ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୮୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୮୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୫୯ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୯୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ରେ ପହଞ୍ଚିଛି।
ସମ୍ବଲପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବୁର୍ଲାର ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବ। ଏଥିପାଇଁ ୩ ଦିନ ବନ୍ଦ ରହିବ ଭିସୁଟ୍ VSSUT (Veer Surendra Sai University of Technology)। ପୂର୍ବଭଳି ଶନିବାର ଓ ରବିବାର ଭିସୁଟ୍ ବନ୍ଦ ରହିବ। ଏହାବ୍ୟତୀତ ଆସନ୍ତା ୧୨ ତାରିଖ ସୋମବାର ମଧ୍ୟ ବନ୍ଦ ରହିବ ଭିସୁଟ୍। ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବା ନିମନ୍ତେ ମୋଟ ୩ ଦିନ ପାଇଁ ଭିସୁଟ୍ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। […]
ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ BMC ସିଲ୍ କରିଛି। BMCର ଏକ ଟିମ୍ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍କୁ ସିଲ୍ କରିଛନ୍ତି। ସୂଚନାଥାଉ କି, ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ […]
ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି କ୍ଷମା ମାଗିଛନ୍ତି। କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ବିଧାୟକ ଉମାକାନ୍ତ କ୍ଷମା ମାଗି କହିଛନ୍ତି, ‘ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲି। ଯେହେତୁ ମୁଁ କରୋନା ପଜିଟିଭ୍ ଥିଲି, ସ୍ୱର୍ଗଦ୍ୱାରରେ ପହଞ୍ଚିବା ଏହା […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୩, ଲୋକାଲ କଣ୍ଟାକ୍ଟ କେସ୍ ୨୩୮ ରହିଛି। ସେହିପରି ରାଜଧାନୀରୁ ୩୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। Update on newly detected #COVID19 cases in the last 24 hrs under the BMC area on 10th Oct 2020(till 9am). […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୮୮୫ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୨୩ ହଜାର ୨୭୩ ଜଣ ଆକ୍ରାନ୍ତ ସୁସ୍ଥ ହେଲେ। ଏ ନେଇ ଟ୍ୱିଟ୍ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୧୧୪୩, କଟକ-୩୨୫, ପୁରୀରୁ ୧୯୩, ଝାରସୁଗୁଡ଼ା- ୧୫୯, ବାଲେଶ୍ୱର- ୧୩୩, ମୟୂରଭଞ୍ଜରୁ ୧୨୯, ଯାଜପୁର- ୧୨୬, କେନ୍ଦୁଝର- ୧୨୪, କେନ୍ଦ୍ରାପଡ଼ା-୧୨୨, ସୁନ୍ଦରଗଡ଼-୧୨୧, କଳାହାଣ୍ଡି- ୧୧୨, […]
ଭୁବନେଶ୍ୱର: କରୋନା ଚିକିତ୍ସା ଓ ମୃତ୍ୟୁର ସମୀକ୍ଷା କରିବ ଜିଲ୍ଲା ସ୍ତରୀୟ କମିଟି। ଏହି କମିଟି ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ କୋଭିଡ୍ ଚିକିତ୍ସା କିଭଳି ଚାଲିଛି ତାହାର ଅଡିଟ୍ କରିବ। ଏହାସହ କରୋନା ଆକ୍ରାନ୍ତ/ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁର ମଧ୍ୟ ସମୀକ୍ଷା କରିବ ଏହି କମିଟି। ସମସ୍ତ ଜିଲ୍ଲାରେ ଏହି କମିଟି ଗଠନ ହେବ। ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲିଟି କମିଶନରଙ୍କ ଦ୍ୱାରା ଅଧିକୃତ ଜଣେ ଅଫିସର୍ ଏହି କମିଟିର ନେତୃତ୍ୱ ନେବେ। ଏଡିଏମ୍ଙ୍କ ଠାରୁ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୫୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୫୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୦୪ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୦୪୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଛି।
ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୦୨୨ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣ, ବାଲେଶ୍ୱରରୁ ୪, ଢେଙ୍କାନାଳରୁ ୨, ଗଜପତି, ପୁରୀ, କୋରାପୁଟ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform […]
ନୂଆଦିଲ୍ଲୀ: ଦେଶରେ କରୋନା ସୁସ୍ଥ ସଂଖ୍ୟାରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ। ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ୬୦ ଲକ୍ଷରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦେଶରେ ୭୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆମେରିକାର ଏହାର ସଂଖ୍ୟା ୭୬ ଲକ୍ଷ ରହିଛି। ଗତ ୨୪ ଘଣ୍ଟାରେ ୭୪,୩୮୩ ନୂଆ କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୯ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୧୧ ରହିଛି। ସେହିପରି ଆଜି ୩୫୨ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। Update on newly detected #COVID19 cases in the last 24 hrs under the BMC area on 11th Oct 2020(till 9am). pic.twitter.com/afMUlGZGa9 […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ- ୩୬୬, ମୟୂରଭଞ୍ଜ- ୩୬୨, ଅନୁଗୁଳ- ୨୮୮, ଷ୍ଟେଟ୍ ପୁଲ୍- ୨୨୫, ଯାଜପୁର- ୧୫୫, କେନ୍ଦ୍ରାପଡ଼ା-୧୩୧, ବରଗଡ଼- […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୪୦ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରେ ୨ ଓ ବାଲେଶ୍ୱରରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଯାଜପୁର, ସୁନ୍ଦରଗଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, ନବରଙ୍ଗପୁର, ଜଗତ୍ସିଂହପୁରରେ ଜଣେ ଲେଖାଏ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୪୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୪୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୧୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୦୦୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ରେ ପହଞ୍ଚିଛି। ପଢ଼ନ୍ତୁ: ୨୪ ଘଣ୍ଟାରେ ଆଖି ବୁଜିଲେ ୧୮ […]
ମେଲବର୍ଣ୍ଣ: କରୋନା ଭାଇରସକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ। ମୋବାଇଲ କାଚ ଓ ବ୍ୟାଙ୍କ ନୋଟରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିପାରେ କରୋନା ଭାଇରସ। ସେତିକୁ ନୁହେଁ, ଷ୍ଟେନଲେସ୍ ଷ୍ଟିଲ, ପ୍ଲାଷ୍ଟିକରେ ମଧ୍ୟ ଏହା ଦୀର୍ଘ ଦିନ ଧରି ରହିପାରେ। ଏପରି ଏକ ତଥ୍ୟ ହାସଲ କରିଛନ୍ତି ଅଷ୍ଟ୍ରେଲୀୟ ଏଜେନ୍ସି ସିଏସଆଇଆରଓର ଗବେଷକମାନେ । ଅଷ୍ଟ୍ରେଲିଆର ଏହି ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କାଚ, ପ୍ଲାଷ୍ଟିକ ଆଦି ଜିନିଷରେ କରୋନା ଭାଇରସ ୩ରୁ ୭ଦିନ ବଞ୍ଚି ରହୁଥିବା ପୂର୍ବରୁ […]
ଭୁବନେଶ୍ୱର: ରାଜ୍ୟରେ ଆଜି ୨୫୭୭ ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- କଟକ ଜିଲ୍ଲାରୁ ସର୍ବାଧିକ ୨୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍ ପୁଲରୁ- ୧୫୫, ଯାଜପୁର- ୧୩୭, ଖୋର୍ଦ୍ଧା- ୧୨୪, ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଟିକା ପାଇଁ ବିଭିନ୍ନ ଦେଶରେ ପରୀକ୍ଷଣ ଚାଲିଛି। ଆମେରିକାରେ କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍ସନ ଆଣ୍ଡ ଜନ୍ସନକୁ ଲାଗିଛି ଧକ୍କା। ପରିସ୍ଥିତିକୁ ଦେଖି ପରୀକ୍ଷଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପ୍ରସ୍ତୁତ କରିଥିବା ଟିକାର ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିଲା। ଏହି ପରୀକ୍ଷଣ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨, ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୧,୩୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୯୫୭ । ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର କମୁଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହି ଜିଲ୍ଲାରୁ। ଖୋର୍ଦ୍ଧାରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୪ ରହିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୫୭ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ପୁରୀ, ସୁନ୍ଦରଗଡରୁ ୨ ଜଣ ଲେଖାଏ କରୋନ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ବାଲେଶ୍ୱର, ବଲାଙ୍ଗୀର, ଜଗତସିଂହପୁର, […]
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ରୁ ମୁକ୍ତ ହୋଇଛନ୍ତି। ତାଙ୍କର ରିପୋର୍ଟ ନେଗେଟିଭ ଆସିଛି। ଏହି ସୂଚନା ତାଙ୍କର ହ୍ୱାଇଟ୍ ହାଉସର ଚିକିତ୍ସକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପୂର୍ବେ କରୋନା ସଂକ୍ରମିତ ହୋଇଥିଲେ। ଏହା ପୂର୍ବରୁ ହ୍ୱାଇଟ ହାଉସର ଫିଜିସିଆନ ସିନ କାନଲେ ଶନିବାର ବିଳମ୍ବିତ ରାତିରେ କହିଥିଲେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଉ କରୋନା ଭୟ ନାହିଁ। ସେ ଏବେ ସାଧାରଣ ଜୀବନଯାତ୍ରାକୁ ଫେରି ପାରିବେ। ଟ୍ରମ୍ପଙ୍କୁ ଗତ ଶୁକ୍ରବାରଠାରୁ ଜ୍ୱର ଆସିନାହିଁ। ତାଙ୍କୁ […]
ୱାଶିଂଟନ: କରୋନା ଭାଇରସ ବିରୋଧରେ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍କୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆରୋଗ୍ୟ ସେତୁ ଆପ୍ ଦେଶର କରୋନା କ୍ଲଷ୍ଟର ଚିହ୍ନଟ କରିବାରେ ସାହାଯ୍ୟ କରୁଛି ବୋଲି ‘ହୁ’ର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ ଗେବ୍ରିୟେସୁସ୍ କହିଛନ୍ତି। ଆପ୍କୁ ପ୍ରଶଂସା କରି ସେ କହିଛନ୍ତି। “ ଆରୋଗ୍ୟ ସେତୁ ଆପ୍କୁ ୧୫୦ ମିଲିୟନ ୟୁଜର ଡାଉନ୍ଲୋଡ କରିସାରିଲେଣି। ଏହି ଆପ୍ ସିଟି ପବ୍ଲିକ ହେଲ୍ଥ ଡିପାର୍ଟମେଣ୍ଟକୁ କରୋନା […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧୯୨, ଲୋକାଲ୍ କେସ୍ ୮୯ ରହିଛି। ସେହିପରି ଆଉ ୩୧୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update on newly detected #COVID19 cases in the last 24 hrs under the BMC area on 13th Oct 2020(till 9am). pic.twitter.com/T5ehF5slCy — BMC […]
ନୂଆଦିଲ୍ଲୀ: ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ପ୍ରତିଶତ ୧୦ଟି ରାଜ୍ୟରେ ରହିଛନ୍ତି। ଏହି ୧୦ ରାଜ୍ୟ ମଧ୍ୟରୁ ସର୍ବାଧିକ ୨୫ ପ୍ରତିଶତ ମହାରାଷ୍ଟ୍ରରୁ ରହିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କରେ ସୂଚନା ଦେଇ ଏଭଳି କହିଛନ୍ତ ରାଜେଶ ଭୂଷଣ। ସେହିଭଳି କରୋନା ପ୍ରତିଦିନ ସଂକ୍ରମଣରେ କେରଳ ଦେଶର ତୃତୀୟ ସ୍ଥାନରେ ରହିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀର କମୁଥିବା ବେଳେ ଆଗକୁ ଶୀତ ଋତୁ ଆସୁଥିବାରୁ କରୋନା ପାଇଁ ସତର୍କବାଣୀ ଶୁଣାଇଛନ୍ତି କେନ୍ଦ୍ର ସରକାର। ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍। ଏଣୁ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କିଛି ଦେଶରେ ଶୀତ ପାଇଁ ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳିଛି। […]
ଭୁବନେଶ୍ୱର: ଆଜି ରାଜ୍ୟରୁ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଆକ୍ରାନ୍ତ ସୁସ୍ଥ ହେଲେ। କଟକ- ୧୭୯, ଷ୍ଟେଟ ପୁଲ୍- ୧୫୦, ଯାଜପୁର- ୧୪୮, ଅନୁଗୁଳ- ୧୩୫, ପୁରୀ- ୧୨୭, ନବରଙ୍ଗପୁର-୧୨୦, ବଲାଙ୍ଗିର- ୧୦୭, […]