ଭୁବନେଶ୍ୱର : ସରିସରି ଆସୁଛି ୨୦୧୯। ଶୁଭିଲାଣି ୨୦୨୦ର ପଦଧ୍ୱନି। ଆସନ୍ତାକାଲି ରାତିରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ ସହରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ସେଥିପାଇଁ ହୋଟେଲ୍, ରେଷ୍ଟୁରାଣ୍ଟ ଓ କ୍ଲବ ପକ୍ଷରୁ ହାଇଫାଇ ଆୟୋଜନ କରାଯାଇଛି। ନୂଆବର୍ଷ ସେଲିବ୍ରେସନ୍କୁ ଟିକେ ରଙ୍ଗୀନ କରିବା ପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ। ଏହି ନିୟମ କେବଳ ରାଜ୍ୟର ୩ଟି ସହରରେ ଲାଗୁ ହେବ। ଏଥିପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। […]
ଭୁବନେଶ୍ୱର : ଲାଞ୍ଚ ନେଇ ଧରାପଡ଼ିଥିବା ଆଇଏଏସ ବିଜୟ କେତନ ଉପାଧ୍ୟାୟ ସସ୍ପେଣ୍ଡ। ବିଜୟ କେତନଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟ ସରକାର । ଆଜି ରାଜଧାନୀରେ ଲାଞ୍ଚ ନେଇ ଧରାପଡ଼ିଥିଲେ ଆଇଏଏସ୍ ଅଫିସର । ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ ଭିଜିଲାନ୍ସ ହାତରେ । ବାଲେଶ୍ୱର ଜିଲ୍ଲା ସୋର ଏବଂ ବାହାନଗା […]
ତେଲକୋଇ( ଚିନ୍ମୟ ସାହୁ) : ରଖେ ହରି ତ ମାରେ କିଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ବାପା ମାଆ ଚାଲିଗଲେ ଆରପୁରକୁ ,ଆଉ ୪ ମାସର ଶିଶୁ କନ୍ୟା ମାଆର କୋଳରେ ସୁରକ୍ଷିତ ଭାବେ ବଂଚିଗଲେ। ମାଆର ପଣତ ବଂଚାଇଦେଲା ସନ୍ତାନଟିକୁ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡ଼ିବାହାଲ ନିକଟସ୍ଥ ବାଘୁଆ ନାଳ ନିକଟରେ ଘଟଛି ଏହି ଘଟଣା। ସୂଚନା ମୁତାବକ, ଯାଜପୁର ଜିଲ୍ଲା ଡ଼ୁବୁରୀ ଥାନା ନଡ଼ିଆ ଭଙ୍ଗା ଗ୍ରାମର ଦୁଃଖୀରାମ […]
ଯାଜପୁର (ଅଭୟ ପତି): ମାଆ ଓ ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ। ଆଜି ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଘଟିଛି। ଉଭୟଙ୍କ ମାଆ ଓ ପତ୍ନୀଙ୍କୁ ଗୁରୁତର ମେଡିକାଲରେ ଭର୍ତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ ମଧୁବନ ଗାଁର ଟିମା ଦେହୁରୀଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ସେଥିପାଇଁ ଅନେକ ସମୟରେ ପରିବାର ଲୋକଙ୍କୁ ଗାଳି ଗୁଲଜ କରନ୍ତି। ଆଜି କୌଣସି କଥାକୁ ନେଇ […]
ବିନାଶକାରୀ କୋଭିଡ-୧୯ ମହାମାରୀ ସହିତ ବିଶ୍ୱ ମୁକାବିଲା କରୁଥିବାବେଳେ ଚାଇନାରେ ଆଉ ଏକ ନୂଆ ଭାଇରାଲ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଦେଶରେ ପ୍ରଥମ ମଙ୍କୀ ବି ଭାଇରସ୍ (ବିଭି) ସଂକ୍ରମିତ ମିଳିଥିବା ଦାବି ହୋଇଛି। ଜଣେ ପ୍ରାଣୀ ଚିକିତ୍ସକ ଦୁଇଟି ପ୍ରାଣୀକୁ ବିଛିନ୍ନ କରିବା ସମୟରେ ଏହି ଜୀବାଣୁ ସଂପର୍କରେ ଆସିଥିଲେ।
ଭୁବନେଶ୍ୱର : ଏସ୍ପ୍ଲାନେଡ୍ ମଲ୍ରେ ବେଆଇନ୍ ପାର୍କିଂ ଫି’ ଆଦାୟ ନେଇ ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ କମିଶନରେଟ ପୁଲିସ ମଲ୍ର ସେଲ୍ସ ମ୍ୟାନେଜର ଶ୍ୟାମା ଝା’ଙ୍କ ସମେତ ୨ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଭୁବନେଶ୍ୱର ରସୁଲଗଡ଼ରେ ଛିଡ଼ା ହୋଇଛି ଏସ୍ପ୍ଲାନେଡ୍ ମଲ୍। ଏଠାରେ ବେଆଇନ୍ ଭାବେ ପାର୍କିଂ ଫି’ ଆଦାୟ ହେଉଥିଲା। ଏ ସମ୍ପର୍କରେ ଖବର ସଂଗ୍ରହ କରିବା […]
ଭୁବନେଶ୍ୱର : ରାଜଧାନୀର ଶୀତୁଆ ରାତି। କାହା ପାଇଁ ନିଆଁ, କାହା ପାଇଁ ଚାହା, ତ ଆଉ କାହା ପାଇଁ ଖଣ୍ଡେ କମ୍ବଳକୁ ଖୋଲା ଆକାଶ ହିଁ ସାଥୀ । ଖାଲି ଭୁବନେଶ୍ୱର ରେଳ ଷ୍ଟେସନ୍ କି ତା ସମ୍ମୁଖ ରାସ୍ତା ନୁହେଁ, ସ୍ମାର୍ଟସିଟିର ବହୁ ସ୍ଥାନରେ ଫୁଟ୍ପାଥ୍ ଉପରେ ଚାଦର କି କମ୍ବଳ ତଳେ ଜାକିଜୁକି, ଥରିଥରି ରାତି କାଟୁଥିଲେ ବାସହରା। ରେଳ ଷ୍ଟେସନ୍, ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଓ ଏମ୍ସ ବିଶ୍ରାମାଗାର। ରାତିସାରା ବୁଲିବୁଲି ସ୍ଥିତି […]
ଭୁବନେଶ୍ୱର : କର୍ମକ୍ଷେତ୍ରରେ ଚାପ ନେଉଛି କି ଜୀବନ? ଦୁଇ ଦିନ ଭିତରେ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଘନୀଭୂତ ହେଉଛି ଏପରି ସନ୍ଦେହ। ଗତ ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତଦେହ ପାଣିରୁ ମିଳିଥିବା ବେଳେ ଆଜି ଭୁବନେଶ୍ୱରରେ ଜଣେ କେନ୍ଦ୍ରୀୟ ଅବକାରୀ ବିଭାଗ ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହକୁ କମିଶନରେଟ୍ ପୁଲିସ ଉଦ୍ଧାର କରିଛି। ତେବେ ମନସ୍ତତ୍ତ୍ୱବିତ୍ କହିଛନ୍ତି ଏହା ପଛରେ ଅସହାୟତା ଏକ କାରଣ ହୋଇପାରେ। କେନ୍ଦ୍ରୀୟ ଅବକାରୀ […]
ନୟାଗଡ଼ : ଯେତେ ସଚେତନତା କରାଗଲେ କି ସୂଚନା ଦିଆଗଲେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ହଟୁନାହିଁ । ଫଳରେ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁରେ। ପୁଅକୁ ମନ୍ଦିରରେ ଛାଡି ଚାଲିଯାଇଛନ୍ତି ତାର ବାପାମାଆ। ଏପରିକି ମନ୍ଦିରରୁ ନବାହାରିବା ପାଇଁ ତାଗିଦ୍ ବି କରିଛନ୍ତି । ୭ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ବାଳକ ଯାହାକୁ ଛୁଇଁଦେଉଛି, ତା ଦେହରେ ମଳ […]
ଭୁବନେଶ୍ୱର : ନୂଆ ସମ୍ଭାବନା ନେଇ ଆସୁଥିବା ନୂଆବର୍ଷକୁ ଫିକା କରିପାରେ ବର୍ଷା। କାରଣ ୧ରୁ ୩ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବ। ୨ ଓ ୩ ତାରିଖରେ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆହୁରି କହିଛନ୍ତି-“କେତେକ ସ୍ଥାନରେ କୁଆପଥର ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ କମ୍ […]
ଖଲ୍ଲିକୋଟ : ଦିନ ଦ୍ୱିପହରେ ଚଳନ୍ତା ଟ୍ରେନରେ ମୋବାଇଲ ଝାମ୍ପି ନେଲା ଲୁଟେରା । ଦୁର୍ବୃତ୍ତକୁ କାବୁ କରିବାକୁ ଡେଇଁ ପଡିଲେ ଦଂପତି। ଏଭଳି ଘଟଣା ଦେଖିବାକୁ ମିଳିଛି, ଖଲ୍ଲିକୋଟ ଷ୍ଟେସନ ପ୍ଲାଟଫର୍ମରେ । ସୂଚନା ମୁତାବକ, ଆଜି ଦିନ ସାଢେ ୧୦ଟାରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଛତ୍ରପୁର ଅଂଚଳର ଜଗେନ୍ଦ୍ର ରାଓଙ୍କ ପରିବାର ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଖଲ୍ଲିକୋଟ ଷ୍ଟେସନ ଠାରେ ଟ୍ରେନ୍ ଅଟକି ଥିଲା। ତେବେ ଟ୍ରେନ୍ ଛାଡିବା ବେଳକୁ ଜଗେନ୍ଦ୍ରଙ୍କ ପୁଅ ହାତରୁ […]
ଭୁବନେଶ୍ୱର : ଅର୍ଗସ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଗତକାଲିର ଘଟଣାରେ ସଂପୃକ୍ତି ଥିବା ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି କମିଶନ୍ରେଟ ପୁଲିସ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ପୁରା ଘଟଣାର ତଦନ୍ତ ଦାୟିତ୍ୱ ଆଡିସନାଲ ଡିସିପିଙ୍କୁ ଦିଆଯାଇଛି। ମାମଲାରେ ଅନ୍ୟ ମାନେ ସଂପୃକ୍ତି ଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଘଟଣା […]
ପୁରୀ : ଶ୍ରୀମନ୍ଦିର ୱାଚ୍ ଟାୱାର୍ ଉପରେ ଚଢ଼ି ଭିତର ଦୃଶ୍ୟକୁ ମୋବାଇଲ୍ରେ ରେକର୍ଡ କଲେ ବିଦେଶୀ ପର୍ଯ୍ୟଟକ। ବିନା କୌଣସି ବାଧାବିଘ୍ନରେ ଖୋଲାଖୋଲି ଭାବେ ଏଭଳି ଘଟଣା ଘଟିଛି। ଶ୍ରୀମନ୍ଦିର ପଶ୍ଚିମ କୋଣରେ ଥିବା ପୁଲିସ୍ ୱାଚ୍ ଟାୱାର୍ରେ । ଶ୍ରୀମନ୍ଦିର ସୁରକ୍ଷା ବଳୟକୁ ଭେଦ କରି ତିନି ଜଣ ବିଦେଶୀ ଭକ୍ତ ୱାଚ୍ ଟାୱାର୍ ଉପରେ ଚଢ଼ିଥିଲେ । କିଛି ସମୟ ପାଇଁ ସେଠି ରହି ଭିଡିଓ ବାହାର କରିବା ସହ ବେଶ ବେଫିକର୍ […]
ଜୟପୁର : ବିଦ୍ୟୁତ୍ ଖୁଣ୍ଟରୁ ବାହାରିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସାଧାରଣ ଲୋକ। ଆଜି ଜୟପୁର ସହରରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ହଠାତ୍ ନିଆଁ ବାହାରିଲା। ଜୋରରେ ନିଆଁ ଜଳିବାରେ ଲାଗିଥିଲା । ପ୍ରାୟ ଅଧ ଘଣ୍ଟା ଧରି ଏଭଳି ନିଆଁ ବାହାରିବାରୁ ସେହି ରାସ୍ତାରେ ଯିବାଆସିବା କରୁଥିବା ଲୋକ ଭୟଭୀତ ହୋଇପଡିଥିଲେ। ଏହା ଦେଖି ଆଖପାଖରେ ରହୁଥିବା ଲୋକେ ମଧ୍ୟ ଆତଙ୍କିତ ହୋଇପଡିଥିଲେ । ବିଦ୍ୟୁତ୍ ଖୁଣ୍ଟଟି ଥିବା ସ୍ଥାନ ଜନଗହଳିପୂର୍ଣ୍ଣ ହୋଇଥିବାରୁ ଏପରି […]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା। କଂଗ୍ରେସ ନେତା ଓ କର୍ମୀ ଗୋଟିଏ କାର ଜାଳିଦେଇଥିବା ଅଭିଯୋଗ ହୋଇଛି। ରାସ୍ତା କଡ଼ରେ କାରଟି ଥୁଆ ହୋଇଥିବା ବେଳେ କାରରେ ନିଆଁ ଲଗାଇ ଦେଇଥିଲେ। ଏହାପରେ କାରଟି ହୁତ୍ ହୁତ୍ ହୋଇ ଜଳିଥିଲା। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଗତ ୧୪ ତାରିଖରେ କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ […]
ନବରଙ୍ଗପୁର : ହିଂସା ଉସକାଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ । କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରିବାକୁ କହୁଛନ୍ତି । ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦବ। ପରେ ଯାହାହେବ ଦେଖାଯିବ। ଏପରି କିଛି ଢଙ୍ଗରେ ଆଜି କର୍ମୀଙ୍କୁ ମୋବାଇଲ୍ରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ ମାଝୀ । ଯାହାର EXCLUSIVE ଫୁଟେଜ୍ ମିଳିଛି । ଏହି […]
ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଆଠମଲିକ ଥାନା ଅନ୍ତର୍ଗତ ମାଧପୁର ବାମୁର ରାସ୍ତା ନୂଆଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଗତକାଲି ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଆମ୍ବସରମୁଣ୍ଡା ପଂଚାୟତ ତାଳମଳିହା ଗ୍ରାମର ଚିତ୍ତରଞ୍ଜନ ସାହୁ ଏବଂ ଅନ୍ୟ ଜଣେ ବିକାଶ ସାହୁ । ସମସ୍ତେ ଭୋଜି ପାଇଁ ମାନଯୋର ଡ୍ୟାମ ନିକଟକୁ ଯାଇଥିଲେ। ସେଠାରୁ କୌଣସି କାମରେ ନିକଟସ୍ଥ […]
ଭୁବନେଶ୍ୱର : ଓଡ଼ିଶାକୁ ହିନ୍ଦୁତ୍ୱ ଆସକ୍ତ କହି ବଡ଼ଦିନରେ ପାକ୍ ସେନା ମୁଖପାତ୍ରଙ୍କ ବିବାଦୀୟ ଟ୍ୱିଟ୍ ପ୍ରସଙ୍ଗ । ଧର୍ମ ନାଁରେ ନରସଂହାର, ଅତ୍ୟାଚାର ଏବଂ ସଂଖ୍ୟାଲଘୁଙ୍କ ଉପରେ ବ୍ୟଭିଚାରର ଉତ୍ପତ୍ତି ସ୍ଥଳରେ ଥିବା ଲୋକ ହୋଇ ପଡ଼ୋଶୀଙ୍କ ପାଇଁ ଏତେ ଚିନ୍ତା । ନିଜ ଦେଶରେ ଥିବା ଖ୍ରୀଷ୍ଟିଆନ୍ଙ୍କୁ ହତ୍ୟା କରିବା ପରେ ଏବେ ସେ ଅନ୍ୟ ପାଇଁ ଚିନ୍ତିତ ହୋଇପଡ଼ିଛି । ଏପରି କିଛି ଢଙ୍ଗରେ ପାକିସ୍ତାନ ସେନା ମୁଖପାତ୍ର ତଥା ଡିଜି ଆଇଏସ୍ପିଆର୍ […]
ପୁରୀ : ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି । ରାତିସାରା ଉଜାଗର ରହିଛନ୍ତି ମହାପ୍ରଭୁ ଜଗନ୍ନାଥ। ଧାଡ଼ିବାନ୍ଧି ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ରାତିସାରା ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ବିରଳ ଘଟଣା, ଯାହା ବର୍ଷ ବର୍ଷ ଧରି କେବେ ହୋଇନଥିଲା ବୋଲି ସେବାୟତ କହିଛନ୍ତି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହା ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ । ତେଣୁ ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ରାତି ୮ଟା […]
ଭୁବନେଶ୍ୱର : ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ସୂର୍ଯ୍ୟୋପରାଗ। ଏଥର ସବୁଠାରୁ ଅଧିକ ସମୟ ୩ଘଣ୍ଟା ୯ମିନିଟ୍ ଧରି ଚାଲିବ ଛାଇ ଆଲୁଅର ଖେଳ । ସକାଳ ୮ଟା ୨୦ ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେବ । ସର୍ବମୋକ୍ଷ ସମୟ ରହିଛି ଦିନ ୧୧ଟା ୨୯ମିନିଟ୍ ୧୦ ସେକେଣ୍ଡ। ଓଡ଼ିଶାରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁର କିଛି ସ୍ଥାନରେ ବଳୟ ସୂର୍ଯ୍ୟୋପରାଗ […]
ଭୁବନେଶ୍ୱର : ‘ପିଏମ୍ କିଷାନ’ ଭଳି ଓଡ଼ିଶାରେ ଲାଗୁ ହେବ କି ‘ଆୟୁଷ୍ମାନ ଭାରତ’। ରାଜ୍ୟରେ ଯୋଜନା ଲାଗୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦେଶରେ ୭୫ଟି ଆକାଂକ୍ଷିତ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ । ଏଥିରେ ଓଡ଼ିଶାରେ ୬ଟି ହସ୍ପିଟାଲ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟର ଅନ୍ୟ ୨ […]
ଭୁବନେଶ୍ୱର : ଅଭିନେତ୍ରୀଙ୍କ ପ୍ରେମ, ପ୍ରତାରଣା ଘଟଣାର ନୂଆ ମୋଡ଼ । ଶେଷରେ ଲାପଟପ୍ ଫେରାଇବା ପାଇଁ ଓଲିଉଡ ଅଭିନେତ୍ରୀ ଯୁବକଙ୍କୁ ଭୁବନେଶ୍ୱର ଡାକିଛନ୍ତି। ଏହି ଘଟଣାର କମ୍ପ୍ରମାଇଜ କରିବାକୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କରି ଯୁବକଙ୍କୁ ଡାକିଛନ୍ତି। ଆଉ ଦେଇଥିବା ଜିନିଷ ନେଇଯିବାକୁ ମଧ୍ୟ କହିଛନ୍ତି । ଗତକାଲି କିଛି ନେଇନଥିଲେ ବୋଲି କହୁଥିବା ଅଭିନେତ୍ରୀ ଆଜି ଯୁବକଙ୍କୁ ଡାକିବା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଉପସ୍ଥିତିରେ ନିଜେ ଦେଇଥିବା ସବୁ ସାମଗ୍ରୀ ନେବେ […]
ଭୁବନେଶ୍ୱର : ରାଜଧାନୀରେ ବାଂଲାଦେଶୀ ରୂପଜୀବୀ । ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣିବା ପଛରେ ଅଛନ୍ତି ଲେଡି ଦଲାଲ। ଅଫିସରେ କାମ ଦେବାକୁ କହି ଆଣିବା ପରେ ଏଠି ସେକ୍ସ୍ ବିଜନେସ୍ରେ ଲଗାଉଛନ୍ତି । କିଙ୍ଗପିନ ଦଲାଲ ଜଣେ ବାଂଲାଦେଶୀ ଲେଡି ଦଲାଲ ହୋଇଥିବାରୁ ଯୁବତୀଙ୍କୁ ପ୍ରଥମେ କୋଲକତା ପରେ ଭୁବନେଶ୍ୱରକୁ ଆଣି ଚଳାଇଛନ୍ତି ଦେହର ପସରା। ଯାହାର ସାମାନ୍ୟ ଟେର ପାଉନି ପୁଲିସ। ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ […]
ରାଉରକେଲା : ରାଉରକେଲା ଆମ୍ବବାଗାନ ଛକ ନିକଟରେ ଆଜି ଉନ୍ମୋଚିତ ହୋଇଛି ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚନ କରିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଅଟଳ ବିହାରୀଙ୍କ ଜନ୍ମ ଦିବସ ଅବସରରେ ଏ କାର୍ଯ୍ୟକ୍ରମ ହାତକୁ ନେଇଛି ଆରଏସପି । ଏ ଉତ୍ସବରେ ରାଉରକେଲା ବିଧାୟକ, ରଘୁନାଥପାଲି ବିଧାୟକ, ବିରମିତ୍ରପୁର ବିଧାୟକଙ୍କ ସମେତ ଆରଏସପି ସିଇଓ ଓ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ତେବେ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି ଅଟଳଙ୍କ […]
ଭୁବନେଶ୍ୱର : ସୂର୍ଯ୍ୟୋପରାଗ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି । ତେଣୁ ପରୋକ୍ଷରେ କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ ବତାଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିମ୍ ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ୧-ଘରେ ବ୍ୟବହାର ହେଉଥିବା ସାଧାରଣ ଦର୍ପଣ ନିଅନ୍ତୁ । ୨-ଏକ କଳା କାଗଜକୁ […]