ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଥିବା ଗଂଜାମ ଜିଲ୍ଲାର ସ୍ଥିତି ଅଣାୟତ ହୋଇଥିବା ବେଳେ ରାଜ୍ୟ ସରକାର ଏହି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାର ସବୁ ବିଧାୟକଙ୍କ ସହିତ ଆଲୋଚନା କରାଯାଇଛି। ଏହି ଭିଡିଓ କନ୍ଫରେନସିଂରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାଗ ନେଇଛନ୍ତି। ଗଂଜାମ ଜିଲ୍ଲାରେ ଭୟାନକ ସ୍ଥିତିରେ ପହଞ୍ଚିଛି କରୋନା। ଲଗାତର ଭାବେ ପ୍ରତିଦିନ ଏହି ଜିଲ୍ଲାରୁ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ କରୋନା ୯୭ ଜୀବନ […]
ସମ୍ୱଲପୁର: ସମ୍ବଲପୁର ୟୁନିଭରସିଟି ଓ ବୁର୍ଲା ଭିସୁଟ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିବ। କରୋନା ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ହୋଇଛି। ଆଗରୁ ଏହି ଦୁଇ ଶିକ୍ଷାନୁଷ୍ଠାନକୁ ୧୯ ତାରିଖ ଯାଏ ବନ୍ଦ ଘୋଷଣା କରାଯାଇଥିଲା। କିନ୍ତୁ ରାଜ୍ୟର କରୋନା ପରିସ୍ଥିତିରେ ବିଶେଷ କିଛି ସୁଧାର ଆସିନଥିବାରୁ ୩୧ ତାରିଖ ଯାଏ ଉଭୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି। କ୍ୟାମ୍ପସର ଯେଉଁମାନେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି, ସେଇ […]
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବ୍ରହ୍ମପୁର ଅମିତ ହସ୍ପିଟାଲରେ ୧୬ ICU ବେଡ୍ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୨,୯୧୦କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରେ ୩୮, ଖୋର୍ଦ୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡ଼ାରୁ ୧୮ ସୁସ୍ଥ ହୋଇଛନ୍ତି। […]
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ ସ୍ୱଦେଶୀ କରୋନା ଭ୍ୟାକସିନ୍ ‘କୋଭାକ୍ସିନ’ର ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପାଇଁ ୧୧୨୫ଜଣ ସୁସ୍ଥ ଲୋକଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମେ ୩୭୫ ନମୁନା ଉପରେ ଅଧ୍ୟୟନ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବୟସ ୧୮ରୁ ୫୫ ବର୍ଷ ମଧ୍ୟରେ ରଖାଯାଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଲୋକଙ୍କ ନମୁନା ନିଆଯିବ। ସେମାନଙ୍କ ବୟସ ୧୨ରୁ ୬୫ ବର୍ଷ ମଧ୍ୟରେ […]
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏପର୍ଯ୍ୟନ୍ତ ଭ୍ୟାକସିନ୍ ବା ଟିକା ବାହାରି ନାହିଁ। କରୋନା ଭ୍ୟାକସିନ୍ ତିଆରି କରିବାରେ ଦୁନିଆର ଶତାଧିକ ବୈଜ୍ଞାନିକ ଲାଗିପଡ଼ିଛନ୍ତି। ତେବେ ରୁଷ ଦାବି କରିଛି ଯେ ସେମାନେ କରୋନା ଭାଇରସର ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ପୂରା କରିସାରିଛନ୍ତି ଏବଂ ଖୁବଶୀଘ୍ର ଏହାକୁ ମାର୍କେଟରେ ଛଡ଼ାଯିବ। କିନ୍ତୁ ଏବେ ଏକ ରିପୋର୍ଟରେ ଖୁଲାସା ହୋଇଛି ଯେ ରୁଷରେ ଏହି ଭ୍ୟାକସିନ୍ ରାଷ୍ଟ୍ରପତି ପୁତିନ, ବଡ଼ ବଡ଼ ରାଜନେତା ଏବଂ ଦେଶରେ ଥିବା କୋଟପତିଙ୍କୁ […]
ଗଞ୍ଜାମ: ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହୋଇଥିବାରୁ ଗଂଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟରେ ପ୍ଲାଜମା ଥେରାପିରେ ସଫଳତା ମିଳିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁ ଆକ୍ରାନ୍ତଙ୍କ ପ୍ଲାଜମା ଥେରାପି କରାଯାଇଥିଲା, ସେମାନେ ପ୍ରାୟତଃ ସୁସ୍ଥ ହୋଇଛନ୍ତି। ତେଣୁ ରାଜ୍ୟର କରୋନା ହଟସ୍ପଟ୍ ଗଂଜାମ ଜିଲ୍ଲାରେ ବି ଏହି ଚିକିତ୍ସା ପଦ୍ଧତି ଆପଣେଇବାକୁ ନିଷ୍ପତ୍ତି […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ ଝାଡଖଣ୍ଡରୁ ଆସିଥିବା ଏଇ ଖବର ହୃଦୟକୁ ଥରାଇ ଦେବ। ଏକ ହସଖୁସିର ପରିବାରକୁ କରୋନା ଛାରଖାର କରିଦେଇଛି। କରୋନା ସଂକ୍ରମଣରେ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ମା’ଙ୍କର ମୃତ୍ୟୁ ଘଟିଛି। ଦୁଃଖର କଥା ହେଉଛି, ମା’ଙ୍କ ଶବକୁ କାନ୍ଧ ଦେବା ପାଇଁ କେହି ପୁଅ ଆଉ ନାହାନ୍ତି। ଗୋଟିଏ ପରେ ଗୋଟିଏ ହୋଇ ୫ ପୁଅଙ୍କର ଜୀବନ ନେଇ […]
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ୨ ସେବାୟତ କରୋନାରେ ଆକ୍ରାନ୍ତ। ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ସ୍ୱାବ୍ ଟେଷ୍ଟ ରିପୋର୍ଟ ଆସିଲା। ୨ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ସେବାୟତଙ୍କର ରିପୋର୍ଟ ନେଗେଟିଭ ଆସିଛି। ରଥଯାତ୍ରାରେ ସଂପୃକ୍ତ ୨୬୩୬ ଜଣ ସେବାୟତଙ୍କର ସ୍ୱାବ୍ ପରୀକ୍ଷା ପୂର୍ବରୁ ହୋଇଥିଲା। ପଜିଟିଭ ବାହାରିଥିବା ୨ ସେବାୟତଙ୍କୁ ଏବେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। […]
ଭୁବନେଶ୍ୱର: ମୃତ୍ୟୁ ସଂଖ୍ୟାରେ ଶହେ ପାର କଲା ଓଡ଼ିଶା। ଆଜି ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି। ଆଜି ୬ ମୃତ୍ୟୁ ସହ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଡେଇଁଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ଗତକାଲି ୬ ଜଣଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା […]
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭ ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୮୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ରେ ପହଞ୍ଚିଛି। ସେହିପରି କରୋନା ମୃତ୍ୟ ସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ପାଇଛି। ଦେଶରେ ଆକ୍ଟିଭ୍ କେସ୍ ୪,୦୨,୫୨୯ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୭,୨୪,୫୭୭ ଜଣ ସୁସ୍ଥ ହୋଇ […]
ଭୁବନେଶ୍ୱର: ଆଜିଠୁ ଗଡ଼ିଲା OSRTC(Odisha State Road Transport Corporation) ବସ୍। ୪୩ଟି ରୁଟ୍ରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇଛି। କିଛି ବସ୍ ସକାଳୁ ସକାଳୁ…
ବ୍ରହ୍ମପୁର: କରୋନା ସହ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ୯୫ ବର୍ଷୀୟ ବୟସ୍କ। ଗଞ୍ଜାମ ସୋରଡ଼ା ବ୍ଲକ ସାରାବଡ଼ିର ବୟସ୍କ ଉଦୟନାଥ ବିଷୋୟୀ କରୋନାରେ ସଂକ୍ରମିତ ହୋଇଥିଲେ। ବ୍ରହ୍ମପୁର ଟାଟା କୋଭିଡ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଗତ ୧୮ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। Udayanath Bisoyi.. age 95 years. From Sarabadi, chakunda village, Surada Block […]
ସମ୍ବଲପୁର: ୧୦ ଦିନ ପାଇଁ ସଟ୍ଡାଉନ୍ ହେବ ସମ୍ୱଲପୁର। କାଲିଠୁ ୩୧ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ୧୦ ଦିନିଆ ସଟ୍ଡାଉନ୍ ୨ ଦଫାରେ ଲାଗୁ ହେବ। ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ସଟ୍ଡାଉନ୍ ହେବ। ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ସଟ୍ଡାଉନ୍ ହେବ। ଏହି ସମୟରେ ଦୋକାନ […]
ଭୁବନେଶ୍ୱର:ଭୁବନେଶ୍ୱରରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୨୧ କରୋନା ପଜିଟିଭ। ଏମାନଙ୍କ ମଧ୍ୟରୁ ୧୬ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୫ ଲୋକାଲ କଣ୍ଟାକ୍ଟ ବୋଲି ବିଏମସି ପକ୍ଷରୁ କୁହଯାଇଛି। ଲୋକାଲ ୫ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ସତ୍ୟନଗର କାଳୀମନ୍ଦିର ପାଖରୁ ଜଣେ, କୋଳଥିଆରୁ ଜଣେ, ଚନ୍ଦକାର ଏକ ଚକ୍ଷୁ ହସ୍ପିଟାଲରୁ ୨ ଓ ଅନ୍ୟ ଘରୋଇ ହସ୍ପିଟାଲରୁ ଜଣେ। ସେହିପରି କ୍ୱାରେଣ୍ଟିନ୍ କେସ୍ ମଧ୍ୟରୁ ୩ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ୨ ଆକ୍ରାନ୍ତ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାଲଭ୍ ଥିବା N95 ମାସ୍କ ବ୍ୟବହାର ଉପରେ କଟକଣା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ପ୍ରଫେସର ରାଜୀବ ଗର୍ଗ ସବୁ ରାଜ୍ୟକୁ ଜଣାଇଛନ୍ତି। ସାଧାରଣ ଲୋକ ଠିକରେ N95 ମାସ୍କ ବ୍ୟବହାର କରୁନାହାନ୍ତି। ଏଥିଯୋଗୁଁ କରୋନା ସଂକ୍ରମଣ ରୋକିବାକୁ ନିଆଯାଉଥିବା ପଦକ୍ଷେପ ଫଳପ୍ରଦ ହେଉନାହିଁ। ସଂକ୍ରମିତ ଠାରୁ ଭଲଭେଡ୍ ଦେଇ ଭୂତାଣୁ ବାହାରିଯିବା ସମ୍ଭାବନା ରହିଛି। ତେଣୁ N95 ବ୍ୟବହାର ନକରି ଘର ତିଆରି କପଡ଼ା ମାସ୍କ ବ୍ୟବହାର ପାଇଁ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି। ଏଭଳି ସମୟରେ କରୋନା ଟେଷ୍ଟ ଏବଂ ପଜିଟିଭ୍ ଘୋଷଣାରେ ତ୍ରୁଟି ରହୁଥିବା ଅଭିଯୋଗ କରି ସରକାରଙ୍କୁ ନିଶାନା ସାଧିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ରାଜ୍ୟ ସରକାର ବେଡ୍ର ସଂଖ୍ୟା କମ୍ ଥିବାରୁ ପଜିଟିଭି ଏବଂ ନେଗେଟିଭରେ ତାଳମେଳ ରହୁନି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଭୃଗୁ। ରାଜ୍ୟ ସରକାର ଖାମଖିଆଲି ଭାବେ ପଜିଟିଭ ନେଗଗେଟିଭ୍ ଦେଖାଯାଉଥିଲେ ସ୍ଥିତି ଭୟାବହ ହେବ ବୋଲି ସେ ଚେତାଇ […]
କଟକ: କଟକରେ ଆଜି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୩୨ ପଜିଟିଭଙ୍କ ମଧ୍ୟରେ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରୁ ୫ ଜଣ ଥିବା ବେଳେ, ୨୧ ଜଣ ଥିଲେ ହୋମ୍ କ୍ୱାରେଣ୍ଟିନରେ। ସେହିଭଳି ଜଣେ ପେଡ୍ କ୍ୱାରେଣ୍ଟିନରେ ଥିଲେ ଏବଂ ବାକି ୫ ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଆଜି ୩୨ ପଜିଟିଭଙ୍କୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି। ୨୨୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧୬୫ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ ୫୮, ଖୋର୍ଦ୍ଧା ୪୬, କୋରାପୁଟ ୪୧, ଯାଜପୁରରୁ ୩୭ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିପରି କେନ୍ଦୁଝର ୧୪, କେନ୍ଦ୍ରାପଡ଼ା ୧୦, ମୟୂରଭଂଜରୁ ୯, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ […]
ଭୁବନେଶ୍ୱର: ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍ରେ କୋଭିଡ୍ ଟେଷ୍ଟ କଲେ ଆସୁଛି ନେଗେଟିଭ୍। ପୁଣି କେଉଁଠି ଜଣଙ୍କ ନାଁରେ, ଅନ୍ୟ ଜଣଙ୍କୁ କୋଭିଡ୍ ହସ୍ପିଟାଲ୍କୁ ନିଆଯିବା ଭଳି ସାଙ୍ଘାତିକ ଅଭିଯୋଗ। କୋଭିଡ୍ ରିପୋର୍ଟରେ ଏଭଳି କିମ୍ଭୁତ କିମାକାର ତ୍ରୁଟିକୁ ନେଇ ସୋସିଆଲ୍ ମିଡିଆରେ ଗୋଟିକ ପରେ ଗୋଟିଏ ଭିଡିଓ ଭାଇରାଲ୍ ହୋଇ ଚାଲିଥିଲା ବେଳେ ଆଜି ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ହେଲେ ବିଜେଡି କହିଛି ଯାହା ହେଉଛି ଆଇସିଏମ୍ଆର୍ ଗାଇଡ୍ […]
ଭୁବନେଶ୍ୱର: କୋଭିଡ ପରିସ୍ଥିତିରେ ଡାକ୍ତରଙ୍କ ରହିଛି ଗୁରୁ ଦାୟିତ୍ୱ। ତେଣୁ ତାକୁ ନଜରରେ ରଖି ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର। OHMS କ୍ୟାଡର ଡାକ୍ତରଙ୍କ ବୟସ ସୀମା ୬୫କୁ ବୃଦ୍ଧି ନେଇ ଆଜି କରୋନା ସମୀକ୍ଷା ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କୋଭିଡ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲାଗି ୧୫ କୋଟି ଲେଖାଏଁ ମୋଟ ୩୦ କୋଟି ଟଙ୍କା […]
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ମାସ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମଗଣାରେ ଚାଉଳ ଓ ଡାଲି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟକ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଓ ପ୍ରତି ପରିବାର ପିଛା ଏକ କେଜି ଲେଖାଏଁ ଡାଲି ମାଗଣାରେ ଯୋଗାଇ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବରୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରି ସାରିଥିବାବେଳେ […]
ବ୍ରହ୍ମପୁର: ଲକ୍ଡାଉନ୍ରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ଲାଗି ୨୨ଟି ଅଟୋ ଚଳାଚଳ କରିବ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରିଛି ବ୍ରହ୍ମପୁର ମହାନଗର ନିଗମ। କେଉଁ ଅଟୋ ଚାଳକଙ୍କୁ ରାତିରେ ଅଟୋ ଚଲାଇବା ପାଇଁ ଅନୁମତି ମିଳିବ ସେନେଇ ସମ୍ପୃକ୍ତ ୨୨ଟି ଅଟୋ ଡ୍ରାଇଭରଙ୍କ ନାଁ ସହ ସେମାନଙ୍କ ଗାଡ଼ି ନମ୍ବର […]
ଭୁବନେଶ୍ୱର: ଓଡ଼ିଶାରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୩୫୭ ରହିଛି। ଗଞ୍ଜାମରୁ ସର୍ବାଧିକ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରୁ ୩ ଜଣ, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍ରେ […]