• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

covid19
ଦେଶରେ ଦିନକରେ ୯୬,୫୫୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୯୬,୫୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ୨୪ ଘଣ୍ଟାରେ ୧,୨୦୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୬,୨୭୧କୁ ଛୁଇଁଛି। ଆଜିର ତଥ୍ୟ ଅନୁସାରେ,  ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାର ୪୧୫କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ […]

  • Sunday, 04 July 2021
corona test
Coronavirus Odisha Update: ୨୪ ଘଣ୍ଟାରେ ୩,୯୯୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୯୯୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୯୯୬ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୫୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୬୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧୧୭ରେ […]

  • Sunday, 04 July 2021
ଦିନକରେ ‌ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ, ଓଡ଼ିଶାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ୪, ପୁରୀରୁ ୩, ମୟୂରଭଞ୍ଜରୁ ୨, ଖୋର୍ଦ୍ଧା, କଟକ, କଳାହାଣ୍ଡି, କୋରାପୁଟ, ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୦୫ ହୋଇଛି।   ପଢ଼ନ୍ତୁ: ୨୪ ଘଣ୍ଟାରେ ୩,୯୯୬ ପଜିଟିଭ୍‌ ଚିହ୍ନଟ

  • Sunday, 04 July 2021
tukuni-sahu
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବହୁ ରାଜନେତା ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଓଡ଼ିଶାର ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ […]

  • Sunday, 04 July 2021
corona
ରାଜ୍ୟରେ ଆଉ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪୦୬୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୧୧୨୦୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 45 from Rayagada37 from Kalahandi33 from Bolangir33 from Sonepur32 from Kandhamal31 from Boudh26 from Deogarh24 from Malkangiri23 from Gajapati — H & FW Dept Odisha (@HFWOdisha) September 11, […]

  • Sunday, 04 July 2021
corona
ଦିନକରେ ଓଡ଼ିଶାରେ ୩,୭୭୭ କରୋନା ଆକ୍ରାନ୍ତ‌ ଚିହ୍ନଟ, ଖୋର୍ଦ୍ଧାରେ କେବଳ ୮୧୫

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୭୭୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୭୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୯୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୫୮୬ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୮୯୪ରେ ପହଞ୍ଚିଛି।

  • Sunday, 04 July 2021
CoronaDeathsInOdisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗିର, ଯାଜପୁର, କନ୍ଧମାଳ,କେନ୍ଦୁଝର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୧୬ ହୋଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୭୭୭ କରୋନା ଆକ୍ରାନ୍ତ‌ ଚିହ୍ନଟ, ଖୋର୍ଦ୍ଧାରେ କେବଳ […]

  • Sunday, 04 July 2021
Capture
ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା; ୨୪ ଘଣ୍ଟାରେ ୯୭ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୭ ହଜାର ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଛି।  ଏଯାବତ୍ ଦେଶରେ ୭୭ ହଜାର ୪୭୨ଜଣଙ୍କ ମୃତ୍ୟୁ ହେଲାଣି। ଆଜିର ଆକ୍ରାନ୍ତଙ୍କୁ ମିଶାଇଵା ପରେ  ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ୫୯ ହଜାର ୯୮୫କୁ ବୃଦ୍ଧି ପାଇଛି।  ସେମାନଙ୍କ ମଧ୍ୟରୁ ୯ଲକ୍ଷ ୫୮ ହଜାର ୩୧୬ ଜଣ ଚିକିତ୍ସିତ ହେଉଥିବା […]

  • Sunday, 04 July 2021
କରୋନା ଭ୍ୟାକ୍‌ସିନ୍‌କୁ ନେଇ ଆସିଲା ଭଲ ଖବର: ମାଙ୍କଡ଼ ଶରୀରରେ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ କରୋନା ଭ୍ୟାକ୍‌ସିନ୍‌ ପରୀକ୍ଷଣକୁ ନେଇ ଏକ ଆଶ୍ୱସ୍ତିକର ଖବର ଆସିଛି। କରୋନା ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ପଶୁଙ୍କ ଉପରେ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି। ଏ ନେଇ ଗତକାଲି କୋଭାକ୍ସିନ୍ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ ପ୍ରାଇମେଟ ବର୍ଗର ପଶୁଙ୍କ ଶରୀରରେ ଏହି କୋଭାକ୍ସିନ୍ ପ୍ରୟୋଗ ଫଳପ୍ରଦ ହୋଇଛି ବୋଲି କମ୍ପାନୀ […]

  • Sunday, 04 July 2021
medicine
ବଜାରରେ ମିଳିବ ଏହି ୨ କରୋନା ଔଷଧ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଥିବା Favipiravir ଟାବ୍‌ଲେଟ୍‌ ଓ Remdesivir ଇଞ୍ଜେକ୍ସନ ବିକ୍ରି ପାଇଁ Drugs Controller General of India(DCGI) ପକ୍ଷରୁ ଅନୁମତି ଦିଆଯାଇଛି। ଏଣିକି ଏହି ୨ଟି ଔଷଧ ବଜାରେ ମିଳିବ। ଏ ନେଇ ଓଡ଼ିଶା DIRECTORATE OF DRUGS CONTROL ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ ଏହି ଔଷଧ ଗୁଡ଼ିକ କିଣି ହେବ। ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ […]

  • Sunday, 04 July 2021
bmc
ଆଜି ରାଜଧାନୀରୁ ୪୮୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍‌ରୁ ୧୮୨ ଓ ଲୋକାଲ କେସ ୨୯୮ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ନେଇଛି। ଏହାଛଡ଼ା ଆଜି ୬୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under […]

  • Saturday, 03 July 2021
screening
ଏଣିକି ଘରେ ଘରେ ଆରମ୍ଭ ହେଲା ଥର୍ମାଲ୍ ସ୍କ୍ରିନିଂ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ଲାଗୁ ହୋଇଛି ଗଞ୍ଜାମ ମଡେଲ। ବସ୍ତି ଓ ବ୍ଲକରେ ଥର୍ମାଲ ସ୍କ୍ରିନିଂ ହେଲଥ ୱାର୍କର, କୋଭିଡ ସଚେତକ ଓ ୱାର୍ଡ ଅଫିସରଙ୍କ ଟିମ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି। ଗତକାଲିଠାରୁ ରାଜଧାନୀରେ କରୋନା ରୋକିବାକୁ ଏହି ମେଗା ହେଲଥ ସ୍କ୍ରିନିଂ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ସାରା ସହରରେ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ମେଗା ସ୍କ୍ରିନିଂ ପାଇଁ ବିଏମସିରେ ୧୦୦ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। […]

  • Saturday, 03 July 2021
corona
ଆଜି ରାଜ୍ୟରେ ସୁସ୍ଥ ହେଲେ ୩୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଉଥିବା ବେଳେ ଏପଟେ ସୁସ୍ଥ ସଂଖ୍ୟା ବଧ୍ୟ ବଢ଼ୁଛି। ଏହିକ୍ରମରେ ଆଜି ରାଜ୍ୟରେ ମୋଟ ୩୨୧୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୧୧୫୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। 21 from Gajapati12 from Kalahandi7 from Boudh4 from Deogarh […]

  • Saturday, 03 July 2021
vac
ଖୁସିଖବର, ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଭ୍ୟାକସିନର ଟ୍ରାଏଲ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି। ଏହା ପୂର୍ବରୁ ଆଷ୍ଟ୍ରାଜେନେକା ପିଏଲସି ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍-୧୯ ଭ୍ୟାକସିନର ଟ୍ରାଏଲ ଚାଲିଥିବା ବ୍ରିଟେନର ଜଣେ ଭଲ୍ୟୁଣ୍ଟିୟରଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଯେଉଁ କାରଣରୁ ସେପ୍ଟେମ୍ବର ୬ ତାରିଖରେ ଟ୍ରାଏଲକୁ ରୋକି ଦିଆଯାଇଥିଲା। ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରିଟେନର ସବୁ ପରୀକ୍ଷଣ […]

  • Saturday, 03 July 2021
treatment
କରୋନା ମୁକ୍ତ ବ୍ୟକ୍ତିଙ୍କ ପାଇଁ ପ୍ରୋଟୋକଲ୍ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ପରିଚାଳନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ୍ ଜାରି ହୋଇଛି। ଏହି ନୂଆ ପ୍ରୋଟୋକଲ୍‌ରେ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତି କିପରି ରହିବେ, କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ସେସମ୍ପର୍କରେ ଉଲ୍ଲେଖ କରାଯିବା ସହ ଏହାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।  ଜାଣନ୍ତୁ ପ୍ରୋଟୋକଲ୍‌ରେ କ’ଣ କ’ଣ ସବୁ ରହିଛି… ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ଆଦି କରିବାକୁ କୁହାଯାଇଛି। ସବୁବେଳେ ମାସ୍କ, […]

  • Saturday, 03 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ୩,୯୧୩ କରୋନା ପଜିଟିଭ୍‌ ଚିହ୍ନଟ, ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୯୧୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର୍‌ କରିଛି।  ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୩,୭୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୪୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୫୬୫ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୬ ଆକ୍ରାନ୍ତ […]

  • Saturday, 03 July 2021
Corona Deaths In Odisha: ଦିନକରେ ଆଖି ବୁଜିଲେ ୧୦ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ୩, କଟକରୁ ୨, ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୨୬ ହୋଇଛି। ପଢ଼ନ୍ତୁ: ଓଡ଼ିଶାରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

  • Saturday, 03 July 2021
corona updates in odisha
୪୭ ଲକ୍ଷ ଟପିଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୯୪ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୯୪, ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୧୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୮,୫୮୬ରେ ପହଞ୍ଚିଛି। ସେହିପରି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୫୪,୩୫୬କୁ ଛୁଇଁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୫୪,୩୫୬ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍‌ କେସ୍‌-୯,୭୩,୧୭୫ ଥିବାବେଳେ ୩୭,୦୨,୫୯୫ଜଣ ସୁସ୍ଥ ହୋଇଛନ୍ତି। ୭୮,୫୮୬ଜଣଙ୍କ ମୃତ୍ୟୁ ଘଟିଛି।

  • Saturday, 03 July 2021
chella kumar
ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାରଙ୍କୁ କରୋନା

ଭୁବନେଶ୍ୱର: ନବନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ୍‌ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

  • Saturday, 03 July 2021
bmc
ଭୁବନେଶ୍ୱରରୁ ୩୯୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍ କମିବାର ନାଁ ନେଉନାହିଁ। ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନରୁ ୧୧୬ ଓ ଲୋକାଲ କେସ୍‌ ୨୭୯ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା ଆଜି ୬୦୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs […]

  • Saturday, 03 July 2021
corona11
ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆରୋଗ୍ୟ ହୋଇଛନ୍ତି ୩୩୬୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ମୋଟ୍‌ ୧୧୮୬୪୨ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 22 from Malkangiri17 from Nuapada4 from Deogarh The total recovered cases of Odisha now stand at 118642 — H & FW Dept Odisha (@HFWOdisha) September […]

  • Saturday, 03 July 2021
braja
ଆଉ ଜଣେ ବିଜେଡି ବିଧାୟକ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଆଉଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କରୋନା ହୋଇଛି। ଏ ନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କରୋନା ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି। ଗତକାଲି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ପାଟଣାଗଡ଼ ବିଧାୟକ ସରୋଜ ମେହେର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୭ ଜଣ ବିଧାୟକ ଓ ମନ୍ତ୍ରୀ […]

  • Saturday, 03 July 2021
union health minister
କେବେ ମିଳିବ କରୋନା ଭ୍ୟାକ୍‌ସିନ୍ ? ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୧ ମସିହା ଆରମ୍ଭ ବେଳକୁ କୋଭିଡ୍-୧୯ ଭ୍ୟାକ୍‌ସିନ୍‌ ଉପଲ୍ଲବ୍ଧ ହୋଇପାରେ। ଏ ନେଇ ଆଶା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି। ତେବେ ଏହି ଭ୍ୟାକ୍‌ସିନ୍‌ କେବେ ଲଞ୍ଚ ହେବ ସେନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ୨୦୨୧ ପ୍ରଥମ ୩ ମାସ ଭିତରେ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇଯାଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଯେଉଁମାନଙ୍କର ଏହାର ଅଧିକ ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ଏହି ଭ୍ୟାକ୍‌ସିନ୍ ଉପଲ୍ଲବ୍ଧ ହେବ ବୋଲି […]

  • Saturday, 03 July 2021
samir mohanty
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କରୋନା, ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ୍‌ କରି ନିଜେ ଏହି ସୂଚନା ଦେଇଛନ୍ତି ସମୀର ମହାନ୍ତି। କରୋନା ସଂକ୍ରମିତ ହେବାପରେ ତାଙ୍କୁ ଏବେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ସଂଗରୋଧରେ ରହିବା ସହ କରୋନା ଟେଷ୍ଟ୍‌ କରାଇନେବାକୁ ସମୀର ମହାନ୍ତି ଅନୁରୋଧ କରିଛନ୍ତି।

  • Saturday, 03 July 2021
Corona Update In Odisha: ଆଜି ସର୍ବାଧିକ ୪,୧୯୮ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪,୧୯୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୪,୧୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୭୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୭୨୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୭୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଛି।

  • Saturday, 03 July 2021