ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ୍ରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଆଗ୍ରାର ଝରଣା ନାଳରେ ଖସି ପଡ଼ିଥିଲା। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏ […]
ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏବଂ ସାଂସଦ ମନୋଜ ତିଓ୍ୱାରୀ ପ୍ରମୁଖ ଉପସ୍ଥିତ ଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ସପନା ଚୌଧୁରୀ କଂଗ୍ରେସରେ ସାମିଲ୍ ହୋଇଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ ସାମ୍ୱାଦିକ ସମ୍ମିଳନୀ କରି ଏହି ଖବରକୁ ସେ ଖଣ୍ଡନ କରିଥିଲେ। ଏମିତିକି ୨୪ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଜି ଜନ୍ମଦିନ। ଧୋନି ଆଜି ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଜନ୍ମଦିନ ଅବସରରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। View this post on Instagram A post shared by ZIVA SINGH DHONI (@ziva_singh_dhoni) on Jul 6, 2019 at 6:43pm PDT ସଚିନ୍, ସେୱାଗ୍, ଲକ୍ଷ୍ମଣ, ଗାଙ୍ଗୁଲିଙ୍କ ଭଳି ଭେଟେରାନ୍ କ୍ରିକେଟର ତାଙ୍କୁ […]
ଇସଲାମାବାଦ: ପାକିସ୍ତାନୀ ଆଙ୍କରଙ୍କ ଆପଲ୍ କନ୍ଫ୍ୟୁଜନ୍। ପାକିସ୍ତାନର ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ Appleକୁ ନେଇ ନ୍ଦନ୍ଦ୍ୱରେ ପଡ଼ି ଯାଇଥିଲେ ନ୍ୟୁଜ୍ ଆଙ୍କର। ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ୍ରେ ବିଶ୍ୱ ବାଣିଜ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଥିଲା। ପ୍ରସିଦ୍ଧ Apple Inc ବ୍ରାଣ୍ଡ୍ ନିଜ ବ୍ୟବସାୟକୁ ବିଶ୍ୱରେ ପରିବ୍ୟାପ୍ତ କରିପାରିଛି। ଏବେ Apple Incର ବ୍ୟବସାୟ ପୁରା ପାକିସ୍ତାନର ବଜେଟ୍ଠୁ ଅଧିକ ବୋଲି ଉପସ୍ଥିତ ଅତିଥି କହିଥିଲେ। ହେଲେ ଏହି ସମୟରେ ଆଙ୍କର ଜଣକ ଏହା […]
ହାଇଦ୍ରାବାଦ: ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଚେନ୍ନାଇ ଯିବାକୁ ଥିବା ଦୁଇଟି ବିମାନରେ ବୋମା ଥିବା ନେଇ ଖବର ଆସିଥିଲା। ହେଲେ ଖୋଳତାଡ଼ ପରେ ଏହି ଖବର ଗୁଜବ ବୋଲି ଜଣାପଡିଥିଲା। ସିଆରପିଏଫ ଦୁଇ ବିମାନକୁ କଡ଼ାକଡ଼ି ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ କରିଛି। ଏଭଳି ମିଥ୍ୟା ଖବର ପ୍ରଚାର କରି ଲୋକଙ୍କୁ ଭୟଭୀତ କରିଥିବାରୁ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ବିଜେପିର ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମରେ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପାଇଁ ସଙ୍କଟ ଘନେଇବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ କିଛି ବି ହଇଚଇ ସୃଷ୍ଟି ହୋଇପାରେ। ଗତକାଲି କଂଗ୍ରେସର ୧୦ଜଣ, ଜେଡିଏସ୍ର ୩ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ମେଣ୍ଟ ସରକାରର ଭବିଷ୍ୟତ ନେଇ ସଙ୍କଟ ଦେଖାଦେଇଛି। ଏଣେ ଇସ୍ତଫା ଦେଇଥିବା ୧୩ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଏକ ରିସୋର୍ଟରେ ରହିଛନ୍ତି। ଏମାନଙ୍କୁ ମନେଇବାକୁ କଂଗ୍ରେସର ବରିଷ୍ଠ ନେତା ଡି ଶିବକୁମାର ଚେଷ୍ଟା କରିଥିବା ଜଣାପଡ଼ିଛି। ଅନ୍ୟ […]
ନୂଆଦିଲ୍ଲୀ: ପୂର୍ବରୁ କ୍ରିକେଟର ମହମ୍ମଦ ଶାମିଙ୍କୁ ମନଇଚ୍ଛା ଗାଳି ଗୁଲଜ କରୁଥିବା ପତ୍ନୀ ହସିନ ଜାହାନ ଏବେ ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅମରୋହା ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅମରୋହା ପୁଲିସ୍ର ୫ ଜଣ ଅଧିକାରୀ ମଧ୍ୟରାତ୍ରିରେ ଗିରଫ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, କୌଣସି ମହିଳାଙ୍କୁ ମଧ୍ୟରାତ୍ରିରେ ଗିରଫ କରାଯାଇ ପାରିବ ନାହିଁ। ଏହାସତ୍ତ୍ୱେ ପୁଲିସ୍ […]
କେନ୍ଦ୍ର-ଟ୍ୱିଟର ମଧ୍ୟରେ ପୁଣି ବଢିଲା ବିବାଦ। ମୋଦି ସରକାରଙ୍କ ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଦେଇଛି ଟ୍ୱିଟର।
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ। ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ କହିଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀ ଜାତୀୟ ରାଜପଥରେ ସ୍ନାଇପର ଗନ୍ରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିପାରନ୍ତି। ଏହାବ୍ୟତୀତ ଆଇଇଡି ବିସ୍ଫୋରଣ କରି ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ୬ରୁ ୮ ଜଣ ପାକିସ୍ତାନୀ ଆତଙ୍କବାଦୀ ଏହି ଯୋଜନା କରୁଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କ ଏହି […]