• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଓଡ଼ିଆରେ ଗୋଟିଏ ପ୍ରବାଦ ରହିଛି। ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଆମେ ଯଦି ନ ହସି ସବୁ ବେଳେ ଚିନ୍ତାଗ୍ରସ୍ତ ବା ବିଷାଦଗ୍ରସ୍ତ ରହିବା ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ପଡ଼ିବ ଆଉ ଆମେ ଅସୁସ୍ଥ ହୋଇପଡ଼ିବା । ଆମ ଶରୀର ବହୁ ମୂଲ୍ୟବାନ। ବିଷାଦଗ୍ରସ୍ତ ରହି ଏହାକୁ ନଷ୍ଟ କରନ୍ତୁ ନାହିଁ। ଦୁଃଖ ଯେତେ ଥିଲେ ବି ସବୁବେଳେ ହସିବାକୁ ଚେଷ୍ଟା କରନ୍ତୁ । ଆଜିକାଲି ଚିନ୍ତା ଓ ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ଆମେ କମ୍ ହସୁଛୁ। ତେଣୁ ଚେଷ୍ଟା କରନ୍ତୁ ସବୁ ବେଳେ ହସିବା ପାଇଁ। ଏବେ ହସିବା ପାଇଁ ବିଭିନ୍ନ ସ୍ଥାନରେ ଲାଫିଙ୍ଗ କ୍ଲବ୍ ମଧ୍ୟ ଗଢ଼ାହେଲାଣି । ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ୍ ସିଂ ସିଦ୍ଧୁ କେବଳ ହସି ହସି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମନସ୍ତତ୍ତ୍ୱବିତ୍‌ମାନେ ସବୁ ବେଳେ ହସିବାକୁ ପରାମର୍ଶ ଦେଇଥା’ନ୍ତି ।

ଆସନ୍ତୁ ଜାଣିବା ହସିବା ଦ୍ୱାରା କ’ଣ ଲାଭ ହୋଇଥାଏ 

୧. ଆମ ଶରୀରର ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ, ରକ୍ତଚାପ ନିୟନ୍ତ୍ରିତ  ରହିଥାଏ।

୨.ଏହା  ଆମର ଦାନ୍ତ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ।  ପ୍ରତିଦିନ ହସିବା ଦ୍ୱାରା ଆମ ଦାନ୍ତ ମାଢ଼ି ଓ ମୁଖର ମାଂସ ପେଶୀ ସୁସ୍ଥ ରହିଥାଏ।

୩.ବହୁତ ସମୟରେ ଆମ ଦେହ ଦରଜ ହୋଇଥାଏ।  ଏଥିପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ । କିନ୍ତୁ ଏହାର ଉପଚାର ଆମ ପାଖରେ ରହିଛି। ସବୁଦିନ ହସିବା ଦ୍ୱାରା ଶରୀର ଘୋଳାବିନ୍ଧା କି ଦରଜ ହୋଇ ନଥାଏ ।

lady laugh୪. ମନ ଖୋଲି ହସିବା ଦ୍ୱାରା ମାନସିକ ଚାପ ମଧ୍ୟ କମ୍ ହୋଇଥାଏ । ଏହା ଛଡା ଆପଣ ଯଦି ନିଜର ରାଗ କମାଇବକୁ ଚାହୁଁଛନ୍ତି, ତାହାଲେ ହସନ୍ତୁ।  ଏହା ଦ୍ୱାରା ଆପଣ ରାଗକୁ ନିୟନ୍ତ୍ରଣରେ ରଖିପାରିବେ । ଯେତେବେଳେ ଆପଣ ରାଗି ଯାଉଛନ୍ତି ତେବେ ଆକାଶକୁ ଚାହିଁ କିଛି ସମୟ ରହନ୍ତୁ । ମନେ ମନେ ଭାବନ୍ତୁ ସବୁ ରାଗ ଆପଣଙ୍କ ଶରୀରରୁ ବାହାରି ଆକାଶରେ ମିଳାଇ ଯାଉଛି । ଏହା କ୍ରିୟା ଦ୍ୱାରା ରାଗ ଶାନ୍ତ ହେଉଥିବା ପରୀକ୍ଷା କରି ଦେଖାଯାଇଛି।

୫.ଯଦି ଆପଣଙ୍କ ମସ୍ତିଷ୍କରେ ନକରାତ୍ମକ ଭାବନା ଆସୁଛି ତାହାଲେ ହସିବା ଦ୍ୱାରା ଏହା ଦୂର ହୋଇଥାଏ।

୬. ହସିବା ଯେତେବେଳେ ଏକ ସାଧାରଣ ଅଭ୍ୟାସରେ ପରିଣତ ହୁଏ ମଣିଷ ସେତେବେଳେ ନିରୋଗ ହୁଏ ଓ ଦୀର୍ଘାୟୁ ରହେ । ନରୱେର ବୈଜ୍ଞାନିକମାନେ କ୍ୟାନସର ପୀଡ଼ିତ ରୋଗୀମାନଙ୍କୁ ହସିବା ପାଇଁ ପରାମର୍ଶ ଦେଇଥିଲେ। ଦେଖାଗଲା ଯେ, ଯେଉଁ ରୋଗୀ ରୋଗକୁ ଭୁଲିଯାଇ ବାରମ୍ବାର ହସୁଥିଲେ ସେମାନେ ଅନ୍ୟ ରୋଗୀମାନଙ୍କ ଅପେକ୍ଷା ଢେର ଅଧିକ ଦିନ ବଂଚିଲେ।

୭. ଏହା ଦ୍ୱାରା ଡାଇବେଟିସ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ଏହା ଅନେକ ସୁଫଳ ଦେଇଥାଏ।

୮.ଦେଖାଯାଏ ନ ହସିବା ଲୋକଙ୍କ ଅପେକ୍ଷା ହସୁଥିବା ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଅଧିକ ରହିଥାଏ। ତେଣୁ ଆତ୍ମବିଶ୍ୱାସ ବଢାଇବାକୁ ସବୁ ବେଳେ ହସିବାକୁ ଚେଷ୍ଟା କରନ୍ତୁ।

୯.ଆପଣଙ୍କୁ ରାତିରେ ଯଦି ନିଦ ହେଉନାହିଁ  ତା ହେଲେ ମନ ଖୋଲିକି ହସନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଭଲ ନିଦ ହେବ।

child laugh୧୦. ଆପଣ ଯଦି ଯୁବାବସ୍ଥା ବଜାୟ ରଖିବାକୁ ଚାହୁଁଛନ୍ତି, ତାହାଲେ ପ୍ରତିଦିନ ହସିବା ପାଇଁ ସମୟ ବାହାର କରି ହସନ୍ତୁ। ଅଧିକ ହସିବା ଦ୍ୱାରା ମନ ଫୂର୍ତ୍ତି ରହେ ଓ ଶରୀରର କୋଷଗୁଡ଼ିକ ସତେଜ ରୁହନ୍ତି। ତେଣୁ ବିଷାଦକୁ ପାଖ ମାଡ଼ିବାକୁ ଦିଅନ୍ତୁ ନାହିଁ । ଦୁଃଖ ଆପଣଙ୍କ ଆସିବା ପୂର୍ବରୁ ମନ ଖୋଲି ହସି ହସି ତାକୁ ମନ ଭିତରୁ ବିଦା କରନ୍ତୁ ।

ମନେ ରଖନ୍ତୁ, ମଣିଷ ମାନସିକ ଚାପରେ ରହିଲେ ଏକ ପ୍ରକାର ବିଯୁକ୍ତାତ୍ମକ ହରମୋନ୍ କ୍ଷରଣ ହୁଏ ଓ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ହସିବା ଦ୍ୱାରା ଉକ୍ତ ହରମୋନ୍ କ୍ଷରଣ ବନ୍ଦ ହୋଇ ଶରୀର ପାଇଁ ନୂଆ ରୋଗ ପ୍ରତିରୋଧକ କୋଷ ଓ ଆଣ୍ଟିବଡି ତିଆରି ହୁଏ ।

ହସିବା ପାଇଁ ୪ଟି ଟିପ୍ସ

୧- ଆପଣଙ୍କ ବିଷାଦଗ୍ରସ୍ତ ଥିବା ମୁହଁରୁ ବେଳେ ହସ ଉଭେଇଯାଏ । ତେଣୁ ବିଷାଦରେ ଥିବା ବେଳେ ଚେଷ୍ଟା କରନ୍ତୁ କିଛ ଖୁସିର ମୁହୂର୍ତ୍ତ ମନେ ପକାଇବାକୁ।

୨- ସମୟ ମିଳିଲେ କମେଡ଼ି ଫିଲ୍ମ ଦେଖନ୍ତୁ ।
୩- ଥଟ୍ଟା ମଜା ପୁସ୍ତକ ପଢ଼ନ୍ତୁ ।

୪- ସ୍ମାଟ୍ ଫୋନ୍‌ରେ ଟାଇମ୍ ପାସ୍ କରୁଥିବା ବେଳେ ଜୋକ୍ ପଢ଼ନ୍ତୁ । ୟୁ ଟ୍ୟୁବରୁ କମେଡି କ୍ଲିପ୍ ଦେଖିପାରିବେ ।

୫- ହ୍ୱାଟ୍ସ ଆପ୍‌ ବା ଫେସ୍‌ବୁକ୍ ବ୍ୟବହାର କରୁଥିଲେ ଆପଣଙ୍କ ବନ୍ଧୁମାନଙ୍କୁ ନେଇ ଏକ ମଜାଳିଆ ଗ୍ରୁପ୍ ତିଆରି କରନ୍ତୁ ଏବଂ ହସ ସେୟାର କରନ୍ତୁ। ଏହା  ଦ୍ୱାରା ଆପଣ ହସିବେ ଓ ଅନ୍ୟମାନଙ୍କୁ ମଧ୍ୟ ହସାଇବେ।

୬- ଆପଣ ଅଧିକ ହସିବା ଦ୍ୱାରା ଯଦି ଆପଣଙ୍କୁ କେହି ଉପହାସ କରୁଛି ତ ସେଥି ପାଇଁ ଚିନ୍ତା କରନ୍ତୁ ନାହିଁ । ହସିପାରୁ ନ ଥିବା ଲୋକ ଇର୍ଷା କରିବା ସ୍ୱାଭାବିକ।

(ତଥ୍ୟ ଓ ସଂପାଦନା:  ଓମ୍‌ପ୍ରକାଶ ସାହୁ)