ଭୁବନେଶ୍ୱର: ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି। କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ କଟକଣା ଜାରି ରହିବ। ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ହେବ। ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ […]
ଭୁବନେଶ୍ୱର: ଓଡ଼ିଶାରୁ ୧୫୦ ପରିବାର ଉତ୍ତରାଖଣ୍ଡର କୁମ୍ଭମେଳା ଯାଇଛନ୍ତି।୧୫୦ଟି ପରିବାରରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯାଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୫, ଖୋର୍ଦ୍ଧାରୁ ୧୦, ନବରଙ୍ଗପୁରରୁ ୨୦, ପୁରୀରୁ ୨୦ ଓ କଟକରୁ ୯ ପରିବାର କୁମ୍ଭମେଳା ଯାଇଥିବା ସୂଚନା ମିଳିଛି। କୁମ୍ଭମେଳା ଫେରନ୍ତାଙ୍କ ପାଇଁ SRC ଶନିବାର ନୂଆ ଗାଇଡ୍ଲାଇନ୍ ଜାରି କରିଥିଲେ। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ଼ ବୃଦ୍ଧି କରାଯିବ। ପ୍ରାୟ ୨ ଗୁଣ ଆଇସିୟୁ ବେଡ଼ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସଂକ୍ରମିତଙ୍କ ଚିକିତ୍ସା ପାଇଁ ୪ଟି କାଟାଗୋରୀର ବେଡ଼ ଦରକାର। ସାଧାରଣ ବେଡ଼, ଅକ୍ସିଜେନ ସପୋର୍ଟ ବେଡ଼, ଆଇସିୟୁ […]
ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ପୁଣି କଠୋର ହେଲା କଟକଣା। ସାରା ରାଜ୍ୟକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଆସନ୍ତା ୧୭ ତାରିଖଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ। ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଗଲା। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଂଧ୍ୟା […]
କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଖୁବଶୀଘ୍ର ଟିକାକରଣ ପାଇଁ ଦେଶରେ ଉପଲବ୍ଧ ହେବ ଋଷୀୟ ଟିକା ସ୍ଫୁଟନିକ୍ ଭି। ଏହି ଟିକାକୁ ଆଜି ଡିଜିସିଏର ଅନୁମୋଦନ ମିଳିଛି। ତେବେ ଏଭିତରେ କୋଭିଡ୍ର ନୂଆ ନୂଆ ଷ୍ଟ୍ରେନ୍ ସାଙ୍ଗକୁ ନୂଆ ନୂଆ ଲକ୍ଷଣକୁ ନେଇ ଚିନ୍ତା ବଢ଼ିଛି। ଟିକେ ବି ଅସାବଧନତା ବିପଦକୁ ଡାକିପାରେ। ତେବେ ଆସନ୍ତୁ ଦେଖିବା କିଭଳି ଲକ୍ଷଣ ପାଇଁ କି ପଦକ୍ଷେପ ନେବେ? ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେବା ପରେ ମହାମାରୀର କେମିତି କରିବେ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି। ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ୍ ସହ ରୀତିନୀତି ପାଳନ ହେବ। ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି। […]
ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ, କରୋନାର ଯେମିତି ଲଗାମ୍ ନାହିଁ। ଏପ୍ରିଲ୍ ପହିଲାରେ ୩୯୪ ପଜିଟିଭ୍, ଆଉ ଆଜି ୧୭୪୧ କେବଳ ଚଳିତ ମାସରେ ଆଜି ସୁଦ୍ଧା ବାହାରିଲେଣି ୧୦ ହଜାର ୩୮୫ ଜଣ ଆକ୍ରାନ୍ତ। ଗଲା ୨୪ ଘଣ୍ଟାରେ ୨ କୋଭିଡ୍ ମୃତ୍ୟୁକୁ ମିଶାଇ, ଚଳିତ ମାସରେ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି। ତେବେ ଚମକାଇବା ଭଳି ଚିତ୍ର ଆସିଛି ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ। ହଠାତ୍ ଏଠାରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା […]
ଛତିଶଗଡ଼ ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍। ଓଡ଼ିଶା ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲାନି ରେଳ ମନ୍ତ୍ରାଳୟ। ମୁଖ୍ୟ ଶାସନ ସଚିବଙ୍କ ଚିଠିର ଉତ୍ତର ରଖିଲା ରେଳ ମନ୍ତ୍ରାଳୟ। ଛତିଶଗଡ଼ରୁ ଆସୁଥିବା ଟ୍ରେନ୍କୁ ନିୟନ୍ତ୍ରିତ କରାଯିବନି। ମାର୍ଚ୍ଚ ୨୩ ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ରେଳ ସେବା ଚାଲୁ ରହିବ। ରେଳ ଷ୍ଟେସନ୍ରେ ଚେକିଂ ଓ ଟେଷ୍ଟିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ଲାଗି ଚିଠିରେ ପରାମର୍ଶ […]
ଭୁବନେଶ୍ୱର: ମାସ୍କ ଅମାନିଆଙ୍କ ପାଇଁ ଜରିମାନା ପରିମାଣ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଆଜି ଜରିମାନା ଦୁଇଗୁଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏଥିପାଇଁ ଆଜିଠାରୁ ୧୪ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ଆଜିଠାରୁ […]
ଭୁବନେଶ୍ୱର: ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ ୫୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟ ଲାଗି କେବଳ ୨୦ ଜଣଙ୍କୁ ମିଳିବ ଅନୁମତି। ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସର ଗାଇଡ୍ଲାଇନ୍ ଜାରି କରିଛି। ଗାଇଡ୍ ଲାଇନ୍ ଅନୁସାରେ, ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ। ବର, କନ୍ୟା, ଦୁଇ ପରିବାର, ପୂଜକ, […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ପ୍ରଶାସନ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ମହାମାରୀର ଜାଲ ଭିତରକୁ ପୁଣି ଥରେ ଠେଲି ହେବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କରୋନା ଗାଇଡ୍ଲାଇନ୍ ଉଲ୍ଲଂଘନ ଯୋଗୁଁ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଆଦି ଗୋଟିଏ ପରେ ଗୋଟିଏ ସିଲ୍ ହେବାରେ ଲାଗିଛି। ସଂକ୍ରମଣ ଯୋଗୁଁ କଲେଜ ଓ ସ୍କୁଲ ସାମୟିକ ଭାବେ ବନ୍ଦ କରାଯାଉଛି। […]
ଭୁବନେଶ୍ୱର: କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ ମାନବ ଇତିହାସରେ ଏଭଳି ସଂକଟ କେବେ ବି ଆସିନଥିଲା। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ଥିଲା। ଆମକୁ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ବାରମ୍ବାର ଲକଡାଉନ, ସଟଡାଉନ କରିବାକୁ ପଡ଼ିଥିଲା। ଏବେ କୋଭିଡ୍ର ଦ୍ୱିତୀୟ ଲହର ଆରମ୍ଭ ହୋଇଛି, ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି। ଆମେ କୋଭିଡ଼ ନିୟମ ମାନିଲେ […]
ଭୁବନେଶ୍ୱର: କରୋନା ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ବସ୍, ରେଳ ବା ବିମାନରେ ଆସିଲେ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ସେ କହିଛନ୍ତି। ଆସିବାର ୭୨ ଘଣ୍ଟା ମଧ୍ୟରେ RTPCR ନେଗେଟିଭ ରିପୋର୍ଟ ଜରୁରୀ। ଦୁଇ ଡୋଜ୍ ଟିକା ନେଇଥିଲେ ଓଡ଼ିଶା ପ୍ରବେଶକୁ ଅନୁମତି ମିଳିବ। ନେଗେଟିଭ ରିପୋର୍ଟ ନଥିଲେ ୭ ଦିନ କ୍ୱାରେଣ୍ଟିନ ରହିବାକୁ ପଡ଼ିବ। ସୁନ୍ଦରଗଡ଼, […]
ଭୁବନେଶ୍ୱର: କରୋନାର ଦୈନିକ ସଂକ୍ରମଣର ୩ଟି ଚିତ୍ର। ଫେବ୍ରୁୟାରୀ ୭ରେ ୭୨, ମାର୍ଚ୍ଚ ୭ରେ ୭୦, ଆଉ ଏପ୍ରିଲ୍ ୭ରେ ୭୯୧। ମାସକରେ କରୋନା ମାରିଛି ଲମ୍ବା ଡିଆଁ। ୧୧ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ବିସ୍ଫୋରକ ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ପୋଲିସ୍ର ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍। ଭୁବନେଶ୍ୱରରୁ ଭଦ୍ରକ, କଟକରୁ କଳାହାଣ୍ଡି ସବୁଠି କଡ଼ା ଚେକିଂ। ରାଜଧାନୀରେ ବିଏମ୍ସି ଓ […]
ଭୁବନେଶ୍ୱର: ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼। ଏହି ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରାବାସର ଅନ୍ତେବାସୀଙ୍କ ଲାଗି ଗାଇଡ୍ଲାଇନ୍ ଜାରି କରିଛି ବିଏମ୍ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପିଲାଙ୍କ ପରୀକ୍ଷା ସରିନି, ପୂରା ଗାଇଡ୍ ଲାଇନ୍ ମାନି ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ: କାର୍ଯ୍ୟସ୍ଥଳୀରେ ଟିକାକରଣକୁ ଅନୁମତି ଦେଲେ କେନ୍ଦ୍ର ସରକାର। ୧୦୦ ଜଣରୁ ଅଧିକ ହିତାଧିକାରୀ ଥିଲେ କାର୍ଯ୍ୟସ୍ଥଳୀରେ ଟିକା ଦିଆଯାଇପାରିବ। ଏପ୍ରିଲ ୧୧ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର କହିଛନ୍ତି, ଯେଉଁ ଅଫିସରେ ୧୦୦ରୁ ଅଧିକ ହିତାଧିକାରୀ ଥିବେ, ସେଠାରେ ହିଁ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ହିଁ ଟିକା ଦିଆଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର […]
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ତାର କାୟା ବିସ୍ତାର କରୁଛି। ବିଷେଶ କରି ୧୦ ଜିଲ୍ଲାରେ ମହାମାରୀ ଉଗ୍ର ରୂପ ଧାରଣ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୧୦ ଜିଲ୍ଲାରେ ଜାରି କରାଯାଇଥିଲା ନାଇଟ୍ କର୍ଫ୍ୟୁ। କଟକଣା ନିୟମ ନ ମାନିବାରୁ ବିଭିନ୍ନ ଜିଲ୍ଲାରେ ଚାଲିଛି ପୋଲିସ୍ର ସ୍ପେଶାଲ ଡ୍ରାଇଭ୍। ଆଉ ଏଥିରେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। Special Drive on "Awareness and Enforcement" regarding Use Of Mask, maintaining […]
ନୂଆଦିଲ୍ଲୀ: ମହାମାରୀର ଦ୍ୱିତୀୟ ଲହର ଭିତରେ ସବୁ ବର୍ଗର ଲୋକଙ୍କୁ ଟିକା ନେବାକୁ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜେଶ ଭୂଷଣ କହିଛନ୍ତି ଯେ ଟିକାକରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ଓ ସ୍ୱାସ୍ଥ୍ୟସେବାର ସୁରକ୍ଷା। ଏହି ଦୁଇଟି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ଟିକା ଦିଆଯାଉଛି। ଯେଉଁମାନେ ଚାହୁଁଛନ୍ତି ସେମାନଙ୍କୁ ନୁହେଁ, ବରଂ ଯେଉଁମାନଙ୍କ ଆବଶ୍ୟକ ସେମାନଙ୍କୁ ଟିକା ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି […]
ଭୁବନେଶ୍ୱର: ୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ। ସଂକ୍ରମଣ ହ୍ରାସ କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଖାଲି ସେତିକି ନୁହେଁ, ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ ପାଇଁ କୁହାଯାଇଛି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ନେଇ ସୂଚନା ଓ ପ୍ରସାରଣ ବିଭାଗ ସଚେତନତା କରିବ। […]
ନୂଆଦିଲ୍ଲୀ: ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନକ। ଏକଥା କହିଛନ୍ତି ରାଜେଶ ଭୂଷଣ। କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ ଦେଶରେ ୧୦ଟି ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନକ। ୭ ଜିଲ୍ଲା ମହାରାଷ୍ଟ୍ରର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀର ଗୋଟିଏ ଲେଖାଏଁ ଜିଲ୍ଲା ରହିଛି। ଦେଶର ମୋଟ ଆକ୍ଟିଭ କେସ୍ ୫୮% ମହାରାଷ୍ଟ୍ରରେ ରହିଛି। ମୋଟ ମୃତ୍ୟୁର ୩୪% କେବଳ ମହାରାଷ୍ଟ୍ରର। ମହାରାଷ୍ଟ୍ରରେ RTPCR ଟେଷ୍ଟ ୭୦%କୁ ବଢ଼ାଇବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ଛତିଶଗଡ଼ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କର୍ତ୍ତୃପକ୍ଷ କ୍ୟାମ୍ପସରେ ଛାତ୍ରଛାତ୍ରୀ ତଥା ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନଙ୍କ ପାଇଁ ନୂତନ ସର୍କୁଲାର ଜାରି କରିଛନ୍ତି କର୍ତ୍ତୃପକ୍ଷ। କ୍ୟାମ୍ପସର ପୁନଃ ଖୋଲିବା ଏବଂ ବିଶ୍ୱବିଦ୍ୟାଳୟ ପରିସରରେ କରୋନା ବୃଦ୍ଧି ଦେଖି ବିଶ୍ୱବିଦ୍ୟାଳୟ ବିଜ୍ଞପ୍ତି ଜାରି କରିଛି। ବିଶ୍ୱବିଦ୍ୟାଳୟ ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ନିମ୍ନଲିଖିତ ନିଷ୍ପତ୍ତି ନିଆଯାଇଛି। ମାସ୍କ ପିନ୍ଧି ନ ଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ହଷ୍ଟେଲ / ପ୍ରଶାସନିକ […]
ଭୁବନେଶ୍ୱର: ଆଉ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଏସିଏସ୍। ରାଜ୍ୟରେ ମହଜୁଦ କରୋନା ଟିକା ସମ୍ପର୍କରେ କହିଛନ୍ତି ଯେ ଏପ୍ରିଲ ୫ ସକାଳ ୮ଟା ସୁଦ୍ଧା ମହଜୁଦ ଥିବା ଟିକା ନେଇ ଜଣାଇଥିଲେ। କୋଭିସିଲ୍ଡ ୬,୦୨, ୪୩୦ ଡୋଜ୍ ଓ କୋଭାକ୍ସିନ ୧,୪୮, ୫୫୦ ଡୋଜ ଅଛି। ରାଜ୍ୟରେ ମୋଟ ୭, ୫୦, ୯୮୦ ଡୋଜ୍ ଟିକା ମହଜୁଦ ରହିଛି। ରାଜ୍ୟରେ ଦୈନିକ ୨ ଲକ୍ଷରୁ […]
ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଟିକାକରଣ ସମୟରେ ପରିବର୍ତ୍ତନ। ସକାଳ ୮ରୁ ଦିନ ୧୨ଟା, ଦିନ ୩ରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କର୍ପୋରେସନ୍ର କମିଶନର୍ଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଭ୍ୟାକ୍ସିନେସନ୍ ସେଣ୍ଟରଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହିପରି ଜିଲ୍ଲାରେ ଟିକାକରଣ ସଂପର୍କିତ ଦୈନିକ ରିପୋର୍ଟ ସଂଧ୍ୟା ସାଢ଼େ ୬ଟା ସୁଦ୍ଧା ଦେବାକୁ ନିର୍ଦ୍ଦେଶ ରହିଛି। […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ହୋଇ ବଢିଲାଣି। ଆଜି ଦେଶରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଲୋକେ ସାମାନ୍ୟ ଆଶ୍ୱସ୍ତ ହେଉଥିବାବେଳେ ଏବେ ପୁଣି ଚିନ୍ତା ବଢାଇଛି। ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ସେହିପରି ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ ଗ୍ରାଫ ଉପର ମୁହାଁ ହେଉଛି। ସେଥିପାଇଁ ଆସନ୍ତା ୮ରେ […]
ମୁମ୍ବାଇ: ଦେଶରେ ଅଣାୟତ କରୋନାର ଦ୍ୱିତୀୟ ଲହର। କରୋନା ସଂକ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ରରେ କଠୋର ହୋଇଛି କଟକଣା। ରାଜ୍ୟରେ ସଂପୂର୍ଣ୍ଣ ଲକ୍ଡାଉନ୍ ଜାରି ହୋଇନଥିଲେ ବି ଓ୍ୱିକ୍ ଏଣ୍ଡ ଲକ୍ଡାଉନ୍ ଜାରି ହୋଇଛି। ଅର୍ଥାତ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍ଡାଉନ୍ ରହିବ ରାଜ୍ୟ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ସବୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ। ମହାମାରୀର ପୂର୍ବ […]