Advertisment

ଅପେକ୍ଷାର ଘଟିଲା ଅନ୍ତ; ଖୋଲିଲା କେଦାରନାଥ ଧାମ..ଏକାଠି ହେଲେ ଭକ୍ତ ଓ ଭଗବାନ

ଚାରିଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ମଧ୍ୟାହ୍ନ ୧୨ଟା ୨୦ରେ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯିବ।

author-image
Sonali Ojha
ଅଦ୍ୟତନ ହୋଇଛି
Kedarnath Yatra 2024 Opening Today

Kedarnath

ଅପେକ୍ଷାର ଅନ୍ତ ଘଟିଲା। ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିଲା ପରିବେଶ। ରୀତିନୀତି ଅନୁଯାୟୀ କେଦାରନାଥ ଧାମର ଦ୍ୱାର ଖୋଲିଛି। ଏହାସହ ସକାଳ ୧୦ଟା ୧୯ରେ ଗଂଗୋତ୍ରୀ ଦ୍ୱାର ଖୋଲାଯାଇଥିବା ବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଯମୁନେତ୍ରୀ ଦ୍ୱାର ଖୋଲାଯିବ। ଏଥି ସହିତ, ମେ’ ୧୨ତାରିଖ ସକାଳ ୬ଟାରେ ବଦ୍ରିନାଥଙ୍କ ଦ୍ୱାର ଖୋଲିବ।

Advertisment

ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି। ଚାରି ଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ମଧ୍ୟାହ୍ନ ୧୨ଟା ୨୦ରେ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯିବ।ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ପତ୍ନୀ ଗୀତା ଧାମି କେଦାରନାଥ ଯାଇ ଦର୍ଶନ କରିଛନ୍ତି।

Advertisment

ପୁଷ୍କର ସିଂ ଧାମି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, "ଆଜି ଅକ୍ଷୟ ତୃତୀୟାର ଶୁଭ ଅବସରରେ କେଦାରନାଥ ଧାମ, ଯମୁନେତ୍ରୀ ଧାମ ଏବଂ ଗଙ୍ଗୋତ୍ରୀ ଧାମର ଦ୍ୱାର ପୂର୍ଣ୍ଣ ରୀତିନୀତି ସହିତ ଦର୍ଶନ ପାଇଁ ଖୋଲାଯିବ। ଚାରିଧାମ ଯାତ୍ରା ପାଇଁ ସମସ୍ତଙ୍କୁ ସ୍ୱାଗତ ଓ ଶୁଭେଚ୍ଛା।"

ତେବେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ଉତ୍ତରପ୍ରଦେଶ, ତେହେରୀ, ପୌଡି, ରୁଦ୍ରପ୍ରୟାଗ, ଚାମୋଲି, ବାଗେଶ୍ୱର, ପିଥୋରାଗଡ, ଆଲମୋରାରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯମୁନେତ୍ରୀ ଓ ଗଙ୍ଗୋତ୍ରୀ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ। ପାଣିପାଗ ବିଭାଗ ଅନୁଯାୟୀ ଆଜି କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।

ମେ’ ୧୧ରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମେ’ ୧୩ରେ, ପ୍ରାୟ ସମଗ୍ର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। କେଦାରନାଥ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ । ପାଣିପାଗ ବିଭାଗ ଏହି ସ୍ଥାନ ପାଇଁ ୟେଲୋ ଆଲର୍ଟ ଜାରି କରିଛି। IMD ର ପୂର୍ବାନୁମାନ ଅନୁଯାୟୀ ଆଜି ରୁଦ୍ରପ୍ରୟାଗର ବିଭିନ୍ନ ସ୍ଥାନରେ ବଜ୍ରପାତ ଏବଂ କୁଆପଥର ମାଡ ହେବାର ସମ୍ଭାବନା ଅଛି। ବଦ୍ରିନାଥ ଚାମୋଲି ଜିଲ୍ଲାରେ ଅବସ୍ଥିତ। ଆସନ୍ତା ୪ ଦିନ ପାଇଁ ଏଠାରେ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି। ୪ଦିନ ଧରି ପ୍ରବଳ ପବନ, ବର୍ଷା, କୁଆପଥର ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି ।

Kedarnath Dham
Advertisment
Advertisment