ମାଲକାନଗିରି: ମାଲକାନଗିରିରେ ଲାଲ୍ ଆତଙ୍କ ଦେଖିବାକୁ ମିଳିଛି। ବଣ୍ଡାଘାଟି ନିକଟ ଆନ୍ଧ୍ର ଓଡ଼ିଶା ସୀମା ପାତ୍ରପୁଟରେ ରାସ୍ତା କାମରେ ନିୟୋଜିତ ଜେସିବି ଜାଳି ଦେଇଛନ୍ତି ମାଓବାଦୀ। ଗୋଇଗୁଡ଼ାରୁ ଭୋଜିଗୁଡ଼ା ଯାଏ ଚାଲିଥିବା ରାସ୍ତାକାମରେ ଜେସିବି ନିୟୋଜିତ ଥିଲା। ବଣ୍ଡାଘାଟିରେ ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ଏଭଳି କରିଥିବା କୁହାଯାଉଛି। ଘଟଣା ସଂପର୍କରେ ପୁଲିସ୍ ପକ୍ଷରୁ କିଛି କୁହାଯାଇନାହିଁ।
ନିର୍ବାଚନ ଦାବିରେ କଲେଜ୍ ଗେଟ୍ରେ ତାଲା ପକାଇଲେ ଛାତ୍ରଛାତ୍ରୀ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ କରିବା ଲାଗି ଛାତ୍ରଛାତ୍ରୀ କଲେଜ ଗେଟ୍ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଦୀର୍ଘ ୮ ବର୍ଷ ହେବ ବିଭିନ୍ନ କାରଣ ଦର୍ଶାଇ କଲେଜ ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ ବି ନିର୍ବାଚନ ବନ୍ଦ ରହିବାର ଆଶଙ୍କା ରହିଥିବାରୁ ଛାତ୍ରଛାତ୍ରୀ ନିର୍ବାଚନ କରାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପଟେ କଲେଜରେ ନିର୍ବାଚନ ହେବ କି ନାହିଁ ତାହା ଗଭର୍ଣ୍ଣିଂ […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ସହିଦ ହୋଇଥିବା କୁରୁଣାକର ସିଂହଙ୍କୁ ସହିଦ ମାନ୍ୟତା ଦାବିରେ ଗଣ୍ଡୱାନା ସମାଜ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମରେ ନବୀନ ଯୋଗଦେବେ। ୧୮୬୧ ମସିହାରେ ଇଂରେଜମାନେ କରୁଣାକରଙ୍କୁ ଫାଶୀ ଦେଇଥିଲେ। ପ୍ରତିବର୍ଷ ଏଠାରେ ସହିଦ ଦିବସ ପାଳନ ହେଉଥିବାବେଳେ, କରୁଣାକରଙ୍କୁ ସରକାରୀ ଭାବେ ସହିଦ ମାନ୍ୟତା ଦାବି ହୋଇଆସୁଛି। ତିନି ଦିନିଆ କାର୍ଯ୍ୟକ୍ରମରେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗଦେବା ବେଳେ ଅପରାହ୍ନରେ ପୂର୍ବତନ […]
ଯାଜପୁର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଯାଜପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଳାବ୍ୟାଚ ପରିଧାନ କରିବା ସହ ହାତରେ ଫ୍ଲାକାର୍ଡ ଧରି ସମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ମାନେ ସାମିଲ ହୋଇ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ ଲାଗୁ କରିବାକୁ ସେମାନେ ଦାବି କରିଥିଲେ। ଯାଜପୁର ଗାନ୍ଧି ଛକରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ […]
କଟକ: ବାଙ୍କୀ ଥାନା ସୁନାଦେଇ ମୁଣ୍ଡିଆ ନିକଟରେ ଏକ ଘରୁ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ବାଙ୍କୀ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନା ଅଂଚଳ ଘଟଣା । ସାହି ଲୋକଙ୍କ ଟାହି ଟାପରା ସହିନପାରି ଦୁଷ୍କର୍ମ ପୀଡ଼ିତା ଅାତ୍ମହତ୍ୟା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିମୁଳିଅା ପୁଲିସ। ଭଦ୍ରକ ଜିଲ୍ଲା ରାହାଞ୍ଜାରୁ ଅଭିଯୁକ୍ତ ବୁଦ୍ଧିରାମ ନାୟକକୁ ପୁଲିସ ଗିରଫ କରିଛି। ୨୩ ତାରିଖ ରାତିରେ ଦୋକାନରୁ ଜିନିଷ ନେଇ ଫେରିବା ବେଳେ ନାବାଳିକାଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଘଟଣା ପରେ ନାବାଳିକା ଜଣକ […]
କେନ୍ଦ୍ରାପଡ଼ା: ଜମପଡ଼ା ହାଇସ୍କୁଲ୍ ଶିକ୍ଷକ ରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଶିକ୍ଷକ ରଞ୍ଜନ ନାୟକଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ସହ ଅନେକଗୁଡ଼ିଏ ସ୍ଥାବର ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଜବତ ହୋଇଛି। ରଞ୍ଜନ ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅଛନ୍ତି। ରଞ୍ଜନଙ୍କର ୫ଟି ଟ୍ରକ୍ ଓ ୫୦୦ […]
ବାଲେଶ୍ୱର : ସମଲିଙ୍ଗୀ ସମ୍ପର୍କ ସତ୍ତ୍ୱେ ବିବାହ ପାଇଁ ଯୁବତୀ ଜଣକ ମନା କରିବା ପରେ ଜୀବନ ହାରି ଦେଇଛନ୍ତି ଜଣେ କଲେଜ ଛାତ୍ରୀ । ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ । ସେ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ । ଗତ ୨୮ ତାରିଖରେ ହଷ୍ଟେଲ୍ରେ ଫ୍ୟାନ୍ରେ ଝୁଲି ସେ ଅାତ୍ମହତ୍ୟା କରିଥିବା କହିଛି ପୁଲିସ । ପୁଲିସର ସୂଚନା ଅନୁଯାୟୀ, ହଷ୍ଟେଲ୍ ନିକଟ ଏକ ମେସ୍ରେ […]
କୋରାପୁଟ: କୋରାପୁଟ ଜିଲ୍ଲା ମାନବର ପଞ୍ଚାୟତର ମାଳିଗୁଡ଼ା ଓ ଗୌଡ଼ଗୁଡ଼ା ଗାଁରେ ଗୋଚର ଜମି ହଡ଼ପ ଅଭିଯୋଗ ହୋଇଛି। ବିଜୁ ଯୁବ ବାହିନୀର ସଦସ୍ୟ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ହାତ କରି ଗୋଚର ଜମି ନିଜ ନାଁରେ କରିନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦୁଇ ଗାଁର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ଜମିସବୁକୁ ମୁକୁଳାଇବା ଲାଗି ସରକାରଙ୍କ ପାଖରେ ଦାବି କରିଛନ୍ତି। ଅନ୍ୟପଟେ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର କସରତ । ରାଜ୍ୟ କଂଗ୍ରେସ ଭବନରେ ଅାରମ୍ଭ ହୋଇଛି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ। ଏଅାଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ, ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ପ୍ରଦେଶ ଇଲେକ୍ସନ୍ କମିଟି ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ପ୍ରାୟ ୫୦ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ନେଇ ବୈଠକରେ ଅାଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ଗତକାଲି ଠାରୁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ […]
ସୁନ୍ଦରଗଡ଼: ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମାରା ଗାଁରେ ଏହି ଘଟଣା ଘଟିଛି। ମହିଳାଙ୍କ ଦୁଇ ହାତର ଆଙ୍ଗୁଳି ଓ ଛାତିରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କିଛି ଦିନ ହେବ ଉକ୍ତ ମହିଳାଙ୍କ ପଡ଼ୋଶୀ ରାମ ବାରିକଙ୍କ ପରିବାର ତାଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଏମିତିକି ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଡାହାଣୀ ବୋଲି […]
କୋରାପୁଟ: ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଗତ ୫ତାରିଖରେ ପୀଡ଼ିତାଙ୍କୁ ୨ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ଜୟପୁର ହସ୍ପିଟାଲ୍ ଓ ପରେ କୋରାପୁଟ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ମୃତ ପୀଡ଼ିତାଙ୍କର ସ୍ୱୀମୀଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପରେ ପିଲାଙ୍କ ଭବିଷ୍ୟତ ନେଇ ଗ୍ରାମବାସୀ […]
ମୋହନା: ଯେଉଁମାନେ ଜନ୍ମ ଦେଇଥିଲେ ସେମାନେ ଶେଷରେ ସାଜିଲେ ମୃତ୍ୟୁଦାତା। ବାହାଘର ଭାଙ୍ଗିଯିବାରୁ ଦୁଇ ଝିଅଙ୍କୁ ବିଷ ପିଇବାକୁ କହିଲେ ବାପା ମା’। ଗଜପତି ଜିଲ୍ଲା ମୋହନା ଛେଳିଗଡ଼ରେ କୂଅରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏହା ହିଁ ହେଉଛି ନିଷ୍ଠୁର ସତ୍ୟ। ଦୁଇ ଝିଅଙ୍କୁ ହତ୍ୟା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ପୁଲିସ୍। ଏହି ମାମଲାରେ ତାଙ୍କ ଜ୍ୱାଇଁଙ୍କୁ ଅଟକ ରଖିଛି ପୁଲିସ। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କର ୫ଜଣ ଝିଅ। କୌଣସି କାରଣରୁ […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ସହଯୋଗ ନକରିବାକୁ ରାଜ୍ୟର କିଛି ବେସରକାରୀ ଅନୁଦାନପ୍ରାପ୍ତ କଲେଜର କର୍ମଚାରୀ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହା ବିରୋଧରେ ପଦକ୍ଷେପ ଲାଗି ଉଚ୍ଚଶିକ୍ଷା ବିଭାଗକୁ ଗୃହ ବିଭାଗ ଚିଠି ଲେଖିଛି। ନିର୍ବାଚନ କାର୍ଯ୍ୟରେ ଅସହଯୋଗ ଲାଗି କିଛି କର୍ମଚାରୀ ଲିଖିତ ଭାବେ ଜଣାଇଥିବା ନେଇ ଦୃଷ୍ଟିକୁ ଆସିବା ପରେ ନିର୍ବାଚନ କାର୍ଯ୍ୟରେ ସହଯୋଗ ପାଇଁ ସବୁ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଗୃହ ବିଭାଗ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ଜଣାଇଛି। […]
କେନ୍ଦୁଝର: ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋକୁ ଶକ୍ତ ଝଟକା ଲାଗିଛି। ସଂରକ୍ଷିତ ଜଙ୍ଗଲ ଓ ଆଦିବାସୀଙ୍କ ଜମି ହଡ଼ପ ଅଭିଯୋଗ ପରେ ଗ୍ରୀନ ଟ୍ରିବ୍ୟୁନାଲ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜ ସିଙ୍ଗଡ଼ାଠାରୁ କେନ୍ଦୁଝରର ବିଞ୍ଚବାହାଳ ପର୍ଯ୍ୟନ୍ତ ୪୯ ନମ୍ବର୍ ଜାତୀୟ ରାଜପଥର ନିର୍ମାଣ ଦାୟିତ୍ୱ ମଣ୍ଟେକାର୍ଲୋ ନେଇଛି। ତେବେ ଏହି ଠିକା ସଂସ୍ଥା ବାୟାପଣ୍ଡାପଦର ଗାଁ ନିକଟ ସଂରକ୍ଷିତ ଜଙ୍ଗଲ ଓ ଆଦିବାସୀଙ୍କ ଜମି ହଡ଼ପ କରିଥିବା […]
ଭୁବନେଶ୍ୱର: ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ରାଜ୍ୟବାସୀଙ୍କୁ ସେ ପ୍ରାୟ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉପହାର ଦେବେ। ଏନେଇ ଆଜି ଦିଲ୍ଲୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ମୋଦି ୨୦୦ ଟଙ୍କିଆ ମୁଦ୍ରାକୁ ଲୋକାର୍ପଣ କରିବେ। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାଁରେ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ନେଇ ବିବାଦ ସାଙ୍ଗକୁ ବିରୋଧ ଦେଖିବାକୁ ମିଳିଛି। ନୟାଗଡ଼ ଲକ୍ଷ୍ମୀପ୍ରସାଦରେ ପିଠା କାର୍ଯ୍ୟକ୍ରମବେଳେ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କୁ ଶାସକଦଳ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ସେହିଭଳି ଦେବଗଡ଼ ଜିଲ୍ଲା ରିଆମାଳରେ ବି ଲୋକେ ବିରୋଧ କରି କିଛି ସରକାରୀ ଅଧିକାରୀଙ୍କୁ ଅଟକ ରଖିଥିଲେ। ଲୋକଙ୍କୁ ବୋକା ବନାଇ ରାଜ୍ୟ ସରକାର ପିଠା ଯୋଜନାକୁ ନିଜ ପ୍ରଚାରର ମାଧ୍ୟମ କରିଥିବା ବିରୋଧୀ ଅଭିଯୋଗ ଆଣିଥିବାବେଳେ ଏହାର ଜବାବରେ […]
ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ଆଜି ବିଜେଡି ରାଜଭବନ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରୁଛି। ବିକ୍ଷୋଭରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହ ତୁରନ୍ତ ତୈଳ ଦର ହ୍ରାସ ଲାଗି ଦଳ ଦାବି ରଖିଛି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଦଳ ସ୍ମାରକପତ୍ର ପ୍ରଦାନ କରିଛି।
ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପରାଜୟ ସତ୍ତ୍ୱେ ୧୯ ନିର୍ବାଚନରେ ପୂର୍ବ ଭାରତରେ ଭଲ ପ୍ରଦର୍ଶନ ନେଇ ବେଶ୍ ଆଶାବାଦୀ ବିଜେପି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ପୂର୍ବ ଅପେକ୍ଷା ସ୍ଥିତି ଦୃଢ଼ ହେଉଛି ଓ ଦଳ ଏଠାରୁ ଅଧିକ ସିଟ୍ ପାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଏହାକୁ ବଳ ଦେବା ଲାଗି ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁମ୍ବାଇରେ ଅନୁଷ୍ଠିତ ରିପବ୍ଳିକ୍ ସମିଟ୍ରେ ଓଡ଼ିଶା ସମେତ ପୂର୍ବ […]
ବଲାଙ୍ଗିର: ବାହାର ରାଜ୍ୟକୁ ୧୦ ଦାଦନ ଶ୍ରମିକ ଚାଲାଣ ବେଳେ ସେମାନଙ୍କୁ ବଲାଙ୍ଗିର ଖପ୍ରାଖୋଲ ପୁଲିସ୍ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଶ୍ରମିକ ଚାଲାଣ ଖବର ପାଇ ଖପ୍ରାଖୋଲ ପୁଲିସ୍ ଲାଠୋର ନିକଟ ବଡ଼ ଗୁର୍ଜିଭଟା ଗାଁ ନିକଟରେ ଏକ ଗାଡ଼ିକୁ ଅଟକାଇଥିଲା। ଗାଡ଼ିରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଗାଁକୁ ପଠାଯାଇଛି। ଉଦ୍ଧାର ସମସ୍ତ ଶ୍ରମିକ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଗାଡ଼ିର ଡ୍ରାଇଭରକୁ ପୁଲିସ୍ ଅଟକ ରଖିଛି। […]
ରାୟଗଡ଼ା/ଗଞ୍ଜାମ: ସାମୁଦ୍ରିକ ଝଡ଼ ପେତାଇ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲାରେ କପା ଚାଷ ବହୁଳ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଜିଲ୍ଲାର ରାୟଗଡ଼ା ଓ କୋଲନରା ଅଞ୍ଚଳରେ କପାଚାଷ ଉଜୁଡ଼ି ଯାଇଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ଚାଷୀ କପା ଅମଳ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଦିନିଆ ବର୍ଷାରେ କପା ଫସଲ ନଷ୍ଟ ହେବା ସହ ମଞ୍ଜିରେ ଗଜା ହେବା ଦେଖାଦେଇଛି। ପ୍ରଥମେ ତିତଲି ଆଉ ଏବେ ପେତାଇ ଚାଷୀଙ୍କ […]
କୋରାପୁଟ: ସାମୁଦ୍ରିକ ଝଡ଼ ପେତାଇ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ସହ ପନିପରିବା ଚାଷ ବି ନଷ୍ଟ ହୋଇଛି। ଧାନ ଅମଳ ସାରି କାଟିବା ବେଳକୁ ଦାଉ ସାଜିଲା ପ୍ରକୃତି। ଅମଳ ଧାନ ବର୍ଷାରେ ଭିଜିଗଲା। ଆଉ ତା’ପରେ କିଏ ଧାନ କାଟି ଖଳାରେ ରଖିଛି ତ ପୁଣି କିଏ ଓଦା ଧାନକୁ ବସ୍ତାରେ ଭର୍ତ୍ତି କରୁଛି। ଏହାରି ଭିତରେ କେତେକ ଧାନ ଫସଲ ନଷ୍ଟ […]
ଯାଜପୁର: ଚଳନ୍ତା ଟ୍ରେନ୍ରୁ ସ୍ତ୍ରୀକୁ ଠେଲି ଦେଲା ସ୍ୱାମୀ। ଯାଜପୁର ଜିଲ୍ଲା ଜେନାପୁର ଷ୍ଟେସନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲି ଦେବାରୁ ତାଙ୍କର ବାମ ଗୋଡ଼ ପୂରା କଟି ଯାଇଛି। ସୂଚନା ଅନୁସାରେ, ବାଲେଶ୍ୱରରୁ ମଜୁରୀ କାମ ସାରି ଯାଜପୁର ରୋଡ୍କୁ ଟ୍ରେନ୍ରେ ଫେରିବା ବେଳେ ରବି ଦାସ ଓ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରବି ମଦ ପିଇଥିଲେ। ଟ୍ରେନ୍ଟି ଜେନାପୁର […]
ବାରିପଦା: ରୋଡ୍ ରୋମିଓକୁ ପାନେ। ବିଚ୍ ରାସ୍ତାରେ ରୋଡ୍ ରୋମିଓକୁ ପିଟିଲେ ମହିଳା। ବାରିପଦା ଗାନ୍ଧି ପାର୍କ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ମହିଳା ଜଣକ ନିଜ ପିଲାଙ୍କ ସହ ବୁଲୁଥିବା ବେଳେ ୪ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଲାଇବ୍ରେରି ଛକ ନିକଟରେ କମେଣ୍ଟ୍ ମଧ୍ୟ ମାରିଥିଲେ। ଏହା ଅସହ୍ୟ ହେବାରୁ ମହିଳା ଜଣକ ଏହାର ପ୍ରତିବାଦ କରି ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ଘଟଣାକୁ ଦେଖି କିଛି ଲୋକ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ। ଆଜି ସକାଳେ ସେ ଶୌଚ ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ପିକ୍ଅପ୍ ଭ୍ୟାନ୍ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ନାବାଳିକାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଭବାନୀପାଟଣା-ନର୍ଲା […]