କୋରାପୁଟ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାରେ SIT ଟିମ୍ର ବୈଠକ ହୋଇଯାଇଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ତିନି ରେଞ୍ଜର ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ ଯୋଗଦେଇଥିଲେ। ଏହି ବୈଠକରେ ପୀଡ଼ିତାଙ୍କ ମାଆ ଏବଂ ଭାଇଙ୍କୁ ଡାକି ଆଲୋଚନା କରିଛନ୍ତି ଅଧିକାରୀ । ହାଇକୋର୍ଟ SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ମାମଲାର ପ୍ରଥମ ବୈଠକ ବସିଥିଲା । ମାଆ […]
ଭୁବନେଶ୍ୱର: କାନ୍ଧରେ ଗାମୁଛା, ପାଖରେ ଠେଲା ଗାଡ଼ି ଓ ଏହା ଉପରେ ରଖା ହୋଇଛି ଗଦାଗଦା ପିଆଜ। ଆଉ ଲୋକଙ୍କୁ କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି କଂଗ୍ରେସ କର୍ମୀ। ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ପିଆଜ ଦର ବୃଦ୍ଧି ନେଇ ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସ ଏଭଳି ଅଭିନବ ପ୍ରତିବାଦ କରିଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀରେ ଏହି ପିଆଜ […]
କଟକ : ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁନୀଲ ରାୟ । ଆଜି କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟ୍ରାନ୍ସପରେନ୍ସି ଓ ଟାଇମ୍ ବାଉଣ୍ଡକୁ ଗୁରୁତ୍ୱ ଦିଆଯିବ । ସେହିଭଳି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ। ଏହା ସହ ବିଭାଗରେ ସ୍ୱଚ୍ଛତା ଆଣିବାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ […]
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି। ଏକ ଡଷ୍ଟବିନ୍ରେ ଜରିରେ ଭର୍ତ୍ତି ହୋଇ ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା। ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ହାଡ଼ ଓ ଖପୁରୀ ଜବତ କରିଛି। ଏହି ଖପୁରି ଓ ହାଡ଼ କାହାର, କେଉଁ ପରିସ୍ଥିତିରେ ଓ କିପରି ସେଠାକୁ କଙ୍କାଳ ଆସିଲା, ପୁଲିସ ତାହାର […]
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ତୁମୁଡିବନ୍ଧ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ତୁମୁଡିବନ୍ଧ ପୁଲିସ ଜଣେ ବିବାହିତ ଯୁବକଙ୍କୁ ଅଟକ ରଖିଛି । ଅଭିଯୁକ୍ତ ଜଣକ ନାଁ ଶମ୍ଭୁ ମହାରଣା ବୋଲି ଜଣାପଡିଛି। ସୂଚନା ମୁତାବକ, ଗତକାଲି ପାଖାପାଖି ସନ୍ଧ୍ୟା ୭ଟା ସମୟରେ ନାବାଳିକା ଜଣକ ନିଜ ମାଆଙ୍କ ସହ ଘରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ […]
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ପ୍ରତିଦିନ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡିଶୀ ସମେତ ଭାରତନାଟ୍ୟମ, କଥକ, କୁଚୁପୁଡି, ମୋହିନିଆଟ୍ଟମ ନୃତ୍ୟ ସହ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ ଇଣ୍ଡୋନେସିଆର ବାଲିକନ୍ ଦଳଗତ ନୃତ୍ୟ । ସେହିପରି ତନ୍ଦ୍ରଭାଗା କୂଳରେ ଆୟୋଜିତ ହେବ ବାଲୁକା କଳା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମୋଟ […]
ଭୁବନେଶ୍ୱର : ୧୯ ଦିନ ଆଗରୁ ସରିଲା ଶୀତ ଅଧିବେଶନ। ଗତକାଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିବାକୁ ଥିବା ବେଳେ, ୧୯ ଦିନ ଆଗରୁ ମୁଲତବି କରିଦେଇଛନ୍ତି ବାଚସ୍ପତି। ଏଥିରେ ୧୭ଟି କାର୍ଯ୍ୟଦିବସ ଥିଲା । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ସମସ୍ୟା ଥିବା ବେଳେ […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ସ୍କୁଲରେ ରହିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ସହ କାମ କରିବାକୁ ରହିଛି ମନ୍ତ୍ରୀ ମଣ୍ଡଳ। ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ବିଭାଗର ମନ୍ତ୍ରୀଙ୍କୁ ନେଇ ପ୍ରତିମାସରେ ବସେ ବୈଠକ । ଏକୌଣସି କାହାଣୀ ନୁହେଁ ମାଲକାନଗିରିର ଅପହଞ୍ଚ କସ୍ତୁରବା ଗାନ୍ଧି ସ୍କୁଲରେ କରାଯାଇଛି ଏପରି ନିଆରା ବ୍ୟବସ୍ଥା । ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଗଠନ ହୋଇଛି ମନ୍ତ୍ରୀ ପରିଷଦ । ବିଭିନ୍ନ ବିଭାଗରେ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ […]
ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଡ଼ରାପାଳ ଗାଁରେ ଗ୍ୟାସ ନିଆଁରେ ପୋଡ଼ି ହୋଇ ଶ୍ୱଶୁର-ବୋହୂ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ମହିଳାଙ୍କ ଦିଅର ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସଞ୍ଜୀବନୀ ବାରିକ ନାମ୍ନୀ ମହିଳା ଚା’ କରୁଥିବା ବେଳେ ହଠାତ୍ ଗ୍ୟାସ୍ ଚୁଲାରୁ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା। ତେବେ ସଞ୍ଜୀବନୀଙ୍କ ଦେହରେ ନିଆଁ ଲାଗିଥିବା ଦେଖି ତାଙ୍କ ଶ୍ୱଶୁର ନରୋତ୍ତମ ଉଦ୍ଧାର କରିବାକୁ ଯାଇ […]
ବୌଦ୍ଧ(ଭାର୍ଜନ ପ୍ରଧାନ): କୋଶଲ ସମନ୍ୱୟ ସମିତି କଣ୍ଟାମାଳ ଶାଖା ପକ୍ଷରୁ ଆଜି ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁ ସମସ୍ତ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। କୋଶଳ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ କଣ୍ଟାମାଳ ବୌଦ୍ଧ ସୋନପୁର ଓ କଣ୍ଟାମାଳ ବାଲିଗୁଡ଼ାକୁ ଯାତାୟତ ବନ୍ଦ ରହିଛି। କଣ୍ଟାମାଳ ବ୍ଲକ୍କୁ ସବଡିଭିଜନ ଘୋଷଣା, ତରଭା ତେଲ ନଦୀ ସେତୁ […]
କଟକ (ପ୍ରଭାତ ବିଷୋୟୀ ) : ପିଆଜକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପିଇାଜ ଦର ୧୦୦ ଛୁଇଁବା ପରେ ଏବେ ଚିନ୍ତାରେ ଖାଉଠି। ପିଆଜ ନା ଶୁଣିଲେ ଆଖିରୁ ଲୁହ ବାହାରୁଛି । ରୋଷେଇ ଘରୁ ଭୋଜି ଏବଂ ଅଧିକାଂଶ ହୋଟେଲରୁ ପିଆଜ ଉଭାନ ହୋଇଯାଇଛି । ତେବେ ଏପରି ଅବସ୍ଥାରେ ପିଆଜକୁ ନେଇ ଗୀତ ଏବେ ସାଧାରଣଲୋକଙ୍କ ବେଶ ପସନ୍ଦ ହୋଇଛି। ସୋଶାଲ ମିଡ଼ିଆରେ ଏହି ଗୀତ ଭାଇରାଲ ହେବାରେ ଲାଗିଛି। ମାର୍କେଟରେ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ନୂଆଗାଁ ବ୍ଲକର ଗୋଟିଟାଣ୍ଟର୍ ଗାଁରେ ଅଘଟଣ। ବୃଦ୍ଧଙ୍କୁ ଦଳି ମାରିଦେଇଛି ହାତୀ । ଗତକାଲି ବିଶ୍ରା ବ୍ଲକର ଆସିଆନା କଲୋନୀର ମହମ୍ମଦ ମାସୁଦ୍ ଓଡ଼ଗାଁ ହାଟକୁ ଯାଇଥିଲେ। ରାତିରେ ଅଟୋ ଯୋଗେ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ମହମ୍ମଦ ମାସୁଦ୍। ଜୀବନ ବଞ୍ଚାଇବାକୁ ସେ ନିକଟରେ ଥିବା ଜମି ମଧ୍ୟକୁ ଦୌଡ଼ି ପଲାଇଥିଲେ। ହେଲେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ତେବେ ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଥିବା ଅନ୍ୟ ତିନି ଜଣ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର ସି’ ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ବେକରେ ଓଢ଼ଣୀ ବାନ୍ଧି ଫ୍ୟାନ୍ରୁ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଚିତା ଠାକୁର। ଆଜି ତାଙ୍କର ଜନ୍ମଦିନ ଥିଲା। ଏହି ଛାତ୍ରୀ ଜଣଙ୍କ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିଲେ। ସ୍କୁଲ୍ ଡ୍ରେସ୍ ପିନ୍ଧି ଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ଆଜି ହେଉଛି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର। ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ,ଏହା ଏକ ସାମାଜିକ ବିପ୍ଳବ। ଲକ୍ଷ୍ମୀ ପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହିଁ , ଏହା ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଛି। ସମାଜରେ ଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା, ପରିବାରର ଭିତରେ ଉତ୍ତମ ବୁଝାମଣା ଓ ସୁସଂପର୍କ ସହ ସ୍ୱଚ୍ଛତା ଭଳି ମହାନ ଭାବଧାରା ଏଥିରେ ଉଲ୍ଲେଖ ହୋଇଛି। ଯାହାକୁ […]
ଭୁବନେଶ୍ୱର : ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ କରାଯାଇଛି। ଡିସେମ୍ୱର ୧ ତାରିଖରୁ ଟ୍ରାଫିକ୍ ନିୟମ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ତେବେ ଏହାକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି। ଆର୍ଟିଓ ଅଫିସରେ ପ୍ରବଳ ଭିଡ଼ କାରଣରୁ ସାଧାରଣ ଲୋକେ ସେମାନଙ୍କ ଗାଡ଼ିର କାଗଜପତ୍ର ଏଯାଏଁ ପ୍ରସ୍ତୁତ କରିପାରିନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆରଟିଓ […]
ଭଦ୍ରକ : ସ୍କୁଲରେ ଦୁଇ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ପ୍ରତିଶୋଧ ପରାୟଣ ହେଲେ ଅଭିଭାବକ । ତାଙ୍କ ଝିଅ ସହିତ ଝଗଡ଼ା କରିଥିବା ଅନ୍ୟ ଛାତ୍ରୀଙ୍କୁ ସେହି ଅଭିଭାବକ କିଛି ରାସାୟନିକ ପାଉଡର ଫିଙ୍ଗିବାରୁ ଦୁଇ ଜଣ ଛାତ୍ରୀ ଅଚେତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀର ସ୍ମୃତିପ୍ରିୟା ସାହୁ ଓ ଦଶମ ଶ୍ରେଣୀର ସୁସ୍ମିତା ସାହୁ । ସେମାନଙ୍କୁ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍ ଥାନା ପୁଲିସ ୬ ଯୁବତୀଙ୍କୁ ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ। ମଧ୍ୟାହ୍ନରେ ସିପି ଛକରେ ଥିବା ଏକ ଗେଷ୍ଟ […]
ଯାଜପୁର : ଯାଜପୁରରେ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୁଲିସ । ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ୍ ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ। ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ । ପରେ ସବିନାଙ୍କ ଉପରେ ଶାଶୁ, ଶ୍ୱଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯାତନା […]
କଟକ : ପଡ଼ୋଶୀଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । ଆଜି କୋର୍ଟରେ ଅଭିଯୋଗକାରୀ ମନ୍ଜିତ ଦାସଙ୍କ ବୟାନ ରେକର୍ଡ ହୋଇଛି । କଟକ ଏସ୍ଡିଜେଏମ୍ କୋର୍ଟରେ ମନ୍ଜିତଙ୍କ ବୟାନ ରେକର୍ଡ ହୋଇଛି । ସାଂସଦଙ୍କ ଦୁର୍ବ୍ୟବହାର ନେଇ ଥାନାରେ ଏତଲା କରିଥିଲେ ମନ୍ଜିତ। ପୁଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମନ୍ଜିତ। ପୁରୀ ଘାଟ ଥାନାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା ଦାଏର କରିଥିଲେ ଛାତ୍ର ବିଜେଡି ନେତା […]
ଭୁବନେଶ୍ୱର : ଭୁବନେଶ୍ୱର କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ ରହିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ବିରୋଧୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେୟାର ହସ୍ପିଟାଲ୍ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେୟାର ହସ୍ପିଟାଲର […]
ନୂଆପଡ଼ା (ମାୟାଧର ସରାଫ): ଗୋଟିଏ ଭୁଲ ବଦଳାଇ ଦିଏ ମଣିଷର ସ୍ଥିତି ଓ ବଦଳାଇ ଦିଏ ଜୀବନର ପଥ । ହସଖୁସିର ସଂସାରରେ ଘୋଟିଯାଏ କଳା ବାଦଲ। ଠିକ୍ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡ଼ା ଜିଲ୍ଲା ଗୋଲାବନ୍ଧର ଭୁବନ ମାଝୀ । ସ୍ତ୍ରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୮ ବର୍ଷ ଦଣ୍ଡ ଭୋଗିବା ପରେ ଏବେ ଗାଁକୁ ଫେରିଛନ୍ତି ଭୁବନ । ହେଲେ ଗାଁକୁ ଫେରିବା ପରେ ସବୁ ଜରାଜୀର୍ଣ୍ଣ ଓ ଭାଙ୍ଗିରୁଜି […]
ଭୁବନେଶ୍ୱର : ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଫାସଫା କହିଛନ୍ତି ଯେ ଡିସେମ୍ବର ପହିଲାରୁ ଆଉ ନିସ୍ତାର ନାହିଁ। ଅର୍ଥାତ୍ ଆଉ ଟ୍ରାଫିକ୍ ନିୟମ କୋହଳ ହେବ ନାହିଁ। ତା’ସହିତ ପ୍ରତିଟି ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଜୋରିମାନା ଆଦାୟ କରାଯିବ। ତେବେ ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଆସିବାର ବେଶ୍ କେଇ ଘଣ୍ଟା ପରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ୧୫ ବର୍ଷରୁ ଅଧିକ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟାଉନ ଥାନା ଲାଲ୍ଟିକ୍ରା ନିକଟସ୍ଥ ଗୋପବନ୍ଧୁନଗର ପଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସାହି ପଡ଼ିଶା ଥାନାରେ ଅଭିଯୋଗ କରିଥିଲେ। […]
ଭୁବନେଶ୍ୱର : “ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଡିସେମ୍ୱର ପହିଲାରୁ କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍ ନିୟମ। ପୁଣି ଗାଡ଼ିର କାଗଜପତ୍ର ଯାଞ୍ଚ କଡ଼ାକଡ଼ି ହେବ।” ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ୍ ନିୟମକୁ ଓଡ଼ିଶା ଲାଗୁ କରିଥିଲା। ନିୟମ ଖିଲାପ କରିଥିବା ଗାଡ଼ି ଚାଳକଙ୍କୁ ପୁଲିସ ଓ ପରିବହନ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଏପରିକି ଜୋରିମାନା ମଧ୍ୟ କରିଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ […]
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ। ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମତ ଦେଉନାହାନ୍ତି। ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୧୪ ଲକ୍ଷ ଟଙ୍କା […]