ଭୁବନେଶ୍ୱର: ରାଜଭବନ ସାମ୍ନାରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଗର୍ଜନ। ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା। ଖଣି ଚୋରଙ୍କୁ ୫୦ ହଜାର କୋଟି ମାଫ୍, ଚାଷୀଙ୍କୁ କାହିଁକି ଛାଡ଼ ହେଉନି। ଏଥିସହିତ ଧାନ କ୍ୱିଣ୍ଟାଲ ୨୯ ଶହ ଟଙ୍କା, ଋଣ ଛାଡ୍ ଓ ଚାଷୀଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ଦାବି କରାଯାଇଛି। ଋଣ ଛାଡ଼ ହେଲେ ସରକାର ଦେବାଳିଆ ହେବ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କଡ଼ା ଭାଷାରେ ତାଚ୍ଛଲ୍ୟ କରିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସାମାଲୋଚନା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି, ପୁରୁଣା ଡ୍ରେସ୍କୁ ନୂଆ ପ୍ୟାକିଂ ଜରିଆରେ ଚାଷୀଙ୍କୁ ପ୍ରଲୋଭିତ କରିବାକୁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି। ରାଜ୍ୟରେ କୃଷକଙ୍କ ମୁଖ୍ୟ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି ସରକାର। ଚାଷୀଙ୍କ ପ୍ରାଇସ୍, ପେନ୍ସନ୍ ଏବଂ କୃଷି […]
ପାରାଦୀପ: ଆଜି ସାରା ଦେଶରେ ଗାନ୍ଧି ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାରାଦୀପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ୩ ଜଣ ସ୍କୁଲ ଛାତ୍ରଙ୍କ ସହ ଅଘଟଣ ଘଟିଛି। ପାରାଦୀପ ପୌରପାଳିକା ପକ୍ଷରୁ ଲାଇଟ୍ ହାଉସ୍ ନିକଟ ବେଳାଭୂମିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ୩ ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ […]
ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ଡ୍ରଗ୍ସ ଓ ଅନ୍ଲାଇନ୍ ସେକ୍ସ କାରବାର। ନୂଆ ବର୍ଷରେ ଜୋରଦାର ସେକ୍ସ କାରବାର ପାଇଁ ଚୋରା ବ୍ୟବସାୟୀ ରଚିଛନ୍ତି ଯୋଜନା। ପୁଲିସ୍କୁ ଚକ୍ମା ଦେବା ପାଇଁ ଅନ୍ଲାଇନ୍ ଟ୍ରେଡିଂ ଉପରେ ଦଲାଲ୍ ଓ ବ୍ରାଉନ୍ ସୁଗାର ବେପାରୀ ନୂଆ କୌଶଳ ଆପଣାଉଛନ୍ତି । ଅଧିକ ଲାଭ ଆଶାରେ ରାଜଧାନୀକୁ ଦେଶୀ ଓ ବିଦେଶୀ ଯୁବତୀ ଅଣାଯାଇଥିବା ବେଳେ ଚଳଚଞ୍ଚଳ ହୋଇପଡ଼ିଛି ଛୋଟ, ବଡ଼ ହୋଟେଲ୍ ଆଉ ସ୍ପା। ତେବେ ଆଗକୁ ନୂଆବର୍ଷ ଥିବାରୁ […]
ବାଲେଶ୍ୱର: ଯୁବ ନେତାଙ୍କୁ ଆକ୍ରମଣ। ବାଲେଶ୍ୱର ଜିଲ୍ଲାର ଜଣେ କଂଗ୍ରେସ ନେତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ତାଙ୍କ ନାଁ ଅଜଗର ଅଲ୍ଲୀ। ଦୁର୍ବୃତ୍ତ ଆକ୍ରମଣରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଅଲ୍ଲୀ ଘରକୁ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ […]
ଭୁବନେଶ୍ୱର: ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନ୍ୟପକ୍ଷେ ବିଭିନ୍ନ କଲେଜ୍ରେ ପ୍ରାକ୍ ନିର୍ବାଚନୀ ହିଂସା କ୍ୟାମ୍ପସ୍କୁ ଅଶାନ୍ତ କରିବାରେ ଲାଗିଛି। ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ୫ଟି କଲେଜରେ ନିର୍ବାଚନ ବାତିଲ କରିଦିଆଯାଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା। ନିର୍ବାଚନ ପୂର୍ବରୁ ଏସବୁ କଲେଜରେ ଗଣ୍ଡଗୋଳ ସ୍ଥିତିକୁ ଦେଖି ନିର୍ବାଚନ ନକରାଇବାକୁ ନିଷ୍ପତ୍ତି ନିଆଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍ ବ୍ୟାନ୍ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ । ଏହା ପୂର୍ବରୁ ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ। […]
ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ରଘୁନାଥନଗର। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଛି। କିଛି ଦୁର୍ବୃତ୍ତ ଦୁଇ ତିନୋଟି ଘର ଉପରେ ବୋମାମାଡ଼ କରିଥିଲେ। ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ୨ଟି ବାଇକ୍ ଜଳିଯାଇଛି। ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। ତେବେ ଲୋକଙ୍କୁ ବୁଝାସୁଝା ପାଇଁ ଖଣ୍ଡଗିରି ପୁଲିସ୍ର ଉଦ୍ୟମ ବେଳେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଦୁମୁକା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ନିଜ ମାଆକୁ ହତ୍ୟା କରିଛି। ମୃତ ମହିଳାଙ୍କ ନାଁ ତୁଳସୀ ବୋଲି ଜଣାପଡ଼ିଛି। ତୁଳସୀଙ୍କ ବଡ଼ ଝିଅ ଶାଶୁଘର ଛାଡ଼ି ଆସି ବାପଘରେ ରହୁଥିଲେ। ଏହାକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଗତକାଲି ତୁଳସୀ ଓ ପୁଅ କମଳାକାନ୍ତଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ କମଳାକାନ୍ତ ଏକ ଚାପଡ଼ ଆଣି ତୁଳସୀଙ୍କ […]
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ଏବଂ ନବୀନ ନିବାସରେ ସେ ରାତ୍ରିଯାପନ କରିବେ ବୋଲି କୁହାଯାଉଛି। କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କିମ୍ବା କେସିଆର୍ଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ କେସିଆର୍ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହେବାକୁ ଥିବା ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଜୋର୍ଦାର୍ ଚର୍ଚ୍ଚା ହେଉଛି। […]
ଭୁବନେଶ୍ୱର : ଅସମ୍ଭାଳ ହେଉଛି କ୍ୟାମ୍ପସର ସ୍ଥିତି। ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ଓ ଜ୍ୟୋତି ବିହାର ସହିତ ରାଜ୍ୟର ଅନ୍ୟ ୫ଟି କଲେଜରେ ନିର୍ବାଚନ ବାତିଲ ହୋଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା । ନିର୍ବାଚନ ପୂର୍ବରୁ ଏସବୁ କଲେଜରେ ଗଣ୍ଡଗୋଳ ସ୍ଥିତିକୁ ଦେଖି ନିର୍ବାଚନ ନକରାଇବାକୁ ନିଷ୍ପତ୍ତି ନିଅାଯାଇଛି। ରେଭେନ୍ସାରେ ପ୍ରତ୍ୟେକ୍ଷ ନିର୍ବାଚନ ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। ଏହାକୁ ନେଇ ଅଶାନ୍ତି ବଢିବାରୁ କର୍ତ୍ତୃପକ୍ଷ ନିର୍ବାଚନ […]
ଭୁବନେଶ୍ୱର : ଅାସନ୍ତାକାଲି ଠାରୁ ରାଜ୍ୟର ୬ ଟି ସହରରେ ବ୍ୟାନ ହେବ ପଲିଥିନ୍। ତେବେ ବିକଳ୍ପ ବ୍ୟବସ୍ଥା ନ କରି ବ୍ୟାନ୍ ପାଇଁ ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି ବ୍ୟବସାୟୀ। ୧୪ ବର୍ଷ ତଳେ ବି ଏମିତି ବିକଳ୍ପ ବ୍ୟବସ୍ଥା ନକରି ପ୍ଲାଷ୍ଟିକ ବ୍ୟାନ କରିଥିଲେ ସରକାର। ହେଲେ ଫଳ ଯାହା ହେଲା କାହାକୁ ଅଛପା ନାହିଁ। ରାତି ପାହିଲେ ବ୍ୟାନ ହେବ ପଲିଥିନ୍। ଏହାକୁ ନେଇ ଚିନ୍ତାରେ ବ୍ୟବସାୟୀ । କଟକ ନନ୍ଦି ସାହିର […]
ବାଲେଶ୍ୱର : ଛାତ୍ରୀଙ୍କ ଜୀବନ ନେଲା ସମଲିଙ୍ଗୀ ଯୌନ ସଂପର୍କ। ଗତ ୨୮ ତାରିଖ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଅାତ୍ମହତ୍ୟା ମାମଲାର ଗୁମର ଫିଟିବା ପରେ ଏହି ଅଞ୍ଚଳରେ ସୃଷ୍ଟି ହୋଇଛି ଗୁଞ୍ଜରଣ । ଯାହା ସହିତ ସଂପର୍କରେ ଥିଲେ ସେ ବିବାହ ଲାଗି ରାଜି ନହେବାରୁ ଛାତ୍ରୀ ଜଣଙ୍କ ଚରମ ନିଷ୍ପତ୍ତି ନେଇଥିବା ପୁଲିସ କହିଛି । ଓଢଣୀରେ ଫ୍ୟାନରୁ ଝୁଲିଥିବାର ଦେଖିବାକୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ଘଟଣାଟି ଗତ […]
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତବେଳେ ବୈଜୟନ୍ତଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିଜେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ମୋଦିଙ୍କ ଗସ୍ତବେଳେ ବିଜେପିରେ ଯୋଗଦେବାର କୌଣସି ଯୋଜନା ନାହିଁ। ଆଜି କଟକ ଗୋପାଳପୁରରେ ଏକ କ୍ରିକେଟ୍ ମ୍ୟାଚରେ ଯୋଗଦେବା ଅବସରରେ ବୈଜୟନ୍ତ ସ୍ପଷ୍ଟ କରିଛନ୍ତି ଯେ ନିଜ ରାଜନୈତିକ ଭବିଷ୍ୟତ ସଂପର୍କରେ ସେ ଏଯାଏ କିଛି ବି ନିଷ୍ପତ୍ତି ନେଇନାହାଁନ୍ତି। ଭାବି ଚିନ୍ତି ନିଷ୍ପତ୍ତି ନେବେ ବୋଲି […]
ଭୁବନେଶ୍ୱର: ଆଇ-କୋର୍ ଗ୍ରୁପ୍ ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ସାମ୍ବାଦିକ ସୁମନ ଚଟୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିଛି। ଦୁର୍ନୀତିରେ ସଂପୃକ୍ତି ନେଇ ୨୦୧୪ରେ ଆଇ କୋର୍ ଗ୍ରୁପ୍ ବିରୋଧରେ ମାମଲା ରୁଜୁ ହୋଇଥିଲା। ଲୋଭନୀୟ ସୁଧ ହାର ଦେବାର ଲୋଭ ଦେଖାଇ ସଂସ୍ଥା ଲୋକଙ୍କ ପାଖରୁ ୩ ହଜାର କୋଟି ଟଙ୍କା ଜମା ଗ୍ରହଣ କରିଥିଲା। ଏଥିରୁ କିଛି ଟଙ୍କା ଚଟ୍ଟୋପାଧ୍ୟାୟଙ୍କ କମ୍ପାନୀ ଦିଶା ପ୍ରଡକସନ୍ ଆଣ୍ଡ ମିଡିଆ ପ୍ରାଇଭେଟ୍ ଲିମିଟେଡକୁ ଟ୍ରାନ୍ସଫର୍ ହୋଇଥିଲା। ଚିଟଫଣ୍ଡ୍ ଦୁର୍ନୀତିର ତଦନ୍ତବେଳେ […]
ମାଲକାନଗିରି: ମାଲକାନଗିରିରେ ଲାଲ୍ ଆତଙ୍କ ଦେଖିବାକୁ ମିଳିଛି। ବଣ୍ଡାଘାଟି ନିକଟ ଆନ୍ଧ୍ର ଓଡ଼ିଶା ସୀମା ପାତ୍ରପୁଟରେ ରାସ୍ତା କାମରେ ନିୟୋଜିତ ଜେସିବି ଜାଳି ଦେଇଛନ୍ତି ମାଓବାଦୀ। ଗୋଇଗୁଡ଼ାରୁ ଭୋଜିଗୁଡ଼ା ଯାଏ ଚାଲିଥିବା ରାସ୍ତାକାମରେ ଜେସିବି ନିୟୋଜିତ ଥିଲା। ବଣ୍ଡାଘାଟିରେ ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ଏଭଳି କରିଥିବା କୁହାଯାଉଛି। ଘଟଣା ସଂପର୍କରେ ପୁଲିସ୍ ପକ୍ଷରୁ କିଛି କୁହାଯାଇନାହିଁ।
ନିର୍ବାଚନ ଦାବିରେ କଲେଜ୍ ଗେଟ୍ରେ ତାଲା ପକାଇଲେ ଛାତ୍ରଛାତ୍ରୀ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ କରିବା ଲାଗି ଛାତ୍ରଛାତ୍ରୀ କଲେଜ ଗେଟ୍ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଦୀର୍ଘ ୮ ବର୍ଷ ହେବ ବିଭିନ୍ନ କାରଣ ଦର୍ଶାଇ କଲେଜ ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ ବି ନିର୍ବାଚନ ବନ୍ଦ ରହିବାର ଆଶଙ୍କା ରହିଥିବାରୁ ଛାତ୍ରଛାତ୍ରୀ ନିର୍ବାଚନ କରାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପଟେ କଲେଜରେ ନିର୍ବାଚନ ହେବ କି ନାହିଁ ତାହା ଗଭର୍ଣ୍ଣିଂ […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ସହିଦ ହୋଇଥିବା କୁରୁଣାକର ସିଂହଙ୍କୁ ସହିଦ ମାନ୍ୟତା ଦାବିରେ ଗଣ୍ଡୱାନା ସମାଜ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମରେ ନବୀନ ଯୋଗଦେବେ। ୧୮୬୧ ମସିହାରେ ଇଂରେଜମାନେ କରୁଣାକରଙ୍କୁ ଫାଶୀ ଦେଇଥିଲେ। ପ୍ରତିବର୍ଷ ଏଠାରେ ସହିଦ ଦିବସ ପାଳନ ହେଉଥିବାବେଳେ, କରୁଣାକରଙ୍କୁ ସରକାରୀ ଭାବେ ସହିଦ ମାନ୍ୟତା ଦାବି ହୋଇଆସୁଛି। ତିନି ଦିନିଆ କାର୍ଯ୍ୟକ୍ରମରେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗଦେବା ବେଳେ ଅପରାହ୍ନରେ ପୂର୍ବତନ […]
ଯାଜପୁର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଯାଜପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଳାବ୍ୟାଚ ପରିଧାନ କରିବା ସହ ହାତରେ ଫ୍ଲାକାର୍ଡ ଧରି ସମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ମାନେ ସାମିଲ ହୋଇ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ ଲାଗୁ କରିବାକୁ ସେମାନେ ଦାବି କରିଥିଲେ। ଯାଜପୁର ଗାନ୍ଧି ଛକରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ […]
କଟକ: ବାଙ୍କୀ ଥାନା ସୁନାଦେଇ ମୁଣ୍ଡିଆ ନିକଟରେ ଏକ ଘରୁ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ବାଙ୍କୀ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନା ଅଂଚଳ ଘଟଣା । ସାହି ଲୋକଙ୍କ ଟାହି ଟାପରା ସହିନପାରି ଦୁଷ୍କର୍ମ ପୀଡ଼ିତା ଅାତ୍ମହତ୍ୟା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିମୁଳିଅା ପୁଲିସ। ଭଦ୍ରକ ଜିଲ୍ଲା ରାହାଞ୍ଜାରୁ ଅଭିଯୁକ୍ତ ବୁଦ୍ଧିରାମ ନାୟକକୁ ପୁଲିସ ଗିରଫ କରିଛି। ୨୩ ତାରିଖ ରାତିରେ ଦୋକାନରୁ ଜିନିଷ ନେଇ ଫେରିବା ବେଳେ ନାବାଳିକାଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଘଟଣା ପରେ ନାବାଳିକା ଜଣକ […]
କେନ୍ଦ୍ରାପଡ଼ା: ଜମପଡ଼ା ହାଇସ୍କୁଲ୍ ଶିକ୍ଷକ ରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଶିକ୍ଷକ ରଞ୍ଜନ ନାୟକଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ସହ ଅନେକଗୁଡ଼ିଏ ସ୍ଥାବର ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଜବତ ହୋଇଛି। ରଞ୍ଜନ ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅଛନ୍ତି। ରଞ୍ଜନଙ୍କର ୫ଟି ଟ୍ରକ୍ ଓ ୫୦୦ […]
ବାଲେଶ୍ୱର : ସମଲିଙ୍ଗୀ ସମ୍ପର୍କ ସତ୍ତ୍ୱେ ବିବାହ ପାଇଁ ଯୁବତୀ ଜଣକ ମନା କରିବା ପରେ ଜୀବନ ହାରି ଦେଇଛନ୍ତି ଜଣେ କଲେଜ ଛାତ୍ରୀ । ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ । ସେ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ । ଗତ ୨୮ ତାରିଖରେ ହଷ୍ଟେଲ୍ରେ ଫ୍ୟାନ୍ରେ ଝୁଲି ସେ ଅାତ୍ମହତ୍ୟା କରିଥିବା କହିଛି ପୁଲିସ । ପୁଲିସର ସୂଚନା ଅନୁଯାୟୀ, ହଷ୍ଟେଲ୍ ନିକଟ ଏକ ମେସ୍ରେ […]
କୋରାପୁଟ: କୋରାପୁଟ ଜିଲ୍ଲା ମାନବର ପଞ୍ଚାୟତର ମାଳିଗୁଡ଼ା ଓ ଗୌଡ଼ଗୁଡ଼ା ଗାଁରେ ଗୋଚର ଜମି ହଡ଼ପ ଅଭିଯୋଗ ହୋଇଛି। ବିଜୁ ଯୁବ ବାହିନୀର ସଦସ୍ୟ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ହାତ କରି ଗୋଚର ଜମି ନିଜ ନାଁରେ କରିନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦୁଇ ଗାଁର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ଜମିସବୁକୁ ମୁକୁଳାଇବା ଲାଗି ସରକାରଙ୍କ ପାଖରେ ଦାବି କରିଛନ୍ତି। ଅନ୍ୟପଟେ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର କସରତ । ରାଜ୍ୟ କଂଗ୍ରେସ ଭବନରେ ଅାରମ୍ଭ ହୋଇଛି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ। ଏଅାଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ, ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ପ୍ରଦେଶ ଇଲେକ୍ସନ୍ କମିଟି ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ପ୍ରାୟ ୫୦ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ନେଇ ବୈଠକରେ ଅାଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ଗତକାଲି ଠାରୁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ […]