• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

nabina
୬ ଜିଲ୍ଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର: ୬ ଜିଲ୍ଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା। ରାଜ୍ୟର ୬ଟି ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଶଯ୍ୟା ବଢାଯିବ ଗଂଜାମ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବଲାଙ୍ଗିରରେ ଏହି ଶଯ୍ୟା ବଢ଼ିବ। ଶଯ୍ୟା ସଂଖ୍ୟା ବଢ଼ାଇବାକୁ ନେଇ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ୬ ଜିଲ୍ଲାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ।ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଉଛି।  ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର […]

  • Wednesday, 14 July 2021
vijay
'ପ୍ରବାସୀଙ୍କ ପ୍ରକୃତ ହିସାବ ସରକାରଙ୍କ ପାଖରେ ନାହିଁ'

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ଅଭିଯୋଗ କରିଛନ୍ତି, ପ୍ରବାସୀଙ୍କ ପ୍ରକୃତ ହିସାବ ସରକାରଙ୍କ ପାଖରେ ନାହିଁ। କେଉଁ ରାଜ୍ୟରେ କେତେ ପ୍ରବାସୀ ଓଡ଼ିଆ ଅଛନ୍ତି, ତାର ତାଲିକା ହୋଇପାରିନି। ସରକାର ବୋଧହୁଏ କରୋନା ଭୟାବହତାକୁ ଅନୁଭବ କରିପାରିନାହାନ୍ତି। କେବଳ କ୍ୱାରେଣ୍ଟିନ୍ ସେଣ୍ଟର ପାଇଁ କଣ କିଣା ହେବ ସେଥିରେ ବ୍ୟସ୍ତ  ଅଛନ୍ତି। ସରକାର ଅହମିକା ଓ ଅହଙ୍କାର ଛାଡ଼ନ୍ତୁ।ଅଫିସରମାନେ […]

  • Wednesday, 14 July 2021
air
୧୪ରେ ଉଡ଼ିବ ଦୁବାଇରୁ ଭୁବନେଶ୍ୱରକୁ ପ୍ରଥମ ଫ୍ଲାଇଟ୍, ଆସିବେ ପ୍ରବାସୀ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ଦୁବାଇରୁ ୧୭୯ ଯାତ୍ରୀଙ୍କୁ ନେଇ ସିଧା ଭୁବନେଶ୍ୱର ଆସିବ ଏକ ସ୍ୱତନ୍ତ୍ର ବିମାନ। ପ୍ରବାସୀ ଭାରତୀୟ ଓ UAEରେ ଥିବା ଓଡ଼ିଶା ସମାଜର ପ୍ରୟାସରେ ଏହି ବିମାନ ୧୭୯ ଯାତ୍ରୀଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା UAEର ଏକ ଗଣମାଧ୍ୟମ ସଂସ୍ଥା ଖଲିଜ ଟାଇମର ୱେବସାଇଟରେ ଖବର ପ୍ରକାଶ ପାଇଛି। ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଭିନ୍ନ କରୋନା ସଂକ୍ରମିତ ଦେଶରୁ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଫେରାଇ ଆଣୁଛନ୍ତି। […]

  • Wednesday, 14 July 2021
india
ଦିନକରେ ଦେଶରେ ୪୨୦୦ କରୋନା ପଜିଟିଭ ଚିହ୍ନଟ, ମହାରାଷ୍ଟ୍ରରେ ବଢୁଛି ମୃତ୍ୟୁ ସଂଖ୍ୟା

ଦେଶରେ ୨ ହଜାର ୨ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା। କୋଭିଡ୍ ୧୯ରେ ଆଜି ସୁଦ୍ଧା ଭାରତରେ ମୋଟ୍ ୨ ହଜାର ୨ ଶହ ୬ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସେହିଭଳି ଆକ୍ରାନ୍ତ ସଂଖ୍ୟା ୬୭ ହଜାର ପାର ହୋଇଛି। ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଛନ୍ତି ୪୨ ଶହରୁ ଅଧିକ ଲୋକ। ଏପଟେ ଦିନକରେ ୧ ହଜାର ୫୫୦ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୧.୧୫ […]

  • Wednesday, 14 July 2021
ticjket
ଘଣ୍ଟାଏ ଭିତରେ ସରିଗଲା ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ ଟିକେଟ

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ ଟିକେଟ ଘଣ୍ଟାଏ ଭିତରେ ଶେଷ। ୧୩ ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ ଟିକେଟ ବୁକିଂ ସରିଯାଇଛି। ଘଣ୍ଟାଏରୁ କମ ସମୟରେ ଟିକେଟ ସରିଯାଇଥିବା ନେଇ ରେଲେୱେ ପକ୍ଷରୁ ସୂଚନା ଦିଆଯାଇଛି। ୧୪ ତାରିଖ ପାଇଁ ମଧ୍ୟ ୯୦% ଟିକେଟ ବିକ୍ରି ସରିଥିବା ସୂଚନା ମିଳିଛି। କେବଳ ଏସି ବଗିରେ ୫୬ଟି ଟିକେଟ ବାକି ଥିବା ରେଲେଓ୍ୱ ସୂଚନା ଦେଇଛି। ୧୭ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନଥିବା ପୂର୍ବତଟ […]

  • Wednesday, 14 July 2021
bbsr
୧୩ରୁ ଭୁବନେଶ୍ୱରରେ ରେଳ ସେବା ଆରମ୍ଭ

ଭୁବନେଶ୍ୱର:  ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରରୁ ପ୍ରତିଦିନ ଚାଲିବ ଟ୍ରେନ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଦୈନିକ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ। ଏହି ଟ୍ରେନ୍‌ଟି ୧୩ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱରରୁ ରେଲୱେ ଷ୍ଟେସନରୁ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ ୧୭ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍‌ ରହିବ। ସେହିପରି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଟ୍ରେନ ଯାତ୍ରା କରିବ। ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ ୭ଟି ଜାଗାରେ ଷ୍ଟପେଜ […]

  • Wednesday, 14 July 2021
naveen
ମୋଦିଙ୍କ ସହ କଥା ହେଲେ ନବୀନ, କରୋନା ବିରୋଧୀ ଲଢେଇ ନେଇ ରଖିଲେ ୬ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡିକ ହେଲା:- ଜିଲ୍ଲା ବଦଳରେ ଛୋଟ ଛୋଟ ଓ ସାଇଣ୍ଟିଫିକ୍ ୟୁନିଟ୍‌କୁ କୋଭିଡ୍ ଜୋନ୍‌ରେ ପରିଣତ କରିବା ଓ ଏସଂପର୍କରେ ନିଷ୍ପତ୍ତି ନେବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦେବା ପାଇଁ ନବୀନ ପ୍ରସ୍ତାବ ରଖିଛନ୍ତି। ସେହିପରି ଲକଡାଉନ ଓ ଅନ୍ୟାନ୍ୟ କଟକଣାକୁ ନେଇ […]

  • Wednesday, 14 July 2021
cm-pack
ଦେଶରେ ଲକଡାଉନ୍‌ ଅବଧି ବଢାଇବାକୁ ଦାବି, ଟ୍ରେନ୍‌ ଓ ବିମାନ ଚଳାଚଳକୁ ବିରୋଧ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।  ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଥିଲା। ତେବେ ଟ୍ରେନ୍, ବିମାନ ଚଳାଚଳକୁ ନେଇ କିଛି ରାଜ୍ୟ ବିରୋଧ କରିଥିବାବେଳେ ଲକ୍‌ଡାଉନ ବଢାଇବା ନେଇ ଦାବି କରାଯାଇଛି। ଆଜିର ବୈଠକରେ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଳି ପଡିଥିଲା। କରୋନା ସଂକଟକୁ ନେଇ କେନ୍ଦ୍ର ରାଜନୀତି କରୁଥିବା ଓ ରାଜ୍ୟଙ୍କ ଭିତରେ ବାଛବିଚାର କରୁଥିବା ମମତା ଅଭିଯୋଗ କରିଥିବା […]

  • Wednesday, 14 July 2021
om-ahawan
କରୋନା ମୁକାବିଲା: ଗ୍ରାମାଞ୍ଚଳ ପ୍ରତି ଅଧିକ ଧ୍ୟାନ ଦେବାକୁ ମୋଦିଙ୍କ ଆହ୍ୱାନ

ଭୁବନେଶ୍ୱର: କୋଭିଡ୍ ସଙ୍କଟ ସତ୍ତ୍ୱେ ଦେଶର ଅଧିକାଶ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହେବାରେ ଲାଗିଛି। ତେବେ କୋଭିଡ୍ ବିରୋଧୀ ଲଢେଇକୁ ଏଣିକି ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏହି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ ସଙ୍କଟରୁ ଗ୍ରାମାଞ୍ଚଳକୁ ଯେଭଳି ମୁକ୍ତ ରଖାଯିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚମ ଭର୍ଚୁଆଲ୍ ଆଲୋଚନା ବେଳେ […]

  • Wednesday, 14 July 2021
arogya
ଆଉ ୨୦ ପଜିଟିଭ ଚିହ୍ନଟ, ଜଟିଳ ହେଉଛି ଗଞ୍ଜାମର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ଗଂଜାମରେ ୧୭, ସୁନ୍ଦରଗଡ଼ରେ ୨, ବୌଦ୍ଧରେ ଜଣେ ଅଛନ୍ତି। ଗଂଜାମରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଠାରେ ୧୫୪ ସଂକ୍ରମିତ ହେଲେଣି। ସେହିପରି ଏପର୍ଯ୍ୟନ୍ତ ସୁନ୍ଦରଗଡରେ ୧୬ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏବେବି ଆଉ ୬ ଆକ୍ଟିଭ କେଶ ରହିଛି। ସେହିପରି ବୌଦ୍ଧରେ ୪ଜଣ ସଂକ୍ରମିତ ହୋଇଛନ୍ତି। ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ସେହିପରି ଆଜି କରୋନାରୁ […]

  • Wednesday, 14 July 2021
home
ହୋମ୍ କ୍ୱାରେଣ୍ଟିନରେ ରହିପାରିବେ ଲକ୍ଷଣ ନଥିବା କରୋନା ରୋଗୀ

ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନରେ ରହିପାରିବେ ଲକ୍ଷଣ ନଥିବା ରୋଗୀ। କେନ୍ଦ୍ର ସରକାର ଜାରି କରିଥିବା ନୂଆ ଗାଇଡଲାଇକୁ ଲାଗୁ କରିଛନ୍ତି ରାଜ୍ୟ ସରକାର। ଯଦି ଜଣେ ରୋଗୀଙ୍କ କମ୍ ଲକ୍ଷଣ ଥିବ ବା ପ୍ରି-ସିମ୍ଟମେଟିକ୍ ଥିବେ, ତେବେ ତାଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ଅନୁମତି ମିଳିବ। ସଂପୃକ୍ତ ରୋଗୀଙ୍କୁ ୨୪ ଘଣ୍ଟା ତଦାରଖ କରିବାକୁ କେୟାର ଗିଭର୍ ବ୍ୟବସ୍ଥା କରାଯିବ। କେୟାର ଗିଭର ହ୍ରାଇଡ୍ରୋକ୍ସି କ୍ଲୋରକ୍ୱିନ ନେଇପାରିବେ ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ମେଡିକାଲ ସହ ଯୋଗାଯୋଗରେ […]

  • Wednesday, 14 July 2021
coved12
ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର। କରୋନା ଆକ୍ରାନ୍ତ ଆରୋଗ୍ୟ ହାର ୩୧.୧୫%କୁ ବୃଦ୍ଧି ହୋଇଥିବା ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ଏପର୍ଯ୍ୟନ୍ତ ଦେଶରେ ୬୭ ହଜାର ୧୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପ୍ରାୟ ୨୧ ହଜାର ସୁସ୍ଥ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୫୫୯ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ସେପଟେ ବିଭିନ୍ନ ରାଜ୍ୟରେ ଫସିଥିବା […]

  • Wednesday, 14 July 2021
covid33
ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଞ୍ଚିଛି। କଟକ, ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା କଟକରେ ୩ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି ଓ ଏବେ ବି ୨ଟି ଆକ୍ଟିଭ କେଶ ରହିଛି। ମୟୁରଭଞ୍ଜରେ ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଯାଜପୁରରେ ୬୧ […]

  • Wednesday, 14 July 2021
doctor
କ୍ୱାରେଣ୍ଟିନରେ ଗଲେ ଭୁବନେଶ୍ୱର ଏମ୍ସ ଡାକ୍ତର ଓ ଆଟେଣ୍ଡାଣ୍ଟ

ଭୁବନେଶ୍ୱର: କ୍ୱାରେଣ୍ଟିନରେ ଗଲେ ଡାକ୍ତର ଓ ଆଟେଣ୍ଡାଣ୍ଟ। ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ପଠାଯାଇଛି। ଡାକ୍ତରଙ୍କ ସହ ଦୁଇ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟିନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ ଏହି ୪ ଡାକ୍ତର ଓ ଆଟେଣ୍ଡାଣ୍ଟ। ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କର ସ୍ୱାବ୍ ଟେଷ୍ଟରୁ ରିପୋର୍ଟ ପଜିଟିଭ ବାହାରିଥିଲା। ଆଜି ସକାଳେ ୧୪ ଜଣ ଅପରାହ୍ଣରେ ୩ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ […]

  • Wednesday, 14 July 2021
marriage
ଏଣିକି ଏହି ରାଜ୍ୟରେ ୫୦ ନୁହେଁ ୨୦ ଜଣରେ ବିବାହ ଉତ୍ସବ..

ଶିମଲା: ଭୟଙ୍କର ହେଲାଣି କରୋନା। ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା। ତେବେ ଏହାରି ମଧ୍ୟରେ ଗହଳି କମାଇବା ସହ ସାମାଜିକ ଦୂରତା ମାନିବାକୁ ବାରମ୍ବାର କହୁଛନ୍ତି ସରକାର। କରୋନା ଚେନ୍‌କୁ ଭାଙ୍ଗିବାକୁ କଟକଣା ମଧ୍ୟ କଡ଼ାକଡ଼ି କରାଯାଉଛି। ଆଉ ଏହାରି ମଧ୍ୟରେ ବିବାହ ସମାରୋହରେ ପୁଣି ଥରେ ଅତିଥିଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁସାରେ, ଏଣିକି ୫୦ ନୁହେଁ ମାତ୍ର ୨୦ ଜଣଙ୍କୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁମତି […]

  • Wednesday, 14 July 2021
coronavirus in odisha
୨୪ ଘଣ୍ଟାରେ ଓଡ଼ିଶାରେ ୪୭୧ କରୋନା ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୯୩ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୬୯୫ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୩,୦୮୫ ଥିବାବେଳେ ୩ ଲକ୍ଷ ୩୭ ହଜାର ୬୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। Covid-19 Report For 3rd […]

  • Wednesday, 14 July 2021
corona
ବିନା ଲଗାମରେ ବଢିଚାଲିଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୬୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଦେଶରେ ମାଡ଼ି ଚାଲିଛି କରୋନା ମହାମାରୀ। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଲାଣି। ଦିନକୁ ଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟାରେ ସାରା ଦେଶରେ ୬୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

  • Wednesday, 14 July 2021
Corona
ସ୍ଥିର ରହୁଛି କି ଆକ୍ରାନ୍ତଙ୍କ ସଂଖ୍ୟା? ଜାଣନ୍ତୁ ୨୪ ଘଣ୍ଟାରେ କେତେ ସଂକ୍ରମିତ ହେଲେ ଚିହ୍ନଟ?

ରାଜ୍ୟରେ ୨୪ ଘଣ୍ଟାରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ କେସ୍‌ ବୋଲି ଜଣାଯାଇଛି।

OTV-Portal-corona
ପୁଣି କମିଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ପୁଣି ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୨୫

  • Wednesday, 14 July 2021
corona
୨୪ ଘଣ୍ଟାରେ ୬୨ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ର  ବା କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ ଥିବା ଜଣାପଡିଛି

  • Wednesday, 14 July 2021
corona-11111
୨୪ ଘଣ୍ଟାରେ ୬୫ ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ୍ ସଂଖ୍ୟା ୬୩

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ପରେ ବି ଡର ଛାଡୁନାହିଁ। କାରଣ ଦେଶର ଅନେକ ରାଜ୍ୟରେ ପୁଣି ଥରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବି ବଢିଛି। କିନ୍ତୁ ରାଜ୍ୟରେ କରୋନା ସ୍ଥିତି ଏତେଟା ଉଦବେଗଜନକ ନାହିଁ। ଗତ ୨୪ ଘଂଟାରେ ରାଜ୍ୟରେ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୩୫ ଜଣ ଓ […]

  • Wednesday, 14 July 2021
ramdev
ପୂରା ତଥ୍ୟ ଓ ପ୍ରମାଣ ସହ ତିଆରି କରିଛୁ କରୋନା ଔଷଧ:ରାମ ଦେବ

କରୋନା ମହାମାରୀକୁ ନେଇ ଏବେ ସାରା ଦେଶରେ ଭୟ ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ କରୋନା ଭ୍ୟାକ୍ସିନ୍‌ ଦିଆଯାଇଛି। କରୋନା ଯୋଦ୍ଧାଙ୍କ ସମେତ ଅନେକ ଲୋକ ଏହି ଟିକା ମଧ୍ୟ ନେଲେଣି।

  • Wednesday, 14 July 2021
Corona-KO
ପୁଣି ମୁଣ୍ଡ ନେଉଛି କରୋନା, ୨୪ ଘଣ୍ଟାରେ ୫୩ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଥରେ ୧୦୦ ତଳେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।