
କୋଲକାତା:କରୋନା ଭାଇରସ୍ ବିରୋଧରେ ଲଢୁଥିଲେ ସରକାରୀ ଅଫିସର ଦେବଦତ୍ତା ରାୟ। ଲକ୍ ଡାଉନ୍ବେଳେ ପ୍ରବାସୀ ଶ୍ରମିକ କିପରି ଆସିବେ, କେଉଁଠି ରହିବେ ଓ କିପରି ତାଙ୍କର ଥଇଥାନ କରାଯିବ ତାହା ସୁଚାରୂ ଭାବେ ତୁଲାଉଥିଲେ ଦେବଦତ୍ତା। ହେଲେ ନିଜେ ହାରିଗଲେ କରୋନା ପାଖରେ। ସୋମବାର ସକାଳେ ଆଖି ବୁଜି ଦେଇଛନ୍ତି ଏଇ ଆଗ ଧାଡ଼ିର କରୋନା ଯୋଦ୍ଧା । ଏହି ନିଷ୍ପାପର ଯୁବ ସରକାରୀ ଅଧିକାରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର। ୩୮ ବର୍ଷ ବୟସ୍କ ଦେବଦତ୍ତା ହୁଗ୍ଲି […]
ଜୟପୁର: ରାଜସ୍ଥାନ ରାଜନୀତି ପୁଣି ଆଜି ରୋଚକ ମୋଡ ନେଇଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପଦରୁ ହଟାଇ ଦେଇଛି। ଗେହଟଲ ସରକାର। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି। ଆଜି ସକାଳ ୧୧ଟାରେ ବିଧାୟକ ଦଳର ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଉପସ୍ଥିତ ନ ଥିବା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ […]
ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୧୦ମ ଶ୍ରେଣୀ ପରୀକ୍ଷାଫଳ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ। ତେବେ ନିର୍ଦ୍ଦିଷ୍ଟ କେଉଁ ସମୟରେ ଫଳ ପ୍ରକାଶ ପାଇବ ସିବିଏସ୍ଇ ପକ୍ଷରୁ କୁହାଯାଇ ନାହିଁ। ପରୀକ୍ଷା ଫଳ cbse.nic.in ଏବଂ cbseresults.nic.inରେ ଦେଖି ପାରିବେ। ଜୁଲାଇ ୧୫ ପୂର୍ବରୁ ଦଶମ ଏବଂ ଦ୍ୱାଦଶର ଫଳାଫଳ ଘୋଷଣା କରିବା ପାଇଁ ପୂର୍ବରୁ CBSE ପକ୍ଷରୁ କୁହାଯାଇଥିଲା । ଗତକାଲି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ […]
ରାଜନେତାଙ୍କ ନାଁ ଶୁଣିଲେ ମନକୁ ଆସିଯାଏ ଏକ ନକାରାତ୍ମକ ଚିନ୍ତାଧାରା। ଯେମିତି ନେତାମାନେ କ୍ଷମତା ଲୋଭି, କ୍ଷମତା ପାଇଁ ଯେ କୌଣସି କାମ କରିପାରନ୍ତି…ଇତ୍ୟାଦି ଇତ୍ୟାଦି। ହେଲେ ଏପରି ଭାବନା, ଚିନ୍ତାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଜଣେ ବିଧାୟକ। ପ୍ରଳୟଙ୍କରୀ ବନ୍ୟାରେ ନିଜ ଜୀବନକୁ ମରଣ ମୁହଁକୁ ଠେଲି ଲୋକଙ୍କୁ ଉଦ୍ଧାର କରୁଛନ୍ତି। ବିଧାୟକ ଜଣକ ଆସାମ୍ର। ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖା ଦେଇଛି । ଆସାମ ସରକାରର ଜଣେ ବିଧାୟକ ମୃଣାଳ […]
ଲକ୍ଷ୍ନୌ: ଗତକାଲି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ପାଇଛି । ଏଥିରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଦିବ୍ୟାଂଶୀ ଜୈନ୍ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ତାଙ୍କର ଏଇ ସଫଳତା ପାଇଁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ। ଦିବ୍ୟାଂଶୀ ନବୟୁଗ ରେଡିଏନ୍ସ ସ୍କୁଲର ଛାତ୍ରୀ। ଦିବ୍ୟାଂଶୀ ପିଲାବେଳୁ ସେ ଭଲ ପାଠପଢନ୍ତି। ସ୍କୁଲରେ ସବୁବେଳେ ଭଲ ନମ୍ବର ରଖୁଥିଲେ। ସ୍କୁଲରେ ସେ ୯୭.୬ ପ୍ରତିଶତ ମାର୍କ ରଖିଥିଲେ। ଆହୁରି ଭଲ କରିବା ପାଇଁ ଖୁବ୍ ପରିଶ୍ରମ କରୁଥିଲେ। […]
ନୂଆଦିଲ୍ଲୀ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା ଉପଲବ୍ଧ ହେବ। ରୋଗୀମାନ ଏହାକୁ ବ୍ୟବହାର କରିପାରିବେ ବୋଲି ଏହି ଟିକା ବାହାର କରିଥିବା ଋଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଳ୍ପ ଲୋକଙ୍କ ଉପରେ ଏହି ଟିକାର ପରୀକ୍ଷଣ […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣା ପ୍ରାୟ ଏକ ମାସ ହୋଇଗଲା । ତଥାପି ଏ ପର୍ଯ୍ୟନ୍ତ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ସୁଚିନ୍ତିତ ଭାବେ କେହି ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ସୁଶାନ୍ତ ଜଣେ ହସଖୁସିର ମଣିଷ ଯିଏ କି କମ୍ ସମୟ ଭିତରେ ବହୁତ ବଡ଼ ସଫଳତା ପାଇ ପାରିଛନ୍ତି । ତେଣୁ ସେ ଯେ ଆତ୍ମହତ୍ୟା କରିଥିବେ ଏକଥା କେହି ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଡିପ୍ରେସନରେ […]
ମୁମ୍ବାଇ: କାହାକୁ ଛାଡ଼ୁନି କରୋନା । ବଲିଉଡ୍ରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି। ସମସ୍ତ ସଚେତନତା ସତ୍ତ୍ୱେ ବଚ୍ଚନଙ୍କ ବଙ୍ଗଳାରେ ପଶିଛି କରୋନା । ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ ଆସିଛି। କେବଳ ଜୟା ବଚ୍ଚନଙ୍କୁ ଛାଡ଼ି ଦେଲେ ବଚ୍ଚନ ପରିବାରର ସମସ୍ତେ କରୋନା ଆକ୍ରାନ୍ତ। ପଜେଟିଭ ରିପୋର୍ଟ ଆସିବା ପରେ ଅମିତାଭ ଏବଂ ଅଭିଷେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଐଶ୍ୱର୍ଯ୍ୟା, ଆରାଧ୍ୟା ହୋମ କ୍ୱାରେଣ୍ଟିନ୍ରେ ଅଛନ୍ତି। ତେବେ ହୋମ୍ […]
ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ମେରି ଏଲିଜାବେଥ୍ ହାଉସ ପରିଦର୍ଶନବେଳେ ମାସ୍କ ପିନ୍ଧିଥିବା ନେଇ ଏକ ଫଟୋ ନିଜେ ମେଲାନିଆ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ମେଲାନିଆ ଏବେ ସ୍ୱାମୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଭିନ୍ନ ସାମାଜିକ ସଂଗଠନ ସହ ମିଶି କାମ କରୁଛନ୍ତି । ଆମେରିକାରେ କରୋନା ସଂଗୀନ ସ୍ଥିତିରେ […]
ଜୟପୁର: ରାଜସ୍ଥାନରେ ଚାଲିଛି କ୍ଷମତା ଯୁଦ୍ଧ । ସଙ୍କଟରେ କଂଗ୍ରେସ ସରକାର। ଏପରି ରାଜନୈତିକ ଅସ୍ଥିରତା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଗେହଲଟଙ୍କ ପାଖ ଲୋକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସକାଳୁ ରାଜସ୍ଥାନ କଂଗ୍ରେସର ଉପ ସଭାପତି ରାଜୀବ ଆରୋରା ଏବଂ ଧର୍ମେନ୍ଦ୍ର ରାଠୋରଙ୍କ ଘରେ ଚଢ଼ଉ କରିଛି ଆୟକର ବିଭାଗ। ଜୟପୁରସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ପହଞ୍ଚି ଆୟକର ବିଭାଗ ଟିମ୍ ଛାନଭିନ୍ କରିଛି […]
ନୂଆଦିଲ୍ଲୀ: ଆଜି ଦେଶରେ ପୁଣି ରେକର୍ଡ କରିଛି କରୋନା। ଗତ ୨୪ ଘଣ୍ଟାରେ ୨୮ ହଜାର କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୫୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତକ ସଂଖ୍ୟା ୨୩ ହଜାର ୧୭୪ରେ ପହଞ୍ଚିଛି। ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮, ୭୦୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ […]
ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ଘଡିକୁ ଘଡ଼ି ନୂଆ ମୋଡ ନେଉଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୩୦ ବିଧାୟକଙ୍କ ସହ କଂଗ୍ରେସର ଗେହଲଟ ସରକାର ହାତ ଛାଡ଼ି ବିଜେପିରେ ମିଶିବେ ବୋଲି ଅନେକ କଳ୍ପନାଜଳ୍ପାନ ପ୍ରକାଶ ପାଉଥିବାବେଳେ ଆଜି ମୁହଁ ଖୋଲିଛନ୍ତି ସଚିନ୍। ବିଜେପିରେ ମିଶିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। ବିଭିନ୍ନ ସୂତ୍ରରୁ ଜଣାଯାଇଥିଲା, ସଚିନଙ୍କ ପାଖରେ କଂଗ୍ରେସର କିଛି ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେମାନେ ବିଜେପି ସହ ସମ୍ପର୍କରେ ଅଛନ୍ତି। ଏପରିକି […]