ଜୟପୁର (ଟି.ଗୌରୀ ଶଙ୍କର): ଜୟପୁରରେ ଡବଲ୍ ମର୍ଡର। କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍ ଉଦ୍ଧାର କରିଛି। ମୃତ ଦମ୍ପତି ହେଲେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ସେଖ୍ ରହେମାନ୍ ଓ ତାଙ୍କ ପତ୍ନୀ। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ଆଜି ସକାଳେ ରହେମାନ୍ଙ୍କ ପୁଅ ଘରର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ଖୋଲି ନ ଥିଲେ। ଫଳରେ ସେ ବାଡ଼ି […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଓଡ଼ିଶା ଜେଲ୍ ର୍କମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀଙ୍କ ଭଳି ଦରମା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସଂଘ ଦାବି କରିଛି । ବାରମ୍ବାର ଦାବି ପରେ ବି ଅର୍ଥ ବିଭାଗରେ ଫାଇଲ୍ ଅଟକି ରହିଥିବା ସହ ବିଭିନ୍ନ ଭତ୍ତାରୁ ଅବହେଳିତ ହୋଇଥିବା ସଂଘ ଅଭିଯୋଗ କରିଛି। ତେଣୁ ତୁରନ୍ତ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ସଂଘର ସଭାପତି କହିଛନ୍ତି।