କେନ୍ଦୁଝର: କାନ୍ଥ ପଡ଼ି ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପଂଚୁପଲି ପଂଚାୟତର ବେଉସାହିରେ। ମୃତକ ଜଣକ ହେଲେ ଭାସ୍କର ଦେହୁରୀ। ଗୁରୁତର ତିଳୋତ୍ତମାକୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡିଥିବାରୁ ଘଟଣାସ୍ଥଳରେ ଭାସ୍କରଙ୍କ ମୃତ୍ୟୁ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏଭଳି ଅଘଟଣ ଘଟିଛି।
ଭୁବନେଶ୍ୱର: ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଆନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍ ଓ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ […]
ଭୁବନେଶ୍ୱର: ଷ୍ଟାଣ୍ଡପୋଷ୍ଟରୁ ବୋହି ଚାଲିଛି ପାଣି। ପିଇବା ପାଇଁ ଉଦ୍ଦିଷ୍ଟ ପାଣିରେ ଗୋଡ଼ ଧୋଉଛନ୍ତି ଲୋକେ। କାରଣ, ପାଣିର ସ୍ୱଚ୍ଛତା ଉପରେ ସେମାନଙ୍କର ଭରସା ନାହିଁ। ସରକାର ଯୋଗାଉଛନ୍ତି ପାନୀୟ ଜଳ। କିନ୍ତୁ, ଏହା କେତେ ଶୁଦ୍ଧ, ତାକୁ ନେଇ ଉଠିଛି ପ୍ରଶ୍ନ। ଖାଲି ଭୁବନେଶ୍ୱରର ନୁହେଁ ବାଲେଶ୍ୱରର ଚିତ୍ର ବି ସମାନ। କୂଅ/ନଳକୂପର ପାଣି ହିଁ ଏଠିକାର ଲୋକଙ୍କର ଭରସା। କିନ୍ତୁ, ଏହି ପାଣିର ଶୁଦ୍ଧତା କେବେ ଯାଞ୍ଚ ହେବା କଥା ଲୋକେ ଜାଣି ନାହାନ୍ତି। […]
କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଆତିଷ ମହିନ୍ଦ୍ରା ମାଣେ। ଜଣେ ୯ ବର୍ଷର ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ନେଇ ତାଙ୍କ ନାମରେ ଥାନାରେ ଏତଲା ହୋଇଥିଲା। ଏହାପରେ କେନ୍ଦ୍ରାପଡ଼ା ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ଆତିଷ ମହିନ୍ଦ୍ରା ସଂପୃକ୍ତ ନାବାଳିକାଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ଡାକି ଅସଦାଚରଣ କରିଥିଲେ। ନାବାଳିକା […]
ଭୁବନେଶ୍ୱର : ଅାସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଅାନ୍ଦୋଳନ ଡାକରା ଦିଅାଯାଇଛି। ଏହି ଅାନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍ ଓ କେତେକ ସ୍ଥଳରେ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଅାଶଙ୍କା କରାଯାଉଛି। ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ […]
ଭୁବନେଶ୍ୱର : କୁଖ୍ୟାତ ଅାତଙ୍କବାଦୀ ସଂଗଠନ ଲସ୍କର- ଏ- ତାଇବାର ଜଣେ ସହଯୋଗୀକୁ ଏନଅାଇଏ ଟିମ୍ ଗିରଫ କରିଛି। ହବିବୁର ରେହମାନ ଓରଫ୍ ହବିବ୍ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିବା ପରେ ଗିରଫ କରାଯାଇଛି। ହବିବ୍ ସାଉଦି ଅାରବରୁ ଭାରତକୁ ଅାସୁଥିଲା। ହବିବ୍ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡିଛି। ତା ନାଁରେ ସ୍ୱତନ୍ତ୍ର ଏନଅାଇଏ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଏନଅାଇଏର ଅଭିଯୋଗ ଅନୁଯାୟୀ ହବିବ୍ କୁଖ୍ୟାତ ଲସ୍କର […]
ଭୁବନେଶ୍ୱର: ଓଡ଼ିଆ ଗୀତ ‘ପ୍ୟାର୍ ବାଲା ହିଚ୍କି’ ବର୍ତ୍ତମାନ ୟୁଟ୍ୟୁବ୍ରେ ବୋବାଲ ମଚାଇଛି। ଗୀତଟିକୁ ଏବେ ସୁଦ୍ଧା ୨୦ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି। ତରଙ୍ଗ ସିନେ ପ୍ରଡକ୍ସନ ନିର୍ମିତ ‘ସୁନ୍ଦରଗଡ଼ର ସଲ୍ମାନ’ ଚଳଚ୍ଚିତ୍ରର ଏହି ଗୀତଟିକୁ ୨ ମାସ ଭିତରେ୨୦ ମିଲିୟନ୍ ଦର୍ଶକ ଦେଖିଛନ୍ତି ଯାହା ଏକ ରେକର୍ଡ । ରଜ ବଜାରରେ ପରଦାକୁ ଆସିଥିବା ଏହି ସିନେମାକୁ ଦର୍ଶକ ମାନଙ୍କ ବେଶ୍ ରେସପନ୍ସ ମିଳିଥିଲା। ଏଥିସହିତ ସିନେମା ରଲିଜ ପୂର୍ବରୁ ଏହାର ଗୀତ ଗୁଡ଼ିକ ବେଶ୍ […]
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ଏକ କଡ଼ା ଚିଠି ଲେଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅାଜି ଏହି ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅାଲୋଚନା କରିବା ପରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ସୂଚନା ଦିଅାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କମିଟି ଅାବାହକ ଅଶୋକ ଦାସ ଏହା କହିଛନ୍ତି। ରାଜ୍ୟର ଏକ ପ୍ରତିନିଧି ଦଳ କେନ୍ଦ୍ର ଅାଇନ ମନ୍ତ୍ରାଳୟ ସହ ଅାଲୋଚନା କରନ୍ତୁ ବୋଲି କମିଟି […]