କୁଚିଣ୍ଡା : ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୭୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ଏଥିସହ ଜଣଙ୍କ ଉପରେ ସନ୍ଦେହ କରି ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବ୍ରହ୍ମପୁର ଡିଏଫ୍ଓ ଆଶିଷ ବେହେରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଡିଏଫ୍ଓ ଆଶିଷ ବେହେରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ଜଣାପଡ଼ିଛି। ଡିଏଫ୍ଓ ଆଶିଷ ବେହେରାଙ୍କ ବ୍ରହ୍ମପୁର କାର୍ଯ୍ୟାଳୟ, କ୍ୱାର୍ଟର, ଦିଗପହଣ୍ଡି ରେଞ୍ଜ୍ ଅଫିସ୍ ସମେତ ୯ଟି ଅଞ୍ଚଳରେ ଏକକାଳୀନ ଯାଞ୍ଚ କରୁଛି ଭିଜିଲାନ୍ସ।
ଭୁବନେଶ୍ୱର : ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ ୪-୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଗତକାଲି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ତେବେ ମୌସୁମୀ ପ୍ରଭାବରେ ରାଜ୍ୟରେ ଯେତେ ପରିମାଣର ବର୍ଷା ହେବା କଥା ଏବେ ସୁଧା ହୋଇନି।
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆ ପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ନାୟକ। ଘର କାଉଁରିଆ ଗାଁରେ ବୋଲି ଜଣାପଡ଼ିଛି। ଆଜି ସକାଳେ ଉର୍ମିଳା ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କବଳରୁ ନିଜ ଜୀବନକୁ ବଞ୍ଚାଇ ପାରି ନଥିଲେ ଉର୍ମିଳା। ହାତୀ ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା।
ଭୁବନେଶ୍ୱର : ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ତିନି ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ। ଏହି ମହୋତ୍ସବରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଦୃଷ୍ଟିରେ ଭାରତ ଶୀର୍ଷକରେ ଆଲୋଚନା କରାଯିବ। ଏଥିରେ ୨୫୦ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ, କବି,ଗୀତିକାର, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ସାମିଲ ହେବେ। ଏହି ଅବସରରେ ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ ମିଳିବ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର। ଏହି ସାହିତ୍ୟ ମହୋତ୍ସବରେ କଳାକୃତି ମଧ୍ୟ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ବିଜେପି ପକ୍ଷରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେଡି ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି। କାଲି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ନିର୍ବାଚନ ପାଇଁ ୩୦୯ଟି ବୁଥ୍ରେ ଭୋଟ୍ ଗ୍ରହଣ ହେବ। ଭୋଟ୍ ଗ୍ରହଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪ […]
ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡ଼ା ପଞ୍ଚାୟତ ସମିତି ସଭ୍ୟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ମହିଳା ଜଣକ ଘରେ ଶୋଇଥିବା ବେଳେ, ଅଭିଯୁକ୍ତ ଝରକା ପଟେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ଓ ଏକଥା କାହାକୁ ନକହିବା ପାଇଁ ଛୁରୀ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ପୀଡ଼ିତା ପରିବାର ଲୋକଙ୍କ ସହ ଆସି ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ଏତଲା ହେବା ପରେ ପୁଲିସ […]
ଉଦଳା ( ମାନସ ପାଣି) : ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ କରିବା ପଡିଲା ମହଙ୍ଗା। ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ଏମିତି ଏକ ଘଟଣା ଘଟିଛି ମୟୂରଭଂଜ ଉଦଳା ପୂର୍ତ୍ତ ବିଭାଗ ବଂଗଳା ନିକଟରେ। ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟା ସମୟରେ ମହିଳା ଜଣକ ରାସ୍ତାରେ ଯାଉଥିବା ସମୟରେ ଲୁଟେରା ଜଣକ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ […]
ଦେବଗଡ଼ : ନିଆଁରେ ପୋଡ଼ି ହୋଇ ମାଆ, ଝିଅ ଗୁରୁତର। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଚଚୁପାଲି ଗାଁରେ। ୩ ବର୍ଷର ଝିଅକୁ ପ୍ରଥମେ ପତ୍ନୀ ନିଆଁ ଲଗାଇବା ସହ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଗନ୍ଧର୍ବ ଓରାମ୍। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା […]
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ଏନେଇ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଥିବା ନିଜେ ବିଶ୍ୱଭୂଷଣ କହିଛନ୍ତି। ଏଥିସହ ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିବା ଗତ ମଙ୍ଗଳବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି […]
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ୨୦ତାରିଖ ଶନିବାର ଭୋଟଗ୍ରହଣ ହେବ। ନିର୍ବାଚନୀ ପ୍ରଚାର ସରଗରମ ହୋଇଥିବା ସତ୍ତ୍ୱେ ଭୋଟରମାନଙ୍କ ମାତ୍ରାଧିକ ନିରବତା ହିଁ ପ୍ରାର୍ଥୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ତେବେ ନିଜ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଓ କର୍ମୀମାନେ ଶେଷ ପ୍ରୟାସରେ ଲାଗିଛନ୍ତି । ତେବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ନିର୍ବାଚନମଣ୍ଡଳୀ ବାହାରର ଶତାଧିକ ବିଜେଡି ନେତା […]
ଭୁବନେଶ୍ୱର : ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଳିର ଏଯାଏ ସମାଧାନ ହୋଇନାହିଁ। ବିଧାନସଭାରୁ ଆରମ୍ଭ ହୋଇଥିବା ଏହି କଳି ବାଟରେ ପଡ଼ି ହାଟରେ ଗଡ଼ୁଛି। ଆଜି ପୁଣି ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁହାଁମୁହିଁ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ଜଳସେଚନକୁ ନେଇ ସାଲୁଜା ଓ ନିରଞ୍ଜନଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା। କା’ ମନ୍ତ୍ରୀ ସମ୍ବୋଧନ ସହିତ ବିଧାୟକ […]
ଭୁବନେଶ୍ୱର : ସରକାରୀ ଅର୍ଥ ଚଳୁ କରିବାର ନୂଆ ଉପାୟ। ଏଥର ମୋହରା ସାଜିଛନ୍ତି ଖୋଦ୍ ମହାପୁରୁଷ ଅତିବଡ଼ି। ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର। ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ ପ୍ରବେଶପଥରେ ପୀଠ ସଂପର୍କରେ ସୂଚନା ପ୍ରଦାନ ଲାଗି ଏଠାରେ ନିର୍ମାଣ ହେଉଛି ଏକ ସିମେଣ୍ଟ ଗେଟ୍। ତେବେ ଇଏ ଏମିତି ସେମିତି ଗେଟ୍ ନୁହେଁ ; କାରଣ ଏହାର ନିର୍ମାଣରେ ଖର୍ଚ୍ଚ ହେବ ୪୬ ଲକ୍ଷ ୧୪ ହଜାର […]
ପଦ୍ମପୁର (ସୌମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁରରେ ଘଟିଥିଲା ଏକ ରହସ୍ୟଜନକ ହତ୍ୟାକାଣ୍ଡ। ୩ ମାସ ତଳର ଏହି ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ପରିବର୍ତ୍ତିତ ହୋଇଛି। ଏହି ଅପରାଧର ରାଜନୀତିକ ପୃଷ୍ଠଭୂମି ଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମଦରେ ବିଷ ଦେଇ ଗୋଟିଏ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ପୁଲିସ ମୃତଦେହକୁ ମାଟିତଳୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ୨୦୧୯ ଏପ୍ରିଲ ୧୭ […]
ବିନିକା( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଛୁଆ ବିକ୍ରୀ ଅଭିଯୋଗ। ବିଶାଲପାଲି ଗାଁରେ ବର୍ଷକର କୋମଳମତି ଶିଶୁପୁତ୍ରକୁ ଆଈ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏନେଇ ବିନିକା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ଜନ୍ମ କଲା ମାଆ। ସସ୍ମିତା ଅସୁସ୍ଥ ଥିବାରୁ ଘରେ ଶୋଇଥିବା ବେଳେ ଆଈ ଜୟନ୍ତୀ ଜଗଦଲା ଏବଂ ବଳାରଙ୍ଗା ଗାଁ ଦଶରଥ ସୁନା ତାଙ୍କ ପୁଅକୁ ନେଇ ରାୟଗଡ଼ାରେ ବିକ୍ରି କରିଥିବା ଶିଶୁର ମାଆ ଅଭିଯୋଗ କରିଛନ୍ତି। ଦୁଇ ମାସ […]
କେନ୍ଦୁଝର ( ପ୍ରଣୟ ପାଣି) : ଦିନକୁ ଦିନ ନାବାଳିକାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନାବାଳିକାଟିଏ ଦୁଷ୍କର୍ମ ଓ ଅସଦାଚରଣର ଶିକାର ଦେଉଛି। ବିଦ୍ୟାର୍ଜନ କରିବାକୁ ଯାଉଥିବା ସ୍କୁଲ୍ରେ ବି ସେ ସୁରକ୍ଷିତ ନୁହେଁ। ଏମିତି ଏକ ଖବର ଆସିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟରୁ। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୁଲିସ ଅଭିଯୁକ୍ତ ପ୍ରଧାନ […]
ଉଦଳା : ମୟୂରଭଞ୍ଜ ଉଦଳା ଥାନା ମସ୍ଜିଦ୍ ଛକସ୍ଥିତ ମାରୁତି ସୁଜୁକି ଶୋ’ରୁମ୍ରୁ ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଶୋ’ରୁମ୍ରେ ଥିବା ବାଥ୍ରୁମ୍ର ସ୍କାଏଲାଇଟ୍ ଭାଙ୍ଗି ଶୋ’ରୁମ୍କୁ ପ୍ରବେଶ କରିଥିଲେ। ଟେବୁଲ ଡ୍ର ଭାଙ୍ଗି ୧ ଲକ୍ଷ ୯୫ ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି ରଖିଛି।
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଏସ୍ପିଙ୍କ ଦବଙ୍ଗଗିରିର ଝଲକ ଆଜି ଦେଖିବାକୁ ମିଳିଛି। ତା’ ସହିତ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ପୁଲିସ ବଡ଼ବାବୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ବାରିମୂଳରେ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଛି। ପାଟକୁରା ଉପ-ନିର୍ବାଚନର ରିପୋର୍ଟିଂ ପାଇଁ ଅଜେଶ ଯାଇଥିଲେ। ସେଠାରେ କୌଣସି କାରଣରୁ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ତାଙ୍କୁ ଦୁର୍ବ୍ୟବହାର କରିବା ସହ ହାତ ଉଠାଇଥିବା […]
କଟକ : ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ରପଡ଼ା ବାରିମୂଳ ଆଶ୍ରମର ଅନ୍ତେବାସିନୀ ମାଆ ଓ ଝିଅଙ୍କ ପକ୍ଷରୁ ଦାୟର ମାମଲାରେ ଶୁଣାଣି ଶେଷ ହୋଇଛି। ସି ଆର ପିସିର ସଂଶୋଧିତ ଧାରା ୪୩୬ କ କୁ ଆଧାର କରି ଜାମିନ ରେ ଯିବା ପାଇଁ ସାରଥୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ସଂଶୋଧିତ ଆଇନ ଅନୁଯାୟୀ ସର୍ବାଧିକ […]
ଭୁବନେଶ୍ୱର : ଆସନ୍ତା ୨୦ତାରିଖରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ସରକାର ସବୈତନିକ ଛୁଟି ଘୋଷଣା କରିଛନ୍ତି। ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର କର୍ମଚାରୀମାନେ ଯଦି ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ହୋଇଥିବେ ସେମାନେ ନିଜର ମତାଧିକାର ସାବ୍ୟସ୍ତ ପାଇଁ ଉକ୍ତ ଦିନକୁ ସବୈତନିକ ଛୁଟି ଭାବେ ପାଇପାରିବେ। ଏହାବ୍ୟତୀତ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଆଦି ମତଦାନ ଦିବସ […]
ଯାଜପୁର / ଭୁବନେଶ୍ୱର : ଅବାଟରେ ଖର୍ଚ୍ଚ ହେଉଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ। ଗରିବ ଲୋକଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ, ହେଲେ ସହରାଞ୍ଚଳରେ ଚାଲିଥିବା ୫ ଟଙ୍କିଆ ଆହାର ଯୋଜନା ପାଇଁ କିନ୍ତୁ ଏହି ଫଣ୍ଡରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଆହାର ଯୋଜନାରେ ଖର୍ଚ୍ଚ ଟଙ୍କାକୁ ନେଇ ନଗର ଉନ୍ନୟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଆରଟିଆଇ ତଥ୍ୟରେ ବି କୋଟି କୋଟି […]
କଟକ : କୁହାଯାଏ ପିଲା ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ମାଆର କୋଳ। ଛୁଆର ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାଏ ମାଆ। ଯେତେ ଝଡ଼ଝଞ୍ଜା ଓ ବିପଦ ଆସିଲେ ମଧ୍ୟ ପିଲାଟିକୁ ସେ ତା’ପଣତକାନିରେ ସାହାରା ଦେଇଥାଏ। ହେଲେ ସବୁ ସୁରକ୍ଷାର ପ୍ରାଚୀରକୁ ଭେଦ କରି ମାଆ ପାଖରୁ ପିଲାଟିକୁ ଯମ ଯେ, କେତେବେଳେ ଛଡ଼ାଇ ନେଇଛି ତାହା ସେ ବୁଝିବାକୁ ନାରାଜ। ଆଜି ଏମିତି ଏକ ଅଭାବନୀୟ ଦୃଶ୍ୟ କଟକର ବକ୍ସି […]
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନେଇ ଜିଲ୍ଲା ପରିଷଦର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧ୍ୟକ୍ଷଙ୍କ ଗୋଷ୍ଠୀ ପିଡି ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରୁଥିବା ବେଳେ ଉପାଧ୍ୟକ୍ଷଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଭିତ୍ତିହୀନ କହିବା ସହ ସେ ଜଣେ ସଚ୍ଚୋଟ୍ ଅଫିସର ବୋଲି କହିଛନ୍ତି। ଉଭୟ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ବିରୋଧରେ ଗୋହି ଖୋଳିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନୀତା ରାଣୀ ବେହେରା […]
ଆଳି (ବନମାଳୀ ସାହୁ) : ଗତକାଲି ବ୍ରାହ୍ମଣୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସୁବାସ ବରାଳଙ୍କୁ କୁମ୍ଭୀର ଟାଣି ନେଇଥିଲା। ଆଜି ତାଙ୍କର କ୍ଷତିବିକ୍ଷତ ମୃତଦେହ ମିଳିଛି। କେନ୍ଦ୍ରାପଡା ଜିଲ୍ଲା ଆଳି ସାହୁପଡା ଗାଁର ସୁବାସ ବରାଳ ବିଲରେ କାମ ସାରି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ପାଣିରେ ପଶୁ ପଶୁ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସୁବାଷଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ନଦୀରେ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। […]
ନୀଳଗିରି (ବିଶ୍ୱମ୍ୱର ଦାସ): ଶୋଇବା ଘରେ ଗର୍ଜୁଥିଲା ଅଜଗର। ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ ଘରେ ଶୋଇଥିବା ପରିବାର ଲୋକେ। ଖଟ ତଳକୁ ଅନାଇ ଦେଖିବାରୁ ଗୋଟିଏ ଅଜଗର ସାପ ଦେଖିବାକୁ ପାଇଲେ । ଗତକାଲି ରାତିରେ ଏପରି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ଗାଁର ଜଣେ ଲୋକଙ୍କ ଘରେ ଦେଖିବାକୁ ମିଳିଛି। ପୂରା ଘଟଣା ଏମିତି। ଗତକାଲି ରାତିରେ କାଣ୍ଡଗରଡି ଗାଁର ଜୟନ୍ତ ଦାସଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ। କିନ୍ତୁ […]