• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Binod-Kumar
IAS ବିନୋଦ କୁମାରଙ୍କୁ ଜାମିନ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ORHDC ଅର୍ଥ ଅନିୟମିତତା ମାମଲାରେ IAS ବିନୋଦ କୁମାରଙ୍କୁ ଜାମିନ ମିଳିଛି। ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଜାମିନ ପାଇଁ ସର୍ତ୍ତ ନିର୍ଦ୍ଧାରଣ କରିବାକୁ ତଳକୋର୍ଟକୁ କହିଛନ୍ତି। ହାଇକୋର୍ଟ  ୫୦ ଲକ୍ଷରୁ ଅଧିକ ଟଙ୍କାର ଜାଲିଆତି ମାମଲାରେ ବିନୋଦ କୁମାରଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ। ହାଇକୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଯାଇଛି। ଗତ ଶୁକ୍ରବାରରୁ ବିନୋଦ କୁମାର ଝାରପଡ଼ା […]

  • Monday, 19 July 2021
vlcsnap-error948
କୃଷି ବୀମା ରାଶି ଦାବିରେ ଚାଷୀ ତେଜିଲେ

ଟିଟିଲାଗଡ଼: କୃଷି ବୀମା ପ୍ରଦାନ ଦାବିରେ ଟିଟିଲାଗଡ଼ରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। ୨୦୧୭ ଆର୍ଥିକ ବର୍ଷ ଲାଗି ଚାଷୀଙ୍କୁ ବୀମା ରାଶି ପ୍ରଦାନ ଦାବି କରି ସଇଁତଳା ବ୍ଲକର ୭ଟି ପଞ୍ଚାୟତର ଚାଷୀ ୨୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହା ଦ୍ୱାରା ବଲାଙ୍ଗିରରୁ ଭବାନୀପାଟଣାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ […]

  • Monday, 19 July 2021
vlcsnap-error425
କଟକ ନଗର କଂଗ୍ରେସର ସିଏମସି କାର୍ଯ୍ୟାଳୟ ଘେରାଉ

କଟକ: ବିଭିନ୍ନ ଦାବି ନେଇ କଟକ ନଗର କଂଗ୍ରେସ ସିଏମସି କାର୍ଯ୍ୟାଳୟ ଘେରାଉ କରିଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଧାରଣା ଦେଇଛନ୍ତି କଂଗ୍ରେସ କର୍ମକର୍ତ୍ତା। ସିଏମସିରେ ପରିମଳ ବ୍ୟବସ୍ଥା ନିମନ୍ତେ କରାଯାଇଥିବା ଟେଣ୍ଡର୍‌ ପ୍ରକ୍ରିୟାକୁ ଅନଲାଇନ୍‌ ପରିବର୍ତ୍ତେ ଅଫ୍‌ଲାଇନ କରି ବ୍ୟାପକ ଦୁର୍ନୀତି କରିଥିବା କଂଗ୍ରେସ ଅଭିଯୋଗ କରିଛି। ପରିମଳ ବ୍ୟବସ୍ଥା ଓ ଡ୍ରେନେଜ୍‌ ଭଳି ସମସ୍ୟା ଦୂର ନେଇ ଆନ୍ଦୋଳନ କରାଯାଇଛି।

  • Monday, 19 July 2021
dengue
କୋକସରାରେ ଡେଙ୍ଗୁ ଆତଙ୍କ: ୯୪ଟି ରକ୍ତ ନମୂନାରୁ ୧୮ଟି ରିପୋର୍ଟ ପଜିଟିଭ୍

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଲଡ଼ୁଗାଁରେ ଡେଙ୍ଗୁ ସାଂଘାତିକ ରୂପ ନେଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗତ ଶୁକ୍ରବାର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ପଠାଯାଇଥିବା ୯୪ଟି ରକ୍ତ ନମୂନାରୁ ୧୮ଟି ରିପୋର୍ଟ ପଜିଟିଭ୍ ଆସିଛି।  ପୂର୍ବରୁ ମଧ୍ୟ ୬ଜଣଙ୍କର ରକ୍ତ ନମୂନାରୁ ଡେଙ୍ଗୁ ପଜିଟିଭ୍ ବାହାରିଥିଲା। ତେଣୁ ସରକାରୀ ହିସାବରେ ଲଡ଼ୁଗାଁରେ ଏବେ ସୁଦ୍ଧା ମୋଟ ୨୪ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି […]

  • Monday, 19 July 2021
rain
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ପ୍ରଭାବରେ ଆଜିଠୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୫ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ମଧ୍ୟ ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଥିଲା। ମାତ୍ର ଅଧଘଣ୍ଟା […]

  • Monday, 19 July 2021
vlcsnap-error854
ଆସିଥିଲେ ଶିବଙ୍କୁ ଜଳଲାଗି କରିବାକୁ, ମାଡ଼ିଗଲା ଟ୍ରେନ୍‌

ରାଉରକେଲା: ଟ୍ରେନରେ କଟି ଗୋଟିଏ ପରିବାରର ୪ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ପାନପୋଷ ରେଳଷ୍ଟେସନରୁ ଅଳ୍ପ ଦୂରରେ। ମୃତକ ସମସ୍ତଙ୍କର ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ। ସୂଚନା ଅନୁଯାୟୀ, ଭିଲାଇ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ ବେଦବ୍ୟାସରେ ଜଳ ଲାଗି କରିବାକୁ ଆସିଥିଲେ। ସେମାନେ ଝାରଗସୁଗୁଡ଼ା ଷ୍ଟେସନ୍‌ରୁ ଇଣ୍ଟରସିଟିରେ ଆସି ରାଉରେକଲାରେ ରାତି ପ୍ରାୟ ସାଢ଼େ ୧୦ଟାରେ ପହଂଚିଥିଲେ। ବେଦବ୍ୟାସ ପୀଠକୁ ସେମାନେ ରାସ୍ତାରେ ନ ଯାଇ ରେଲୱେ […]

  • Monday, 19 July 2021
buzet
ସେପ୍ଟେମ୍ବର ୪ରେ ଅାସିବ ରାଜ୍ୟ ଅତିରିକ୍ତ ବଜେଟ

ଭୁବନେଶ୍ୱର: କଣ ହେବ ଅତରିକ୍ତ ବଜେଟ୍‌ର ରୂପରେଖ? ମୌସୁମୀ ଅଧିବେଶର ପ୍ରଥମ ଦିନ, ଅର୍ଥାତ ସେମ୍ବର ୪ରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟ୍‌ରେ କେଉଁ କ୍ଷେତ୍ରକୁ ଦିଆଯିବ ଅଧିକ ଗୁରୁତ୍ୱ? ଘୋଷଣା ହୋଇଥିବା ନୂଆ ସ୍କିମ୍ ବାଦ୍ କେଉଁ ବିଭାଗକୁ ମିଳିବ କେତେ ଅର୍ଥ? ଏସବୁକୁ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫ଶହ କୋଟି, ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ପାଇଁ ୨୨୦ କୋଟି, ଆଶାକର୍ମୀଙ୍କ ପାଇଁ […]

  • Monday, 19 July 2021
baijanta
ଦିଲ୍ଲୀରେ ‘ହେଇଯାଉ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦିଲ୍ଲୀରେ  ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଛତର୍‌ପୁର ମନ୍ଦିର ନିକଟରେ ଥିବା ମାର୍କେଣ୍ଡେୟ ଭବନରେ ଏହି ଚା’ ପାନ କାର୍ଯ୍ୟକ୍ରମ ଅାୟୋଜିତ ହୋଇଥିଲା।  ଏହା ସହିତ ଦହିବରା, ଅାଳୁଦମ୍‌ର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏହି ‘ହେଇଯାଉ’ କାର୍ଯ୍ୟକ୍ରମରେ ଦିଲ୍ଲୀରେ ଥିବା ବହୁ ବୁଦ୍ଧିଜୀବୀ, ଯୁବକ, ପ୍ରବାସୀ ଓଡ଼ିଆ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡାଙ୍କ ସହିତ ଅାଲୋଚନା କରିଥିଲେ। ବୈଜୟନ୍ତଙ୍କ ଏହି କାର୍ଯ୍ୟକ୍ରମକୁ ସେମାନେ ବହୁତ ପ୍ରଶଂସା […]

  • Monday, 19 July 2021
niranjan
ବିଜେଡି-ବିଜେପି ସମ୍ପର୍କର ନୂଅା ଭିଡିଓ ଛାଡ଼ିଲେ ନିରଞ୍ଜନ

ଭୁବନେଶ୍ୱର : ବିଜେଡି- ବିଜେପି ସଂପର୍କକୁ ନେଇ ପୁଣି କଂଗ୍ରେସର ଶାଣିତ ଅାକ୍ରମଣ। ଫଟୋ ପରେ ଏଥର ଟୁଇଟର୍ ଅାକାଉଣ୍ଟରେ ଦେଢ ମିନିଟ୍‌ର ଭିଡିଓ ପୋଷ୍ଟ କରି ନବୀନ ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଲୋକପ୍ରିୟ ହିନ୍ଦୀ ଗୀତକୁ ଉଦ୍ଧାର କରି ନିରଞ୍ଜନ ନବୀନ ଓ ମୋଦିଙ୍କ ଦୋସ୍ତିକୁ ତାତ୍ସଲ୍ୟ କରି ଟୁଇଟ୍ କରଛନ୍ତି। ‘ଏ ଦୋସ୍ତି  ହମ୍‌ ନେହି ତୋଡେଙ୍ଗେ..’ ଭିଡିଓରେ ମୋଦି-ନବୀନଙ୍କ ସାକ୍ଷାତ, ବିଜେଡିର ଜିଏସଟି ଓ ବିମୁଦ୍ରାକରଣ […]

  • Monday, 19 July 2021
javery
ଶପଥ ନେଲେ ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଜଷ୍ଟିସ୍ ଜାଭେରୀ

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।  ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ନତି ପରେ ଗତ ୪ ତାରିଖରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଅାଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅାଇନ ଶିକ୍ଷା ପରେ ଗୁଜରାଟ ହାଇକୋର୍ଟରୁ ଅାଇନଜୀବୀ ଭାବେ […]

  • Monday, 19 July 2021
death
ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଜବତ

କୋରାପୁଟ : କୋରାପୁଟ ଦଶମନ୍ତପୁରରେ ଅଭାବନୀୟ ଘଟଣା। ମୃତଦେହ ପୋଡ଼ିବା ପୂର୍ବରୁ ଶ୍ମଶାନରୁ ଶବକୁ ଜବତ କରିଛି ପୁଲିସ। ଗତକାଲି ରାତିରେ ଦଶମନ୍ତପୁରରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତେବେ କାହାକୁ ନଜଣାଇ ମୃତଦେହକୁ ପୋଡ଼ିବାକୁ ନେଇଥିଲେ ପରିବାର ଲୋକେ। ତେବେ ଏସମ୍ପର୍କରେ ପୁଲିସ୍‌ ଜାଣିବା ପରେ ଶ୍ମଶାନରେ ପହଞ୍ଚି ଶେଷକୃତ୍ୟ କାର୍ଯ୍ୟକୁ ଅଧାରୁ ଅଟକାଇଥିଲା। ଘଟଣା ସମ୍ପର୍କରେ ଛାନଭିନ୍ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଦଶମନ୍ତପୁର ହସ୍ପିଟାଲକୁ ଅଣାଯାଇଛି।

  • Monday, 19 July 2021
acid
ଏସିଡ୍ ବିକ୍ରି ନିୟମକୁ ଫୁ

ଭୁବନେଶ୍ୱର : ତରଳ ନିଆଁ ବା ଏସିଡ୍‌ର ଖୁଲମଖୁଲା ବିକ୍ରି ରୋକିବାକୁ କେନ୍ଦ୍ର ସରକାର ତିଅାରି କରିଛନ୍ତି କଡ଼ା ନିୟମ। ହେଲେ ସେ ନିୟମକୁ ଫୁ କରି ବେଧଡ଼କ୍ ବିକ୍ରି ଚାଲିଛି ଏସିଡ୍ । ଖୋଦ୍ ରାଜଧାନୀରେ ଏମିତିକା ଚିତ୍ର ଧରିଛି ଓଟିଭି। ଯାହାକୁ ନେଇ ଚିନ୍ତାରେ ସ୍ୱେଚ୍ଛାସେବୀ ସଂଗଠନ ଓ ଅାକ୍ରମଣର ଶିକାର ପୀଡ଼ିତା। ପ୍ରାୟ ସବୁ ଛୋଟ ବଡ଼ ହାର୍ଡୱେର ଷ୍ଟୋରରେ ଅବାଧରେ ମିଳୁଛି ଏସିଡ୍। ବୋତଲ ପିଛା ମାତ୍ର ୨୦ଟଙ୍କା । ସୁପ୍ରିମ୍‌କୋର୍ଟଙ୍କ […]

  • Monday, 19 July 2021
jawan help
ଦେବଦୂତ ସାଜିଲେ ଯବାନ

ମାଲକାନଗିରି : ଦେବଦୂତ ସାଜିଲେ ଯବାନ। ଗର୍ଭବତୀଙ୍କୁ କାନ୍ଧରେ ବୋହି ବୋହି ନେଲେ ପ୍ରାୟ ୭ କିଲୋମିଟର। ମାଲକାନଗିରି ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଁରେ ଏଭଳି ମାନବିକତାର ପରିଚୟ ଦେଇଛନ୍ତି  ଅାଇଟିବିପି ଯବାନ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ୪୧ ବାଟାଲିୟନ ଅାଇଟିବିପି କ୍ୟାମ୍ପର ଯବାନ ମାନେ କମ୍ବିଂ ଅପରେସନ ପାଇଁ ହରିଜନପଡା ଜଙ୍ଗଲକୁ ବାହାରିଥିଲେ।  ଏହି ସମୟରେ  ସେହି ଗାଁର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଥିବା ଖବର ପାଇଥିଲେ। ସେହି ଦୁର୍ଗମ ଅଂଚଳରେ ଗର୍ଭବତୀଙ୍କୁ ଗାଡ଼ିରେ […]

  • Monday, 19 July 2021