Advertisment

Relationship: କାହାକୁ ବି କୁହନ୍ତୁ ନାହିଁ ଏହି ୫ଟି ଗୁପ୍ତ କଥା; ହୋଇପାରନ୍ତି ଅପମାନିତ

ଅନେକ ସମୟରେ ଏମିତି ହୁଏ ଯେ କଥାବାର୍ତ୍ତା କରିବା ସମୟରେ ବ୍ୟକ୍ତି ଭାବନାରେ ଏମିତି ବୁଡିଯାଏ ଯେ ଯେଉଁ କଥା ନ କହିବା ଉଚିତ ତାହା କହିଦିଏ। ନିଜର ଏମିତି ଛୋଟ ଛୋଟ ଭୁଲ୍ ପାଇଁ ପରେ ଅପମାନିତ ହେବାକୁ ପଡେ। ତେବେ ସେହି ରହସ୍ୟଗୁଡିକ କ’ଣ ଯାହା କେବେବି କାହା ସହିତ ଶେୟାର କରିବା ଉଚିତ ନୁହେଁ।

author-image
Pramod Behera
ଅଦ୍ୟତନ ହୋଇଛି
These 5 secrets never share anyone unless you can be cheated

These 5 secrets never share anyone unless you can be cheated

ମଣିଷ ଜୀବନରେ ଅନେକ ପ୍ରକାରର ଲୋକଙ୍କୁ ଭେଟିଥାଏ।ଏମାନଙ୍କ ମଧ୍ୟରୁ କିଏ ନିଜର ସମ୍ପର୍କୀୟ ହୋଇଥାନ୍ତି ତ ଆଉ କିଏ ଘନିଷ୍ଠ ବନ୍ଧୁ। ଗପସପରେ ସମଗ୍ର ବିଶ୍ୱର କଥା ଶେୟାର କରାଯାଇପାରେ। ଅନେକ ସମୟରେ ଏମିତି ହୁଏ ଯେ କଥାବାର୍ତ୍ତା କରିବା ସମୟରେ ବ୍ୟକ୍ତି ଭାବନାରେ ଏମିତି ବୁଡିଯାଏ ଯେ ଯେଉଁ କଥା ନ କହିବା ଉଚିତ ତାହା କହିଦିଏ।

Advertisment

ନିଜର ଏମିତି ଛୋଟ ଛୋଟ ଭୁଲ୍ ପାଇଁ ପରେ ଅନୁତାପ କରିବାକୁ ପଡେ। ଜୀବନରେ ଏମିତି କିଛି ଜିନିଷ ଅଛି ଯାହା ରହସ୍ୟ ଭାବରେ ରଖିବା ଉଚିର। ବର୍ତ୍ତମାନ ପ୍ରଶ୍ନ ହେଉଛି, ସେହି ରହସ୍ୟଗୁଡିକ କ’ଣ ଯାହା କେବେବି କାହା ସହିତ ଶେୟାର କରିବା ଉଚିତ ନୁହେଁ। ଆସନ୍ତୁ ଏ ବିଷୟରେ ଜାଣିବା।

ଯୋଜନା:

ବହୁତ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର କୌଣସି ଯୋଜନା ଲୋକମାନଙ୍କ ସହିତ ଶେୟାର କରିଦିଅନ୍ତି। ଏହା କରିବା ଉଚିତ ନୁହେଁ। ନିଜ ଯୋଜନାରେ ଚୁପଚାପ୍ କାମ କରିବା ଉଚିତ ଏବଂ ସକାରାତ୍ମକ ଫଳାଫଳ ସହିତ ଲୋକଙ୍କୁ ଜଣାଇବା ଉଚିତ। ଯଦି ସଫଳ ହେବା ପୂର୍ବରୁ ନିଜ ଯୋଜନାକୁ ଶେୟାର କରନ୍ତି ଏବଂ ଏଥିରେ ବିଫଳ ହୁଅନ୍ତି ତେବେ ଲୋକେ ପରିହାସ କରିପାରନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆପଣ ବିବାହିତ, ଏକାଠି ରହୁଛନ୍ତି, ନିଜ ପାର୍ଟନର ସହ ଭଲରେ କଥା ହୋଇପାରୁ ନାହାନ୍ତି; ଆପଣଙ୍କ ପାଇଁ ୬ଟି ଟିପ୍ସ

ଦୁର୍ବଳତା:

ନିଜର ଦୁର୍ବଳତା ବିଷୟରେ କାହାକୁ କହିବା ଠିକ ନୁହେଁ। ଯଦି ନିଜର ଦୁର୍ବଳତା ବିଷୟରେ ଲୋକଙ୍କୁ କୁହନ୍ତି ତେବେ ସେମାନେ ଏହାର ଅପବ୍ୟବହାର କରିପାରନ୍ତି। ଯଦି ନିଜର ଦୁର୍ବଳତା ବିଷୟରେ କେହି ଜାଣିଥାନ୍ତି ଏବଂ ଯେତେବେଳେ ସେମାନନ ସହିତ ସମ୍ପର୍କ ଖରାପ ହୋଇଯାଏ ତେବେ ସେମନେ ଆପଣ ବିରୁଦ୍ଧରେ ତୁମର ଦୁର୍ବଳତାର ଅପବ୍ୟବହାର କରିପାରନ୍ତି।

ରହସ୍ୟ:

ସମସ୍ତଙ୍କ ଜୀବନରେ କିଛି ନା କିଛି ରହସ୍ୟ ଥାଏ ଯାହାକୁ ଗୁପ୍ତ ରଖିବା ଉଚିତ। କିନ୍ତୁ ବହୁତ ଲୋକ ଅଛନ୍ତି, ଯେଉଁମାନେ ଭାବପ୍ରବଣ ହୋଇ, ସେମାନଙ୍କର ରହସ୍ୟ ଲୋକମାନଙ୍କୁ କହିଦିଅନ୍ତି। ଏହା ଦ୍ୱରା ଜଣେ କେବଳ ଉପହାସର ଶିକାର ହୋଇପାରେ।

ବିଫଳତା:

ଲୋକମାନେ ସେମାନଙ୍କର ବିଫଳତାକୁ ଗୁପ୍ତ ରଖିବା ଉଚିତ। ସେମାନେ ସେମାନଙ୍କର ବିଫଳତାକୁ କାହାକୁ କହିବା ଉଚିତ ନୁହେଁ। ଯଦି ନିଜର ବିଫଳତା ବିଷୟରେ କେହି ଜାଣନ୍ତି, ସେ ପରିହାସ କରିପାରନ୍ତି, ଏହି କାରଣରୁ ଆପଣଙ୍କୁ ମାନସିକ ଚାପର ମଧ୍ୟ ସାମ୍ନା କରିବାକୁ ପଡିପାରେ।

ଆୟ:

ଲୋକମାନେ ସେମାନଙ୍କର ଆୟ କାହାକୁ କହିବା ଠାରୁ ଦୂରେଇ ରହିବା ଉଚିତ। ବୁଦ୍ଧିମାନ ଲୋକମାନେ ସେମାନଙ୍କର ଆୟ ଏବଂ ଏହାର ଉତ୍ସ କାହାକୁ କୁହନ୍ତି ନାହିଁ।

Rephrase with Ginger (Ctrl+Alt+E)
Relationship Tips
Advertisment
Advertisment