• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

std
ଅଗଷ୍ଟ ୧୫ ପ୍ରସ୍ତୁତି ବେଳେ ୫ ଛାତ୍ର ଅଚେତ

ରାଉରକେଲା : ରାଉରକେଲାରେ ଅଗଷ୍ଟ ୧୫ ପାଇଁ ପ୍ରସ୍ତୁତି ବେଳେ ୫ଜଣ ଛାତ୍ର ଅଚେତ ହୋଇପଡିଛନ୍ତି। ରାଉରକେଲା ଇସ୍ପାତ ଷ୍ଟାଡିୟମରେ ପ୍ରସ୍ତୁତି ଚାଲିଥିବା ବେଳେ ଛାତ୍ରମାନେ ଅଚେତ ହୋଇପଡିଥିଲେ। ଅଚେତ ହୋଇଥିବା ୫ଜଣ ଛାତ୍ର ସ୍ଥାନୀୟ MGM ସ୍କୁଲ୍‌ର ବୋଲି ଜଣାପଡିଛି। ୪ଜଣ ଛାତ୍ରଙ୍କୁ CWSରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତର ଛାତ୍ରଙ୍କୁ ରାଉରକେଲା IGHକୁ ସ୍ଥାନାନ୍ତର କରାଯାଇଛି।

  • Monday, 19 July 2021
bolero accident
ଗଛରେ ପିଟିହେଲା ବୋଲେରୋ, ୧ମୃତ ୧୧ ଆହତ

ବୌଦ୍ଧ: ଗଛରେ ବୋଲେରୋ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଏନଏଚ୍‌ରେ । ବୋଲେରୋ ଗାଡ଼ିଟି କାଉଡ଼ିଆଙ୍କୁ ନେଇ ହରିଶଙ୍କର ଯାଉଥିଲା। ଆହତ ୧୧ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତର ୪ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

  • Monday, 19 July 2021
office
ମହାନଦୀ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ପାଇଁ ବିଧିବଦ୍ଧ ପ୍ରକ୍ରିୟା

ଭୁବନେଶ୍ୱର: ମହାନଦୀ ବିବାଦର ଶୁଣାଣି ପାଇଁ ଦିଲ୍ଲୀରେ ଖୋଲିଛି ଟ୍ରିବ୍ୟୁନାଲ୍ ଅଫିସ୍। କନଟ୍ ପ୍ଲେସର ଜନପଥ ଭବନର ଫିଫ୍‌ଥ ଫ୍ଲୋରରେ ଏହି ଅଫିସ୍ ଖୁବ୍‌ ଶୀଘ୍ର କାର୍ଯ୍ୟ କରିବ। ସେପଟେ ଟ୍ରିବ୍ୟୁନାଲ୍ ଗଠନ ଏବଂ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ହେବାର ପ୍ରାୟ ୪ ମାସ ପୁରିବାକୁ ଯାଉଥିବା ବେଳେ ଏବେ ଶୁଣାଣି ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ଦୁଇ ଜଣ ପ୍ରତିନିଧିଙ୍କ ନାଁ ପଠାଇ ସାରିଛନ୍ତି। ମୁଖ୍ୟ […]

  • Monday, 19 July 2021
ticket
କାଳିଅା ଦର୍ଶନ ପାଇଁ ଟିକଟ୍ ବ୍ୟବସ୍ଥା ପ୍ରସ୍ତାବ

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ନୂଅା ଯୋଜନା ଉପରେ ବିଚାର ବିମର୍ଷ। ତିରୁପତି ଓ ବୈଷ୍ଣୋଦେବୀ ମନ୍ଦିର ଭଳି ପୁରୀରେ ବି ଭକ୍ତଙ୍କୁ ଟିକଟ୍ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ସମ୍ପର୍କିତ ଜନଶୁଣାଣି ବେଳେ ଅାସିଛି ପ୍ରସ୍ତାବ। ଯାହାକୁ ନେଇ ଅାରମ୍ଭରୁ ଉଠିଲାଣି ବିରୋଧର ସ୍ୱର। ସେବାୟତ କହିଛନ୍ତି ଜଗନ୍ନାଥ ମନ୍ଦିରର ରୀତି ନୀତି ସମ୍ପୂର୍ଣ୍ଣ ଅଲଗା, ଏଠି ଟିକେଟ୍ ବ୍ୟବସ୍ଥା ଅାଦୌ ଗ୍ରହଣୀୟ ନୁହେଁ। ତେବେ ଏ ନେଇ […]

  • Monday, 19 July 2021
cancer up
ମିଳିଲାନି ଚାରି କାନ୍ଧ , ଭାରରେ ବୁହାହେଲା ମୃତଦେହ

କେନ୍ଦୁଝର  : କ୍ୟାନସରରେ ମୃତ୍ୟୁ ହୋଇଥିଲା ବୋଲି ମିଳିଲାନି ଚାରି କାନ୍ଧ। ଶେଷରେ ଭାରରେ ବୁହାହେଲା ମୃତଦେହ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ବରଦାପାଳ ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଃଶାସନ ବେହେରା କର୍କଟ ରୋଗରେ ଅାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ୟାନସରରେ ମୃତ୍ୟୁ ହୋଇଥିବାରୁ ତାଙ୍କ କୁଟୁମ୍ବ କିମ୍ବା ଗାଁ ଲୋକେ କେହି ବି କାନ୍ଧ ଦେବାକୁ ଅସିନଥିଲେ। ଶେଷରେ ତାଙ୍କ ପୁଅ ଓ ପୁଅଙ୍କ ସାଙ୍ଗ […]

  • Monday, 19 July 2021
vlcsnap-error295
ଶ୍ରୀମନ୍ଦିର ସଂସ୍କାର ଶୁଣାଣି ପ୍ରକ୍ରିୟାକୁ ସେବାୟତଙ୍କ ବିରୋଧ

ପୁରୀ: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ନେଇ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ଜନ ଶୁଣାଣିକୁ ବିରୋଧ କରାଯାଇଛି। ପ୍ରଶାସକ ସୁରେଶ ମହାପାତ୍ରଙ୍କ ନେତୃତ୍ୱାଧୀନ ୩ ଜଣିଆ କମିଟି ନିକଟରେ ଏହି ଜନ ଶୁଣାଣି ଚାଲିଥିଲା। ହେଲେ ଏହାର ତରିକାକୁ ବିରୋଧ କରିଛନ୍ତି କିଛି ସେବାୟତ ଓ ବୁଦ୍ଧିଜୀବୀ। ଏହାର ପ୍ରତିବାଦରେ ସେବାୟତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କମିଟି ସର୍ବସମ୍ମୁଖରେ ଜନଶୁଣାଣି ନକରି ଜଣ ଜଣ କରି ଲୋକଙ୍କ […]

  • Monday, 19 July 2021
vlcsnap-error096
ପୋଷ୍ଟମର୍ଟମ ପାଇଁ କାନ୍ଧରେ ବୋହି ନେଲେ ପୁଅର ଶବ

ଢେଙ୍କାନାଳ: ଅର୍ଥାଭାବରୁ ପୁଅର ଶବକୁ ପରିବାର ଲୋକ ପୋଷ୍ଟମର୍ଟମ ପାଇଁ କାନ୍ଧରେ ‍ବୋହିଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ପଞ୍ଚାୟତର ଏକତାଳି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ଗତକାଲି ରାତିରେ ଏକତାଳି ଗାଁର ଜଗା ମୁଣ୍ଡାଙ୍କ ୯ ବର୍ଷର ପୁଅ ସୁମନ୍ତ ମୁଣ୍ଡା କ୍ରସର କ୍ୟାମ୍ପରେ ଥିବା ଘରେ ଶୋଇଥିଲା। ଏହି ସମୟରେ ଏକ ବିଷାକ୍ତ ସାପ ସୁମନ୍ତଙ୍କୁ କାମୁଡ଼ି ଦେଇଥିଲା। ତତ୍‌କ୍ଷଣାତ ପରିବାର ଲୋକ ତାଙ୍କୁ କାମାକ୍ଷାନଗର […]

  • Monday, 19 July 2021
ASHA Workers
ଆଶାକର୍ମୀଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଆଶାକର୍ମୀଙ୍କୁ ଉତ୍ସାହିତ କରିବା ସହ  ନିଜ ଦାୟିତ୍ୱକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ସରକାର ୧୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଉକ୍ତ ସହାୟତା ରାଶିକୁ ଆଶାମାନେ ଛତା, ଚପଲ, ସାଇକେଲ, ଆଲ୍‌ମିରା, ଟର୍ଚ୍ଚ ଆଦି କିଣିବାରେ ଖର୍ଚ୍ଚ କରିପାରିବେ। ଏହି ଯୋଜନାରେ ରାଜ୍ୟର ପ୍ରାୟ ୪୭ ହଜାରରୁ ଉର୍ଦ୍ଧ୍ୱ ଆଶାକର୍ମୀ ଉପକୃତ ହେବେ। […]

  • Monday, 19 July 2021
keonjhar
ପୁଲିସ୍‌ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ମହିଳା ପରୀକ୍ଷାର୍ଥୀ ଗୁରୁତର

କେନ୍ଦୁଝର: କେନ୍ଦୁଝରରେ ପୁଲିସ୍‌ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ। ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ମହିଳା ପରୀକ୍ଷାର୍ଥୀ ଗୁରୁତର ହୋଇଛନ୍ତି। ପରୀକ୍ଷାର୍ଥୀ ଜଣକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ପରୀକ୍ଷାର୍ଥୀ ହେଲେ ପଣ୍ଡାପଡା ଥାନା ଜଙ୍ଘିରା ଗାଁର ଦମୟନ୍ତୀ ବେହେରା। ସୂଚନାଥାଉ କି, ଗତକାଲି କଟକରେ ଓଡ଼ିଶା ଷ୍ଟେଟ୍‌ ଆର୍ମଡ୍‌ ପୁଲିସ୍‌ (OSAP) ଶାରୀରିକ ପରୀକ୍ଷାର ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିଲା।

  • Monday, 19 July 2021
nuapada
ଭାଲୁ ଆକ୍ରମଣରେ ୨ ଆହତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲର୍‌କି ଗାଁରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ୟାଦ୍‌ ବିଶ୍ୱାଳ ଓ ନିବାସ କୁମାର ନିଆଲ। ଆଜି ସକାଳେ ସେମାନେ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ହଠାତ୍ ଏକ ଭାଲୁ ଆସି ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୟାଦ ବିଶ୍ୱାଳଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ନିବାସଙ୍କ ହାତ ପାପୁଲିକୁ ଭାଲୁ କାମୁଡ଼ି ଦେଇଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କୋମନା […]

  • Monday, 19 July 2021
adivasi divas
ବିଜେଡି ଦ୍ୱାରା ବିଶ୍ୱ ଜନଜାତି ଦିବସ ପାଳନ

ଭୁବନେଶ୍ୱର : ବିଶ୍ୱ ଜନଜାତି ଦିବସ ଅବସରରେ ବିଜେଡିର ଅାଦିବାସୀ ସମାବେଶ। ରାଜଧାନୀର ଅାଦିବାସୀ ପଡ଼ିଆରେ ଅାୟୋଜିତ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅାଦିବାସୀଙ୍କ ପାଇଁ ଅାମେ କାମ କରି ଚାଲିଛୁ। ଲୋକଙ୍କ ସେବାରେ ଗୁରୁପ୍ରିୟା ସେତୁକୁ ଉତ୍ସର୍ଗ କରାଯାଇଛି। ଗୁରୁପ୍ରିୟା ଯୋଗୁଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ବିକାଶ ହୋଇ ପାରିବ। ଅାଦିବାସୀଙ୍କ ବିକାଶ ପାଇଁ କାମ କରୁଛି, କାମ କରି ଚାଲିଥିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅାସିଥିବା […]

  • Monday, 19 July 2021
vlcsnap-error931
ପୁଣି ଅଲୋଡ଼ା ଶିଶୁ କନ୍ୟା; ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର

କାମାକ୍ଷାନଗର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। କାମାକ୍ଷାନଗର ସୋଗର ହଦଗଡ଼ ଜଙ୍ଗଲ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଜଙ୍ଗଲ ରାସ୍ତା ଦେଇ ଜଣେ ବ୍ୟକ୍ତି ଯାଉଥିବା ସମୟରେ ଶିଶୁଟିକୁ ଦେଖିଥିଲେ। ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ଜନ୍ଦା ପିମ୍ପୁଡ଼ି ଖାଉଥିବା ଦେଖି ସାଙ୍ଗେସାଙ୍ଗେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଶିଶୁଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡ଼ିଛନ୍ତି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡିନି।

  • Monday, 19 July 2021