ତେହରାନ: ଇରାନ ରାଜଧାନୀ ତେହରାନରେ ‘ଦ ଫାଦର ଅଫ ଇରାନିୟନ ବାମ୍ବ’ ଭାବେ ପରିଚିତ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ (Nuclear Scientist Mohsen Fakhrizadeh) ମୋହସିନ ଫଖରୀଜାଦେହଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍ଆଇ ଇରାନ୍ର ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇଛନ୍ତି। କୁହାଯାଉଛି, ବିଦେଶ ମନ୍ତ୍ରଣାଳୟ ଏହି ଘଟଣା ପାଇଁ ଇସ୍ରାଏଲକୁ ଦାୟୀ କରିଛି। ତେବେ ଇରାନ ଏହାର ଉଚିତ୍ ଜବାବ ଦେବ ବୋଲି କୁହାଯାଇଛି। ସୂଚନାଥାଉ କି, ଫଖରୀଜାଦେହ ଇମାମ୍ […]
ତିରୁବନନ୍ତପୁରମ୍: ପୁଣି ବିଦେଶରେ ଚମକିଲେ ଭାରତୀୟ ମହିଳା। ଜଣେ ଭାରତୀୟ ମହିଳା ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ମହିଳାଙ୍କ ନାଁ ପ୍ରିୟଙ୍କା ରାଧାକ୍ରିଷନ। ସେ କେରଳର ବାସିନ୍ଦା। ସୋମବାର ସେ ନ୍ୟୁଜଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡର୍ନ ପ୍ରିୟଙ୍କାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଛନ୍ତି। ୪୧ ବର୍ଷୀୟ ପ୍ରିୟଙ୍କା Community and Voluntary Sector ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କାଙ୍କ ଜନ୍ମ ଚେନ୍ନାଇରେ । ସିଙ୍ଗାପୁରରେ ତାଙ୍କର […]
ସାଧାରଣତଃ ବିବାହରେ ଅତିଥିମାନେ ଦାମୀ ଗିଫ୍ଟ ଦେଇଥାନ୍ତି। ହେଲେ ପାକିସ୍ତାନର ଏକ ୱେଡିଂରେ ଜଣେ ମହିଳା, ଦୁଲ୍ହାକୁ ଏମିତି କିଛି ଗିପ୍ଟ କରିଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପାକିସ୍ତାନରେ ଏକ ବିବାହରେ ଦୁଲ୍ହାକୁ ଜଣେ ମହିଳା AK-47 ରାଇଫଲ୍ ୱେଡିଂ ଗିଫ୍ଟ ଭାବରେ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ଟ୍ୱିଟରରେ ଶେଆର କରିଛନ୍ତି। ଭିଡିଓରେ […]
ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ଅଗ୍ରଗତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟିକା ପ୍ରସ୍ତୁତକାରୀ ଲ୍ୟାବକୁ ଖୋଦ୍ ଯିବେ ପ୍ରଧାନମନ୍ତ୍ରୀ। ଆଜି ମୋଦି ତିନିଟି ସହର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଅହମ୍ମଦାବାଦ୍ରେ ଥିବା ଜାଏଡସ୍ ବାଓଟେକ୍ ପାର୍କ ଯିବେ। ଏହାପରେ ହାଇଦ୍ରାବାଦ୍ରେ ଥିବା ଭାରତ ବାୟୋଟେକ୍ କାର୍ଯ୍ୟାଳୟ ଗସ୍ତ କରିବେ। ଏହି ଦୁଇ ସଂସ୍ଥା ଦ୍ୱାରା ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହେଉଥିବା କୋଭାକ୍ସିନର ଅଗ୍ରଗତି ଓ ଏହାର ସ୍ଥିତିକୁ ପରଖିବେ। […]
ନୂଆଦିଲ୍ଲୀ: ରାଜରାସ୍ତା ଉପରେ ଚାଲିଛି ରୋଷେଇ। ସେଇଠି ଖାଇବା ଏବଂ ସେହି ରାସ୍ତା ଉପରେ ଶୋଇବା। ଗତ ତିନି ରାତି ଏମିତି କଟୁଛି ରାସ୍ତା ଉପରେ । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀଙ୍କ ଚଲୋ ଦିଲ୍ଲୀ ଅଭିଯାନ ଜାରି ରହିଛି । ବହୁ ଟଣାଓଟରା, ଧସ୍ତାଧସ୍ତି, ଖଣ୍ଡଯୁଦ୍ଧ ପରେ ଦିଲ୍ଲୀରେ ପ୍ରବେଶ ପାଇଁ ଶେଷରେ ଆନ୍ଦୋଳନକାରୀଙ୍କୁ ମିଳିଛି ଅନୁମତି । ରାଜଧାନୀ ଉପକଣ୍ଠରେ ଥିବା ବୁରାରି ନିକଟରେ ସମାବେଶ କରିବାକୁ ଗତକାଲି ଅନୁମତି ମିଳିଛି । […]
ପାଣି ଟ୍ୟାପ୍ରୁ ପାଣି ବଦଳରେ ବାହାରୁଛି ନିଆଁ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି କିଛି ଦୃଶ୍ୟ ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚୀନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଏକ ପାଣି ଟ୍ୟାପ୍ ନିକଟରେ ଲାଇଟର୍ ରଖିବା ପରେ ଟ୍ୟାପ୍ରୁ ପାଣି ବଦଳରେ ନିଆଁ ବାହାରୁଛି। Ladbible ର ଖବର ଅନୁସାରେ, ପଞ୍ଜିନ […]
ନୂଆଦିଲ୍ଲୀ: ବାତ୍ୟା ‘ନିଭାର’ ପରେ ପୁଣିଥରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ ଉପକୂଳ ଛୁଇଁବା ପୂର୍ବରୁ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମ(ସାମୁଦ୍ରିକ ଝଡ଼)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚେନ୍ନାଇ ସମେତ ଉପକୂଳ ଅଞ୍ଚଳରେ ଡିସେମ୍ବର ୧ ଓ ୨ରେ ବର୍ଷା ହୋଇପାରେ। ସେହିପରି ଡିସେମ୍ବର ୮ […]
କାକିନାଡ: ବାତ୍ୟା ‘ନିଭାର’ କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଥିବା ବେଳେ ଆଉ କିଛି ଲୋକଙ୍କ ଏହା ଭାଗ୍ୟ ଖୋଲି ଦେଇଛି। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ ସମୁଦ୍ରକୂଳରୁ କିଛି ଲୋକଙ୍କୁ ଛୋଟ ଛୋଟ ସୁନା ଖଣ୍ଡ ମିଳିଛି। ଏହି ଖବର ଜଣାପଡ଼ିବା ପରେ ସୁନା ପାଇବା ଆଶାରେ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ପ୍ରବଳ ବର୍ଷା ଓ ଥଣ୍ଡାକୁ ଖାତିର ନକରି ସମୁଦ୍ର କୂଳରେ ପହଞ୍ଚି ସୁନା ଖଣ୍ଡ […]
ରାଇପୁର: ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆଇଡି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ମହାରାଷ୍ଟ୍ର ନାସିକର ନୀତିନ ଭାଲେରେ କୋବ୍ରା ୨୦୬ ବାଟାଲିୟନର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସିଆରପିଏଫ୍ ଯବାନମାନେ ଆଣ୍ଟି ନକ୍ସଲ ଅପରେସନ୍ରୁ ଫେରୁଥିଲେ। ଏହି ସମୟରେ ଯବାନମାନଙ୍କୁ ଟାର୍ଗେଟ୍ କରି ତାଦମେତଲା ଗାଁ ନିକଟ ଜଙ୍ଗଲରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ।
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ପଞ୍ଜାବ କୃଷକ ସଂଘ। ଦିଲ୍ଲୀର ଯନ୍ତରମନ୍ତର ପଡ଼ିଆରେ ଆନ୍ଦୋଳନ କରିବାକୁ କୃଷକଙ୍କୁ ନିବେଦନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କିନ୍ତୁ ଶାହଙ୍କ ପ୍ରସ୍ତାବକୁ ମାନିନେବାକୁ କୃଷକମାନଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ସମସ୍ତ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ଏବଂ ଦାବି ସମ୍ପର୍କରେ କେନ୍ଦ୍ର […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୃଷି ଆଇନ୍, କରୋନା ଭାଇରସ ଓ ଲୋକାଲ ପାଇଁ ଭୋକାଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କୃଷି ଆଇନ୍କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଆଇନ୍ ପାଇଁ କୃଷକଙ୍କୁ ନୂଆ ଅଧିକାର ସହିତ ନୂଆ ଅବସର ବି ମିଳିଛି। ଫଳରେ କୃଷକଙ୍କ ସମସ୍ୟା କମିଛି। ଏଥିସହିତ କରୋନା ସମ୍ପର୍କରେ ଢିଲା ନ ହୋଇ ସତର୍କତା ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ କୃଷି ଆଇନ୍କୁ […]
ମୁମ୍ବାଇ: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ବଲିଉଡ୍ ଆଭିନେତ୍ରୀ ଉର୍ମିଲା ମୋତୋଣ୍ଡକର ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିବା ଉର୍ମିଲା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏବେ ସେ ଶିବସେନାରେ ସାମିଲ୍ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୋମବାର ସେ ଶିବସେନାରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଦଳରେ ଘୃଣ୍ୟରାଜନୀତି ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଥିଲେ ଉର୍ମିଲା। ୨୦୧୯ ମାର୍ଚ୍ଚ […]
ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ। ଜ୍ୟୋର୍ତିବିତ୍ଙ୍କ କହିବା ମୁତାବକ, ଏହି ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବ। କିନ୍ତୁ ଏହା ଭାରତ ବର୍ଷରେ ଦୃଶ୍ୟମାନ ହେବ ନାହିଁ। ଏହାର ପ୍ରଭାବ ପାଖାପାଖି ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ରହିବ। ନିଷିଦ୍ଧ ସମୟରେ କଣ କରାଯିବ ନାହିଁ? ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ନିଷିଦ୍ଧ ସମୟରେ କୋଣସି ଶୁଭ କାର୍ଯ୍ୟ କରାଯାଇନଥାଏ। […]
ଗୋଟିଏ ବର୍ଷରେ ୨୩ଟି ପିଲାର ବାପା ହେଲେ ଯୁବକ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯୁବକ ଜଣକ ଜୈବିକ ପଦ୍ଧତିରେ ହିଁ ୨୩ ପିଲାର ବାପା ହୋଇଛନ୍ତି। ଏହି ଯୁବକ ଜଣକ ହେଲେ ଅଷ୍ଟ୍ରେଲିଆର ଏଲନ ଫାନ। ଏଲନ ପ୍ରଥମେ ପ୍ରଥମେ ଖୁସିରେ ସ୍ପର୍ମ ଦାନ କରୁଥିଲେ। କିନ୍ତୁ ପରେ ସେ ଏହାକୁ ଜିବୀକା ଭାବରେ ଗ୍ରହଣ ନେଇଥିଲେ। ସ୍ପର୍ମ ଦାନ କରି ଗୋଟିଏ ବର୍ଷରେ ୨୩ ପିଲାର ବାପା ହେବା […]
ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟ୍ଟନଗର ଅସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମୁମ୍ବାଇ ଏସ୍ଆର୍ଭି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସୂଚନା ଅନୁସାରେ ଦିବ୍ୟାଙ୍କ ଅକ୍ସିଜେନ୍ ଲେବଲ ହଠାତ୍ କମିଯାଇଥିଲା। ସେଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ମା କହିଛନ୍ତି ଯେ, ଗତ ୬ ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା। ସେ ବହୁତ ଅସୁସ୍ଥତା ଅନୁଭବ କରିଥିଲେ। ସେଥିପାଇଁ ମୁଁ ଦିଲ୍ଲୀ ଆସିବାପରେ […]
ଭୋପାଳ: ୨୦୨୦ ବର୍ଷରେ ମଧ୍ୟପ୍ରଦେଶରେ ୨୬ଟି ବାଘଙ୍କର ମୃତ୍ୟୁ ହୋଇଛି। ଗତ ୬ ବର୍ଷ ହେଲା ହାରାହାରି ଜନ୍ମ ହୋଇଥିବା ବାଘଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶର ଜଙ୍ଗଲ ବିଭାଗ ମନ୍ତ୍ରୀ ବିଜୟ ଶାହା। National Tiger Conservation Authority’s (NTCA) ର ୱେବ୍ସାଇଟ୍ରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ଏପ୍ରିଲ୍ ମାସ ସୁଦ୍ଧା ୨୬ଟି ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବାନ୍ଧବଗଡ଼ ବାଘ ସରଂକ୍ଷଣରେ ହୋଇଥିବା ୧୦ଟି ମୃତ୍ୟୁକୁ ମିଶାଇ […]
କୋରିଆ: ଆପଣ ଜାଣିଥିବେ ଉତ୍ତର କୋରିଆର ଶାସକ କିଭଳି କଠୋର ନିଷ୍ପତ୍ତି ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାନ୍ତି। ସେହିଭଳି କରୋନାକୁ ଆୟତ୍ତ କରିବା ପାଇଁ ସେ କଠୋର ନିୟମ ପ୍ରଣୟନ କରିଛନ୍ତି। ଯାହାକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି। ଦକ୍ଷିଣ କୋରିଆର ଏକ ଗୁପ୍ତଚର ଏଜେନ୍ସିର ସୂଚନା ଅନୁଯାୟୀ, ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ କରୋନା ସଂକ୍ରମଣକୁ ନେଇ ଅଜବ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ସମୁଦ୍ରରେ ମାଛ […]
ଚାହିଦାରେ ଏବେ କଡ଼କନାଥ, ଗୋଟିକର ଦାମ୍ ୮୫୦ #madhya pradesh
ନୂଆଦିଲ୍ଲୀ: ବିଜେପିର ମିଶନ ହାଇଦ୍ରାବାଦ୍। ଆଗାମୀ ବୃହତ ହାଇଦ୍ରାବାଦ ମହାନଗର ନିଗମ ଭୋଟ୍ ପାଇଁ ଆଜି ହାଇଦ୍ରାବାଦ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହା ଆଜି ଶିକନ୍ଦରାବଦର ଓ୍ୱାରସିଗୁଡ଼ାରେ ଆୟୋଜିତ ଏକ ବିଶାଳ ରୋଡ୍ ସୋରେ ଭାଗ ନେଇଥିଲେ। ଏହି ଅବସରରେ ସେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବା ସହ ଏଥର ହାଇଦ୍ରାବାଦର ମେୟର ବିଜେପିରୁ ନିଶ୍ଚିତ ବୋଲି କହିଛନ୍ତି। ପ୍ରଚାର ବେଳେ ଶାସକ ଦଳ ଟିଆରଏସ ସରକାର ଉପରେ […]
ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ଉପରେ ଆଲୋଚନା ଲାଗି ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି ଚାଷୀ। ଆଲୋଚନା ପୂର୍ବରୁ କୌଣସି ସର୍ତ୍ତ ରଖାଯିବାକୁ ଚାଷୀ ବିରୋଧ କରିଛନ୍ତି । ସରକାର ଖୋଲା ହୃଦୟରେ ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀ ସୀମାରେ ଡେରା ପକାଇଥିବା ଆନ୍ଦୋଳନକାରୀ ଚାଷୀ କହିଛନ୍ତି। ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ନେଇ ଗଠିତ ୭ ଜଣିଆ କମିଟି ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଚାଷୀଙ୍କୁ ନୂଆ […]
ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁଇଟି ଥାନାରେ ୧୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଚିନ୍ତାପାଲି ଥାନା ପୋଲିସ ନିକଟରେ ୫ ଜଣ ଓ କୋୟୁରୁ ପୋଲିସ ନିଟକରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର ଓଡ଼ିଶା ସୀମାରେ ସକ୍ରିୟା ଥିବା ବିଭିନ୍ନ ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ । ସୀମାରେ ଚାଲିଥିବା ମାଓ ବିରୋଧୀ ଅପରେସନ୍ ଭୟ ଏବଂ ମୁଖ୍ୟସ୍ରୋତରେ ସାମିଲ ହେବାର ଇଛା ଲାଗି ସେମାନେ ସଂଗଠନ […]
ମୈଦୁଗୁରି: ଆତଙ୍କବାଦୀ ସଂଗଠନ ବୋକୋ ହରାମ (Boko Haram) ପୁଣି ଥରେ ନାଇଜେରିଆରେ ରଚିଛନ୍ତି ନରସଂହାର। ଜାତିସଂଘ ସୂଚନା ଅନୁଯାୟୀ, କଟ୍ଟର ଇସଲାମ ସଂଗଠନ ବୋକୋ ହରାମର ହତ୍ୟାକାରୀମାନେ ୧୧୦ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଖାଲି ନରସଂହାର କରିନାହାନ୍ତି, ଏହି ସଶସ୍ତ୍ର ଆତଙ୍କୀ ଗୋଷ୍ଠୀ ନିରୀହ ଲୋକଙ୍କୁ ସର୍ବସାଧାରଣରେ ହତ୍ୟା କରିବାପରେ ମହିଳାମାନଙ୍କୁ ଉଠାଇ ନେଇଛନ୍ତି। ନାଇଜେରିଆରେ ମିଳିତ ଜାତିସଂଘର ମାନବିକ ସଂଯୋଜକ ଏଡୱାର୍ଡ କାଲନ୍ କହିଛନ୍ତି, ବୋକୋ ହରାମ ଅତି କମ୍ରେ […]
ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ତାଙ୍କ କୁକୁର ସହିତ ଖେଳିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି।ସେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି କୁହାଯାଉଛି। ବିଡେନ ତାଙ୍କର ଜର୍ମାନ ଶେପର୍ଡ କୁକୁର ‘ମେଜର’ ସହିତ ଖେଳୁଥିଲେ। ଜୋ ବିଡେନଙ୍କର ଦୁଇଟି କୁକୁର ଅଛି।ଅନ୍ୟପକ୍ଷରେ, ଏହି ଦୁର୍ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ […]
ଚେନ୍ନାଇ: ଆକ୍ସନ ଷ୍ଟାର୍ ରଜନୀକାନ୍ତ ବଲିଉଡ୍ ଠାରୁ ଆରମ୍ଭ କରି ତାମିଲ୍ ଫିଲ୍ମରେ ନିଜର ଜଲ୍ୱା ଦେଖାଇବା ପରେ ଏବେ ରାଜନୀତିରେ ମଧ୍ୟ ନିଜର ଚମକ ଦେଖାଇବାକୁ ଯାଉଛନ୍ତି। ତାମିଲନାଡୁରେ ୨୦୨୧ ନିର୍ବାଚନ ଥିବାରୁ ରଜନୀ ନିଜର ଏକ ଦଳ ଗଠନ କରିପାରିନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ରଜନୀକାନ୍ତ ଚେନ୍ନାଇ ସ୍ଥିତ ନିଜ ଦଳ ‘ରଜନୀକାନ୍ତ ମକ୍କାଲ ମାଣ୍ଡାରାମ’ର କର୍ମକର୍ତ୍ତାଙ୍କୁ ଭେଟିଛନ୍ତି।୨୦୨୧ ନିର୍ବାଚନକୁ ଆଖିଆଗରେ ରଖି ଖୁବଶୀଘ୍ର ରାଜନୈତିକ ଦଳ ଗଠନ କରାଯିବ ବୋଲି ଦଳ […]
ବେଙ୍ଗାଲୁରୁ: ବିଜେପି ହିନ୍ଦୁଧର୍ମର ସବୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଟିକେଟ୍ ଦେଇପାରେ, ସେ ଲିଙ୍ଗାୟତ ହେଉ କି କୁରୁବସ କିମ୍ବା ଭୋକ୍କଲିଗସ, କିନ୍ତୁ ମୁସଲମାନଙ୍କୁ ଟିକେଟ୍ ଦେବ ନାହିଁ। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକ ବିଜେପି ମନ୍ତ୍ରୀ କେଏସ୍ ଈଶ୍ୱରାପ୍ପା। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା “ ହିନ୍ଦୁର କୌଣସି ସମ୍ପ୍ରଦାୟକୁ ଆମେ ଟିକେଟ୍ ଦେଇପାରୁ। ଲିଙ୍ଗାୟତ, କୁରୁବସ ଭୋକ୍କାଲିଗାସ ଓ ବ୍ରାହ୍ମଣ ସିଏ […]