ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ କହି ଓଡ଼ିଶାବାସୀଙ୍କୁ ଭୂତେଇବାକୁ ଚେଷ୍ଟା କରିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହାସହ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ୯୯ଟି ପ୍ରକଳ୍ପରୁ ୭୪ଟି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଗତବର୍ଷ ଅପେକ୍ଷା ଏ ବର୍ଷ କେନ୍ଦ୍ରର ସହାୟତା ରାଶି କମିଛି। ମିଥ୍ୟା ପ୍ରତିଶ୍ରୁତି ଦେବା ମୋଦିଙ୍କ ଅଭ୍ୟାସ ବୋଲି ନିରଞ୍ଜନ ଆରୋପ ଲଗାଇଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାର ଲୋକଙ୍କୁ […]
ଗଞ୍ଜାମ: ଗଞ୍ଜାମରେ ପୁଣି ଏନ୍କାଉଣ୍ଟର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଡ଼ି ଢେପ ନିକଟରେ ପୁଲିସ୍ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ ମଣି ଗୁରୁତର ଭାବେ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ମଣିକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ମଣିର ଘର ନୟାଗଡ଼ ଜିଲ୍ଲା ରଣପୁରରେ ବୋଲି […]
ରାୟଗଡ଼ା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍। ରେଳ ଧାରଣାରେ ଫାଟ ଦେଖିବା ପରେ ସିଗ୍ନାଲ୍ ମ୍ୟାନ୍ ଟ୍ରେନ୍ଟିକୁ ଅଟକାଇ ଥିଲେ। ଏହାପରେ ରେଳ ଧାରଣା ମରାମତି ପରେ ଘଣ୍ଟାଏ ବିଳମ୍ବରେ ଟ୍ରେନ୍ଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି। ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ହୋଇଥିଲା। ତେବେ ଟ୍ରାକ୍ ପାଖରେ ଥିବା ସିଗ୍ନାଲ୍ ମ୍ୟାନ୍ ଏହା ଦେଖି ସୂଚନା ଦେଇଥିଲେ। ଫଳରେ ଆଜି ଭୋର ୬ଟା ବେଳେ ଜଗଦଲପୁର […]
ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ଧରାବତରଣ କରିଛନ୍ତି। ଏହି ଅବସରରେ ଚାରିଆଡ଼େ ଉତ୍ସବ ମୁଖର। ଏଥିସହ ସୁନ୍ଦର ଆଲୋକମାଳାରେ ଚର୍ଚ୍ଚ ଝଲସୁଛି। ଆଜିର ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଚଳଚଞ୍ଚଳ ହୋଇ ଉଠିଛି। କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ଖ୍ରୀଷ୍ଟମାସ୍ ଟ୍ରି ସଜାଇ କ୍ୟାରୋଲ୍ ଗାନ […]
ଭୁବନେଶ୍ୱର: ରାତି ପାହିଲେ ବଡ଼ଦିନ। ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳିବା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଚର୍ଚ୍ଚ ଓ ଉତ୍ସାହିତ ଖ୍ରୀଷ୍ଟ ଧର୍ମାବଲମ୍ବୀ। ଆଜି ବିଳମ୍ବିତ ରାତିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାବତରଣ କରିବା ପରେ ତାଙ୍କ ଜନ୍ମଦିନ ପାଳିବା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି। କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର, ସବୁଠି ଆଲୋକମାଳାରେ ଝଟକୁଛି ଚର୍ଚ୍ଚ ସହ ପ୍ରାର୍ଥନା ଗୃହ। କନ୍ଧମାଳ ଜିଲ୍ଲା ଫୁଲବାଣୀର ବାଷ୍ଟି ଚର୍ଚ୍ଚରେ ପ୍ରାର୍ଥନା ଏବଂ ସଙ୍ଗୀତ କାର୍ଯ୍ୟକ୍ରମ […]
ଭୁବନେଶ୍ୱର: ବିଜେଡିକୁ ଏବେ ଘାରିଛି ପାଣ୍ଠି ଚିନ୍ତା। ଦଳୀୟ ପାଣ୍ଠି ବୃଦ୍ଧି ପାଇଁ ସାଂସଦ, ବିଧାୟକ ଓ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ପ୍ରତି ସାଂସଦ ଓ ବିଧାୟକ ସେମାନଙ୍କ ମାସକର ଦରମା ଦେବାକୁ ଚିଠିରେ କୁହାଯାଇଛି। ସେହିପରି ଶୁଭେଚ୍ଛୁମାନଙ୍କଠାରୁ ବି ପାଣ୍ଠି ସଂଗ୍ରହ ପାଇଁ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆର୍ଥିକ ସହାୟତା ନେଇ କୌଣସି ସର୍ବନିମ୍ନ ବା ସର୍ବୋଚ୍ଚ ସୀମା ରଖାଯାଇନାହିଁ। ଅନ୍ୟପକ୍ଷରେ ପ୍ରତି ପଞ୍ଚାୟତ ଓ ୱାର୍ଡରେ ଅତିକମ୍ରେ ୨ଶହ ନୂଆ […]
ଭୁବନେଶ୍ୱର: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ମିଶନ୍ ଫେଡେରାଲ୍ ଫ୍ରଣ୍ଟକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବା କେସିଆର ଆଜି ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତିରେ ନୂଆ ସମୀକରଣ ଦାନା ବାନ୍ଧୁଥିବା ସ୍ପଷ୍ଟ ହୋଇଛି। ଆଉ କେଉଁ ଦଳ ଏହି ମିଶନ୍ରେ ଯୋଡ଼ି ହେଉଛନ୍ତି ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ଏସବୁ ଭିତରେ ପ୍ରଶ୍ନ ସମଦୂରତା କାର୍ଡ ଖେଳି ଆସୁଥିବା ବିଜେଡିକୁ ନେଇ ପ୍ରଶ୍ନ […]
ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ସାଧାରଣ ନିର୍ବାଚନର ବିଗୁଲ ଫୁଙ୍କିଛନ୍ତି। ଏହି ସଂକ୍ଷିପ୍ତ ଗସ୍ତ ଅବସରରେ ମୋଦି ଓଡ଼ିଶାରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହାସହ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ୍ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାରର ଶୁଭାରମ୍ଭ କରିଛନ୍ତି। ଏହାସହ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ […]
କଟକ: ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣ ଘଟଣାର ୭୨ ଘଣ୍ଟା ପରେ ବି ଅଭିଯୁକ୍ତ ଧରା ପଡ଼ିନଥିବାରୁ ଓକିଲଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ପୁଣି ଥରେ ଓକିଲ ଆନ୍ଦୋଳନର ଆଶଙ୍କା ଦାନା ବାନ୍ଧିବାରେ ଲାଗିଛି। ଆଇନଜୀବୀଙ୍କୁ ଆକ୍ରମଣର ଲାଇଭ ଭିଜୁଆଲ ସିସିଟିଭିରେ ରହିଛି। ଅଭିଯୁକ୍ତମାନଙ୍କ ଭିତରେ ଜଣେ ରାଜନେତାଙ୍କ ପୁଅ ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆହତ ଓକିଲ ଅଭିଯୋଗ କରିଛନ୍ତି। ଅଭିଯୋଗ […]
କଟକ: କଟକ ସିଡିଏରେ ୧୩ ଟିକିଆ ହାତୀପଲରୁ ଅଲଗା ହୋଇ ଗୋଟିଏ ହାତୀ ବୁଲୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ପୂର୍ବରୁ ରାସ୍ତାଘାଟ, ଗାଁ ନିକଟରେ ବିଚରଣ କରୁଥିବା ହାତୀ, ଏବେ ସହରରେ ପଶିବାରୁ ବନବିଭାଗର ବି ଚିନ୍ତା ବଢିଯାଇଛି। ସେପଟେ ହାତୀକୁ ଘଉଡାଇବାକୁ ପୁଲିସ ଓ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ଥିବାବେଳେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ କରିଦିଆଯାଇଛି। ଆଜି ଭୋରୁ ଆଠଗଡ଼ପଟୁ ୧୩ଟି ହାତୀ […]
ସମ୍ବଲପୁର: ନିଜକୁ ଡାକ୍ତରର ପରିଚୟ ଦେଇ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୩୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିଥିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଔଷଧ କିଣାଇଦେବା ବାହାନାରେ ସେମାନେ ଏପରି ଠକେଇ କରିଥିଲେ। ଘଟଣାଟି ସମ୍ବଲପୁର ସଦର ହସ୍ପିଟାଲରେ ଘଟିଛି। ଧରାପଡ଼ିବା ପରେ ଅଭିଯୁକ୍ତ ନକଲି ଡାକ୍ତରମାନେ ଟଙ୍କା ଫେରାଇଛନ୍ତି। ତେବେ ଏହି ଠକେଇ ପଛରେ ହସ୍ପିଟାଲ କର୍ମଚାରୀଙ୍କର କିଛି ସମ୍ପୃକ୍ତି ରହିଛି କି ନାହିଁ, ତଦନ୍ତ ପୁଲିସ୍ ଆରମ୍ଭ କରିଛି। ଲୋକଙ୍କ ହାତରେ ଧରାପଡ଼ିବା […]
ଖୋର୍ଦ୍ଧା: ଦିନିକିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାର ନାଇଜର ଷ୍ଟାଡିୟମରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ବେଳେ ନବୀନ ସରକାରକୁ ସିଧାସଳଖ ଟାର୍ଗେଟ କରି ନଥିଲେ ବି ବୁଲେଇ ବଙ୍କେଇ ପ୍ରଶ୍ନବାଣ ମାରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପଛରେ ପଡିଥିବା ମୋଦି କହିବା ସହ ୨୦୧୯ ନିର୍ବାଚନରେ ଭାଜପାକୁ କ୍ଷମତାକୁ ଆଣିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କାହା ନାଁ ନ ନେଇ ବିକାଶରୁ କୁପୋଷଣ, ଚାଷୀରୁ ଚିଟ୍ଫଣ୍ଡ ଯାଏ ଅନେକ ପ୍ରସଙ୍ଗରେ ରାଜ୍ୟ […]
ଖୋର୍ଦ୍ଧା: ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆଇଆଇଟିର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବରୁଣେଇରେ ଆୟୋଜିତ ପାକ ବିଦ୍ରୋହ ସ୍ମୃତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ଡାକ ଟିକେଟ୍ ଓ ମୁଦ୍ରା ଉନ୍ମୋଚନ କରିଥିଲେ। ନାଇଜର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ମୋଦି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ୩ ମାସ ମଧ୍ୟରେ […]
ଭୁବନେଶ୍ୱର: ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ୧୪ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିସହିତ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାରର ସ୍ଥାପନା କରିଛନ୍ତି। ସୋମବାର ଅପରାହ୍ନ ଗୋଟାଏ ୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦି। ସେଠାରୁ ହେଲିକପ୍ଟର୍ ଯୋଗେ ସେ ସିଧାସଳଖ ଆଇଆଇଟି ଭୁବନେଶ୍ୱର […]
ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍ରୁ ଲୋକଙ୍କଠୁ ମୋବାଇଲ୍ ହେଉ କି ଚେନ୍ ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସୁଛି। ଗତ କିଛିଦିନ ତଳେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ର ଜଣେ ଡାକ୍ତରଙ୍କ ଘରୁ ଚୋରି ଘଟଣାର ଫର୍ଦ୍ଦାଫାସ୍ ହୋଇଛି। ଡାକ୍ତରଙ୍କ ଘରୁ ମୋବାଇଲ୍ ଏବଂ ସୁନା ଅଳଙ୍କାର ଚୋରି ଅଭିଯୋଗରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ […]
କଟକ: କଟକ ସିଡିଏରେ ହାତୀ। ଆଜି ସକାଳୁ ସିଡିଏ ସେକ୍ଟର ୮ ଓ ୯ ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖିବାକୁ ମିଳିଛି। ହାତୀକୁ ଘଉଡାଇବାକୁ ପୁଲିସ୍ ଓ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେପଟେ ହାତୀକୁ ଭୟଭୀତ ନ କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି। ଅନ୍ୟପଟେ, ଏହି ଅଞ୍ଚଳରେ ହାତୀ ବୁଲୁଥିବା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି।
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସିଧାସଳଖ IIT ଭୁବନେଶ୍ୱର କ୍ୟାମ୍ପସ୍କୁ ଯିବେ। ଦିନ ୧ଟା ୪୦ରୁ ୨ଟା ୨୦ ମଧ୍ୟରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ ମୋଦି। ଯେଉଁଥିରେ ୪ ହଜାର ୩୬୧ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୪ଟି ଜାତୀୟ ରାଜପଥ ପ୍ରକଳ୍ପ ରହିଛି। ସେହିପରି ୧୦୦ […]
ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପୁନଃ ସ୍ଥାପନ ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, ବ୍ୟାଙ୍କ୍ ଏବଂ ସ୍କୁଲ୍ କଲେଜକୁ ବନ୍ଦ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ଆହ୍ୱାନ ଦେଇଛି। ସକାଳ ୯ ଟାରୁ ପିକେଟିଂ କରି ଖୋଲା ଥିବା ଅଫିସ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗିର […]
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍ର ଶୁଭ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ସ୍ଥାନୀୟ ଗୋଶାଳା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉଭୟ ଆଇଆଇଟି ଭୁବନେଶ୍ୱର ଓ ସଭାସ୍ଥଳକୁ ଯାଇ ସୁରକ୍ଷାର ଅନୁଧ୍ୟାନ କରିଛନ୍ତି। ହେଲିପ୍ୟାଡ୍ ସହ ସଭାସ୍ଥଳ, […]
ଜଗତସିଂହପୁର: ଜଗତସିଂହପୁରରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି। ସଦର ଥାନା ଅନ୍ତର୍ଗତ କେନ୍ଦଳ ଗାଁରେ ଏହି କାରଖାନା ଚାଲୁଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ଟିମ୍ ଚଢ଼ାଉ କରିଥିଲା। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣର ନକଲି ଜର୍ଦ୍ଦା, ମେସିନ୍, ଲେବେଲ୍, ଜର୍ଦ୍ଦା ଡବା ଓ ଏକ କାର୍ ଜବତ କରିଛି। ତେବେ ଏହି ଘଟଣାରେ ଆଉ କିଏ ସବୁ ସଂପୃକ୍ତି ଅଛନ୍ତି ସେନେଇ ପୁଲିସ୍ […]
କଟକ: କଟକରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ନରାଜ ସ୍ଥିତ ଗୋପାଳ ସାହିର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମରି ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉକ୍ତ ବ୍ୟକ୍ତିଙ୍କର ମୋଟ ୧୭ଟି ମେଣ୍ଢା ଥିଲେ। ଆଜି ସକାଳେ ଗୁହାଳ ଘରେ ୧୫ଟି ମେଣ୍ଢା ମରି ପଡ଼ିଥିବା ବେଳେ ଆଉ ଦୁଇଟି ନିଖୋଜ ଅଛନ୍ତି। ଏହି ଘଟଣା ପରେ ବ୍ୟକ୍ତି ଜଣକ ପୂରା […]
ବାଲେଶ୍ୱର: ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଗାଁର ମଧୁସୂଦନ ପ୍ରଧାନ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ମଧୁସୂଦନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ଅଣାଯାଇଥିଲା। ପ୍ରଥମେ ସେ ଆଉଟ୍ଡୋର୍ରେ ଟିକେଟ୍ କରି ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ତାଙ୍କୁ ଗୋଟେ ଇଞ୍ଜେକ୍ସନ୍ ଦେବା ପରେ ବେଡ୍କୁ ଯିବାକୁ କୁହାଯାଇଥିଲା। ବେଡ୍କୁ […]
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ସପ୍ତାହେ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷ କରି କନ୍ଧମାଳରେ ହାଡଭଙ୍ଗା ଶୀତର ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୮ ଡିଗ୍ରୀକୁ ଖସି ଆସିଛି। କୋରାପୁଟ, ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ସମେତ ରାଜ୍ୟର ଅଧିଂକାଶ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉତ୍ତର ପୂର୍ବ ଦିଗରୁ ବାୟୁ ପ୍ରବାହ କାରଣରୁ ଆସନ୍ତା ୨ରୁ ୩ […]
ଭୁବନେଶ୍ୱର: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ଆଉ ତା’ପରେ ଯାତ୍ରୀ ଜଣଙ୍କୁ ତାଙ୍କୁ ହସ୍ପିଟାଲ୍ରେ ନିଆଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ପଶ୍ଚିମବଙ୍ଗ ମାଲଦାର ରାଜକୁମାର କର୍ମକାର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ୩୨ ବର୍ଷୀୟ ରାଜକୁମାର ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଆଜି ଇଣ୍ଡିଗୋର ଏକ ବିମାନରେ କୋଲକାତାରୁ ବେଙ୍ଗାଲୁରୁ ଯାଉଥିଲେ। ତେବେ ହଠାତ୍ ଅଧିକ ଅସୁସ୍ଥ ହୋଇପଡ଼ିବାରୁ […]
ଭୁବନେଶ୍ୱର: ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନର ୩୩ ନମ୍ବର ଏନକ୍ଲୋଜର୍ରେ ରହୁଥିବା ବାଘୁଣୀ ରେଣୁକା ୨ଟି କଳା ରଙ୍ଗର ବାଘ ଛୁଆଙ୍କୁ ଜନ୍ମ ଦେଇଛି। ଉଭୟ ବାଘୁଣୀ ଓ ଦୁଇ ଶାବକଙ୍କୁ ସିସିଟିଭି ନଜରରେ ରଖାଯାଇ ଡାକ୍ତରଙ୍କ ଅନୁଧ୍ୟାନ କରାଯାଉଛି। ଏହି ଦୁଇ ଛୁଆଙ୍କ ଜନ୍ମପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ୨୮ଟି ବାଘଙ୍କ ମଧ୍ୟରେ ୧୫ଟି ସାଧାରଣ, ୯ଟି ଧଳା ଓ ୪ଟି କଳା ବାଘ ଅଛନ୍ତି।