଳିତ ସାଧାରଣ ନିର୍ବାଚନରେ ଡମ୍ବରୁ ସୀସା ଟିକେଟ୍ ପାଇ ନଥିଲେ। ୨୦୧୪ ନିର୍ବାଚନରେ ବଣ୍ଡା ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ସେ ଚିତ୍ରକୋଣ୍ଡା ବିଧାନସଭା ଆସନରେ ବିଜ଼େଡି ଟିକେଟ୍‌ରେ […]

  • Saturday, 17 July 2021
sbi
କଲେଜ ପିଲାଙ୍କ ୟୁନିଫର୍ମ ପିନ୍ଧି ବ୍ୟାଙ୍କରେ ଡକାୟତି

ବାଲେଶ୍ୱର  : ବାଲେଶ୍ୱର ସଦର ବ୍ଲକ୍‌ ଶ୍ରୀରାମପୁର SBIରୁ ଡକାୟତି। ୬ ଜଣ ଡକାୟତ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। କଲେଜ ପିଲାଙ୍କ ୟୁନିଫର୍ମ ପିନ୍ଧି ଡକାୟତମାନେ ଆସିଥିବା ସୂଚନା ରହିଛି। ଲୁଟ୍‌ ପରେ ବାହାରୁ ତାଲା ପକାଇ ଡକାୟତମାନେ ଫେରାର୍ ହୋଇଯାଇଛନ୍ତି। ସେମାନେ ବ୍ୟାଙ୍କରେ ଛାଡ଼ି ଯାଇଥିବା ୪ଟି ଅଫୁଟା ବୋମା ଠାବ କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Saturday, 17 July 2021
jail nilagiri
ନୀଳଗିରି ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ

ନୀଳଗିରି  : ବାଲେଶ୍ୱର ନୀଳଗିରି ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ କଏଦୀ ହେଉଛନ୍ତି ନୀଳଗିରି ନୂଆସାହି ଅଞ୍ଚଳର ପାଗୁଲୁ ଖଣ୍ଡେଇ। ଉଲ୍ଲେଖନୀୟ ଯେ, ଗତ ୮ ତାରିଖରେ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତି କରିଥିଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

  • Saturday, 17 July 2021
accident--9
ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୭ ଆହତ

ନୀଳଗିରି (ବିଶ୍ୱମ୍ବର ଦାସ):  ସେରଗଡ଼-ଉଦଳା ରାସ୍ତାର କଡ଼ମ୍ବସାହି ନିକଟ ପାନବରଜ ଛକରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ସାତ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଗୁରୁବାରୀ ସିଂହ ଓ ମିନତୀ ସିଂହ। ସମସ୍ତ ଆହତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଶ୍ରମିକ ଓ ସେମାନେ ଏକ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିଲେ। ଆଜି ସକାଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ଏକ ମିକ୍ସଚର […]

  • Saturday, 17 July 2021
puri rape
ପୁରୀ ନାବାଳିକା ଦୁଷ୍କର୍ମ ମାମଲା ; ୪ରୁ ୫ ଦିନ ମଧ୍ୟରେ ଦାଖଲ ହେବ ମାମଲାର ଚାର୍ଜସିଟ୍

ପୁରୀ (  ମଧୁସୂଦନ ମିଶ୍ର ) : ରଥଯାତ୍ରା ଦେଖିବାକୁ କେନ୍ଦୁଝରରୁ ପୁରୀ ଆସିଥିବା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିଛି ପୁଲିସ। ଘଟଣାର ଅଭିଯୁକ୍ତ ବସ୍ ହେଲପରକୁ ଗିରଫ ପରେ ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଛି।   ଆସନ୍ତା ୪ରୁ ୫ ଦିନ ଭିତରେ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ ହେବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ତାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତାଙ୍କୁ ୨୦ ହଜାର ଟଙ୍କା […]

  • Saturday, 17 July 2021
guest house
ଗେଷ୍ଟହାଉସ୍‌ରେ ୨ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଜଳେଶ୍ୱର (ଅଜିତ୍‌ ଦାସ୍‌) :  ଗେଷ୍ଟହାଉସ୍‌ରେ ୨ଜଣ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ତାଳସାରି ମେରାଇନ୍ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ୩ ଜଣ ଦୁର୍ବୃତ୍ତ କୋଲକତାରୁ ୨ ଜଣ ଯୁବତୀଙ୍କୁ ଆଣି ବାଲେଶ୍ୱରର ଏକ ଗେଷ୍ଟ ହାଉସ୍‌ରେ ରଖି ସେମାନଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗେଷ୍ଟ ହାଉସ୍ ବାହାରେ ଯୁବତୀ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଯୁବତୀଙ୍କୁ ପୁଲିସ ଜିମା ଦେବା ପରେ […]

  • Saturday, 17 July 2021
protest cancel
କ୍ୟାପିଟାଲ ହସ୍ପିଟାଲ ଉତ୍ତେଜନା ଥମିଲା

ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ଜଣେ ଆଟେଣ୍ଡାଣ୍ଟଙ୍କ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ନିର୍ଦ୍ଦେଶକଙ୍କ ତଦନ୍ତ ପ୍ରତିଶ୍ରୁତି ପରେ ସ୍ଥିତି ଶାନ୍ତ ପଡିଛି। ସାତ ଦିନ ମଧ୍ୟରେ ତଦନ୍ତ କରି ଦାୟୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରତ ଆଟେଣ୍ଡାଣ୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ SNCUର ଆଟେଣ୍ଡାଣ୍ଟ ଅନୁପମା ନାୟକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ […]

  • Saturday, 17 July 2021
vigilance raid
ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଆଙ୍କରୋଡ଼ା ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଉଷାନ୍ତଙ୍କ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରସ୍ଥିତ ଘର, ପୈତୃକ ଗାଁ ଦିଗପହଣ୍ଡି ନିକଟସ୍ଥ ନବରଙ୍ଗପୁର ଗାଁ ଘର, ଦିଗପହଣ୍ଡିସ୍ଥିତ ଗ୍ୟାରେଜ, ରାଜପୁର ଗ୍ରାମ ସ୍ଥିତ ଘର ଓ ପଞ୍ଚାୟତ ଅଫିସ୍ ସହ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଉଷାନ୍ତ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ଥିଲେ। […]

  • Saturday, 17 July 2021
rain
୧୪ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ଅନ୍ୟ ସ୍ଥାନ ଗୁଡିକ ତୁଳନାରେ ସମ୍ପୂର୍ଣ୍ଣ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିହାର ଓ ପୂର୍ବ ଉତ୍ତରପ୍ରଦେଶ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ପ୍ରଭାବରେ ଆସନ୍ତା ୧୪ ତାରିଖ […]

  • Saturday, 17 July 2021
capital hospital attendant protest
ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ ଚାମ୍ବର ଆଗରେ ମୃତଦେହ ରଖି ଆଟେଣ୍ଡାଣ୍ଟଙ୍କ ଧାରଣା। ଅଭିଯୋଗ ଅନୁସାରେ, କାଲି ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ SNCUର ଆଟେଣ୍ଡାଣ୍ଟ ଅନୁପମା ନାୟକଙ୍କ ଦେହ ଅସୁସ୍ଥ ହେବାରୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଧୀରେ ଧୀରେ ବିଗିଡ଼ିଥିଲେ ମଧ୍ୟ ଆଇସିୟୁ ମିଳିନଥିଲା। ଫଳରେ ଅନୁପମାଙ୍କର ଠିକ୍ ଭାବେ ଚିକିତ୍ସା କରାଯାଇନଥିବାରୁ ମୃତ୍ୟୁ ହୋଇଥିବା ଅନ୍ୟ ଆଟେଣ୍ଡାଣ୍ଟ ମାନେ ଅଭିଯୋଗ କରିଛନ୍ତି। […]

  • Saturday, 17 July 2021
train driver
ମାନବିକତା ଦେଖାଇଲେ ଟ୍ରେନ୍ ଡ୍ରାଇଭର ; ଟ୍ରେନ୍ ଅଟକାଇ ଆହତଙ୍କୁ ମେଡିକାଲ ପଠାଇଲେ

ବାରିପଦା  : ମାନବିକତା ଦେଖାଇଲେ ଟ୍ରେନ୍ ଡ୍ରାଇଭର। ଟ୍ରେନ୍ ଅଟକାଇଲେ ଏବଂ ଆହତଙ୍କୁ ଉଠାଇ ଆଣି ଡାକ୍ତରଖାନା ପଠାଇଲେ। ଆଜି ବାରିପଦା ସହରରେ ଥିବା ଭଞ୍ଜପୁର ଷ୍ଟେସନରୁ ଭୋର ୩ଟା ୧୫ ମିନିଟ୍ ରେ ବାରିପଦା-ବାଲେଶ୍ୱର ଡି.ଏମ୍.ୟୁ ଟ୍ରେନ୍‌ଟି ବାରିପଦା ଷ୍ଟେସନ ଆସୁଥିବା ବେଳେ ଚିତ୍ତ ରଞ୍ଜନ ହାତୀ ନାମକ ଜଣେ ବ୍ୟକ୍ତି ଟ୍ରେନ୍ ହାବୁଡରେ ପଡିଯାଇଥିଲେ। ତେବେ ଟ୍ରେନ୍ ଡ୍ରାଇଭର ଜାଣିପାରି ଟ୍ରେନ୍‌ଟିକୁ ଅଟକାଇ ଆହତ ଚିତ୍ତଙ୍କୁ ଉଦ୍ଧାର କରିଥିଲେ। ଟ୍ରେନ୍‌ରେ ତାଙ୍କୁ ବାରିପଦା ଷ୍ଟେସନକୁ […]

  • Saturday, 17 July 2021
road strike
ମଣ୍ଡିରେ ଧାନ କିଣାଯାଉନଥିବାରୁ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି  : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ। ମଣ୍ଡିରେ ଧାନ କିଣାଯାଉନଥିବାରୁ ଚାଷୀମାନେ ଆଜି ସକାଳୁ ଝାରକୁଣ୍ଡାମାଳି ଛକରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଶହ ଶହ ଚାଷୀ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭ କରିଛନ୍ତି। ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି। ଉଭୟ ପଟରେ ବହୁ ଗାଡ଼ି ଅଟକି ରହିଛି। ମଣ୍ଡିରେ ରବି ଧାନ ବିକ୍ରି ନହୋଇ ପଡିଥିବାବେଳେ ପ୍ରଶାସନ […]

  • Saturday, 17 July 2021
accident
ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢ଼ିଗଲା ସ୍କର୍ପିଓ

କୋଣାର୍କ( ସଂଜୟ ପତି) : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ର ଲିଆଖିଆ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଜଣକ ହେଲେ ପୁରୀ ତଳ ମାଳିସାହିର ଉମାଶଙ୍କର ରାୟ। ଉମାଶଙ୍କର ଓ ଯୁବତୀ ଜଣକ କୋଣାର୍କ ବୁଲି ଦେଖିବା ପରେ ବାଇକ୍‌ରେ ପୁରୀକୁ ଫେରୁଥିଲେ। ଲିଆଖିଆ ପାଖରେ ପୁରୀ ଆଡୁ ଯାଉଥିବା ଗୋଟିଏ ସ୍କର୍ପିଓ […]

  • Saturday, 17 July 2021
sura raoutray
ପୁରୀ ନାବାଳିକା ଦୁଷ୍କର୍ମକୁ ନେଇ ଜୋର ଧରିଲା ରାଜନୀତି, ଏତେ ସୁରକ୍ଷା ସତ୍ତ୍ୱେ କିପରି ଘଟିଲା ଏହି ଘଟଣା ?

ଭୁବନେଶ୍ୱର : ପୁରୀ ନାବାଳିକା ଦୁଷ୍କର୍ମକୁ ନେଇ ଜୋର ଧରିଲା ରାଜନୀତି। ୧୦ ହଜାର ପୁଲିସ, ପୁରା ପ୍ରଶାସନ ପୁରୀରେ ଥିବା ସତ୍ତ୍ୱେ ଏତେ ବଡ଼ ଘଟଣା କିପରି ଘଟିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ପୁରୀ ଘଟଣାରେ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଦୁଷ୍କର୍ମ ସଂଖ୍ୟା ରାଜ୍ୟରେ […]

  • Saturday, 17 July 2021
accident in raygara
ଓଭରବ୍ରିଜ୍ ତଳେ ଶୋଇଥିବା ପିଲାଙ୍କ ଉପରେ ମାଡ଼ିଗଲା ଗାଡ଼ି

ରାୟଗଡ଼ା( ମନୋଜ ପାତ୍ର) : ରାୟଗଡ଼ାରେ ହିଟ୍ ଆଣ୍ଡ ରନ୍। ଓଭରବ୍ରିଜ୍ ତଳେ ଶୋଇଥିବା ବୁଲା ବିକାଳିଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି। ଏଥିରେ ୨ ଜଣ ଖେଳଣା ବିକାଳି ବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଖେଳଣା ବିକାଳି ବାଳକ ଓଭରବ୍ରିଜ୍ ତଳେ ଶୋଇଥିବାବେଳେ ଭୋର୍ ସମୟରେ ଏକ ଅଜଣା ଗାଡ଼ି ଦ୍ରୁତଗତିରେ ଆସି ପିଲାଙ୍କ ଗୋଡ଼ ଉପରେ ମାଡ଼ିଯାଇଥିଲା। ସଂପୃକ୍ତ ୨ ଜଣ ବାଳକଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

  • Saturday, 17 July 2021
hirakuda
ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

ସମ୍ୱଲପୁର : ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବଢିଲା ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ତେବେ ଲଗାଣ ବର୍ଷା ପାଇଁ ଏବେ ଜଳସ୍ତର ୬୦୦.୫୪ ଫୁଟ୍ ଉପରେ ରହିଥିବା ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକଙ୍କ ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ବର୍ଷା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଚଳିତ ମାସ ଶେଷ ସପ୍ତାହରେ ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।

  • Saturday, 17 July 2021
bike
ଆକ୍ସନ୍ ମୁଡ୍‌ରେ ବାଲେଶ୍ୱର ଟ୍ରାଫିକ୍‌ ପୁଲିସ୍

ବାଲେଶ୍ୱର: ବାଇକ୍‌ରେ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପ୍ ଲଗାଇଛନ୍ତି କି ? ନମ୍ବର ପ୍ଲେଟ୍ ଆରଟିଓ ନିୟମ ଅନୁସାରେ ନାହିଁ କି ? ଯଦି ହଁ, ତେବେ ହୁସିଆର୍। କାରଣ ଏବେ ବାଲେଶ୍ୱର ଟ୍ରାଫିକ୍ ପୁଲିସ୍ ଏନେଇ କଡ଼ାକଡ଼ି ନିୟମ କରିଛି। ଗତକାଲି ବାଲେଶ୍ୱର ଟ୍ରାଫିକ୍‌ ଥାନା ପକ୍ଷରୁ  ବିଭିନ୍ନ ସ୍ଥାନରେ  ଚଢ଼ଉ କରାଯାଇ  ୭୦ଟି ମୋଟର ସାଇକେଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପକୁ ଜବତ କରାଯାଇଛି। ଏହାସହ ୫ଶହରୁ ଅଧିକ ଅତିରଞ୍ଜିତ କରି […]

  • Saturday, 17 July 2021
amerika
ଆମେରିକାରେ ‘ଓସା’ର ବାର୍ଷିକ ସମ୍ମିଳନୀ ଏବଂ ଓଡ଼ିଆ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର : ଆମେରିକାର ନ୍ୟୁଜର୍ସି ରାଜ୍ୟର ଆଟଲାଣ୍ଟିକ୍‌ ସିଟିରେ ପ୍ରବାସୀ ଓଡ଼ିଆ ସଙ୍ଗଠନ (ଓସା) ୫୦ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଣ୍ଡିତ ହରିପ୍ରସାଦ ଚୌରାସିଆ ଏବଂ ଡ.ଭଗବାନ ପ୍ରକାଶ ଯୋଗ ଦେଇଥିଲେ।  ୩ ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ ସମାରୋହରେ ଆମେରିକା ଏବଂ କାନାଡ଼ାରେ ରହୁଥିବା ୧ ହଜାର ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ। ଏହି ଅବସରରେ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନେଇ ନୃତ୍ୟ, ସଂଗୀତ, ନାଟକ ସହ […]

  • Saturday, 17 July 2021
hicourt
ରାଜ୍ୟରେ କାର୍ଯ୍ୟକାରୀ ହେଲା-ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯

ଭୁବନେଶ୍ୱର : ସାକ୍ଷୀଙ୍କୁ ମିଳିବ ସୁରକ୍ଷା। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଏଣିକି ଦିଆଯିବ ସୁରକ୍ଷା। ଏଥିପାଇଁ ଉଦ୍ଦିଷ୍ଟ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସାକ୍ଷୀ ସୁରକ୍ଷା ଯୋଜନାକୁ  କାର୍ଯ୍ୟକାରୀ କରିବା ଲାଗି ସୁପ୍ରିମକୋର୍ଟ ଗତବର୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁସାରେ, ଗତ ଜୁଲାଇ ୬ ତାରିଖରେ ଓଡ଼ିଶା ସରକାର ଗେଜେଟ୍ ନୋଟିଫିକେସନ୍ […]

  • Saturday, 17 July 2021
bus accident
ବାଇକ୍‌-ବସ୍ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ଦୁଇ ମୃତ

ଦେବଗଡ଼(ସିଦ୍ଧାର୍ଥ ଗୁରୁ) : ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ନମ୍ୱର ଜାତୀୟ ରାଜପଥରେ ଏକ ବସ୍‌ ବାଇକକୁ ଧକ୍କା ଦେବାରୁ ଜଣେ କଲେଜ ଛାତ୍ରୀଙ୍କ ସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସନ୍ତୋଷ ପ୍ରଧାନ(୨୦) ଓ ସୀମାରେଖା ବିଶ୍ୱାଳ। ସେମାନଙ୍କ ଘର ବାଘିଆବନ୍ଧ ଗାଁରେ। ସୀମାରେଖା ଦେବଗଡ଼ କଲେଜରେ ଯୁକ୍ତ ୨ ଶ୍ରେଣୀର ଛାତ୍ରୀ ଥିଲେ। ଆଜି ସକାଳ ପ୍ରାୟ ୭ଟା ବେଳେ ସନ୍ତୋଷ ଓ ସୀମାରେଖା ଏକ ବାଇକ୍‌ରେ  ଦେବଗଡ଼ […]

  • Saturday, 17 July 2021
gunigaredi
ଗୁଣି ଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ନିର୍ଯାତନା

ନବରଙ୍ଗପୁର(ନବଘନ ବିଷୋୟୀ)  : ଗୁଣିଗାରେଡ଼ି ସନ୍ଦେହରେ ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡାଇଲେ ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ବାଘସିଉନି ପଂଚାୟତ ନୂଆଗଡ଼ ଗାଁରୁ। ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଗାଁର କିଛି ଲୋକଙ୍କ ଗାଈ, ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ତେବେ ଗୁଣି ଗାରେଡ଼ି ସନ୍ଦେହରେ ଏଭଳି ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଗାଁର ବନମାଳୀ ଜାନି ନାମଙ୍କ ଜଣେ ବ୍ୟକ୍ତିଙ୍କ ପରିବାରକୁ ଟାର୍ଗେଟ […]

  • Saturday, 17 July 2021