ପାରାଦୀପ(ରମାକାନ୍ତ ନାୟକ): ପାରାଦୀପଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳିଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି। ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ କିମ୍ବା ଆଞ୍ଚ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ କେହି […]
ବାଲେଶ୍ୱର : ସଫଳ ହେଲା ଓଟିଭିର ଷ୍ଟିଙ୍ଗ ଅପରେସନ। ପୁଲିସ୍ କରିଲା କାର୍ଯ୍ୟାନୁଷ୍ଠାନ। ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ହୋଟେଲ୍ରେ ଦେହ ବେପାର ଘଟଣାରେ ୨ ଅଟକ ରହିଛନ୍ତି। ଜଳେଶ୍ୱରର ଏକ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କୁ ଅଟକ ରଖିଛି ପୁଲିସ । ଭୋଗରାଇ ତାଳସାରିରେ ଥିବା ୨ ହୋଟେଲ ମ୍ୟାନେଜର ମଧ୍ୟ ଗିରଫ ହୋଇଛନ୍ତି । ହୋଟେଲରେ ଦେହ କାରବାରର ଖୁଲାସା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖୁଲମଖୁଲା ଦେହ ବେପାର ନେଇ ଖବର […]
ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡେଇବା ପାଇଁ ପ୍ରଶାସନ ଭୟ କରୁଥିଲା। ତେଣୁ ସେଠାରେ ତ୍ରିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲା। ଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ମାଲକାନଗିରି ଏସ୍ପି ଶ୍ରୀ ହୃଷୀକେଶ ଡି ହିଲାରୀ ତ୍ରିରଙ୍ଗା ଉଡ଼ାଇଛନ୍ତି। ହାନ୍ତାଳଗୁଡ଼ା ଠାରେ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା ବେଳେ ତ୍ରିରଙ୍ଗା ଉଡ଼ାଇ ସେହି ଅଞ୍ଚଳବାସୀଙ୍କୁ ଓ ସୁରକ୍ଷା ବାହିନୀକୁ […]
ସମ୍ବଲପୁର : ଜଳିଗଲେ ୨ ଡ୍ରାଇଭର। ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଗାଡ଼ିର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି। ସମ୍ବଲପୁର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମରା ନିକଟରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା । ମିଳିଥିବା ସୂଚନା ମୁତାବକ, ଲୁହାପଥର ବୋଝେଇ ଟ୍ରକ ସହ ଗ୍ୟାସ୍ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ ୨ଟି ଗାଡ଼ି ଘଟଣାସ୍ଥଳରେ ହିଁ ଜଳି ଯାଇଥିଲା । […]
ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଅଧିନ ଷୋଳମପୁର ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମଣିନାଥପୁର ଓ ପାଖ ଗାଁ ମୁଢ଼ାପଦାରେ ୨ ଗୋଷ୍ଠୀ ନିଜ ଗାଁ ପାଖରେ ବୈତରଣୀ ନଦୀରୁ ବାଲି ଉଠାଇ ଚୋରାରେ ବିକ୍ରି କରୁଥିଲେ । ହେଲେ ତହସିଲଦାର ମଣିନାଥପୁର ଘାଟରେ […]
ରାଉରକେଲା : ପ୍ରଦୂଷଣରେ ଅସ୍ତବ୍ୟସ୍ତ ରାଉରକେଲାବାସୀ । ସହର ସାରା ଧୂଳି ଧୂଆଁର ଆସ୍ତରଣ। ରାସ୍ତାଘାଟ, ଗଛପତ୍ର ସବୁ ଧୂଳିରେ ଭର୍ତ୍ତି । ଯୁଆଡେ ଯିବେ ଖାଲି ଧୂଳି ଆଉ ଧୂଳି । ଇଏ ହେଉଛି ସ୍ମାର୍ଟ ସିଟିର ସ୍ମାର୍ଟ ଚିତ୍ରର କଥା । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ, ଦିନରେ ସୃଷ୍ଟି ହେଉଛି ରାତିର ଭ୍ରମ । ଲୋକେ ରାସ୍ତାରେ ଯାଆସ କରିବା ବେଳେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ […]
ଭୁବନେଶ୍ୱର : ରାଜ୍ୟରେ ମହଙ୍ଗା ହେବ ଟୋଲ୍ ଫି’। ଗାଡି ଚାଳକଙ୍କୁ ଦେବାକୁ ପଡ଼ିପାରେ ଅଧିକ ଟୋଲ୍ ଦେୟ। କାରଣ ୨୦୦୬ ମସିହାରେ ଧାର୍ଯ୍ୟ ହୋଇଥିବା ଦେୟରେ ସଂଶୋଧନ ହେବାକୁ ଯାଉଛି। ଏନେଇ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଓଡିଶା ଷ୍ଟେଟ୍ ରୋଡ୍ ଟୋଲ୍ସ ରୁଲ୍(ଓବିସିସି)। ଓଡିଶା ଷ୍ଟେଟ୍ ରୋଡ୍ ଟୋଲସ୍ ରୁଲ୍ ୨୦୧୧ ଅନୁସାରେ ଏହି ଦର ଧାର୍ଯ୍ୟ କରାଯିବ, ଯେମିତି ଏବେ ବିଜୁ ଏକ୍ସପ୍ରେସ ୱେ’ ସମ୍ବଲପୁର […]
ରାଇରଙ୍ଗପୁର( ରାଜେଶ ଶର୍ମା) : ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ । ସ୍ଥାନୀୟ ସୁନାପୋଷି ଗାଁର ଯୁବକ ଗତ ତିନି ବର୍ଷ ଧରି HIVରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ପରିବାରରେ କେହି ନଥିବାରୁ ଗାଁ ମୁଣ୍ଡରେ ଏକା ରହୁଥିଲେ । ରୋଗ ପୀଡ଼ା ସହିନପାରି ଆତ୍ମହତ୍ୟା କରିଥିବା ଗାଁ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। […]
କନ୍ଧମାଳ : ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। କନ୍ଧମାଳର ଝୁଲିମା ମଲ୍ଲିକଙ୍କୁ ମିଳିଛି ସମ୍ମାନଜନକ ଭି ଆୱାଡ୍। ଦୀର୍ଘ ଦିନ ଧରି ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ରହି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଝୁଲିମା। ବାଲ୍ୟ ବିବାହ, ଗରୀବଙ୍କୁ ସହାୟତା ଭଳି ବିଭିନ୍ନ କାର୍ଯ୍ୟରେ ଝୁଲିମା ନିଜକୁ ସାମିଲ କରିଥିଲେ। ଏଥିପାଇଁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ଅବସରରେ ନୂଆଦିଲ୍ଲୀରେ ୟୁଏନ୍ ହାଉସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି। ଝୁଲିମାଙ୍କୁ ସମ୍ମାନ ମିଳିବା ପରେ ତାଙ୍କୁ […]
ଢେଙ୍କାନାଳ : ଢେଙ୍କାନାଳ ନିହଲପ୍ରସାଦ ନିତ୍ୟାନନ୍ଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା । ସେ ଏକ କ୍ରସରରେ କାମ କରୁଥିଲେ । ଘର ସାମନାରେ ତାଙ୍କର ମୃତଦେହ ପଡ଼ିବାର ଦେଖିବାକୁ ମିଳିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ଆଖି କେହି ତାଡି ନେଇଥିବା ଅଭିଯୋଗ ହୋଇଛି। ସନ୍ଦେହ କରାଯାଉଛି, କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇ ଚାଲି ଯାଇଛି […]
ସମ୍ବଲପୁର : ନକଲି ବନ୍ଧୁକ ଦେଖାଇ ଧରାପଡିଲା ଯୁବକ। ସମ୍ବଲପୁର ସହରରେ ଘଟିଛି ଭଳି ଏକ ଘଟଣା। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଜଣେ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇଥିଲା ଜଣେ ଯୁବକ । ପ୍ରେମ ନିବେଦନ ପାଇଁ ଛାତ୍ରୀଙ୍କୁ ସଂପୃକ୍ତ ଯୁବକ ଡରାଇଥିବା ସୂଚନା ମିଳିଛି। ବେଶ କିଛି ସମୟ ଧରି ବିଶ୍ୱବିଦ୍ୟାଳୟ ଫାଟ ଆଗରେ ଏ ନାଟକବାଜି ଚାଲିଥିଲା। ନକଲି ବନ୍ଧୁକକୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଧରି ଟାଉନଥାନାରେ ଅଟକ […]
ମାଲକାନଗିରି/ଭଦ୍ରକ : ସଂସଦରେ ପାରିତ ହୋଇଛି ନାଗରିକତା ସଂଶୋଧନ୍ ବିଲ୍। ଏହାକୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେଉଁଠି ଖୁସି ମନାଉଛନ୍ତି ଶରଣାର୍ଥୀ ତ ଆଉ କେଉଁଠି କରାଯାଉଛି କଡ଼ା ବିରୋଧ। ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ବାଂଲାଦେଶୀ ଓ ଶ୍ରୀଲଙ୍କା ଶରଣାର୍ଥୀ ଏଣିକି ନିଜର ହକ ପାଇବେ ବୋଲି ଆଶ୍ୱସ୍ତି ପ୍ରକାଶ କରିଛନ୍ତି। କିନ୍ତୁ ମୁସ୍ଲିମ ବହୁଳ ଜିଲ୍ଲାରେ ବିଲକୁ ତୀବ୍ର ବିରୋଧ କରାଯାଉଛି। ବାଂଲାଦେଶୀ ଓ ଶ୍ରୀଲଙ୍କାର ତାମିଲ ଶରଣାର୍ଥୀ ମାଲକାନଗିରି […]
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ ଓ ଘରୋଇ ଜମିକୁ ଅଧିଗ୍ରହଣ କରିବାପରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ରାଜ୍ୟ ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି। ଲିଙ୍ଗରାଜ ମନ୍ଦିରର ଚାରିପଟେ ଥିବା ନିର୍ମାଣକୁ ଭାଙ୍ଗି ପାରିପାର୍ଶ୍ୱିକ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ପ୍ୟାକେଜକୁ ଅନୁମୋଦନ ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି […]
ଭୁବନେଶ୍ୱର : ହାତୀ ଓ ମଣିଷ ଲଢ଼େଇ ଚରମ ସୀମାରେ ପହଞ୍ଚିଛି। ଏହି ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀଙ୍କ ପ୍ରାଣ ଯାଉଛି। ଏପରିକି ଧନଜୀବନ ମଧ୍ୟ ନଷ୍ଟ୍ ହେଉଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକର। ଏହାର ସ୍ଥାୟୀ ପ୍ରତିକାର କରୁଛି ବନ ବିଭାଗ। ହାତୀମାନେ କେଉଁଠି ଅଛନ୍ତି, କେଉଁ ଆଡେ ଯାଉଛନ୍ତି, ସେମାନଙ୍କ ଜୀବନ ପ୍ରତି କିଛି ବିପଦ ଅଛି ନା ନାହିଁ ତାହା ଜାଣିବା ପାଇଁ ବନବିଭାଗ […]
କଟକ : ଖସୁଛି ପିଆଜ ଦର । ମାସେ ଧରି ଖାଉଟିଙ୍କୁ କନ୍ଦାଇବା ପରେ ଏବେ ଧୀରେ ଧୀରେ ଦର ଖସିବା ଆରମ୍ଭ ହୋଇଛି। ଦିନ କେଇଟା ତଳେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି ଦେଉଥିବା ପିଆଜ ଏବେ ୮୦ରୁ ୮୫ ଟଙ୍କାରେ ବିକ୍ରି ହେଉଛି । ନୂଆ ପିଆଜ ଏବେ ବଜାରକୁ ଆସିବା ଆରମ୍ଭ ହୋଇଛି । ନାସିକ, ବେଙ୍ଗାଲୁରୁ ଓ ରାଜସ୍ଥାନରୁ ରାଜ୍ୟକୁ ପିଆଜ ବଜାରକୁ ଆସୁଛି । ଫଳରେ ଆକାଶ ଛୁଆଁ […]
ଜୟପୁର (ଟି.ଗୌରୀ ଶଙ୍କର) : ମଦ ପାଇଁ ଚୁନା ହୋଇ ଯାଉଛି ସୁନା ସଂସାର । ଭାଙ୍ଗି, ଉଜୁଡ଼ି ଯାଉଛି ସୁନେଲ ସ୍ୱପ୍ନ । ମଦ ପାଇଁ ଆଦିବାସୀ ଇଲାକାରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ଆଦିବାସୀ ଭାଷାରେ ଟେଲି ଫିଲ୍ମ ପ୍ରସ୍ତୁତ କରି ମଦଠୁ ଦୂରରେ ରହିବାକୁ ସଚେତନତାର ବାର୍ତ୍ତା ଦେଉଛନ୍ତି ଆଦିବାସୀ ଯୁବକ। କୌଣସି ନାମୀଦାମୀ କ୍ୟାମେରା ନୁହେଁ, ନିଜ ନିଜ ମୋବାଇଲରେ ସେହି ଅଞ୍ଚଳର ବିଭିନ୍ନ ସ୍ଥାନରେ ସୁଟିଂ କରୁଛନ୍ତି। ଏହାପରେ ୟୁଟ୍ୟୁବରେ […]
ଅନୁଗୁଳ (ବିରଜା ଦାଶ) : ଆଜି ଥିଲା ପୁଅର ଜନ୍ମ ଦିନ। ସେଥିପାଇଁ ମାଆ-ପୁଅ ଯାଇଥିଲେ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ। ଠାକୁରାଣୀଙ୍କ ପାଖରେ ଦୀପ ଜାଳି କରି ଫେରୁଥିବା ବେଳେ ପିଟିଦେଲା ଟ୍ରକ୍। ଆଉ ଘଟଣା ସ୍ଥଳରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଘଟିଛି। ଛେଣ୍ଡିପଦା ଥାନା ବାଲିପଟା ଗାଁର କବିତା ସାହୁଙ୍କ ୬ ବର୍ଷର ପୁଅ ଶୁଭମର ଆଜି ଥିଲା ଜନ୍ମଦିନ। […]
ଝାରସୁଗୁଡ଼ା : ବନ୍ଧୁକ ଦେଖାଇ ଚାଉଳ ଡାଲି ଗୋଦାମ୍ରୁ ଲୁଟି ନେଲେ ଦଶ ଲକ୍ଷ ଟଙ୍କା। ଝାରସୁଗୁଡ଼ା ବାଇପାସ ନିକଟରେ ଘଟିଛି ଏଭଳି ଏକ ଘଟଣା । ଆଜି ଏକ ବାଇକ୍ରେ ୩ଜଣ ଯୁବକ ଆସି ଝାରସୁଗୁଡ଼ା ବାଇପାସ୍ରେ ଥିବା ଶ୍ରେୟା ଟ୍ରେଡର୍ସର ଚାଉଳ ଡାଲି ଗୋଦାମ ଆଗରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଗୋଦାମ ଘରେ ପଶି କାଉଣ୍ଟରେ ବସିଥିବା ମାଲିକ ଶଙ୍କର କେଡିଆକୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । […]
ନୂଆପଡ଼ା : ଛୁଇଁଲେ ମାରିବ କରେଣ୍ଟ । ମହିଳାଙ୍କ ସୁରକ୍ଷା ଲାଗି ଏଭଳି ଏକ ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ର। ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲଜିର ଯୁକ୍ତ ୩ ଛାତ୍ର ଲଛମନ ଡୁଣ୍ଡି ଏହି ସରଞ୍ଜାମର ଉଦ୍ଭାବନ କରିଛନ୍ତି। ଏହି ସରଞ୍ଜାମକୁ ମହିଳାମାନେ ସେମାନଙ୍କ ଦେହରେ ଲଗାଇଲେ ସୁରକ୍ଷିତ ରହିବେ। ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଯେ କେହିବି ସ୍ପର୍ଶ କରିବ ତାକୁ ୨୨୦ ଭୋଲ୍ଟର […]
ଭୁବନେଶ୍ୱର : ସରକାରୀ ଜମି ହଡ଼ପ କେଳେଙ୍କାରୀରେ କେମିତି ସଂପୃକ୍ତ ଥିଲେ ନେତା, ଅଫିସର ଓ ମାଫିଆ ? ସରକାରୀ ବ୍ୟବସ୍ଥାରେ କଣ ସବୁ ଚାଲିଥିଲା ଗଫଲାତି ? କିଭଳି ଜବରଦଖଲ ମୁକ୍ତ ହୋଇ ସରକାରୀ ଖାତାକୁ ଫେରିଲା ଜମି, ସେ ସବୁର ଗୋଟି ଗୋଟି ତଥ୍ୟ ନିଜ ପୁସ୍ତକ ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍ରେ ଲେଖିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଖାଲି ସେତିକି ନୁହେଁ, ଜବରଦଖଲ ମୁକ୍ତି ପ୍ରକ୍ରିୟା ବେଳେ କିଭଳି ତାଙ୍କୁ […]
ଭୁବନେଶ୍ୱର : ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ଶୁକ୍ରବାର ନିଶ୍ଚିତ ଭାବେ ସାଇକେଲରେ ଅଫିସ୍ ଆସିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିଃର ସିଇଓ […]
ଭୁବନେଶ୍ୱର : ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଦେଇ ଓ୍ୱାର୍ଲ ହାବିଟାଟ୍ ପୁରସ୍କାର ପାଇଲେ ରାଜ୍ୟ ସରକାର । ହେଲେ ସରକାର ପ୍ରକୃତରେ ଜମି ପଟ୍ଟା ଦେବାରେ କେତେ ସଫଳ ହୋଇଛନ୍ତି ଜାଣିବାକୁ ପୁରସ୍କାରର ପୋଷ୍ଟର ଗାର୍ଲକୁ ଭେଟିଥିଲା ଓଟିଭି । ୩୦ ବର୍ଷ ହେବ ବସ୍ତିରେ ରହୁଥିଲେ । ନା ତାଙ୍କୁ ମିଳିଛି ଜମି ଅଧିକାର ପଟ୍ଟା ନା ତାକୁ ଭେଟିଛନ୍ତି କୌଣସି ସରକାରୀ ଅଧିକାରୀ। ହେଲେ ସରକାର ପାଇଥିବା ପୁରସ୍କାରର ପ୍ରେସ ରିଲିଜରେ ରହିଛି […]
ସୋନପୁର (ରବୀନ୍ଦ୍ର ହୋତା): ଶ୍ରେଣୀ ଗୃହ ଭିତରେ ମୋବାଇଲ୍ରେ ଗପିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ସସ୍ପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, ମିଳିଥିବା ଏକ ଭିଡିଓରେ ଶ୍ରୀ ସାହୁ ଶ୍ରେଣୀ ଗୃହରେ ମୋବାଇଲ୍ରେ କଥା ହେଉଥିଲେ। ସ୍କୁଲ୍ ସମୟ ଭିତରେ ଅର୍ଥାତ୍ ଦିନ ପ୍ରାୟ ୧୧ଟା ବେଳେ ସେ ଶ୍ରେଣୀ ଗୃହରେ ଚୌକିରେ […]
ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଝଡ଼ର ଇଗଲ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବିଜୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଜୁ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଗୋପାଳପୁର ବିଜୁ ସ୍ମୃତି ସଂସଦ ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। […]
ଭୁବନେଶ୍ୱର : ଓଡିଶା ସରକାର କେମିତି ଚାଲିଛି ? ସରକାରୀ କଳ ଭିତରେ କଣ ସବୁ ଚାଲେ? ନିଜ ପୁସ୍ତକ ‘ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍’ ରେ ଏହାର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଫାଇଭ୍ ଟିର ଡିଣ୍ଡିମ ପିଟୁଥିବା ନବୀନ ସରକାର କେତେ ସ୍ୱଚ୍ଛ ? ବାହାରକୁ ନିର୍ମଳ ଦେଖାଯାଉଥିବା ପ୍ରଶାସନିକ ବ୍ୟବସ୍ଥା ଭିତରେ କେମିତି ଦୁର୍ନୀତିର ଉଇ ଚରିଗଲାଣି ? ଇଚ୍ଛାଧୀନ କୋଟାରେ ଜମି ଆବଣ୍ଟନ ଦୁର୍ନୀତିରେ କେମିତି ଟାକ୍ସଫୋର୍ସ […]